ରାଜ୍ୟ |

ଗୋଲ୍‌ଡେନ୍‌ ଟ୍ରାଏଙ୍ଗଲ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ:ରୁଷିଆର ୪, କିର୍ଗିଜ୍‌ସ୍ତାନର ୨ ଫିଲ୍ମ ପ୍ରଦର୍ଶିତ

ଗୋଲ୍‌ଡେନ୍‌ ଟ୍ରାଏଙ୍ଗଲ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ:ରୁଷିଆର ୪, କିର୍ଗିଜ୍‌ସ୍ତାନର ୨ ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ୱର,୧୨-୨(ବ୍ୟୁରୋ)- ଜାତୀୟ, ଅନ୍ତର୍ଜାତୀୟ ଓ ଆଞ୍ଚଳିକ ସିନେମାକୁ ନେଇ ଆୟୋଜିତ ୪ର୍ଥ ଗୋଲ୍‌ଡେନ୍‌ ଟ୍ରାଏଙ୍ଗଲ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଜିଟିଆଇଏଫ୍‌ଏଫ୍‌)ର ସୋମବାର ଥିଲା ତୃତୀୟ ଦିବସ। ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏହି ମହୋତ୍ସବରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋଟ ୯ଟି ସିନେମା ପ୍ରଦର୍ଶିତ ହୋଇଥିଲା। ରୁଷିଆରୁ ସର୍ବାଧିକ ୪ଟି ଫିଲ୍ମ ସହ କିର୍ଗିଜ୍‌ସ୍ତାନର ୨ଟି ଫିଲ୍ମ ଏବଂ ଗୋଟିଏ ଲେଖାଏ ବଙ୍ଗଳା, ହିନ୍ଦୀ ଓ ମରାଠି ଫିଲ୍ମ ଦେଖିଥିଲେ ଦର୍ଶକ। ଏହାମଧ୍ୟରେ ‘କ୍ଲୋଜର୍‌’, ‘ଅଙ୍କଲ୍‌ ଶାଶା’ ଓ ‘ହେରିଟେଜ୍‌’ ଭଳି ଫିଲ୍ମ ରହିଥିଲା।

ରଷିଆନ୍‌ ଫିଲ୍ମ ‘ହଣ୍ଡ୍ରେଡ୍‌ ରୁବ୍‌ଲସ ଫର୍‌ ଏ ଡ୍ରିମ୍‌’ରୁ ଆରମ୍ଭ ହୋଇଥିଲା ଜିଟିଆଇଏଫ୍‌ଏଫ୍‌ର ୩ୟ ଦିବସ। ରୁଷିଆର ଏକ ଆଞ୍ଚଳିକ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଶୋ’ ‘ହଣ୍ଡ୍ରେଡ୍‌ ରୁବ୍‌ଲସ ଫର୍‌ ଏ ଡ୍ରିମ୍‌’ ଉପରେ କ୍ଷୁଦ୍ର ଚଳଚ୍ଚିତ୍ର ଆଧାରିତ। ସ୍ବପ୍ନକୁ ନେଇ ବଞ୍ଚୁଥିବା ଯେକୌଣସି ବ୍ୟକ୍ତି ଏହି ଶୋ’ରେ ଅଂଶଗ୍ରହଣ କରି ନିଜ ସ୍ବପ୍ନକୁ ସାକାର କରିବାକୁ ଦର୍ଶକମାନଙ୍କଠାରୁ ସହାୟତା ସ୍ବରୂପ ଅର୍ଥ ମାଗିପାରିବେ। ହେଲେ ‘ହଣ୍ଡ୍ରେଡ୍‌ ରୁବ୍‌ଲସ ଫର୍‌ ଏ ଡ୍ରିମ୍‌’ର ଇତିହାସରେ କେହି ଜଣେ ବି ହେଲେ ଆବଶ୍ୟକ ଅର୍ଥ ସଂଗ୍ରହ କରିପାରି ନ ଥିଲେ। ଶୋ’ର ଏହି ବୈଚିତ୍ର୍ୟ ଚଳଚ୍ଚିତ୍ରରେ ପ୍ରତିଫଳିତ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ଇଭାନ୍‌ ଆର୍ଟେମୋଭ୍‌। ସେହିଭଳି କିର୍ଗିଜ୍‌ସ୍ତାନର ଫିଲ୍ମ ‘ଲାଇଫ୍‌ ଇଜ୍‌ ଓ୍ବାଣ୍ଡର୍‌ଫୁଲ୍‌’ ଆଉଏକ ଆକର୍ଷଣୀୟ ଫିଲ୍ମ ଥିଲା। ଜଣେ ସାଧାରଣ ଲୋକର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ତିଆରି ହୋଇଥିବାବେଳେ ଭବିଷ୍ୟତରୁ କିଛି ଆଶା, ଆକାଂକ୍ଷା ନ ରଖି ବି ସେ କିଭଳି ଏକ ସକାରାତ୍ମକ ଜୀବନ ବଞ୍ଚୁଛି ତାହାର ନିଚ୍ଛକ ପ୍ରତିଫଳିତ ହୋଇଛି। ଜଣେ ଭିନ୍ନକ୍ଷମ ହୋଇ ବି ସେ କିଭଳି ନିଜ ପାରିବାରିକ, ସାମାଜିକ, ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷାକରି ଚାଲିଛନ୍ତି ତାହାକୁ ନିର୍ଦ୍ଦେଶକ ଏଥିରେ ଦେଖାଇବାର ପ୍ରୟାସ କରିଥିଲେ। ଭିନ୍ନକ୍ଷମ ଓ ସାଧାରଣ ଲୋକଙ୍କ ପାଇଁ ଏକାଧିକ ସାମାଜିକ ବାର୍ତ୍ତା ଏହି ଫିଲ୍ମରେ ରହିଥିଲା। ଅନ୍ୟପକ୍ଷରେ ଡକ୍ୟୁମେଣ୍ଟାରି ଫିଲ୍ମ ‘ହେରିଟେଜ୍‌’ କିର୍ଜିସ୍ତାନର ଲୋକପ୍ରିୟ ପାରମ୍ପରିକ କ୍ରୀଡା ‘କୋକ୍‌ ବୋରୁ’ ବା ‘ଡେଡ୍‌ ଗୋଟ୍‌ ପୋଲୋ’ ଉପରେ ଆଧାରିତ ଥିଲା। ଫିଲ୍ମରେ କିର୍ଗିଜ୍‌ସ୍ତାନରେ ପ୍ରଚଳିତ ପ୍ରଥା, ପରମ୍ପରା ଓ ପାରମ୍ପରିକ କ୍ରୀଡା ସମ୍ପର୍କରେ ଅନେକ କିଛି ଜାଣିବାକୁ ପାଇଥିଲେ ଦର୍ଶକ। କ୍ଷୁଦ୍ର ଚଳଚ୍ଚିତ୍ରର ଦେଶ କୁହାଯାଉଥିବା କିର୍ଜିସ୍ତାନର ଅଧିକାଂଶ ଫିଲ୍ମ ତିଆରି କରିବାକୁ ସେଠାକାର ସରକାର ସହାୟତା ଯୋଗାଇ ଦେଉଥିବାବେଳେ ଭାରତରେ ମଧ୍ୟ ଏହି ଟ୍ରେଣ୍ଡ୍‌ ଆରମ୍ଭ କରିବାକୁ କିର୍ଜିସ୍ତାନରୁ ଆସିଥିବା ଜଣାଶୁଣା ପ୍ରଯୋଜକ ତଥା ଅଭିନେତ୍ରୀ ଚଲ୍‌ପନ୍‌ ଇଡ୍ରିସୋଭା କହିଛନ୍ତି।

