ବାଣିଜ୍ୟ |

ପେଟ୍ରୋଟେକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ;ଭାରତ ହୋଇପାରେ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି

ପେଟ୍ରୋଟେକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ;ଭାରତ ହୋଇପାରେ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି

ନୂଆଦିଲ୍ଲୀ,୧୨-୨: ପ୍ରମୁଖ ଅର୍ଥନୀତିଗୁଡ଼ିକୁ ବିଚାରକୁ ନେଲେ ଭାରତର ଦ୍ରୁତ ଅଭିବୃଦ୍ଧି ଧାରା ଆଗାମୀ ଦିନଗୁଡ଼ିକରେ ବଜାୟ ରହିବ। ୨୦୩୦ ବେଳକୁ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବାର ସମ୍ଭାବନା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପେଟ୍ରୋଟେକ-୨୦୧୯ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଭଳି ବିଶ୍ୱର ପ୍ରମୁଖ ଏଜେନ୍ସିଗୁଡ଼ିକ ଭାରତର ଦ୍ରୁତ ଅଭିବୃଦ୍ଧି ଧାରା ଜାରି ରହିବା ନେଇ ଆକଳନ କରିଛନ୍ତି। ବିଶ୍ୱର ଅନିଶ୍ଚିତ ଅର୍ଥନୈତିକ ପରିବେଶରୁ ଭାରତ ନିଜକୁ ବାହାର କରିବା ସହ ଏକ ଉନ୍ନତ ସ୍ଥାନ ବଜାୟ ରଖିଛି ବୋଲି ମୋଦି ସୁଚନା ଦେଇଛନ୍ତି। 

ସେ କହିଛନ୍ତି, ଭାରତ ବିଶ୍ୱର ଷଷ୍ଠ ବୃହତ ଅର୍ଥନୀତି ହୋଇ ପାରିଛି। ଷ୍ଟାଣ୍ଡାର୍ଡଚାର୍ଟାର୍ଡ ରିପୋର୍ଟ ମୁତାବକ ୨୦୩୦ ବେଳକୁ ଆମେରିକାକୁ ପଛରେ ପକାଇ ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି ହେବ। ୟୁଏସ୍‌କୁ ଟପି ତାଲିକାର ପ୍ରଥମ ସ୍ଥାନରେ ଚାଇନା ରହିବା ସହ ଆମେରିକା ତୃତୀୟ ସ୍ଥାନକୁ ଖସି ଆସିବ। ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ମୂଲ୍ୟକୁ ନେଇ ମୋଦି କହିଛନ୍ତି ଯେ, ଏହି କ୍ଷେତ୍ରରେ ଏକ ଉତ୍ତରଦାୟିତ୍ୱ ଭିତ୍ତିକ ମୂଲ୍ୟ ବ୍ୟବସ୍ଥା ଆଣିବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଉଭୟ ଗ୍ରାହକ ଏବଂ ଉତ୍ପାଦନକାରୀଙ୍କ ସ୍ବାର୍ଥକୁ ନଜରରେ ରଖାଯିବ। ଏକ ସ୍ବଚ୍ଛ ତଥା ସୁଗମ ବଜାର ବ୍ୟବସ୍ଥା ଆଡକୁ ଯିବାର ଆବଶ୍ୟକତା ରହିଛି। ଏହା ହେଲେ ଲୋକଙ୍କ ଶକ୍ତି ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଇ ପାରିବ। 

