ରାଜ୍ୟ |

ସଡ଼କ ସୁରକ୍ଷା ସପ୍ତାହ ଶେଷଦିନରେ ଦୁର୍ଘଟଣା: ଗଲା ୧୫ ଜୀବନ

ସଡ଼କ ସୁରକ୍ଷା ସପ୍ତାହ ଶେଷଦିନରେ ଦୁର୍ଘଟଣା: ଗଲା ୧୫ ଜୀବନ

ମାଲକାନଗିରି/ଅନୁଗୋଳ/ଖୋର୍ଦ୍ଧା/ବୌଦ୍ଧ/ଟିଟିଲାଗଡ଼/ ସୁନ୍ଦରଗଡ଼/କେନ୍ଦୁଝର, ୧୨ା୨ (ଡି.ଏନ.ଏ./ସ୍ବ.ପ୍ର.): ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଶେଷଦିନରେ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୫ ଜୀବନ ଯାଇଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମାଲକାନଗିରି ଜିଲାରେ ୫, ଅନୁଗୋଳରେ ୩, ସୁନ୍ଦରଗଡ଼ରେ ୨, ଖୋର୍ଦ୍ଧା, ବରଗଡ଼, ବଲାଙ୍ଗୀର ଏବଂ କେନ୍ଦୁଝର ଜିଲାରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।

କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ଏକ ପିକ୍‌ଅପ୍‌ ଭ୍ୟାନ ମାଲକାନଗରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ପଞ୍ଚାୟତ ଅନ୍ତର୍ଗତ କାଠିଗୁଡା ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପାଙ୍ଗାମର ରାମଚନ୍ଦ୍ର ଖରା, ଶିରାଗୁଡାର ଡମୁ ଗୌଡ, ପାତ୍ରଗୁଡାର ରାମଚନ୍ଦ୍ର ପୁଡିଆ, ଜୟପୁର କୁମ୍ଭାରସାହିର ଅନିଲ ଜେନା ପ୍ରାଣ ହରାଇଛନ୍ତି। ଏଥିରେ ୧୮ଜଣ ଗୁରୁତର ହୋଇଛନ୍ତି। ସେହିପରି ବାଲିମେଳା-କୁଡୁମୁଲୁଗୁମ୍ମା ମୁଖ୍ୟ ରାସ୍ତାର ଏମ୍‌.ଭି.-୩୮ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କାରେ ଅନିଲ ଜେନାଙ୍କ ଜୀବନ ଯାଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। କୋରାପୁଟ-ସୁନାବେଡା ୨୬ନମ୍ବର ଜାତୀୟ ରାଜପଥର ନୂଆ କଲୋନୀଠାରେ  ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଛି। ସେ ହେଲେ ପରଜାଲିମକା ଗ୍ରାମର ପଦଲାମ ମାଝି (୩୦)।  

ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଖମାର ଗାଁ ଜଗନ୍ନାଥ ମନ୍ଦିର ନିକଟ ୧୪୯ନଂ. ଜାତୀୟ ରାଜପଥରେ କାର୍‌ ସାଇକେଲକୁ ଧକ୍କା ଦେଇ ରାସ୍ତାକଡରେ ଥିବା ଘରେ ପଶିଯାଇଥିଲା। ଏଥିରେ ସାଇକେଲ ଆରୋହୀ ଟିକନ ଖିଲାର (୩୦)ଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ସେହିପରି ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲା-କୃତ୍ତିବାସପୁର ରାସ୍ତାର ବରପାଲି ଗ୍ରାମ ବାଟାବାୟାଣୀଠାରେ ସନ୍ଧ୍ୟାରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦାମୋଦରପୁର ଗ୍ରାମର ଧଡ଼ିଆ ନାୟକ (୩୦) ଓ ବାଲିପଟ୍ଟା ଗ୍ରାମର ବାବୁଲି ନାୟକ(୨୨)ଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକ ନିକଟରେ ଇଣ୍ଟରଭ୍ୟୁ ଦେବାକୁ ଆସିଥିବାବେଳେ ଟ୍ରକ୍‌ ଧକ୍କାରେ ଦୁଇ ଭଉଣୀ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ମଞ୍ଜୁଳା ମିଞ୍ଜ (୨୦), ଅଞ୍ଜନା ମିଞ୍ଜ (୧୮)। ଉଭୟେ ଏକ ନମ୍ବରବିହୀନ ଗାଡ଼ିରେ ରାଉରକେଲା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଖୋର୍ଦ୍ଧା ଜିଲା ବାଲୁଗଁା ବାଇପାସ୍‌ ୧୬ନଂ. ଜାତୀୟ ରାଜପଥ ସୁବୁଦ୍ଧି ପାଟଣା ଛକରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ କାର ଧକ୍କାରେ ତୋଟାପଡ଼ାର ଭାଗୀରଥି ଭୁଜବଳ (୫୦)ଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ଜଣ ଆହତ ହୋଇଛନ୍ତି।  ଅନୁରୂପଭାବେ ବଲାଙ୍ଗୀର ଜିଲା ବେଲଗଁା-ଟିଟିଲାଗଡ଼ ୫୯ନଂ. ଜାତୀୟ ରାଜପଥର ରିଗ୍‌ଡୁଲ ଗ୍ରାମ ନିକଟରେ ପିକଅପ୍‌ ଭ୍ୟାନ ଓଲଟି ଟିଟିଲାଗଡ଼ ଥାନା ନାନାଝର ଗ୍ରାମର ରାମ ଭୋଇ (୩୮)ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ନିର୍ବନ୍ଧ କାମ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବୌଦ୍ଧ ଜିଲା ମନମୁଣ୍ଡାଠାରୁ ୨କିମି ଦୂର ବାସୁଦେବପାଲି କ୍ରିଷ୍ଣା ଢାବା ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମ୍ବଲପୁର ଜିଲା ମାନେଶ୍ୱରର ବଣ୍ଟି ବେହେରା (୨୮)ଙ୍କ ମୃତ୍ୟୁ ଘଟିଛିି। ବରଗଡ଼ ଜିଲା ପାଇକମାଳ ଥାନା ମଲଦା ପାହାଡ଼ି ଢାବା ନିକଟରେ ଅପରାହ୍ନ ୪ଟାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଭୁବନେଶ୍ୱରପୁର ଗ୍ରାମର ଗୌର ବରିହା ପ୍ରାଣ ହରାଇଛନ୍ତି। କେନ୍ଦୁଝର ଜିଲା ବାଂଶପାଣି ରେଳଷ୍ଟେଶନ ନିକଟରେ ଟାଟା-ବିଶାଖାପାଟଣା ଦ୍ରୁତଗାମୀ ପାସେଞ୍ଜର ଟ୍ରେନ୍‌ରେ କଟିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳିପାରିନାହିଁ। ୧ନଂ. ପ୍ଲାଟ୍‌ଫର୍ମରୁ ୧୦୦ ମିଟର ଦୂର ଟ୍ରେନ ଲାଇନରେ ଯୁବକଙ୍କ ବିଖଣ୍ଡିତ ମୃତଦେହ ପଡ଼ିଥିଲା। ଏହା ଆତ୍ମହତ୍ୟା ହୋଇଥାଇପାରେ ବୋଲି ଆଲୋଚନା ହେଉଛି।

All Right Reserved By

ରାଜ୍ୟ |

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

ପୁରୀ ଅଫିସ,୨୪ା୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲାର କେତେକ ବୁଥ୍‌ରେ ହିଂସାକାଣ୍ଡ ଘଟିଛି। ତେବେ ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏ ବୁଥ୍‌ରେ ଭିଭିପିଏଟି ଏବଂ ଇଭିଏମ୍‌କୁ ଲୋକେ ଭାଙ୍ଗିଦେଇଛନ୍ତି। 

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ  ପାଇଁ ସିଇଓଙ୍କୁ ଫେରାଦ

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ପ୍ରଚାର ବନ୍ଦ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ୧୦ ଦଫା ଅଭିଯୋଗ ଉପସ୍ଥାପନ କରିଛି।

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ରାଜ୍ୟର ୫ ଜିଲାରେ ପାରଦ ୪୦ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ କମ୍‌ ତାତି ରହିଛି।

କପିଳାସ ରୋଡ୍‌-ସାଲେଗାଓଁ ରେଳପଥ ଦୋହରୀକରଣ କାର୍ଯ୍ୟ: ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅଧୀନରେ ଥିବା କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେଶନ ମଧ୍ୟରେ ରେଳଲାଇନ୍‌ ମରାମତି ତଥା ଦୋହରୀକରଣ କାର୍ଯ୍ୟ ପାଇଁ ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏହି ରୁଟ୍‌ର ଅଧିକାଂଶ ଟ୍ରେନ୍‌କୁ ବାତିଲ କରାଯାଇଛି। 

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଆସନ୍ତା ଜୁଲାଇ ଏବଂ ଅଗଷ୍ଟରେ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଗୋ ଏୟାର ସ୍ବତନ୍ତ୍ର ଭଡ଼ା ଘୋଷଣା କରିଛି। ଏ ନେଇ ଗୋ ଏୟାର ନିଜର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଜଣାଇଛି। 

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri