ରାଜ୍ୟ |

କମୁଛି ପୋଲିସ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା:ଥାନାରେ ପଡ଼ିଛି ୧୧ହଜାର ମାମଲା

କମୁଛି ପୋଲିସ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା:ଥାନାରେ ପଡ଼ିଛି ୧୧ହଜାର ମାମଲା

ଭୁବନେଶ୍ୱର,୧୨-୨:କମିଶନରେଟ ପୋଲିସର ବିଭିନ୍ନ ଥାନାରେ ବହୁ ସଂଖ୍ୟାରେ ମାମଲା ପଡ଼ିରହିଛି। ଗତ ୧୧ ବର୍ଷ ମଧ୍ୟରେ ଥାନାଗୁଡ଼ିକରେ ମୋଟ ୧୧ ହଜାର ୬୧ ମାମଲାର ତଦନ୍ତ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ସେଥିମଧ୍ୟରେ ୯୪ ହତ୍ୟା ଏବଂ ୧୪୩ ବଳାତ୍କାର ଭଳି ସଙ୍ଗିନ ମାମଲା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିବର୍ଷ ବଳକା ମାମଲା ହାର ବଢ଼ି ବଢ଼ି ଚାଲିଛି। ଏହାକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି କମିଶନରେଟ ପୋଲିସ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ଦିନକୁ ଦିନ କମିବାରେ ଲାଗିଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୧୧ ବର୍ଷ ମଧ୍ୟରେ କମିଶନରେଟ ପୋଲିସର ୨୧ଟି ଥାନାରେ ଏସବୁ ମାମଲା ପଡ଼ିରହିଛି। ସେଥିମଧ୍ୟରେ କ୍ୟାପିଟାଲ ଥାନାରେ ୭୭୮ ମାମଲା ଥିବାବେଳେ ଖାରବେଳନଗର ଥାନାରେ ୬୪୫, ମହିଳା ଥାନାରେ ୨୬୬, ଲିଙ୍ଗରାଜ ଥାନାରେ ୨୩୬, ଏୟାରଫିଲ୍ଡ ଥାନାରେ ୩୬୮, ଧଉଳି ଥାନାରେ ୧୦୪, ଜଟଣୀ ଥାନାରେ ୬୬୫, ତମାଣ୍ଡୋ ଥାନାରେ ୫୯ ଏବଂ ବିଦ୍ୟୁତ୍‌ ଥାନାରେ ୪ ମାମଲା ରହିଛି। ସେହିଭଳି ଖଣ୍ଡଗିରି ଥାନାରେ ୧୧୪୦, ବଡଗଡ ଥାନାରେ ୭୪୩, ଲକ୍ଷ୍ମୀସାଗର ଥାନାରେ ୬୨୮, ବାଲିପାଟଣା ଥାନାରେ ୨୦୧, ବାଲିଅନ୍ତା ଥାନାରେ ୫୧୨, ନୟାପଲ୍ଲୀ ଥାନାରେ ୧୨୫୬, ମଞ୍ଚେଶ୍ୱର ଥାନାରେ ୮୧୫, ଶହୀଦନଗର ଥାନାରେ ସର୍ବାଧିକ ୧୪୨୫ ମାମଲା ରହିଛି। ଏହାବ୍ୟତୀତ ଚନ୍ଦ୍ରଶେଖରପୁର ଥାନାରେ ୭୪୫, ଇନ୍‌ଫୋସିଟି ଥାନାରେ ୩୦୪, ଚନ୍ଦକା ଥାନାରେ ୧୧୪ ଏବଂ ନନ୍ଦନକାନନ ଥାନାରେ ୫୩ ମାମଲା ପଡିରହିଛି। ନୟାପଲ୍ଲୀ, ମଞ୍ଚେଶ୍ୱର, ଖଣ୍ଡଗିରି, ଶହୀଦନଗର ଥାନାରେ ଏକାଧିକ ହତ୍ୟା ମାମଲା ରହିଛି। ବର୍ଷ ଅନୁଯାୟୀ ଦେଖିଲେ, ୨୦୦୭ରେ ୧୪୫ ମାମଲାର ତଦନ୍ତ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ ୨୦୦୮ରେ ୧୭୪, ୨୦୦୯ରେ ୧୪୩, ୨୦୧୦ରେ ୧୭୯, ୨୦୧୧ରେ ୧୮୨, ୨୦୧୨ରେ ୩୨୯, ୨୦୧୩ରେ ୫୩୭, ୨୦୧୪ରେ ୭୧୯, ୨୦୧୫ରେ ୧୨୨୬, ୨୦୧୬ରେ ୧୬୨୬, ୨୦୧୭ରେ ୨୪୩୪ ମାମଲା ରହିଛି। ଏ କ୍ଷେତ୍ରରେ ୨୦୧୮ ବର୍ଷର ନଭେମ୍ବର ସୁଦ୍ଧା ୩୩୬୭ ମାମଲା ରହିଛି। 

ଏସବୁ ମାମଲାରେ ଅଭିଯୁକ୍ତ ଗିରଫ ନ ହେବା, ଲୁଟ୍‌ ଏବଂ ଚୋରି ସମ୍ପତ୍ତି ଉଦ୍ଧାର ନ ହେବା ଯୋଗୁ ଅପରାଧର ଶିକାର ବ୍ୟକ୍ତିମାନେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ପ୍ରିୟା ସକ୍‌ସେନା। ପ୍ରିୟାଙ୍କ କହିବାନୁଯାୟୀ, ୨୦୧୮ ମାର୍ଚ୍ଚ ୧୧ରେ ତାଙ୍କ ସ୍ବାମୀଙ୍କୁ ଚିରଗୋଟୋଲା ବସ୍ତିର ଜଣେ ବ୍ୟକ୍ତି କିରୋସିନରେ ପୋଡି ହତ୍ୟା କଲେ। ଏନେଇ ସେ ଇନ୍‌ଫୋସିଟି ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ତାଙ୍କ ସ୍ବାମୀ ଗୁରୁତର ହୋଇ ହସ୍ପିଟାଲରେ ପଡିଥିବା ବେଳେ  ଘଟଣା କିଭଳି ଘଟିଥିଲା ତାହା କହିଥିଲେ।  ତାହାର ଭିଡିଓ ରେକର୍ଡିଂ ଦିଆଯାଇଥିଲେ ମଧ୍ୟ ପୋଲିସ ଚାପରେ ଚୁପ୍‌ ରହିଛି। ଅଭିଯୁକ୍ତଙ୍କୁ ଗିରଫ କଲା ନାହିଁ। ଅଭିଯୁକ୍ତଙ୍କ ପ୍ରତି ଜଣେ ପୋଲିସ ଅଫିସରଙ୍କ ସହଯୋଗ ରହିଛି ବୋଲି ସେ କହିଛନ୍ତି। ସେହିପରି ଲୁଟ୍‌ର ଶିକାର ହୋଇଥିବା ଭଗବତ ବାସୁଦେବ କହିବାନୁଯାୟୀ, ଘାଟିକିଆ ଅଞ୍ଚଳରେ ୨୦୧୮ ନଭେମ୍ବର ୩ ତାରିଖ ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ୩୦ ହଜାର ଟଙ୍କା ଲୁଟିନେଲେ। ସେ ଏଟିଏମ୍‌ରୁ ଟଙ୍କା କାଢି ବାହାରୁଥିବାବେଳେ ଏଭଳି ଲୁଟ୍‌ର ଶିକାର ହୋଇଥିଲେ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିଥିଲା, କିନ୍ତୁ ଅଭିଯୁକ୍ତମାନଙ୍କୁ ଗିରଫ କଲାନାହିଁ। ବାରମ୍ବାର ଥାନାକୁ ଦୌଡିଥିଲେ ମଧ୍ୟ କିଛି ଫଳ ମିଳିଲାନାହିଁ। ପୋଲିସ ଜାଣିଶୁଣି ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଛି ବୋଲି ସେ କହିଛନ୍ତି।

ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ କୁହନ୍ତି, ଥାନାଗୁଡ଼ିକରେ ମାମଲା ପଡି ରହିବାର ମୁଖ୍ୟ କାରଣ ହେଲା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କାରଣ। ବସ୍ତି ଅଞ୍ଚଳରେ ଅଧିକାଂଶ ଆପରାଧିକ କାର୍ଯ୍ୟକଳାପ ଘଟୁଛି। ଥାନାରେ ଏକାଧିକ ମାମଲା ରୁଜୁ ହେଉଥିଲେ ମଧ୍ୟ ପୋଲିସ ରାଜନୈତିକ କିମ୍ବା ଅର୍ଥନୈତିକ କାରଣରୁ ତାହାର ତଦନ୍ତ କରୁନାହିଁ, ଯେଉଁଥିପାଇଁ ମାମଲା ସଂଖ୍ୟା ବର୍ଷକୁ ବର୍ଷ ବଢ଼ି ଚାଲିଛି। ଯଦି ପୋଲିସ ଅର୍ଥନୈତିକ ଓ ରାଜନୈତିକ ଚାପରେ ଆସିବ ନାହିଁ, ତେବେ ତଦନ୍ତ ଠିକ୍‌ରେ ଶେଷ ହେବ।

ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ କୁହନ୍ତି, ମାମଲା ପଡ଼ିରହିବାର ମୁଖ୍ୟ କାରଣ ହେଉଛି କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା କରିବା। ସେମାନେ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି। ଏହାସହ ତଦନ୍ତକାରୀ ଅଧିକାରୀମାନେ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଦାୟିତ୍ୱରେ ରହୁଛନ୍ତି। ଫଳରେ ତଦନ୍ତ କରିବାକୁ ସେମାନେ ସମୟ ପାଉନାହାନ୍ତି। ସେହିଭଳି ଅଭିଯୋଗକାରୀ ଯଦି ଗରିବ ଲୋକ, ତେବେ ତାଙ୍କ ଅଭିଯୋଗକୁ ପୋଲିସ ଗୁରୁତ୍ୱ ଦେଉନି। କେବଳ ମାମଲା ରୁଜୁ କରି ଚୁପ୍‌ ବସୁଛି। ଗରିବ ଲୋକଟି ଅର୍ଥ ଦେଇପାରୁ ନ ଥିବାରୁ ସେମାନଙ୍କ ମାମଲା ପଡ଼ି ରହୁଛି।

ଏ ସମ୍ପର୍କରେ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ଥାନାଗୁଡ଼ିକରେ ପୋଲିସ କର୍ମଚାରୀଙ୍କ ଅଭାବ ରହୁଛି। ଏପରି କି ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଥିବାରୁ ତଦନ୍ତ ଠିକ୍‌ ଭାବେ ହୋଇପାରୁନି। ଯଦି ଲ ଆଣ୍ଡ ଅର୍ଡର ଅଲଗା ହୁଏ, ତେବେ ମାମଲା ଠିକ୍‌ରେ କ୍ଲୋଜ ହେବ। ମୁଁ ଖୁବ୍‌ଶୀଘ୍ର ମାମଲା ଶେଷ କରିବାକୁ ଥାନାଗୁଡ଼ିକୁ ନିର୍ଦ୍ଦେଶ ଦେବି ବୋଲି ମହାନ୍ତି କହିଛନ୍ତି।

ତ୍ରିନାଥ ମହାନ୍ତି

All Right Reserved By

ରାଜ୍ୟ |

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

ପୁରୀ ଅଫିସ,୨୪ା୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲାର କେତେକ ବୁଥ୍‌ରେ ହିଂସାକାଣ୍ଡ ଘଟିଛି। ତେବେ ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏ ବୁଥ୍‌ରେ ଭିଭିପିଏଟି ଏବଂ ଇଭିଏମ୍‌କୁ ଲୋକେ ଭାଙ୍ଗିଦେଇଛନ୍ତି। 

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ  ପାଇଁ ସିଇଓଙ୍କୁ ଫେରାଦ

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ପ୍ରଚାର ବନ୍ଦ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ୧୦ ଦଫା ଅଭିଯୋଗ ଉପସ୍ଥାପନ କରିଛି।

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ରାଜ୍ୟର ୫ ଜିଲାରେ ପାରଦ ୪୦ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ କମ୍‌ ତାତି ରହିଛି।

କପିଳାସ ରୋଡ୍‌-ସାଲେଗାଓଁ ରେଳପଥ ଦୋହରୀକରଣ କାର୍ଯ୍ୟ: ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅଧୀନରେ ଥିବା କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେଶନ ମଧ୍ୟରେ ରେଳଲାଇନ୍‌ ମରାମତି ତଥା ଦୋହରୀକରଣ କାର୍ଯ୍ୟ ପାଇଁ ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏହି ରୁଟ୍‌ର ଅଧିକାଂଶ ଟ୍ରେନ୍‌କୁ ବାତିଲ କରାଯାଇଛି। 

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଆସନ୍ତା ଜୁଲାଇ ଏବଂ ଅଗଷ୍ଟରେ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଗୋ ଏୟାର ସ୍ବତନ୍ତ୍ର ଭଡ଼ା ଘୋଷଣା କରିଛି। ଏ ନେଇ ଗୋ ଏୟାର ନିଜର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଜଣାଇଛି। 

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri