ଜାତୀୟ |

ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଚନ୍ଦ୍ରାବାବୁଙ୍କ ଅନଶନ:ସମର୍ଥନ ନାଁରେ ବିରୋଧୀ ଏକାଠି

ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଚନ୍ଦ୍ରାବାବୁଙ୍କ ଅନଶନ:ସମର୍ଥନ ନାଁରେ ବିରୋଧୀ ଏକାଠି

ନୂଆଦିଲ୍ଲୀ,୧୨-୨(ପି.ଟି.):ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ ନୂଆଦିଲ୍ଲୀର ଆନ୍ଧ୍ରଭବନରେ ସୋମବାର ଅନଶନରେ ବସିଥିବା ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡୁ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ଜୋରଦାର ବର୍ଷିଛନ୍ତି। ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧର୍ମ ପାଳନକୁ ଅବହେଳା କରୁଛନ୍ତି ବୋଲି  ସେ ଅଭିଯୋଗ କରିଛନ୍ତି। ଚନ୍ଦ୍ରାବାବୁଙ୍କ ଅନଶନକୁ ସମର୍ଥନ ନାଁରେ ବିରୋଧୀ ଦଳ ନେତାମାନେ ପୁଣି ଥରେ ଏକାଠି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଥିଲେ କଂଗ୍ରେସ

 ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜ୍‌ରିଓ୍ବାଲ, ନ୍ୟାଶନାଲ୍‌ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ପ୍ରମୁଖ ନେତା। ଦେଶର ସୁରକ୍ଷା ଲାଗି ସବୁ ରାଜନୈତିକ ଦଳ ଏକାଠି ହେବା ଜରୁରୀ ହୋଇପଡିଛି ବୋଲି ଟିଡିପି ନେତା କହିଛନ୍ତି। 

୨୦୧୪ରେ ରାଜ୍ୟ ବିଭାଜନ ବେଳେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ। ଏଥିସହିତ ରାଜ୍ୟବାସୀଙ୍କ ପ୍ରତି ମୋଦି ଯଦି ବ୍ୟକ୍ତିଗତ ଆକ୍ରମଣ କରନ୍ତି, ତେବେ ଏହାର ଉପଯୁକ୍ତ ଶିକ୍ଷା ପାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ମୋଦି ସରକାର ଦେଶ ତଥା ଗଣତନ୍ତ୍ର ପ୍ରତି ବିପଦ ବୋଲି ଚନ୍ଦ୍ରାବାବୁ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଚନ୍ଦ୍ରାବାବୁଙ୍କ ନେତୃତ୍ୱରେ ଟିଡିପିର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ। 

ଆଗାମୀ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାରୁ ହଟାଇବା ଲାଗି ଚନ୍ଦ୍ରାବାବୁ ବିରୋଧୀ ଦଳଗୁଡିକୁ ଏକାଠି କରିବାରେ ଲାଗିଛନ୍ତି। ଭାଜପା ବିରୋଧୀ ମେଣ୍ଟ ଗଠନ କରିବା ନିମନ୍ତେ ଗତ ୩ ମାସ ମଧ୍ୟରେ ସେ ବିରୋଧୀ ଦଳ ନେତାମାନଙ୍କ ସହ ଏକାଧିକ ବୈଠକ କରିଛନ୍ତି।

ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସମର୍ଥନ ଜଣାଇଛନ୍ତି। ଆନ୍ଧ୍ରପ୍ରଦେଶ ବିଭାଜନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଉ ବିଳମ୍ବ ନ କରି ତୁରନ୍ତ ପୂରଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆନ୍ଧ୍ର ଲୋକଙ୍କଠାରୁ ଅର୍ଥ ଚୋରି କରି ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ଦେଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ। ସେହିପରି କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦି ବିରୋଧୀ ରାଜ୍ୟଗୁଡିକ ପ୍ରତି ଯେଭଳି ବ୍ୟବହାର ଦେଖାଉଛନ୍ତି, ସେଥିରୁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭଳି ଜଣାପଡୁଥିବା କେଜ୍‌ରିଓ୍ବାଲ କହିଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନଶନସ୍ଥଳକୁ ଆସିପାରି ନ ଥିଲେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆମେ ଚନ୍ଦ୍ରାବାବୁଙ୍କ ସହ ରହିଛୁ ବୋଲି ଅଖିଳେଶ ଟୁଇଟ୍‌ କରିଛନ୍ତି। 

All Right Reserved By

ଜାତୀୟ |

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। 

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ମୁମ୍ବାଇ, ୨୧।୨: ବଲିଉଡର ବିଶିଷ୍ଟ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। 

ଘରୋଇ କଳିରୁ ନିୟନ୍ତ୍ରଣ ରେଖା ଟପିଲେ ମହିଳା: ବିଏସ୍‌ଏଫ୍‌ ଗୁଳିରେ ଆହତ

ଘରୋଇ କଳିରୁ ନିୟନ୍ତ୍ରଣ ରେଖା ଟପିଲେ ମହିଳା: ବିଏସ୍‌ଏଫ୍‌ ଗୁଳିରେ ଆହତ

ଅମୃତସର,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାପରେ ଏବେ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୁରୁବାର ପଞ୍ଜାବ ଗୁରୁଦାସପୁର ଜିଲା ବାଙ୍ଗରପୋଷ୍ଟଠାରେ ନିୟନ୍ତ୍ରଣ ରେଖା ଅତିକ୍ରମ କରୁଥିବା ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଗୁଳି କରିଛନ୍ତି।

