ରାଜ୍ୟ | ବାଲେଶ୍ୱର

ଚାରା ବାଣ୍ଟିଲେ ନବଦମ୍ପତି

ଚାରା ବାଣ୍ଟିଲେ ନବଦମ୍ପତି

ଭଦ୍ରକ ଅଫିସ, ୧୨।୨ - ସାଧାରଣତଃ ବାହାଘରରେ ରୋଶଣି, ବାଣ ଓ ଉପହାର ଏକ ପ୍ରଥା ହୋଇଯାଇଛି। ନିମନ୍ତ୍ରିତ ଅତିଥିମାନେ ବାହାଘରରେ ଭୋଜି ଖାଇ ବରକନ୍ୟାଙ୍କୁ ଉପହାର ଦେଇ ଶୁଭକାମନା ଜଣାଇଥାନ୍ତି। ହେଲେ ଏପରି ଏକ ନିଆରା ବାହାଘର ଯେଉଁଠି ଉପହାର ନେବା ପାଇଁ ନିମନ୍ତ୍ରଣ କାର୍ଡରେ ସ୍ପଷ୍ଟ ମନା କରାଯାଇଥିଲା। ବଦଳରେ ବିବାହ ମଣ୍ଡପରୁ ଭୋଜି ଖାଇ ଫେରୁଥିବା ଅତିଥିମାନେ ନବଦମ୍ପତିଙ୍କଠାରୁ ଚାରା ଉପହାର ଆଣି ବେଶ୍‌ ଖୁସିରେ ଘରକୁ ଫେରୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। 

ଭଦ୍ରକ ବନ୍ତ ଛକ ଷ୍ଟାଡିୟମ ରୋଡର ଅବସରପ୍ରାପ୍ତ ଫେକରର କର୍ମଚାରୀ ଦିଲୀପ ନାୟକ ଗତ ଜାନୁୟାରୀ ୨୭ ତାରିଖରେ ତାଙ୍କ ବଡ଼ପୁଅଙ୍କ ବାହାଘର କରି  ଏଭଳି ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି। ତାଙ୍କ ବଡ଼ପୁଅ ଇଞ୍ଜିନିୟର ଦିନେଶଙ୍କ ସହିତ ବାସୁଦେବପୁର ଅଞ୍ଚଳର ଶରତ ନାୟକଙ୍କ ଝିଅ ମୌସୁମୀଙ୍କ ବିବାହ ହୋଇଥିଲା। ଅତିଥିମାନେ ବିନା ଉପହାରରେ ଆସିବାକୁ ନିମନ୍ତ୍ରଣ ପତ୍ରରେ ଲେଖାଥିଲା। ସେହିପରି ପରିବେଶ ପ୍ରଦୂଷଣ ରୋକିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିନା ବାଣ, ରୋଶଣିରେ ନିରାଡ଼ମ୍ବର ଭାବେ ବିବାହ ସମ୍ପନ୍ନ ହୋଇଥିଲା। ଜାନୁୟାରୀ ୩୧ ତାରିଖରେ ଡିଆର୍‌ଡିଏ ରୋଡସ୍ଥିତ ଏକ ବିବାହ ମଣ୍ଡପରେ ଦିନେଶଙ୍କ ଚତୁର୍ଥୀ ଭୋଜି ଦିଆଯାଇଥିଲା। ଏଠାକୁ ନିମନ୍ତ୍ରିତ ହୋଇ ଆସିଥିବା ଅତିଥିମାନେ ବରକନ୍ୟାଙ୍କୁ ଆଶୀର୍ବାଦ କରିବା ସହ ନିରାମିଷ ଭୋଜି ଖାଇଥିଲେ। ଘରକୁ ଫେରିବା ସମୟରେ ସେମାନଙ୍କୁ ଗୋଟିଏ ଲେଖାଏ ଚାରା ନବଦମ୍ପତି ଉପହାର ଭାବେ ଦେଇଥିଲେ। ଏଥିପାଇଁ ୫ ଶହ ଚାରାର ଏକ ଗିଫ୍ଟ ବ୍ୟାଗ୍‌ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ପ୍ରକାର ଫୁଲ ଓ ଫଳଗଛ ଚାରା ରହିଥିଲା। ଅତିଥିମାନେ ମନ ମୁତାବକ ଚାରା ନବଦମ୍ପତିଙ୍କ ହାତରୁ ନେଇ ଘରକୁ ଫେରିଥିଲେ। ବାପାଙ୍କ ଏପରି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରିଛନ୍ତି ପୁଅ ବୋହୂ ଓ ନିମନ୍ତ୍ରିତ ଅତିଥିମାନେ। ତାଙ୍କର ଏଭଳି ପଦକ୍ଷେପକୁ ଭଦ୍ରକ ସହରବାସୀ ମଧ୍ୟ ପ୍ରଶଂସା କରିଛନ୍ତି। ପ୍ରକାଶ ଯେ, ଏହି ବାହାଘରକୁ ବାଦ୍‌ ଦେଲେ ଦିଲୀପ ନିଜ ଘର ଓ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିସାରିଛନ୍ତି। ଅନ୍ୟପକ୍ଷେ ଅବସର ନେବା ପରେ ସେ ବୃକ୍ଷରୋପଣକୁ ନିଜର ସାମାଜିକ ଉତ୍ତରଦାୟିତ୍ୱ ଭାବେ ବାଛି ନେଇଛନ୍ତି। ଏଥିପାଇଁ ସ୍ତ୍ରୀ ଶିକ୍ଷୟିତ୍ରୀ ଶିରୋମଣି ମହାପାତ୍ର ଓ ପରିବାର ତାଙ୍କୁ ପ୍ରୋତ୍ସାହିତ କରୁଥିବା ଦିଲୀପ ପ୍ରତିକ୍ରିୟା ରଖିଛନ୍ତି।

All Right Reserved By

ରାଜ୍ୟ | ବାଲେଶ୍ୱର

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୨|୨(ବ୍ୟୁରୋ)- ଜମି ବିକ୍ରି ଆଳରେ ଜାଲ୍‌ କାଗଜପତ୍ରରେ ଜାତି ବଦଳାଇ ଏକାଧିକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ବାପ ଓ ପୁଅଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନାନବିହାର ଅଞ୍ଚଳର ଅମରେଶ୍ୱର ଦାସ ଓ ତାଙ୍କ ପୁଅ ରତ୍ନାକର ଦାସ।  

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚିତ

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପୁରୀ ଅଫିସ,୨୨|୨: ଗତବର୍ଷ ମାଟ୍ରିକ ପରୀକ୍ଷା ମଝିରେ ବାପା ଚାଲିଗଲେ। ମାନସିକ ଅବସ୍ଥା ଠିକ୍‌ ରହିଲା ନାହିଁ। ପରୀକ୍ଷାରେ ଫେଲ୍‌ ହେଲି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଭଲ କରିପାରିଲି ନାହିଁ। ଆଶା କରିଥିଲି ଚଳିତବର୍ଷ ପରୀକ୍ଷା ଦେବି।

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କାଉନ୍‌ସିଲ ଫର୍‌  ଇଣ୍ଡିଆନ  ସ୍କୁଲ  ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ)ର ଦଶମ ଶ୍ରେଣୀ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି। 

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି:  ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି: ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ିଆ ଅନର୍ସ ଛାତ୍ର ସଂସଦ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ:  କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ: କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କଳା ଏକତାର ମନ୍ତ୍ର ଦେଇଥାଏ। କଳାରେ ଜାତି, ଧର୍ମ ଓ ଭାଷାର ବିଭେଦ ନ ଥାଏ। କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ।

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ବଇଣ୍ଡା, ୨୧ା୨(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ଛକଠାରେ ଗୁରୁବାର ଭୋର ସମୟରେ ମାଟ୍ରିକ ପ୍ରଶ୍ନପତ୍ର ନେଇ ଯାଉଥିବା ଏକ କଣ୍ଟେନର ଓଲଟିପଡିଛି। ବଡି ଭୋର୍‌ରୁ କଣ୍ଟେନର(ନଂ. ଟିଏନ୍‌ ୧୮ କେ ୨୮୬୨)ଟି କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା। 

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଗୋପ, ୨୧।୨(ଡି.ଏନ୍‌.ଏ.)-ଖରାଦିନ ଆରମ୍ଭରୁ ଗୋପ ବ୍ଲକ ଅଧୀନ ଅଧିକାଂଶ ନଳକୂପରୁ ପିଇବା ପାଣି ନ ବାହାରିବା ଫଳରେ ସାଧାରଣ ଲୋକେ ଏବେ ଚିନ୍ତାରେ ରହିଛନ୍ତି। ଗୋପ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ନଳକୂପଗୁଡ଼ିକ ଭାଙ୍ଗି ରୁଜି ପଡ଼ିଥିବାବେଳେ ଅଧିକାଂଶ ନଳକୂପରୁ ଜଳସ୍ତର କମିଯିବାରୁ ପିଇବା ପାଣି ବାହାରୁନାହିଁ। ଫଳରେ ଗୋପ ବ୍ଲକ ଅଧୀନ ଅଧିକାଂଶ ଗାଁରେ ଏବେ ପାଣି ସମସ୍ୟା ଦେଖାଦେଇଛି। 

ଆଖି ବୁଜିଲା ‘ରୋଶନ’

ଆଖି ବୁଜିଲା ‘ରୋଶନ’

ବାରଙ୍ଗ,୨୧।୨(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୪ ତାରିଖରୁ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମହାବଳ ବାଘ ‘ରୋଶନ’ ଶେଷରେ ଆଖି ବୁଜିଛି। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୨୦ରେ ତା’ର ମୃତ୍ୟୁ ଘଟିଛି। ତାକୁ ୧୭ବର୍ଷ ହୋଇଥିଲା। ପଛଗୋଡ଼ ପାରାଲିସିସ୍‌ରେ ଆକ୍ରାନ୍ତ ହେବାରୁ ସେ ଚଲାବୁଲା କରି ନ ପାରି ଗୋଟିଏ ଜାଗାରେ ପଡ଼ିରହୁଥିଲା। 

ପିଏମ-କିଷାନରେ ସାମିଲ ହେବ ଓଡିଶା

ପିଏମ-କିଷାନରେ ସାମିଲ ହେବ ଓଡିଶା

ଭୁବନେଶ୍ୱର,୨୧ା୨(ବ୍ୟୁରୋ)-ପ୍ରଧାନମନ୍ତ୍ରୀ (ପିଏମ)-କିଷାନ ଯୋଜନାରେ ଓଡିଶାର କୃଷକମାନଙ୍କୁ ସାମିଲ କରାଯିବ । ସେହି ଅନୁଯାୟୀ ଆବଶ୍ୟକ ତଥ୍ୟ ସମ୍ପୃକ୍ତ ଓ୍ବେବସାଇଟରେ ଅପଲୋଡ କରିବାକୁ କରିବାକୁ କୃଷି ଓ ଶସକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି, ୨୧ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ସହରାଞ୍ଚଳର ବିଭିନ୍ନ କ୍ଲବ, ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ, ଟ୍ରେଡ ୟୁନିୟନଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଧାରଣା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ା ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୯୭ଦିନରେ ପହଞ୍ଚିଛି। 

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

ଲାଞ୍ଜିଗଡ଼,୨୧।୨(ଡି.ଏନ.ଏ.): କିଛି ଦିନର ନିରବତା ପରେ ଗୁରୁବାର ମାଓବାଦୀ ସଙ୍ଗଠନ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ ନିକଟସ୍ଥ କଦମ୍ବଗୁଡା ଛକରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଛି। ପୂର୍ବରୁ କଦମ୍ବଗୁଡା ଛକ ନିକଟରେ ନିମ୍ନମାନର କାମକୁ ବିରୋଧ କରି ମାଓବାଦୀମାନେ ଜଣେ ଠିକାଦାରଙ୍କ ମିକ୍ସର ମେଶିନ ଜାଳି ଦେଇଥିଲେ। 

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ସୋହେଲା,୨୧।୨(ଡି.ଏନ୍‌.ଏ.)- ବରଗଡ ଜିଲା ସୋହେଲା ଇଚ୍ଛାପାଲିରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାରେ ରାଜ୍ୟର ୧୪ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା ପ୍ରଦାନ କରିଥିଲେ।