ରାଜ୍ୟ |

ପ୍ରେମୀଯୁଗଳଙ୍କୁ ଘାରିଲା ବିଛୁଆତି ଭୟ:ଭାଲେଣ୍ଟାଇନ୍ସ ଡେ’ପାଳନକୁ ବିରୋଧ କରିବ କଳିଙ୍ଗ ସେନା

ପ୍ରେମୀଯୁଗଳଙ୍କୁ ଘାରିଲା ବିଛୁଆତି ଭୟ:ଭାଲେଣ୍ଟାଇନ୍ସ ଡେ’ପାଳନକୁ ବିରୋଧ କରିବ କଳିଙ୍ଗ ସେନା

ଭୁବନେଶ୍ୱର,୧୨-୨(ବ୍ୟୁରୋ)- ପ୍ରେମର ମାସ ହେଉଛି ଫେବୃୟାରୀ। ଗତ ୭ ତାରିଖ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୪ ତାରିଖ ହେଉଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’। ରୋଜ୍‌ ଡେ’, ପ୍ରପୋଜ ଡେ’, ଚକୋଲେଟ୍‌ ଡେ’, ଟେଡି ଡେ’ ଓ ପ୍ରମିଜ ଡେ’ ପରେ ମଙ୍ଗଳବାର ହେଉଛି ହଗ୍‌ ଡେ’, ବୁଧବାର କିସ୍‌ ଡେ’ ଓ ଗୁରୁବାର ଭାଲେଣ୍ଟାଇନ୍‌ ଡେ’। ଏହି ଦିନକୁ ନିଜର ଖାସ୍‌ ମଣିଷଙ୍କ ପାଇଁ କିଭଳି ସ୍ମରଣୀୟ କରିବେ ସେଥିପାଇଁ ନିଆରା ଭାବେ ସେଲିବ୍ରେଟ୍‌ କରିବାକୁ ଯୁବପିଢି ଓ ପ୍ରେମୀଯୁଗଳଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ଏପରିସ୍ଥଳେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏହାକୁ ବିରୋଧ କରିବାକୁ କଳିଙ୍ଗ ସେନା ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଭାଲେଣ୍ଟାଇନ୍ସ ଡେ’କୁ ଆଉମାତ୍ର ଦୁଇଦିନ ରହିଥିବାବେଳେ ଏହାକୁ ବିରୋଧ କରି କଳିଙ୍ଗ ସେନା ବିଛୁଆତି ଲଗାଇବାକୁ ଧମକ ଦେଇଛି। ଏହାକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ଭୟ ଘାରିଛି।

କଳିଙ୍ଗ ସେନା ମହିଳା ଶାଖା ସଭାପତି ବିନତା ମହାନ୍ତି କହିଛନ୍ତି, ଭାଲେଣ୍ଟାଇନ୍ସ ଡେ’ ଦିନ ପାର୍କ, ସିନେମା ହଲ ଏବଂ ଶପିଂ ମଲ୍‌ରେ ବିରୋଧ କରାଯିବ। ଯଦି କୌଣସି ପ୍ରେମୀଙ୍କୁ ଏକାଠି କିମ୍ବା ଅଂସଯତ ଅବସ୍ଥାରେ ଦେଖିବାକୁ ମିଳିବେ ସେମାନଙ୍କ ଦେହରେ ବିଛୁଆତି ଓ ବାଇଡଙ୍ଗ ଲଗାଯିବ। ଏଥିପାଇଁ ୭ କଲେଜର ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ସ୍ଥାନରେ ସଜାଗ ରଖାଯିବ। ଏହି ଦିନକୁ ପାଳନ କରି ଯୁବପିଢୀମାନେ ଭାରତୀୟ ସଂସ୍କୃତିକୁ ନଷ୍ଟ କରୁଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଭାଲେଣ୍ଟାଇନ୍ସ ଡେ’ ଦିନ ଭୁବନେଶ୍ୱରର ସମସ୍ତ ଶପିଂ ମଲ୍‌ ଓ ପାର୍କକୁ ବନ୍ଦ କରିବାକୁ କଳିଙ୍ଗ ସେନା ପୋଲିସ ଡିଜି ଆର୍‌.ପି. ଶର୍ମା ଏବଂ ଭୁବନେଶ୍ୱର-କଟକ ପୋଲିସ କମିଶନର୍‌ ସତ୍ୟଜିତ ମହାନ୍ତିଙ୍କ ନିକଟରେ ଦାବି କରିଛି। ଏହାବ୍ୟତୀତ ଆଉ କେତେକ ସଂଗଠନ ମଧ୍ୟ ଭାଲେଣ୍ଟାଇନ୍ସ ଡେ’କୁ ବିରୋଧ କରିବ। ଫୋରମ ମାର୍ଟ, ବିଏମ୍‌ସି ମଲ୍‌, ପାଣ୍ଟାଲୁନ୍ସ, ଏକାମ୍ର ପାର୍କ, ଇନ୍ଦିରାଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ଖଣ୍ଡଗିରିସ୍ଥିତ ଜୟଦେବ ବାଟିକା, ନନ୍ଦନକାନନର ବଟାନିକାଲ ଗାର୍ଡେନ୍‌ ଆଦି ସ୍ଥାନ ଟାର୍ଗେଟରେ ରହିବ ବୋଲି ସୂଚନା ମିଳିଛି।ସୁରକ୍ଷା ଯୋଗାଇବ ପୋଲିସ: ୧୦୦ ଡାଏଲ କରିବାକୁ କମିଶନରଙ୍କ ପରାମର୍ଶ


ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମୀଯୁଗଳଙ୍କ ଉପରେ ପୂର୍ବରୁ ଆକ୍ରମଣ ହୋଇଥିବା ନଜିର ରହିଛି। ଏବେ ବିଭିନ୍ନ ସଂଗଠନର ବିରୋଧ ଧମକକୁ ଦୃଷ୍ଟିରେ ରଖି ଚଳିତବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବ କମିଶନ୍‌ରେଟ୍‌ ପୋଲିସ। ସହରରେ ଥିବା ପାର୍କ, ଫିଲ୍ମ ହଲ୍‌, ଶପିଂ ମଲ୍‌ଗୁଡିକରେ ପୋଲିସର କଡା ପ୍ରହରା ରହିବ।  ଯୁବତୀ, ଯୁବକ ଯେପରି କୌଣସି ଆକ୍ରମଣ ଓ ନିର୍ଯାତନାର ଶିକାର ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ।  ପାଟ୍ରୋଲିଂ ସହ ସାଦା ପୋଷାକରେ ପୋଲିସ ମୁତୟନ କରାଯିବ।  ପ୍ରେମୀଯୁଗଳ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ଆବଶ୍ୟକ ସଂଯମତା ରକ୍ଷା କଲେ ପୋଲିସ ସମସ୍ତ ପ୍ରକାର ସୁରକ୍ଷା ଓ ସହାୟତା ଯୋଗାଇ ଦେବ ବୋଲି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ପୋଲିସ ହେଲ୍‌ପ ଲାଇନ୍‌ ନଂ. ୧୦୦କୁ ଡାଏଲ କରି ଜଣାଇବାକୁ ସେ ପରାମର୍ଶ ଦେଇଛନ୍ତି।

All Right Reserved By

ରାଜ୍ୟ |

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

ପୁରୀ ଅଫିସ,୨୪ା୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲାର କେତେକ ବୁଥ୍‌ରେ ହିଂସାକାଣ୍ଡ ଘଟିଛି। ତେବେ ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏ ବୁଥ୍‌ରେ ଭିଭିପିଏଟି ଏବଂ ଇଭିଏମ୍‌କୁ ଲୋକେ ଭାଙ୍ଗିଦେଇଛନ୍ତି। 

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ  ପାଇଁ ସିଇଓଙ୍କୁ ଫେରାଦ

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ପ୍ରଚାର ବନ୍ଦ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ୧୦ ଦଫା ଅଭିଯୋଗ ଉପସ୍ଥାପନ କରିଛି।

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ରାଜ୍ୟର ୫ ଜିଲାରେ ପାରଦ ୪୦ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ କମ୍‌ ତାତି ରହିଛି।

କପିଳାସ ରୋଡ୍‌-ସାଲେଗାଓଁ ରେଳପଥ ଦୋହରୀକରଣ କାର୍ଯ୍ୟ: ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅଧୀନରେ ଥିବା କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେଶନ ମଧ୍ୟରେ ରେଳଲାଇନ୍‌ ମରାମତି ତଥା ଦୋହରୀକରଣ କାର୍ଯ୍ୟ ପାଇଁ ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏହି ରୁଟ୍‌ର ଅଧିକାଂଶ ଟ୍ରେନ୍‌କୁ ବାତିଲ କରାଯାଇଛି। 

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଆସନ୍ତା ଜୁଲାଇ ଏବଂ ଅଗଷ୍ଟରେ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଗୋ ଏୟାର ସ୍ବତନ୍ତ୍ର ଭଡ଼ା ଘୋଷଣା କରିଛି। ଏ ନେଇ ଗୋ ଏୟାର ନିଜର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଜଣାଇଛି। 

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri