ରାଜ୍ୟ |

ସାତକୋଶିଆରେ ବ୍ୟାଘ୍ର ବଂଶ ବୃଦ୍ଧି ଯୋଜନା ଫେଲ୍‌: ଏନ୍‌ଟିସିଏ ନିର୍ଦ୍ଦେଶକୁ ଗିଳିଦେଲା ବନ ବିଭାଗ

ସାତକୋଶିଆରେ ବ୍ୟାଘ୍ର ବଂଶ ବୃଦ୍ଧି ଯୋଜନା ଫେଲ୍‌: ଏନ୍‌ଟିସିଏ ନିର୍ଦ୍ଦେଶକୁ ଗିଳିଦେଲା ବନ ବିଭାଗ

ଭୁବନେଶ୍ୱର, ୧୨-୨(ବ୍ୟୁରୋ)- ରାଜ୍ୟରେ ବ୍ୟାଘ୍ର ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଆନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି ପ୍ରକଳ୍ପରେ ମଧ୍ୟପ୍ରଦେଶରୁ ୬ଟି ବାଘ ଅଣାଯିବାର ଯୋଜନା ରହିଥିଲା। ପ୍ରଥମ ପର୍ଯ୍ୟାୟରେ ୨ଟି ମହାବଳ ଅଣାଯାଇ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଛଡ଼ା ଯାଇଥିଲା। ଏହି ପ୍ରକଳ୍ପକୁ ନେଇ ସେତେବେଳେ ବନ ବିଭାଗ ଅତ୍ୟନ୍ତ ଉଚ୍ଚାଭିଳାଷୀ ହୋଇପଡ଼ିଥିଲା। କିନ୍ତୁ ସାତକୋଶିଆକୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ ମଣିଷ ଖାଇଥିବା ଅଭିଯୋଗ ଆସିବା ଓ ବାଘ ‘ମହାବୀର’ର ଅକସ୍ମାତ ମୃତ୍ୟୁ ଏହି ପ୍ରକଳ୍ପରେ ରକ୍ତଛିଟା ପକାଇଥିଲା। ଏହି ଦୁଇ ଘଟଣାରେ ଦୋଷ ଖସାଇବା ପାଇଁ ହୋଇଥିବା ଷଡଯନ୍ତ୍ରକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଧରିବା ପରେ ବନ ବିଭାଗ ଏକ ପ୍ରକାର ହରଡ଼ ଘଟଣାରେ ପଡ଼ିଯାଇଥିଲା। ଏବେ ଏନ୍‌ଟିସିଏ ଦେଇଥିବା ରିପୋର୍ଟକୁ ଚାପି ଦିଆଯାଇଥିବା ଅଭିଯୋଗ ଉଠୁଛି। ଏପରିକି ଏନ୍‌ଟିସିଏ ନିର୍ଦ୍ଦେଶକୁ ବନ ବିଭାଗ କାର୍ଯ୍ୟକାରୀ ନ କରି ଚାପି ଦେବାକୁ ଆଉ ଏକ ଷଡ଼ଯନ୍ତ୍ର କରିଥିବା କୁହାଯାଉଛି। ମହାବୀର ମୃତ୍ୟୁର ଦୋଷୀ କିଏ ଏଯାଏ ଜଣାପଡି ନ ଥିବାବେଳେ ‘ସୁନ୍ଦରୀ’ର ଭବିଷ୍ୟତକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇଟି ବାଘକୁ ସୁରକ୍ଷା ଦେବାରେ ବନ ବିଭାଗ ଫେଲ୍‌ ମାରିଥିବାବେଳେ ଏହି ବୃହତ ପ୍ରକଳ୍ପ କ୍ରମଶଃ ଅନ୍ଧାର ଘେରକୁ ଠେଲି ହୋଇଯାଉଛି।

‘ସୁନ୍ଦରୀ’ ଆସିବା ପରଠାରୁ ସାତକୋଶିଆ ଚର୍ଚ୍ଚାରେ ରହି ଆସିଛି। ‘ସୁନ୍ଦରୀ’ ମଣିଷ ଓ ବହୁ ଗୃହପାଳିତ ପଶୁ ମାରିବା ଅଭିଯୋଗ ଆସିବା ପରେ ତାକୁ ଏନ୍‌କ୍ଲୋଜର ଭିତରେ ବନ୍ଦୀ କରି ରଖାଯାଇଛି। ସେହିପରି ‘ମହାବୀର’ର ମୃତ୍ୟୁ ଏଯାଏ ରହସ୍ୟ ଘେରରେ ରହିଛି। ଝିଙ୍କ ମାରିଖାଇବା ଦ୍ୱାରା ତା’ର ମୃତ୍ୟୁ ହୋଇଥିବା ବନ ବିଭାଗ କହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ  ଏନ୍‌ଟିସିଏ ଓ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ବିଶେଷଜ୍ଞମାନେ ବନ ବିଭାଗ ରିପୋର୍ଟକୁ ଭୁଲ୍‌ ପ୍ରମାଣିତ କରିଥିଲେ। ମହାବୀର ଶିକାରୀଙ୍କ ଫାଶରେ ପଡ଼ିଥିବା ଓ ବେକରେ ଘା’ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ଏନ୍‌ଟିସିଏ ରିପୋର୍ଟ ଦେଇଥିଲା। ଏଥିସହ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଏନ୍‌ଟିସିଏ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲା। କିନ୍ତୁ ଏହି ଚିଠି ଯେପରି ଶୀତଳ ଭଣ୍ଡାରରେ ରହିଯାଇଛି। କାର୍ଯ୍ୟାନୁଷ୍ଠାନ ନିଆଯିବା ବଦଳରେ  ଦୋଷୀ ଅଧିକାରୀଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ଉଠୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଯେଉଁ ବନଖଣ୍ଡ ଅଧିକାରୀଙ୍କ ସମୟରେ ‘ମହାବୀର’ର ମୃତ୍ୟୁ ହୋଇଥିଲା, ସମ୍ପୃକ୍ତ ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ଭାର ଦିଆଯିବା ବିଭାଗୀୟ କାର୍ଯ୍ୟଧାରାକୁ ପଦାରେ ପକାଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ବାଘୁଣୀ ‘ସୁନ୍ଦରୀ’ ଏନ୍‌କ୍ଲୋଜର ଭିତରେ ରହିଛି। ତା’ର ସ୍ବାଭାବରେ ମଧ୍ୟ ପରିବର୍ତ୍ତନ ଆସିବାରେ ଲାଗିଛି। ଏତେ ଦିନ ଏନ୍‌କ୍ଲୋଜର ଭିତରେ ରଖାଗଲେ ପରବର୍ତ୍ତୀ ସମୟରେ ଜଙ୍ଗଲରେ ରହିବା ତା’ ପାଇଁ କଷ୍ଟକର ହୋଇପଡ଼ିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଇତିମଧ୍ୟରେ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବା ପାଇଁ ବ୍ୟବସ୍ଥା ହୋଇଛି। ତା’ର ଗତିବିଧିକୁ ନଜର ରଖିବା ପାଇଁ ଶିମିଳିପାଳରୁ ଦୁଇଟି ହାତୀ ସେଠାକୁ ଯାଇଛନ୍ତି। କିନ୍ତୁ ସୁନ୍ଦରୀକୁ କେବେ ଛଡ଼ାଯିବ ତାହା ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରୁ ନାହିଁ। ଆଗକୁ ନିର୍ବାଚନ ଆସୁଥିବାରୁ ‘ସୁନ୍ଦରୀ’କୁ ଜଙ୍ଗଲରେ ଛଡ଼ାଗଲେ କାଳେ ପୁଣି କିଛି ଘଟଣା ଘଟିବ ଓ  ଅଡ଼ୁଆ ପରିସ୍ଥିତି ଉପୁଜିବ ସେହି ଭୟ ଏବେ ବନ ବିଭାଗ ଓ ସରକାରଙ୍କୁ ଘାରିଛି। କାରଣ ସୁନ୍ଦରୀକୁ ଛଡ଼ାଗଲେ ସ୍ଥାନୀୟ ଲୋକେ ବିରୋଧ କରିବେ ଓ ସରକାରଙ୍କୁ ଜବାବ ଦେବା ପାଇଁ ସେମାନେ ନିର୍ବାଚନରୁ ମଧ୍ୟ ଓହରିପାରନ୍ତି। ତେଣୁ ନିର୍ବାଚନ ପୂର୍ବରୁ ସୁନ୍ଦରୀକୁ ଜଙ୍ଗଲରେ ନ ଛାଡ଼ିପାରନ୍ତି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି।  ଏହି ଦୁଇ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ଏ ସଂକ୍ରାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ସୁନ୍ଦରୀ ବିଷୟରେ ବର୍ତ୍ତମାନ ସୁଦ୍ଧା ଚିନ୍ତା କରାଯାଇ ନାହିଁ।  ମହାବୀର ସମ୍ପର୍କରେ ପିସିସିଏଫ୍‌(ବନ୍ୟପ୍ରାଣୀ) ଉତ୍ତର ଦେଇପାରିବେ। କିନ୍ତୁ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀଙ୍କୁ ଅନେକ ଥର ଫୋନ୍‌ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ କରି ନ ଥିଲେ।

All Right Reserved By

ରାଜ୍ୟ |

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୨|୨(ବ୍ୟୁରୋ)- ଜମି ବିକ୍ରି ଆଳରେ ଜାଲ୍‌ କାଗଜପତ୍ରରେ ଜାତି ବଦଳାଇ ଏକାଧିକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ବାପ ଓ ପୁଅଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନାନବିହାର ଅଞ୍ଚଳର ଅମରେଶ୍ୱର ଦାସ ଓ ତାଙ୍କ ପୁଅ ରତ୍ନାକର ଦାସ।  

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚତ୍ତ

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚତ୍ତ

ପୁରୀ ଅଫିସ,୨୨|୨: ଗତବର୍ଷ ମାଟ୍ରିକ ପରୀକ୍ଷା ମଝିରେ ବାପା ଚାଲିଗଲେ। ମାନସିକ ଅବସ୍ଥା ଠିକ୍‌ ରହିଲା ନାହିଁ। ପରୀକ୍ଷାରେ ଫେଲ୍‌ ହେଲି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଭଲ କରିପାରିଲି ନାହିଁ। ଆଶା କରିଥିଲି ଚଳିତବର୍ଷ ପରୀକ୍ଷା ଦେବି।

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କାଉନ୍‌ସିଲ ଫର୍‌  ଇଣ୍ଡିଆନ  ସ୍କୁଲ  ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ)ର ଦଶମ ଶ୍ରେଣୀ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି। 

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି:  ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି: ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ିଆ ଅନର୍ସ ଛାତ୍ର ସଂସଦ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ:  କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ: କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କଳା ଏକତାର ମନ୍ତ୍ର ଦେଇଥାଏ। କଳାରେ ଜାତି, ଧର୍ମ ଓ ଭାଷାର ବିଭେଦ ନ ଥାଏ। କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ।

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ବଇଣ୍ଡା, ୨୧ା୨(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ଛକଠାରେ ଗୁରୁବାର ଭୋର ସମୟରେ ମାଟ୍ରିକ ପ୍ରଶ୍ନପତ୍ର ନେଇ ଯାଉଥିବା ଏକ କଣ୍ଟେନର ଓଲଟିପଡିଛି। ବଡି ଭୋର୍‌ରୁ କଣ୍ଟେନର(ନଂ. ଟିଏନ୍‌ ୧୮ କେ ୨୮୬୨)ଟି କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା। 