୩ୟ ଦିବସରେ ପ୍ରଦର୍ଶିତ ଅନ୍ୟ ଫିଲ୍ମ ମଧ୍ୟରେ ରହିଥିଲା ରୁଷିଆର ‘ଅଙ୍କଲ ଶାଶା’, ‘କ୍ଲୋଜର୍‌’, ‘ଫେଥ୍‌’, ବଙ୍ଗଳା ଫିଲ୍ମ ‘ଭଙ୍କାକୁ’, ହିନ୍ଦୀର ‘ମା’, ମରାଠିର ‘ଏକ୍‌ ରୁପେନ୍‌ଚି ଯାତ୍ରା’। ଆଗାମୀ ବର୍ଷଠାରୁ ଏହି ଚଳଚ୍ଚିତ୍ର ମହୋତ୍ସବକୁ ଭୁବନେଶ୍ୱର ବ୍ୟତୀତ ପୁରୀ, କଟକ ଓ କୋଣାର୍କରେ ଆୟୋଜନ କରାଯିବ ବୋଲି ମହୋତ୍ସବ ସଭାପତି ପ୍ରିୟରଞ୍ଜନ ସାହୁ କହିଛନ୍ତି। 

All Right Reserved By

ରାଜ୍ୟ |

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

୯ମ ଶ୍ରେଣୀରେ ନାମ ଲେଖାଇ ପାରୁନାହାନ୍ତି ୪୫ ଛାତ୍ରୀ

ଚନ୍ଦ୍ରପୁର,୨୦ା୪(ଡ଼ି.ଏନ.ଏ)-ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡ଼ାଙ୍ଗସୋରଡ଼ା ସଦର ମହକୁମାରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଗ୍ରାମ ମଙ୍ଗଳ ବିଭାଗର ଛାତ୍ରୀ ନିବାସରେ ୧୦୦ ଆଦିବାସୀ ଛାତ୍ରୀ ରୁହନ୍ତି

ଜୋର୍‌ ଧରିଲା ପ୍ରଶାସନିକ ପ୍ରସ୍ତୁତି  : ବରଦାସ୍ତ କରାଯିବନି ବେଆଇନ କାର୍ଯ୍ୟ: ଜିଲାପାଳ

ଜୋର୍‌ ଧରିଲା ପ୍ରଶାସନିକ ପ୍ରସ୍ତୁତି : ବରଦାସ୍ତ କରାଯିବନି ବେଆଇନ କାର୍ଯ୍ୟ: ଜିଲାପାଳ

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାର କାମାକ୍ଷାନଗର (୫୭) ଏବଂ ପରଜଙ୍ଗ (୫୮) ନିର୍ବାଚନମଣ୍ଡଳୀରେ ସ୍ବଚ୍ଛ, ଅବାଧ ମତଦାନ ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋର୍‌ ଧରିଛି। ଭୋଟରେ କୌଣସି ବେଆଇନ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ। 

ନୂଆଁ ଅରଖକୁଦ ଗ୍ରାମରେ ଘୂର୍ଣ୍ଣିଝଡ଼: ଉଡ଼ିଗଲା ୨୫ରୁ ଊର୍ଦ୍ଧ୍ୱ ଛପର

ନୂଆଁ ଅରଖକୁଦ ଗ୍ରାମରେ ଘୂର୍ଣ୍ଣିଝଡ଼: ଉଡ଼ିଗଲା ୨୫ରୁ ଊର୍ଦ୍ଧ୍ୱ ଛପର

ବଇଣ୍ଡା,୨୦।୪ (ଡି.ଏନ.ଏ)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ନୂଆଁ ଅରଖକୁଦ ଗ୍ରାମରେ ଶୁକ୍ରବାର ରାତିରେ ଘୂର୍ଣ୍ଣିଝଡ଼ ହୋଇଛି। ଏଥିଯୋଗୁ ଗ୍ରାମରେ ୨୫ରୁ ଊର୍ଦ୍ଧ୍ୱ  ଚାଳ ଓ ଆଜବେଷ୍ଟସ ଛପର ଘର ଉଡ଼ିଯାଇଛି। 

ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ହାତୀ ଉପଦ୍ରବ, ଲୋକେ ଆତଙ୍କିତ

ବଇଣ୍ଡା,୨୦।୪ (ଡି.ଏନ.ଏ)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ  ହଣ୍ଡପା ରେଞ୍ଜ  ଅଧୀନରେ ଥିବା ବାତ୍ରାଖୋଳ, ଲକ୍ଷ୍ମୀପୁର ଗ୍ରାମରେ  ହାତୀ ଉପଦ୍ରବ ଚଳାଇଛନ୍ତି।    ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

ଔପଦାରେ ତିନି ଦଳର ମାରାଥନ ପ୍ରଚାର

ଔପଦାରେ ତିନି ଦଳର ମାରାଥନ ପ୍ରଚାର

ଔପଦା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଲୋକ ସଭା ଓ ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଔପଦା ବ୍ଲକ ସଦର ବଜାର ସହ ୬ଟି ପଞ୍ଚାୟତର ୩ ପ୍ରମୁଖ କଂଗ୍ରେସ, ଭାଜପା ଓ ବିଜେଡିର ବାଇକ୍‌ ରାଲି, ରୋଡ଼ ଶୋ’ ତଥା ଗ୍ରାମ ପରିକ୍ରମାରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଛି।

ନକଲି ବିଦେଶୀ ମଦ କାରଖାନା ଠାବ, ୪ ଗିରଫ

ନକଲି ବିଦେଶୀ ମଦ କାରଖାନା ଠାବ, ୪ ଗିରଫ

ସୋର, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ କଟକ ଅବକାରୀ ଗୋଇନ୍ଦା ବିଭାଗ, ମୋବାଇଲ ସ୍କ୍ବାଡ଼, ସୋର ଅବକାରୀ ଓ ନୀଳଗିରି ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଖଇରା ଓ ସିମୁଳିଆ ଥାନା ଅଧିନରେ ନକଲି ମଦ କାରଖାନା ଠାବ କରାଯାଇଛି।

ବିଜେଡି ଶ୍ରମିକ ସେଲ୍‌ର ରାଜ୍ୟ ସମ୍ପାଦକ ହେଲେ ଗଦାଧର ମଲ୍ଲିକ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଶନିବାର ବିଜେଡି ଶ୍ରମିକ ସେଲ୍‌ର ରାଜ୍ୟ ସମ୍ପାଦକ ଭାବେ ଗଦାଧର ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି। 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ଭାବେ କମଳାକାନ୍ତ ମହାପାତ୍ରଙ୍କୁ ଶନିବାର ନିଯୁକ୍ତି ଦେଇଛନ୍ତି। 

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

ଭଟଲି,୨୦ା୪(ଡି.ଏନ୍‌.ଏ.): ବୁଥ ନାହିଁ ତ ଭୋଟ ନାହିଁ । ଭୋଟ ଦେବା ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ହୋଇଥିଲେ ହେଁ ‘ଗାଁରେ ବୁଥ ନ ହେଲେ ଆମେ ଭୋଟ ଦେବୁ ନାହିଁ’ ବୋଲି ଅଡ଼ି ବସିଛନ୍ତି ଭଟଲି ବ୍ଲକ୍‌ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରସାଳି ଗ୍ରାମବାସୀ ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ  ବଦ୍ରି ପାତ୍ର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ ବଦ୍ରି ପାତ୍ର

ଆନନ୍ଦପୁର,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା କିଛି ବିରୋଧୀଙ୍କ ଭିତ୍ତିହୀନ ମନ୍ତବ୍ୟ ଏବଂ ନିର୍ବାଚନୀ ହିଂସାକୁ ଉସୁକାଇବା ଘଟଣାକୁ ନେଇ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ଆନନ୍ଦପୁର,୨୦।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ଆଧାରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନେ ଆକ୍ଷେପ ପ୍ରତିଆକ୍ଷେପ ମୂଳକ ଭାବେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୋଧରେ ଅଭିଯୋଗ କରୁଛନ୍ତି।


Model This Week

କ୍ରିଷ୍ଣା
Why Dharitri