ରାଜ୍ୟ |

ରାଜ୍ୟର ଦୁର୍ଘଟଣା ମୃତ୍ୟୁ ହାର ଜାତୀୟଠାରୁ ଅଧିକ:ପ୍ରତି ୧୦୦ ଦୁର୍ଘଟଣାରେ ୪୪ଜଣଙ୍କ ମୃତ୍ୟୁ

ରାଜ୍ୟର ଦୁର୍ଘଟଣା ମୃତ୍ୟୁ ହାର ଜାତୀୟଠାରୁ ଅଧିକ:ପ୍ରତି ୧୦୦ ଦୁର୍ଘଟଣାରେ  ୪୪ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୨-୨(ବ୍ୟୁରୋ)- ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ଦୁର୍ଘଟଣା ଜନିତ ମୃତ୍ୟୁ ହାର ଜାତୀୟ ହାରଠାରୁ ଅଧିକ ରହିଛି। ୨୦୧୭ରେ ଦୁର୍ଘଟଣାରେ ଦେଶରେ ମୋଟ ୧.୪୮ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ କେବଳ ଓଡ଼ିଶାରେ ୪ ହଜାର ୮ଶହ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଗତ ୧୦ବର୍ଷରେ ଏହି ସଂଖ୍ୟା  ୩୦ ହଜାର ଟପିଛି। ଦେଶରେ ପ୍ରତି ୧୦୦ ଦୁର୍ଘଟଣାରେ ୨୯ଜଣ ଓ ଓଡ଼ିଶାରେ ୪୪ ଜଣଙ୍କ ଜୀବନ ଯାଉଛି।  ଏଥିରୁ ରାଜ୍ୟରେ ଦୁର୍ଘଟଣାର ଭୟଙ୍କର ସ୍ଥିତି ବାରି ହୋଇପଡୁଥିବା ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି। ସୋମବାର ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥମନ୍ତ୍ରୀ ବେହେରା ଏନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଦୁର୍ଘଟଣା ପରବର୍ତ୍ତୀ ଆଶୁ ଚିକିତ୍ସା କ୍ଷେତ୍ରରେ ଆମର ଦାୟିତ୍ୱହୀନତା ଓ ବିଫଳତାକୁ ଦାୟୀ କରିଛନ୍ତି।

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ ଯୋଗଦେଇ ରାଜ୍ୟରେ ସଡ଼କ ଦୁର୍ଘଟଣା ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରତିବର୍ଷ ୧୦ ପ୍ରତିଶତ ଦୁର୍ଘଟଣା ହାର ହ୍ରାସ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪ରେ ଅବସରପ୍ରାପ୍ତ ନ୍ୟାୟମୂର୍ତ୍ତି ରାଧାକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୨୦ ସୁଦ୍ଧା ଦୁର୍ଘଟଣା ହାର ୫୦ ପ୍ରତିଶତ ହ୍ରାସ କରିବା ପାଇଁ ଗୁରୁତ୍ୱାରୋପ କରିଥିବାବେଳେ ରାଜ୍ୟରେ କିନ୍ତୁ ଏହାର ବିପରୀତ ସ୍ଥିତି ପ୍ରତିଫଳିତ ହୋଇଛି। ୨୦୧୫ ତୁଳନାରେ ୨୦୧୬ ଓ ୨୦୧୭ରେ ଦୁର୍ଘଟଣା ହାର ୭.୩୩% ବୃଦ୍ଧି ପାଇଛି। ୨୦୧୮ ଅକ୍ଟୋବର ସୁଦ୍ଧା ରାଜ୍ୟରେ ୪୨୭୦ଟି ଦୁର୍ଘଟଣା ଘଟିଥିବାବେଳେ ୨୦୧୭ ତୁଳନାରେ ଏହି ହାର ୮.୪୩% ପ୍ରତିଶତ ଅଧିକ ରହିଛି। ତେଣୁ ଦୁର୍ଘଟଣା ହାର ହ୍ରାସ କରିବା ପାଇଁ ଜାତୀୟ ରାଜପଥର ରାମେଶ୍ବରଠାରୁ ଚଣ୍ଡିଖୋଲ ମଧ୍ୟରେ ୨୪ଟି ସିସି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏହି କ୍ୟାମେରା ଗାଡ଼ିର ଗତି ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ଏହି ଆଧାରରେ ନିୟମ ଭଙ୍ଗକାରୀ ଚାଳକ ଓ ଗାଡ଼ି ଉପରେ ଇ-ଚାଲାଣ କରାଯିବ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।

ଏହି ଉତ୍ସବରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଗଗନ କୁମାର ଧଳ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ୍‌, ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଯୋଗଦେଇ ସଡ଼କ ସୁରକ୍ଷା ହ୍ରାସ ଦିଗରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରୋଡ୍‌ ସେଫ୍ଟି ଆକ୍ସନ୍‌ ପ୍ଲାନ୍‌ ଓ ଗୁଡ୍‌୍‌ ସାମରିଟାନ୍‌ ପଲିସି ଉନ୍ମୋଚନ କରାଯାଇଥିଲା। ସଡ଼କ ସୁରକ୍ଷା ସମ୍ପର୍କରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତୀ ଛାତ୍ରୀଛାତ୍ର ଓ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରାଯାଇଥିଲା। ପରିବହନ କମିଶନର ସଞ୍ଜୀବ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ।

All Right Reserved By

ରାଜ୍ୟ |

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

ପୁରୀ ଅଫିସ,୨୪ା୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲାର କେତେକ ବୁଥ୍‌ରେ ହିଂସାକାଣ୍ଡ ଘଟିଛି। ତେବେ ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏ ବୁଥ୍‌ରେ ଭିଭିପିଏଟି ଏବଂ ଇଭିଏମ୍‌କୁ ଲୋକେ ଭାଙ୍ଗିଦେଇଛନ୍ତି। 

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ  ପାଇଁ ସିଇଓଙ୍କୁ ଫେରାଦ

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ପ୍ରଚାର ବନ୍ଦ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ୧୦ ଦଫା ଅଭିଯୋଗ ଉପସ୍ଥାପନ କରିଛି।

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ରାଜ୍ୟର ୫ ଜିଲାରେ ପାରଦ ୪୦ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ କମ୍‌ ତାତି ରହିଛି।

କପିଳାସ ରୋଡ୍‌-ସାଲେଗାଓଁ ରେଳପଥ ଦୋହରୀକରଣ କାର୍ଯ୍ୟ: ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅଧୀନରେ ଥିବା କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେଶନ ମଧ୍ୟରେ ରେଳଲାଇନ୍‌ ମରାମତି ତଥା ଦୋହରୀକରଣ କାର୍ଯ୍ୟ ପାଇଁ ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏହି ରୁଟ୍‌ର ଅଧିକାଂଶ ଟ୍ରେନ୍‌କୁ ବାତିଲ କରାଯାଇଛି। 

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଆସନ୍ତା ଜୁଲାଇ ଏବଂ ଅଗଷ୍ଟରେ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଗୋ ଏୟାର ସ୍ବତନ୍ତ୍ର ଭଡ଼ା ଘୋଷଣା କରିଛି। ଏ ନେଇ ଗୋ ଏୟାର ନିଜର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଜଣାଇଛି। 

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri