ରାଜ୍ୟ | ବ୍ରହ୍ମପୁର

କଟା ଗଛ ପୁନଃରୋପଣ କଲା ସବୁଜ ବାହିନୀ

କଟା ଗଛ ପୁନଃରୋପଣ କଲା ସବୁଜ ବାହିନୀ

ବ୍ରହ୍ମପୁର ଅଫିସ୍‌,୧୨ା୨-ରାସ୍ତା ପ୍ରଶସ୍ତୀକରଣ ଏବଂ ଡ୍ରେନ୍‌ ନିର୍ମାଣ ବାହାନାରେ ଠିକାଦାର ପୋଷିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ଗଛ କାଟୁଛି । ନିର୍ବାଚନ ଆଗକୁ ଥିବା ବେଳେ ତା’ ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଏବେ ତରବରିଆ କାମ ଚାଲିଛି। ପରିବେଶ ସୁରକ୍ଷାକୁ ଦୃଷ୍ଟି ନ ଦେଇ ବହୁ ସଂଖ୍ୟାରେ ଗଛ କଟାଯାଉଛି। ଏନେଇ ସୋମବାର ‘ଧରିତ୍ରୀ’ରେ ବ୍ରହ୍ମପୁର ସବୁଜିମା ନଷ୍ଟ କରୁଛି ବିଏମ୍‌ସି:ଠିକାଦାରଙ୍କୁ ପୋଷିବାକୁ  କଟାଯାଉଛି ଗଛ’ ଶୀର୍ଷକରେ ଖବର ପ୍ରକାଶ ପାଇଥିଲା। ଏହା ବହୁ ସହରବାସୀ ଏବଂ ପରିବେଶବିତ୍‌ଙ୍କୁ ମର୍ମାହତ କରିଛି। ବିଏମ୍‌ସିକୁ ତୀବ୍ର ସମାଲୋଚନା କରାଯାଉଛି। ଅନ୍ୟପଟେ କଟା ହୋଇଥିବା ଗଛକୁ ନୂଆ ଜୀବନ ଦେବା ପାଇଁ ଉଦ୍ୟମ କରିଛି ବ୍ରହ୍ମପୁରର ସାମାଜିକ ସଂଗଠନ ‘ସବୁଜ ବାହିନୀ’ ।

  ରାମଲିଙ୍ଗମ୍‌ ପୋଖରୀଠାରୁ ଆମ୍ବ ବଜାର ଯାଏ ରାସ୍ତା ଏବଂ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚାଲିଛି । ପାଖାପାଖି ୩ କିମିରୁ ଊର୍ଦ୍ଧ୍ୱ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ୭୦ରୁ ଅଧିକ ଗଛ ଲାଗିଛି। ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥା ମନଇଚ୍ଛା ଏହି ଗଛଗୁଡ଼ିକୁ କାଟିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଗଛ କଟା ସରିଲାଣି। ଦିନରେ ଗଛ କାଟିଲେ ବିରୋଧ ହେବାର ଆଶଙ୍କା କରି ରାତିରେ ଗଛ କଟାଯାଉଛି। ବିଏମ୍‌ସିର ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀଙ୍କ ଆଗୋଚରରେ ପୁରୁଣା ଗଛଗୁଡ଼ିକୁ କଟା ଯାଉଥିଲେ ମଧ୍ୟ ସମସ୍ତେ ଚୁପ୍‌। କେହି ଏହାକୁ ବିରୋଧ କରୁନାହାନ୍ତି। ଓଲଟି ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ବିଏମ୍‌ସି ପକ୍ଷରୁ ସମ୍ପୃୃକ୍ତ ଠିକା ସଂସ୍ଥାକୁ ତାଗିଦ୍‌ କରାଯାଉଛି। ୨୦୧୩ରେ ଫାଇଲିନ୍‌ ବାତ୍ୟା ବ୍ରହ୍ମପୁରରେ ବ୍ୟାପକ କ୍ଷତି ଘଟାଇଥିଲା। ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ବିଶ୍ୱବ୍ୟାଙ୍କ ତରଫରୁ ୨ଶହ କୋଟି ଟଙ୍କା ପ୍ରଦାନ କରାଯାଇଛି । ପାଞ୍ଚ ବର୍ଷରୁ ଅଧିକ ସମୟ ହେଲା, ବିଶ୍ୱବ୍ୟାଙ୍କ ଟଙ୍କା ଦେଇସାରିଲାଣି । ହେଲେ ମିଳିଥିବା ଟଙ୍କାରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସାରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ କେବେ ମଧ୍ୟ ଗୁରୁତ୍ୱ ଦେଇନାହାନ୍ତି। କେବଳ ସମୟ ଗଡ଼ାଇ ଚାଲୁଥିଲେ। ଆଗକୁ ନିର୍ବାଚନ। ଥରେ ଆଚରଣବିଧି ଲାଗିଲେ, କୌଣସି ସରକାରୀ ପ୍ରକଳ୍ପ ଉଦ୍‌ଘାଟନ ହୋଇପାରିବ ନାହିଁ। ଏଥି ପାଇଁ ତରବରିଆ ଭାବେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସାରିବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ସମ୍ପୃକ୍ତ ଠିକା ସଂସ୍ଥା ଉପରେ ଚାପ ପକାଉଛନ୍ତି। ଏହି ଚାପ ଯୋଗୁ ଠିକା ସଂସ୍ଥା ମଧ୍ୟ ତରବରିଆ ଭାବେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରୁଛି। ରାସ୍ତା କଡ଼ରେ ଥିବା ବଡ଼ ବଡ଼ ଗଛଗୁଡ଼ିକୁ ରାତି ଅଧିଆ କାଟି  ସହର ବାହାରେ ଫିଙ୍ଗି ଦିଆଯାଉଛି ।

  କାର୍ଯ୍ୟ ‘ବ୍ରହ୍ମପୁର ସବୁଜ ବାହିନୀ’ର କର୍ମକର୍ତ୍ତାଙ୍କୁ ମର୍ମାହତ କରିଛି। ସେମାନେ ନିର୍ମାଣ ସ୍ଥଳକୁ ଯାଇ ଗଛ କାଟିବାକୁ ବିରୋଧ କରିଛନ୍ତି। ଯେଉଁ କେତେକ ଉପଡା ଯାଇଥିଲା, ସଂଗଠନର କର୍ମକର୍ତ୍ତାମାନେ ନିଜସ୍ବ ଉଦ୍ୟମରେ ପୁନଃରୋପଣ ବ୍ୟବସ୍ଥା କରିଛନ୍ତି। ସେମାନେ ନିଜେ ଗାଡ଼ି ଭଡ଼ା କରି ଗଛଗୁଡ଼ିକୁ ନୀଳକଣ୍ଠେଶ୍ୱର ଶ୍ମଶାନକୁ ନେଇଛନ୍ତି। ହାତରୁ ଟଙ୍କା ଖର୍ଚ୍ଚ କରି ମଜୁରିଆ ଲଗାଇ ଗଛଗୁଡ଼ିକୁ ଶ୍ମଶାନରେ ପୁଣି ରୋପଣ କରିଛନ୍ତି । ମଜୁରିଆଙ୍କ ସହ ନିଜେ ଖଟିଥିଲେ। ଗଛଗୁଡ଼ିକ ଟଳିପଡ଼ିବା ଆଶଙ୍କା ଯୋଗୁ ଚାରିପଟରେ ବାଉଁଶ ଡେରା ଦେଇଛନ୍ତି। ସଂଗଠନ ସମ୍ପାଦକ ଏମ୍‌.ଦିଲ୍ଲୀପ କୁମାର କହିଛନ୍ତି, ବାରମ୍ବାର ବାତ୍ୟା ଯୋଗୁ ସହରରେ ଗଛ ସଂଖ୍ୟା କମୁଥିବା ବେଳେ ରାସ୍ତା ନିର୍ମାଣ ପାଇଁ ଯେଉଁଭଳି ଭାବେ ଗଛ କଟାଯାଉଛି, ତାହା ଦୁଃଖଦାୟକ । ଏହା ଆମକୁ ମର୍ମାହତ କରିଛି। ସେଥି ପାଇଁ ଉପଡା ଯାଇଥିବା ଗଛକୁ ପୁନର୍ଜୀବନ ଦେବା ପାଇଁ ସେଗୁଡ଼ିକୁ ରୋପଣ କରାଯାଇଛି। ଯେଉଁ ଗଛଗୁଡ଼ିକ କଟାଯାଇଛି, ସେଥିରେ ଅନେକ ପୁରୁଣା। ସହରରେ କଂକ୍ରିଟ୍‌ ଜଙ୍ଗଲ ସୃଷ୍ଟି କରିବା ପାଇଁ ସବୁଜିମା ନଷ୍ଟ କରିବା ନିନ୍ଦନୀୟ ବୋଲି ସେ ପ୍ରକାଶ କରିଛନ୍ତି ।


All Right Reserved By

ରାଜ୍ୟ | ବ୍ରହ୍ମପୁର

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଜମି ବିକିବା ଆଳରେ ଜାତି ବଦଳାଇ ଏକାଧିକ ଠକେଇ: ବାପ, ପୁଅଙ୍କୁ ଗିରଫକଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର, ୨୨|୨(ବ୍ୟୁରୋ)- ଜମି ବିକ୍ରି ଆଳରେ ଜାଲ୍‌ କାଗଜପତ୍ରରେ ଜାତି ବଦଳାଇ ଏକାଧିକ ଲୋକଙ୍କଠାରୁ ବହୁ ଲକ୍ଷ ଟଙ୍କା ଠକେଇ କରିଥିବା ବାପ ଓ ପୁଅଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ କାନାନବିହାର ଅଞ୍ଚଳର ଅମରେଶ୍ୱର ଦାସ ଓ ତାଙ୍କ ପୁଅ ରତ୍ନାକର ଦାସ।  

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚତ୍ତ

ମିଳିଲାନି ଆଡମିଟ୍‌ କାର୍ଡ, ମାଟ୍ରିକ ପରୀକ୍ଷାରୁ ଛାତ୍ର ବଞ୍ଚତ୍ତ

ପୁରୀ ଅଫିସ,୨୨|୨: ଗତବର୍ଷ ମାଟ୍ରିକ ପରୀକ୍ଷା ମଝିରେ ବାପା ଚାଲିଗଲେ। ମାନସିକ ଅବସ୍ଥା ଠିକ୍‌ ରହିଲା ନାହିଁ। ପରୀକ୍ଷାରେ ଫେଲ୍‌ ହେଲି। ସପ୍ଲିମେଣ୍ଟାରୀ ପରୀକ୍ଷାରେ ଭଲ କରିପାରିଲି ନାହିଁ। ଆଶା କରିଥିଲି ଚଳିତବର୍ଷ ପରୀକ୍ଷା ଦେବି।

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଆଜିଠୁ ଆଇସିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କାଉନ୍‌ସିଲ ଫର୍‌  ଇଣ୍ଡିଆନ  ସ୍କୁଲ  ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ)ର ଦଶମ ଶ୍ରେଣୀ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେଉଛି। 

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି:  ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି: ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ କଲା ଓଡ଼ିଆ ଅନର୍ସ ଛାତ୍ର ସଂସଦ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ିଆ ଅନର୍ସ ଛାତ୍ର ସଂସଦ ପକ୍ଷରୁ ଗୁରୁବାର ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ:  କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ: କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨(ବ୍ୟୁରୋ)- କଳା ଏକତାର ମନ୍ତ୍ର ଦେଇଥାଏ। କଳାରେ ଜାତି, ଧର୍ମ ଓ ଭାଷାର ବିଭେଦ ନ ଥାଏ। କଳା ଜରିଆରେ ସାମାଜିକ ପରିବର୍ତ୍ତନ ଆସିପାରିବ।

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ମାଟ୍ରିକ ପ୍ରଶ୍ନପତ୍ର କଣ୍ଟେନର ଓଲଟିଲା

ବଇଣ୍ଡା, ୨୧ା୨(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ଛକଠାରେ ଗୁରୁବାର ଭୋର ସମୟରେ ମାଟ୍ରିକ ପ୍ରଶ୍ନପତ୍ର ନେଇ ଯାଉଥିବା ଏକ କଣ୍ଟେନର ଓଲଟିପଡିଛି। ବଡି ଭୋର୍‌ରୁ କଣ୍ଟେନର(ନଂ. ଟିଏନ୍‌ ୧୮ କେ ୨୮୬୨)ଟି କଟକରୁ ବଲାଙ୍ଗୀର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ରାସ୍ତାକଡରେ ଓଲଟି ପଡିଥିଲା। 

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଖରାଦିନ ଆରମ୍ଭରୁ ପିଇବା ପାଣି ସମସ୍ୟା : ଗୋପ ବ୍ଲକରେ ୫୦୦ରୁ ଊର୍ଦ୍ଧ୍ୱ ନଳକୂପ ଅଚଳ

