ରାଜ୍ୟ |

ଲୋକାୟୁକ୍ତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଛାଟ:ସତ୍ୟପାଠ ଦାଖଲ କଲେ ସରକାର

ଲୋକାୟୁକ୍ତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଛାଟ:ସତ୍ୟପାଠ ଦାଖଲ କଲେ ସରକାର

ଭୁବନେଶ୍ୱର,୧୨।୨(ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ତାଗିଦ ପରେ ରାଜ୍ୟରେ ଲୋକାୟୁକ୍ତ ଗଠନ  କରିବାକୁ ସରକାର ବାଧ୍ୟ ହୋଇଛନ୍ତି। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତି କରାଯିବ। ଆସନ୍ତା ଏପ୍ରିଲ ୮ ତାରିଖ ସୁଦ୍ଧା ଦୁର୍ନୀତି ନିରୋଧୀ ସଂଗଠନ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହେବ। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୋମବାର ସୁପ୍ରିମକୋର୍ଟରେ ଏଭଳି ଏକ ସତ୍ୟପାଠ ଦାଖଲ କରିଛନ୍ତି। 

ମୁଖ୍ୟ ଶାସନ ସଚିବ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ସର୍ଚ୍ଚ କମିଟି ଅଧ୍ୟକ୍ଷ  ଜଷ୍ଟିସ ଅମିତାଭ ରାୟଙ୍କ ଅଧ୍ୟକ୍ଷତାରେ ୨୦୧୮ ଡିସେମ୍ବର ୨୪ ତାରିଖରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଲୋକାୟୁକ୍ତ ରୁଲ୍‌ ୨୦୧୮ ସେକ୍ସନ-୪(୪) ଓ ରୁଲ୍‌ ୧୦ ଅନୁଯାୟୀ ସଦସ୍ୟମାନଙ୍କର ନାମ ଚୂଡ଼ାନ୍ତ କରାଯିବା ସହ ଏ ନେଇ ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ଲୋକୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ଦୁଇଟି ଇଂଲିଶ ଓ ଦୁଇଟି ଓଡ଼ିଆ ପ୍ରମୁଖ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି। ଏହାଛଡ଼ା ଲୋକାୟୁକ୍ତ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ରେଜିଷ୍ଟ୍ରାର, ୨୪ ଟି ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ୨୨ଟି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି, ନିର୍ଦ୍ଦେଶକମାନଙ୍କୁ ଉକ୍ତ ପଦବୀ ପାଇଁ ଆବେଦନ କରିବା ସକାଶେ ଅନୁରୋଧ କରାଯାଇଥିଲା। ୨୦୧୯ ଜାନୁୟାରୀ ୮ ଓ ୯ ତାରିଖରେ ଅନୁଷ୍ଠିତ ସର୍ଚ୍ଚ କମିଟି ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନାମ ଚୂଡାନ୍ତ କରାଯାଇ ଜାନୁୟାରୀ ୯ ତାରିଖରେ ଚୟନ କମିଟି ଅଧ୍ୟକ୍ଷଙ୍କ ନିକଟରେ ଚୂଡାନ୍ତ ତାଲିକା ଦାଖଲ କରାଯାଇଛି। ଫେବୃୟାରୀ ୧୨ ତାରିଖରେ ଚୟନ କମିଟି ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ନାମ ଚୂଡାନ୍ତ କରାଯିବ । ପରେ ଏହାକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହାକୁ ବିଜ୍ଞପ୍ତି ଆକାରରେ ପ୍ରକାଶ କରାଯିବ । ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବା ସହିତ ଏପ୍ରିଲ  ୮ରୁ ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟାଳୟ କାର୍ଯ୍ୟ ଆରମ୍ଭ କରିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ରାଜ୍ୟ ଭାବେ  ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୪  ପ୍ରସ୍ତୁତ କରିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଏପ୍ରିଲ ୯ ତାରିଖରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। ଏପରିକି ୨୦୧୫ ଜାନୁୟାରୀ ୧୬ରୁ ଏହି ଆଇନ କାର୍ଯ୍ୟକାରୀ ହୋଇଛି । ଓଡ଼ିଶା ସର୍ଚ୍ଚ କମିଟି ରୁଲ୍‌ ପ୍ରସ୍ତୁତ କରିବା କାର୍ଯ୍ୟ ଜାରି ରହିଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ତେବେ ଲୋକାୟୁକ୍ତ ଗଠନ ନେଇ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ୨୦୧୮ ଜୁଲାଇ ୧୦ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ କୋର୍ଟ ୨୦୧୮ ଏପ୍ରିଲ ୧୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତ ଗଠନ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ୨୦୧୮ ଅକ୍ଟୋବରରେ ପୁଣି ଓଡ଼ିଶା ସରକାର ସର୍ବୋଚ୍ଚ ଅଦାଲତଙ୍କୁ ୩ ମାସ ମହଲତ ଦେବାକୁ ଆବେଦନ କରିଥିଲେ।  କିନ୍ତୁ ଓଡ଼ିଶାର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେବା ସହ କେବେ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି କରାଯିବ ସେ ନେଇ ଜଣାଇବାକୁ କୋର୍ଟ ତାଗିଦ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୮ ଡିସେମ୍ବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାୟୁକ୍ତ ଚୟନ କମିଟି ବୈଠକରେ ସର୍ଚ୍ଚ କମିଟି ପାଇଁ ସଦସ୍ୟଙ୍କ  ନାମ ଚୟନ କରାଯାଇଥିଲା। ସେହି କମିଟି ଲୋକାୟୁକ୍ତ ନିଯୁକ୍ତି ପାଇଁ ୫ ଜଣଙ୍କ ନାମ  ସୁପାରିସ କରିଥିବା ବେଳେ ଲୋକାୟୁକ୍ତ ସଦସ୍ୟ ପାଇଁ ୧୫ ଜଣଙ୍କ ନାମ ସୁପାରିସ କରିଥିଲା। ଲୋକାୟୁକ୍ତ ମଣ୍ଡଳ ପାଇଁ ୬ ଜଣ ସଦସ୍ୟଙ୍କ ଚୂଡାନ୍ତ ନାମ ୩୦ ଦିନ ମଧ୍ୟରେ ପଠାଇବାକୁ ଚୟନ କମିଟି ସର୍ଚ୍ଚ କମିଟିକୁ ନିର୍ଦ୍ଦେଶ ଦେଇଥିଲା। ଏଠାରେ ଓଡ଼ିଶା ବିଧାନସଭା ୨୦୧୪ ଫେବୃୟାରୀ ୧୪ରେ ଲୋକାୟୁକ୍ତ ବିଲ୍‌ ପାରିତ ହୋଇଥିଲା। ୨୦୧୫ ଫେବୃୟାରୀ ୧୪ରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା। 

୨୦୧୮ ଏପ୍ରିଲ ୯ ତାରିଖରେ ସୁପ୍ରିମକୋର୍ଟରେ କରିଥିବା ସତ୍ୟପାଠ ଦାଖଲକୁ ନେଇ ବିରୋଧୀ ଦଳ  ବିଧାନସଭାରେ ସରକାରଙ୍କୁ ହଲାପଟା କରିଥିଲେ। ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। କେନ୍ଦ୍ରରେ ଲୋକପାଳ ବିଲ୍‌ ଆଇନରେ ପରିଣତ ହେବା ପରେ ଓଡ଼ିଶା  ପ୍ରଥମ ରାଜ୍ୟ ଭାବେ ୨୦୧୪ ଫେବୃୟାରୀ ୧୪ ତାରିଖରେ ଏହି ବିଲ୍‌କୁ ବିଧାନସଭାରେ ପାରିତ କରାଯାଇଥିଲା। ଏହି ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ମଧ୍ୟ ରାଜ୍ୟ ସରକାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରି ନ ଥିଲେ।  ସେବେଠାରୁ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ହୋଇ ନ ଥିଲେ । ବିରୋଧୀ କଂଗ୍ରେସ ଓ ଭାଜପା ରାଜ୍ୟରେ ଲୋକପାଳ କିମ୍ବା ଲୋକାୟୁକ୍ତ ନିଯୁକ୍ତି ନେଇ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ। ଏହାକୁ ନେଇ ବିଧାନସଭା ମଧ୍ୟ ଅଚଳ ହୋଇଥିଲା। 

All Right Reserved By

ରାଜ୍ୟ |

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ସଜନାଗଡ଼,୧୭।୨(ଡି.ଏନ୍‌.ଏ): ବାଲେଶ୍ୱର  ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋସିଳା ପଞ୍ଚାୟତ ଚଲଣାପାଳ ଗ୍ରାମର ଏକ ବୁଦା ନିକଟରୁ ରକ୍ତାକ୍ତ ଅବସ୍ଥାରେ ରବିବାର ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। 

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ।