ରାଜ୍ୟ | ବ୍ରହ୍ମପୁର

ଆଗାମୀ ନିର୍ବାଚନ ପାଇଁ କଂଗ୍ରେସରୁ ୩ ଜଣଙ୍କ ନାମ

ଆଗାମୀ ନିର୍ବାଚନ ପାଇଁ କଂଗ୍ରେସରୁ ୩ ଜଣଙ୍କ ନାମ

ବ୍ରହ୍ମପୁର ଅଫିସ,୧୨ା୨-ଚଳିତ ବର୍ଷର ସାଧାରଣ ନିର୍ବାଚନ ପାଖେଇ ଆସୁଛି। ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ଭାଜପାର ଆଶାୟୀ ପ୍ରାର୍ଥୀଙ୍କ ଉତ୍କଣ୍ଠା ବଢ଼ି ଚାଲିଛି। ଗଞ୍ଜାମ ଜିଲାର ୧୩ ବିଧାନସଭା କ୍ଷେତ୍ରରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ସୁନିଶ୍ଚିତ ହୋଇଥିବା ବେଳେ ଅବଶିଷ୍ଟ ଆସନ ପାଇଁ ନବୀନ ହିଁ ପ୍ରାର୍ଥୀ ଚୟନ କରିବେ। ତେଣୁ ଶଙ୍ଖ ଦଳର ଆଶାୟୀମାନେ ଚୁପ୍‌ ରହିଛନ୍ତି । ଭାଜପା ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଚୟନ ସମ୍ପର୍କରେ ପ୍ରାକ୍‌ ଆଲୋଚନା କରି ନ ଥିବା ବେଳେ ଗଞ୍ଜାମ କଂଗ୍ରେସ  ସମସ୍ତ ସେଗ୍‌ମେଣ୍ଟ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ପ୍ରଦେଶ କଂଗ୍ରେସ କମିଟି (ପିସିସି)କୁ ପଠାଇଛି। ଅଧିକାଂଶ ବିଧାନସଭା କ୍ଷେତ୍ର ନିମନ୍ତେ ୩ ରୁ ୪ ଜଣଙ୍କ ନାମ ଥିବାରୁ ଆଶାୟୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । 

  ଗଞ୍ଜାମ ଜିଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ହିଞ୍ଜିଳି ଆସନ ପାଇଁ ୩ ଜଣଙ୍କ ନାମ ସୁପାରିସ କରାଯାଇଛି । ସେମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁର ପଦ୍ମଚରଣ ସାହୁ ଥିବା ବେଳେ ନିର୍ବାଚନ ମଣ୍ଡଳୀ ବାହାରର ନିରଞ୍ଜନ ପାଣିଗ୍ରାହୀ ଓ ଶମ୍ଭୁ ପାଣିଗ୍ରାହୀ ଅଛନ୍ତି । ଅପରପକ୍ଷେ  ଆଗାମୀ ନିର୍ବାଚନରେ ବାମପନ୍ଥୀ ସହ କଂଗ୍ରେସର ମେଣ୍ଟ ହେବାର ସମ୍ଭାବନା ରହିଛି। ଯଦି ଏହା ହୁଏ ତେବେ ଗଞ୍ଜାମ ଜିଲାର ଛତ୍ରପୁର ଓ ଦିଗପହଣ୍ଡିରେ ଯଥାକ୍ରମେ ସିପିଆଇ ଓ ସିପିଏମ୍‌ ପ୍ରାର୍ଥୀ ଲଢ଼ିବାକୁ କଂଗ୍ରେସ ଛାଡ଼ି ଦେଇପାରେ । ଆସିକା ଲୋକସଭା ଆସନ ମଧ୍ୟ ସିପିଆଇକୁ ଛାଡ଼ିବାର ସମ୍ଭାବନା ରହିଛି। ହିଞ୍ଜିଳି ବିଧାନସଭା ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ନ ଦେଇ ସିପିଆଇକୁ ସମର୍ଥନ କରିବାର ଚର୍ଚ୍ଚା ଜୋର ଧରିଛି। ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ଏନ. ନାରାୟଣ ରେଡ୍ଡୀ ଇତିମଧ୍ୟରେ ଶେରଗଡ଼ ଓ ହିଞ୍ଜିଳି ବ୍ଲକକୁ ଯାଇ ତୃଣମୂଳସ୍ତରର କର୍ମୀଙ୍କ ସହ ଆଲୋଚନା କରିଥିବାରୁ ଏହାକୁ ଗୁରୁତ୍ୱ ଦିଆଯାଇଛି ।

  ସୂଚନାଯୋଗ୍ୟ, ସ୍ବାଧୀନତା ପରେ ୧୯୫୧-୫୨ ପ୍ରଥମ ନିର୍ବାଚନ ବେଳେ ପାଟପୁର ବିଧାନସଭା କ୍ଷେତ୍ରରେ ହିଞ୍ଜିଳିକାଟୁ ଥିଲା। କମ୍ୟୁନିଷ୍ଟ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନଙ୍କ ସହ କଂଗ୍ରେସର ବୃନ୍ଦାବନ ନାୟକଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ସ୍ବର୍ଗତ ନାୟକ ପରାସ୍ତ ହୋଇଥିଲେ । ବିଧାନସଭା ୱେବସାଇଟ ତଥ୍ୟ ପ୍ରକାରେ ୧୯୫୭ ଦ୍ୱିତୀୟ ନିର୍ବାଚନରେ ସ୍ବତନ୍ତ୍ର ଭାବେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ବୃନ୍ଦାବନ ନାୟକ ଜିତିଥିଲେ । ପରବର୍ତ୍ତୀ ୧୯୬୧, ୧୯୬୭, ୧୯୭୧, ୧୯୭୪ ନିର୍ବାଚନରେ ମଧ୍ୟ କଂଗ୍ରେସରୁ ବୃନ୍ଦାବନ ଜିତିଥିଲେ। ୧୯୭୭ ନିର୍ବାଚନରେ ବୃନ୍ଦାବନ ନାୟକ ଉତ୍କଳ କଂଗ୍ରେସ ଏବଂ ୧୯୮୦ ନିର୍ବାଚନରେ ଜନତା ପାର୍ଟି (ଏସ)ରୁ ସ୍ବର୍ଗତ ନାୟକ ବିଧାୟକ ହୋଇଥିଲେ। ତାଙ୍କ ପରଲୋକ ପରେ ପୁତ୍ର ଉଦୟନାଥ ନାୟକ ୧୯୮୫ ନିର୍ବାଚନରେ କଂଗ୍ରେସରୁ ଲଢ଼ି ହିଞ୍ଜିଳିରୁ ବିଧାୟକ ହୋଇଥିଲେ । ୧୯୯୦ ନିର୍ବାଚନରେ ସେହି ଆସନରୁ ଜନତା ଦଳ ପ୍ରାର୍ଥୀ ହରିହର ସାହୁ ଏବଂ ୧୯୯୫ ନିର୍ବାଚନରେ ପୁଣି ଉଦୟନାଥ ନାୟକ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୧୪ ସୁଦ୍ଧା ହୋଇଥିବା ୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ଲଗାତର ୪ ଥର ଜିତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ହିଞ୍ଜିଳିରୁ କଂଗ୍ରେସ ୭ ଥର, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟି (ଏସ) ଓ ଜନତା ଦଳ ପ୍ରାର୍ଥୀ ଥରେ ଲେଖାଏ ନିର୍ବାଚିତ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଲଗାତର ୪ ଥର ନିର୍ବାଚିତ ହୋଇଛନ୍ତି ।


All Right Reserved By

ରାଜ୍ୟ | ବ୍ରହ୍ମପୁର

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୨|୨(ବ୍ୟୁରୋ)- ଜମି ବିକ୍ରି ଆଳରେ ଜାଲ୍‌ କାଗଜପତ୍ରରେ ଜାତି ବଦଳାଇ ଏକାଧିକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ବାପ ଓ ପୁଅଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନାନବିହାର ଅଞ୍ଚଳର ଅମରେଶ୍ୱର ଦାସ ଓ ତାଙ୍କ ପୁଅ ରତ୍ନାକର ଦାସ।  

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚତ୍ତ

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚତ୍ତ

ପୁରୀ ଅଫିସ,୨୨|୨: ଗତବର୍ଷ ମାଟ୍ରିକ ପରୀକ୍ଷା ମଝିରେ ବାପା ଚାଲିଗଲେ। ମାନସିକ ଅବସ୍ଥା ଠିକ୍‌ ରହିଲା ନାହିଁ। ପରୀକ୍ଷାରେ ଫେଲ୍‌ ହେଲି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଭଲ କରିପାରିଲି ନାହିଁ। ଆଶା କରିଥିଲି ଚଳିତବର୍ଷ ପରୀକ୍ଷା ଦେବି।

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କାଉନ୍‌ସିଲ ଫର୍‌  ଇଣ୍ଡିଆନ  ସ୍କୁଲ  ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ)ର ଦଶମ ଶ୍ରେଣୀ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି। 

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି:  ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି: ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ିଆ ଅନର୍ସ ଛାତ୍ର ସଂସଦ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ:  କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ: କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କଳା ଏକତାର ମନ୍ତ୍ର ଦେଇଥାଏ। କଳାରେ ଜାତି, ଧର୍ମ ଓ ଭାଷାର ବିଭେଦ ନ ଥାଏ। କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ।

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ବଇଣ୍ଡା, ୨୧ା୨(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ଛକଠାରେ ଗୁରୁବାର ଭୋର ସମୟରେ ମାଟ୍ରିକ ପ୍ରଶ୍ନପତ୍ର ନେଇ ଯାଉଥିବା ଏକ କଣ୍ଟେନର ଓଲଟିପଡିଛି। ବଡି ଭୋର୍‌ରୁ କଣ୍ଟେନର(ନଂ. ଟିଏନ୍‌ ୧୮ କେ ୨୮୬୨)ଟି କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା। 

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଗୋପ, ୨୧।୨(ଡି.ଏନ୍‌.ଏ.)-ଖରାଦିନ ଆରମ୍ଭରୁ ଗୋପ ବ୍ଲକ ଅଧୀନ ଅଧିକାଂଶ ନଳକୂପରୁ ପିଇବା ପାଣି ନ ବାହାରିବା ଫଳରେ ସାଧାରଣ ଲୋକେ ଏବେ ଚିନ୍ତାରେ ରହିଛନ୍ତି। ଗୋପ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ନଳକୂପଗୁଡ଼ିକ ଭାଙ୍ଗି ରୁଜି ପଡ଼ିଥିବାବେଳେ ଅଧିକାଂଶ ନଳକୂପରୁ ଜଳସ୍ତର କମିଯିବାରୁ ପିଇବା ପାଣି ବାହାରୁନାହିଁ। ଫଳରେ ଗୋପ ବ୍ଲକ ଅଧୀନ ଅଧିକାଂଶ ଗାଁରେ ଏବେ ପାଣି ସମସ୍ୟା ଦେଖାଦେଇଛି। 

ଆଖି ବୁଜିଲା ‘ରୋଶନ’

ଆଖି ବୁଜିଲା ‘ରୋଶନ’

ବାରଙ୍ଗ,୨୧।୨(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୪ ତାରିଖରୁ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମହାବଳ ବାଘ ‘ରୋଶନ’ ଶେଷରେ ଆଖି ବୁଜିଛି। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୨୦ରେ ତା’ର ମୃତ୍ୟୁ ଘଟିଛି। ତାକୁ ୧୭ବର୍ଷ ହୋଇଥିଲା। ପଛଗୋଡ଼ ପାରାଲିସିସ୍‌ରେ ଆକ୍ରାନ୍ତ ହେବାରୁ ସେ ଚଲାବୁଲା କରି ନ ପାରି ଗୋଟିଏ ଜାଗାରେ ପଡ଼ିରହୁଥିଲା। 

ପିଏମ-କିଷାନରେ ସାମିଲ ହେବ ଓଡିଶା

ପିଏମ-କିଷାନରେ ସାମିଲ ହେବ ଓଡିଶା

ଭୁବନେଶ୍ୱର,୨୧ା୨(ବ୍ୟୁରୋ)-ପ୍ରଧାନମନ୍ତ୍ରୀ (ପିଏମ)-କିଷାନ ଯୋଜନାରେ ଓଡିଶାର କୃଷକମାନଙ୍କୁ ସାମିଲ କରାଯିବ । ସେହି ଅନୁଯାୟୀ ଆବଶ୍ୟକ ତଥ୍ୟ ସମ୍ପୃକ୍ତ ଓ୍ବେବସାଇଟରେ ଅପଲୋଡ କରିବାକୁ କରିବାକୁ କୃଷି ଓ ଶସକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି, ୨୧ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ସହରାଞ୍ଚଳର ବିଭିନ୍ନ କ୍ଲବ, ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ, ଟ୍ରେଡ ୟୁନିୟନଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଧାରଣା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ା ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୯୭ଦିନରେ ପହଞ୍ଚିଛି। 

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

ଲାଞ୍ଜିଗଡ଼,୨୧।୨(ଡି.ଏନ.ଏ.): କିଛି ଦିନର ନିରବତା ପରେ ଗୁରୁବାର ମାଓବାଦୀ ସଙ୍ଗଠନ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ ନିକଟସ୍ଥ କଦମ୍ବଗୁଡା ଛକରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଛି। ପୂର୍ବରୁ କଦମ୍ବଗୁଡା ଛକ ନିକଟରେ ନିମ୍ନମାନର କାମକୁ ବିରୋଧ କରି ମାଓବାଦୀମାନେ ଜଣେ ଠିକାଦାରଙ୍କ ମିକ୍ସର ମେଶିନ ଜାଳି ଦେଇଥିଲେ। 

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ସୋହେଲା,୨୧।୨(ଡି.ଏନ୍‌.ଏ.)- ବରଗଡ ଜିଲା ସୋହେଲା ଇଚ୍ଛାପାଲିରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାରେ ରାଜ୍ୟର ୧୪ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା ପ୍ରଦାନ କରିଥିଲେ।