ଗୋପ, ୨୧।୨(ଡି.ଏନ୍‌.ଏ.)-ଖରାଦିନ ଆରମ୍ଭରୁ ଗୋପ ବ୍ଲକ ଅଧୀନ ଅଧିକାଂଶ ନଳକୂପରୁ ପିଇବା ପାଣି ନ ବାହାରିବା ଫଳରେ ସାଧାରଣ ଲୋକେ ଏବେ ଚିନ୍ତାରେ ରହିଛନ୍ତି। ଗୋପ ବ୍ଲକ ଅଧୀନ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଥିବା ସରକାରୀ ନଳକୂପଗୁଡ଼ିକ ଭାଙ୍ଗି ରୁଜି ପଡ଼ିଥିବାବେଳେ ଅଧିକାଂଶ ନଳକୂପରୁ ଜଳସ୍ତର କମିଯିବାରୁ ପିଇବା ପାଣି ବାହାରୁନାହିଁ। ଫଳରେ ଗୋପ ବ୍ଲକ ଅଧୀନ ଅଧିକାଂଶ ଗାଁରେ ଏବେ ପାଣି ସମସ୍ୟା ଦେଖାଦେଇଛି। 

ଆଖି ବୁଜିଲା ‘ରୋଶନ’

ଆଖି ବୁଜିଲା ‘ରୋଶନ’

ବାରଙ୍ଗ,୨୧।୨(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ୪ ତାରିଖରୁ ଅସୁସ୍ଥ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମହାବଳ ବାଘ ‘ରୋଶନ’ ଶେଷରେ ଆଖି ବୁଜିଛି। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୨୦ରେ ତା’ର ମୃତ୍ୟୁ ଘଟିଛି। ତାକୁ ୧୭ବର୍ଷ ହୋଇଥିଲା। ପଛଗୋଡ଼ ପାରାଲିସିସ୍‌ରେ ଆକ୍ରାନ୍ତ ହେବାରୁ ସେ ଚଲାବୁଲା କରି ନ ପାରି ଗୋଟିଏ ଜାଗାରେ ପଡ଼ିରହୁଥିଲା। 

ପିଏମ-କିଷାନରେ ସାମିଲ ହେବ ଓଡିଶା

ପିଏମ-କିଷାନରେ ସାମିଲ ହେବ ଓଡିଶା

ଭୁବନେଶ୍ୱର,୨୧ା୨(ବ୍ୟୁରୋ)-ପ୍ରଧାନମନ୍ତ୍ରୀ (ପିଏମ)-କିଷାନ ଯୋଜନାରେ ଓଡିଶାର କୃଷକମାନଙ୍କୁ ସାମିଲ କରାଯିବ । ସେହି ଅନୁଯାୟୀ ଆବଶ୍ୟକ ତଥ୍ୟ ସମ୍ପୃକ୍ତ ଓ୍ବେବସାଇଟରେ ଅପଲୋଡ କରିବାକୁ କରିବାକୁ କୃଷି ଓ ଶସକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି, ୨୧ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ସହରାଞ୍ଚଳର ବିଭିନ୍ନ କ୍ଲବ, ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ, ଟ୍ରେଡ ୟୁନିୟନଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଧାରଣା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ା ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୯୭ଦିନରେ ପହଞ୍ଚିଛି। 

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

ଲାଞ୍ଜିଗଡ଼,୨୧।୨(ଡି.ଏନ.ଏ.): କିଛି ଦିନର ନିରବତା ପରେ ଗୁରୁବାର ମାଓବାଦୀ ସଙ୍ଗଠନ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ ନିକଟସ୍ଥ କଦମ୍ବଗୁଡା ଛକରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଛି। ପୂର୍ବରୁ କଦମ୍ବଗୁଡା ଛକ ନିକଟରେ ନିମ୍ନମାନର କାମକୁ ବିରୋଧ କରି ମାଓବାଦୀମାନେ ଜଣେ ଠିକାଦାରଙ୍କ ମିକ୍ସର ମେଶିନ ଜାଳି ଦେଇଥିଲେ। 

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ଇଚ୍ଛାପାଲିରେ ବିଶାଳ ଚାଷୀ ସମାବେଶ: ମୁଖ୍ୟମନ୍ତ୍ରୀ କହିଲେ ଆଜିର ବନ୍ଦ କାଳିଆକୁ ବନ୍ଦ କରିପାରିବ ନାହିଁ

ସୋହେଲା,୨୧।୨(ଡି.ଏନ୍‌.ଏ.)- ବରଗଡ ଜିଲା ସୋହେଲା ଇଚ୍ଛାପାଲିରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଶାଳ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାଳିଆ ଯୋଜନାରେ ରାଜ୍ୟର ୧୪ଲକ୍ଷ ଚାଷୀଙ୍କୁ ୭ଶହ କୋଟି ଟଙ୍କା ପ୍ରଦାନ କରିଥିଲେ।