କଂଗ୍ରେସ ଟାର୍ଗେଟ୍‌ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଉତ୍ତରାଖଣ୍ଡରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ ଟାର୍ଗେଟ୍‌ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଉତ୍ତରାଖଣ୍ଡରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୭ ଦିନ ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି।  ଫେବୃୟାରୀ ୧୪ରେ ଅପରାହ୍ନ ୩ଟା ୧୦ରେ ପୁଲଓ୍ବାମା ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୟରେ ଉତ୍ତରାଖଣ୍ଡ କର୍ବେଟ୍‌ ନ୍ୟାସନାଲ ପାର୍କରେ ଏକ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ।

ହଜିନି ମଣିଷ ପଣିଆ: କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଶିଖ୍‌ ଖାଲ୍‌ସା

ହଜିନି ମଣିଷ ପଣିଆ: କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଶିଖ୍‌ ଖାଲ୍‌ସା

ଚଣ୍ଡିଗଡ଼,୨୧।୨: ଭାରତ ସବୁବେଳେ ଦୟା, ପ୍ରେମ ଏବଂ ମଣିଷ ପଣିଆର ଉଦାହରଣ ସୃଷ୍ଟି କରିଥାଏ। ଏଠାକାର ମଣିଷ ପଣିଆ କେବେ ମଧ୍ୟ ହଜେନା। ମଇଁଷି ଶିଙ୍ଗ ଫଟା ଜୁଝିଲା ବେଳକୁ ଗୋଟା ଭଳି ଭାରତରେ ଭିନ୍ନତା ମଧ୍ୟରେ ଏକତା ହିଁ ସବୁବେଳେ ରହି ଆସିଛି।

୨-୩ ଦିନ ମଧ୍ୟରେ ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

୨-୩ ଦିନ ମଧ୍ୟରେ ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ଶ୍ରୀନଗର,୨୧।୨: ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଲୁହ ଏବେ ଶୁଖିନି ଶହୀଦ୍‌ ପରିବାରଙ୍କ ଆଖିରୁ। ମାତ୍ର ପୁଣି ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ଗୋଇନ୍ଦା ବିଭାଗ। 

ପୁଲଓ୍ବାମା ଶହୀଦ୍‌ ପରିବାରଙ୍କୁ ୬ ଲକ୍ଷ ସହାୟତା ଦେଲେ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା

ପୁଲଓ୍ବାମା ଶହୀଦ୍‌ ପରିବାରଙ୍କୁ ୬ ଲକ୍ଷ ସହାୟତା ଦେଲେ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା

ଆଜମେର,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଢ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। 

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ନୂଆଦିଲ୍ଲୀ/ରିୟାଦ୍‌, ୨୧।୨: ସୌଦିର ବିଭିନ୍ନ ଜେଲ୍‌ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ଶ୍ରୀନଗର/ଇସଲାମାବାଦ୍‌,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍‌-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍‌।

ଆତଙ୍କବାଦ ଦମନ ଯୋଜନା: ୨୨ ହୁରିୟାତ୍‌ ନେତାଙ୍କ ସମେତ ୧୫୫ଙ୍କର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହଟିଲା

ଆତଙ୍କବାଦ ଦମନ ଯୋଜନା: ୨୨ ହୁରିୟାତ୍‌ ନେତାଙ୍କ ସମେତ ୧୫୫ଙ୍କର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହଟିଲା

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଦମନ ପାଇଁ ଆରମ୍ଭ କରିଛନ୍ତି ନୂଆ ଯୋଜନା। 

ସୁପ୍ରିମକୋର୍ଟରେ ସାରଦା ଚିଟଫଣ୍ଡ୍‌ ମାମଲା:ଶୁଣାଣିରୁ ଓହରିଲେ ଜଷ୍ଟିସ ରାଓ

ସୁପ୍ରିମକୋର୍ଟରେ ସାରଦା ଚିଟଫଣ୍ଡ୍‌ ମାମଲା:ଶୁଣାଣିରୁ ଓହରିଲେ ଜଷ୍ଟିସ ରାଓ

ନୂଆଦିଲ୍ଲୀ,୨୧।୨(ପି.ଟି.): ବହୁ କୋଟି ଟଙ୍କା ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ପଶ୍ଚିମବଙ୍ଗ ସରକାର ପ୍ରତିବନ୍ଧକ ସାଜୁଥିବା ସିବିଆଇ ଅଭିଯୋଗର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏଲ୍‌. ନାଗେଶ୍ୱର ରାଓ ବୁଧବାର ଓହରିଯାଇଛନ୍ତି।

ଲେଖକ ନାମବର ସିଂଙ୍କ ବିୟୋଗ

ଲେଖକ ନାମବର ସିଂଙ୍କ ବିୟୋଗ

ନୂଆଦିଲ୍ଲୀ,୨୧।୨(ପି.ଟି.):ହିନ୍ଦୀ ସାହିତ୍ୟର ଖ୍ୟାତନାମା ଲେଖକ, କବି ତଥା ସମାଲୋଚକ ନାମବର ସିଂଙ୍କର ମଙ୍ଗଳବାର ରାତିରେ ଏମ୍ସରେ ପରଲୋକ ହୋଇଯାଇଛି।