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଗୋପ, ୨୧।୨(ଡି.ଏନ୍‌.ଏ.)-ଖରାଦିନ ଆରମ୍ଭରୁ ଗୋପ ବ୍ଲକ ଅଧୀନ ଅଧିକାଂଶ ନଳକୂପରୁ ପିଇବା ପାଣି ନ ବାହାରିବା ଫଳରେ ସାଧାରଣ ଲୋକେ ଏବେ ଚିନ୍ତାରେ ରହିଛନ୍ତି। ଗୋପ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ନଳକୂପଗୁଡ଼ିକ ଭାଙ୍ଗି ରୁଜି ପଡ଼ିଥିବାବେଳେ ଅଧିକାଂଶ ନଳକୂପରୁ ଜଳସ୍ତର କମିଯିବାରୁ ପିଇବା ପାଣି ବାହାରୁନାହିଁ। ଫଳରେ ଗୋପ ବ୍ଲକ ଅଧୀନ ଅଧିକାଂଶ ଗାଁରେ ଏବେ ପାଣି ସମସ୍ୟା ଦେଖାଦେଇଛି। 

ଆଖି ବୁଜିଲା ‘ରୋଶନ’

ଆଖି ବୁଜିଲା ‘ରୋଶନ’

ବାରଙ୍ଗ,୨୧।୨(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୪ ତାରିଖରୁ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମହାବଳ ବାଘ ‘ରୋଶନ’ ଶେଷରେ ଆଖି ବୁଜିଛି। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୨୦ରେ ତା’ର ମୃତ୍ୟୁ ଘଟିଛି। ତାକୁ ୧୭ବର୍ଷ ହୋଇଥିଲା। ପଛଗୋଡ଼ ପାରାଲିସିସ୍‌ରେ ଆକ୍ରାନ୍ତ ହେବାରୁ ସେ ଚଲାବୁଲା କରି ନ ପାରି ଗୋଟିଏ ଜାଗାରେ ପଡ଼ିରହୁଥିଲା। 

ପିଏମ-କିଷାନରେ ସାମିଲ ହେବ ଓଡିଶା

ପିଏମ-କିଷାନରେ ସାମିଲ ହେବ ଓଡିଶା

ଭୁବନେଶ୍ୱର,୨୧ା୨(ବ୍ୟୁରୋ)-ପ୍ରଧାନମନ୍ତ୍ରୀ (ପିଏମ)-କିଷାନ ଯୋଜନାରେ ଓଡିଶାର କୃଷକମାନଙ୍କୁ ସାମିଲ କରାଯିବ । ସେହି ଅନୁଯାୟୀ ଆବଶ୍ୟକ ତଥ୍ୟ ସମ୍ପୃକ୍ତ ଓ୍ବେବସାଇଟରେ ଅପଲୋଡ କରିବାକୁ କରିବାକୁ କୃଷି ଓ ଶସକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି, ୨୧ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ସହରାଞ୍ଚଳର ବିଭିନ୍ନ କ୍ଲବ, ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ, ଟ୍ରେଡ ୟୁନିୟନଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଧାରଣା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ା ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୯୭ଦିନରେ ପହଞ୍ଚିଛି। 

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

ଲାଞ୍ଜିଗଡ଼,୨୧।୨(ଡି.ଏନ.ଏ.): କିଛି ଦିନର ନିରବତା ପରେ ଗୁରୁବାର ମାଓବାଦୀ ସଙ୍ଗଠନ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ ନିକଟସ୍ଥ କଦମ୍ବଗୁଡା ଛକରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଛି। ପୂର୍ବରୁ କଦମ୍ବଗୁଡା ଛକ ନିକଟରେ ନିମ୍ନମାନର କାମକୁ ବିରୋଧ କରି ମାଓବାଦୀମାନେ ଜଣେ ଠିକାଦାରଙ୍କ ମିକ୍ସର ମେଶିନ ଜାଳି ଦେଇଥିଲେ। 

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ସୋହେଲା,୨୧।୨(ଡି.ଏନ୍‌.ଏ.)- ବରଗଡ ଜିଲା ସୋହେଲା ଇଚ୍ଛାପାଲିରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାରେ ରାଜ୍ୟର ୧୪ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା ପ୍ରଦାନ କରିଥିଲେ।