ପ୍ୟାରିସ କ୍ଲାଇମେଟ କନଫରେନ୍ସର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ସରକାର ଅଗ୍ରସର ହେଉଥିବା ମୋଦି ପ୍ରକାଶ କରିଛନ୍ତି। ଭାରତ ବର୍ତ୍ତମାନ ଅଶୋଧିତ ତୈଳ ବିଶୋଧନରେ ବିଶ୍ୱର ଚତୁର୍ଥ ବୃହତ ରାଷ୍ଟ୍ର ଏବଂ ଉର୍ଜ୍ଜା ସଂରକ୍ଷଣରେ ପ୍ରଥମ ରାଷ୍ଟ୍ର ହୋଇଥିବା ମୋଦି କହିଛନ୍ତି। ୨୦୩୦ ବେଳକୁ ଦେଶର ବିଶୋଧନ କ୍ଷମତା ୨୦୦ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି ଘଟିବ। ଗତ ବର୍ଷ ଜାତୀୟ ଜୈବ ଇନ୍ଧନ ନୀତି ସରକାର ଆଣିଛନ୍ତି। ଏହାବାଦ ଦ୍ୱିତୀୟ ଏବଂ ତୃତୀୟ ପିଢି ଜୈବ ଇନ୍ଧନ ଗବେଷଣାକୁ ବର୍ତ୍ତମାନ ପ୍ରୋତ୍ସାହିତ କରାଯାଉଥିବା ମୋଦି କାର୍ଯ୍ୟକ୍ରମ ଅବସରରେ ସ୍ପଷ୍ଟ କରିଛନ୍ତି। ୧୧ ରାଜ୍ୟରେ ଦ୍ୱିତୀୟ ପିଢିର ବାୟୋ ରିଫାଇନେରୀ ସ୍ଥାପନ କରାଯାଇଛି। ଶକ୍ତି କ୍ଷେତ୍ର ଲାଗି ସମନ୍ବିତ ଯୋଜନା ଅନ୍ତର୍ଗତ ଶକ୍ତି ନିରାପତ୍ତା, ଉପଲବ୍ଧତା ତଥା ନିରନ୍ତରତାକୁ ଅଗ୍ରାଧିକାର ଦିଆଯାଉଛି।  ସୌଭାଗ୍ୟ ଯୋଜନାରେ ଚଳିତ ବର୍ଷ ଦେଶର ସବୁ ଘରକୁ ଶତ ପ୍ରତିଶତ ବିଦ୍ୟୁତ ଯୋଗାଣ, ଓ୍ବାର୍ଲଡ ବ୍ୟାଙ୍କର ଇଜ ଅଫ୍‌ ଇଲେକଟ୍ରିସିଟି ର଼୍ୟାଙ୍କିଙ୍ଗରେ ଭାରତର ସ୍ଥାନ ୧୧୧ରୁ ୨୯କୁ ବୃଦ୍ଧି, ଉଜାଲା ଯୋଜନାରେ ବାର୍ଷିକ ୧୭,୦୦୦ କୋଟି ଟଙ୍କାର ସଞ୍ଚୟ, ୬.୪ କୋଟି ପରିବାରକୁ ସ୍ବଚ୍ଛ ଇନ୍ଧନ ଯୋଗାଣ ଉପରେ ସେ ଏଥିରେ ସୂଚନା ଦେଇଛନ୍ତି। ଉର୍ଜା କ୍ଷେତ୍ରରେ ଭାରତ ଅଭୁତପୂର୍ବ ସଫଳତା ପାଇଥିବା କେନ୍ଦ୍ର ପେଟ୍ରୋଲିମୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତୈଳ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ସଂସ୍କାର ଦ୍ୱାରା ନୂଆ ନିବେଶ ଏବଂ ଜ୍ଞାନ କୌଶଳ ବ୍ୟବହାର ପ୍ରକ୍ରିୟା ସୁଗମ ହୋଇଥିବା ବେଳେ  ଉଜ୍ଜ୍ୱଳା ଏବଂ ସଜିଡ଼ି ଭଳି ଯୋଜନା ଦ୍ୱାରା ଲୋକଙ୍କ ନିକଟରେ ସ୍ବଚ୍ଛ ଇନ୍ଧନ ପହଞ୍ଚାଇବା ସହଜ ହୋଇଛି ବୋଲି ପ୍ରଧାନ କହିଛନ୍ତି। 

All Right Reserved By

ବାଣିଜ୍ୟ |

ଇରାନ ତେଲ କ୍ରୟ ନେଇ ଭାରତକୁ ଆମେରିକା ଝଟକା

ଇରାନ ତେଲ କ୍ରୟ ନେଇ ଭାରତକୁ ଆମେରିକା ଝଟକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩-୪: ଇରାନରୁ ତେଲ କିଣିବା ନେଇ ଆମେରିକା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।  ଇରାନରୁ ତେଲ କିଣିବା ଲାଗି ଭାରତ ସମେତ ୮ଟି ଦେଶ ପାଇଁ ଆମେରିକା କଟକଣା କୋହଳ କରିଥିଲା। 

ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା

ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା କରାଯାଇଛି। 

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

ନୂଆଦିଲ୍ଲୀ,୨୩।୪: ୨୦୧୯ ଫେବୃୟାରି ପରେ ଶେୟାରଚାଟ୍‌ ପକ୍ଷରୁ ୪,୮୭୦୦୦ପୋଷ୍ଟ୍‌କୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

ଡିସିବି ବ୍ୟାଙ୍କର ଆର୍ଥିକ ଫଳାଫଳ ଘୋଷଣା

ଡିସିବି ବ୍ୟାଙ୍କର ଆର୍ଥିକ ଫଳାଫଳ ଘୋଷଣା

ମୁମ୍ବାଇ, ୨୩।୪: ଡିସିବି ବ୍ୟାଙ୍କର ପରିଚାଳନା ମଣ୍ଡଳୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ସହ ସମଗ୍ର ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରାଯାଇଛିା 

ଡାଉନଲୋଡ ସ୍ପିଡ୍‌ରେ ଜିଓ ଆଗୁଆ

ଡାଉନଲୋଡ ସ୍ପିଡ୍‌ରେ ଜିଓ ଆଗୁଆ

ନୂଆଦିଲ୍ଲୀ, ୨୩।୪:୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଜିଓ ସବୁଠୁ ଆଗରେ ରହିଛି। ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଏ) ପକ୍ଷରୁ ପ୍ରକାଶ କରାଯାଇଥିବା ଚାର୍ଟରେ ଏହା ଦର୍ଶାଯାଇଛି।

ସହଜ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ସହଜ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି।

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୂଆଦିଲ୍ଲୀ,୨୩-୪: ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସୀଙ୍କ ବିଦେଶ ପଳାୟନ ପରେ ଭାରତୀୟ ରୁପା ଗହଣା ବଜାର ବେଶ୍‌ ପ୍ରଭାବିତ ହୋଇଛି।

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ବ୍ୟାନ ସଂକ୍ରାନ୍ତରେ ଦେଇଥିବା ଆଦେଶର ପୁନର୍ବିଚାର କରି ଆସନ୍ତା ୨୪ରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାନ୍ତୁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। 

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ ହେବ। ହେଲମେଟ ପ୍ରସ୍ତୁତି ବିଆଇଏସ୍‌ ମାନଦଣ୍ଡ ଅନୁଯାୟୀ ହେଉ ନ ଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ଉଠିଛି। ଦେଶରେ ବର୍ଷରେ ପ୍ରାୟ ୨ କୋଟି ହେଲମେଟ ତିଆରି ହେଉଥିବା ବେଳେ ତହିଁରୁ ୭୦ ପ୍ରତିଶତ କ୍ଷୁଦ୍ର ଓ ଅସଂଗଠିତ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। 

ଆଇବିସି ଯାଞ୍ଚରୁ ଖୁଲାସା;୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀରେ ୧ ଲକ୍ଷ କୋଟିରୁ ଅଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୩-୪: ଦେଶର ଉଦ୍ୟୋଗ ଜଗତରେ ଦୁର୍ନୀତି ଛାଇଯାଇଛି। ଦେବାଳିଆ ଆଇନ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ ଯାଞ୍ଚ ବେଳେ ୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀର ଫରେନ୍ସିକ ଅଡିଟ୍‌ ବେଳେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଧରାପଡିଛି। ଆଇବିସି ଅଧୀନରେ ଇନ୍‌ସଲଭେନ୍ସି ରିଜଲ୍ୟୁଶନର ସାମ୍ନା କରୁଥିବା କମ୍ପାନୀଗୁଡ଼ିକ ପାଣ୍ଠି ସ୍ଥାନାନ୍ତର କରିଥିବା ଆଶଙ୍କା କରାଯାଉଛି। ଆଇବିସି ଅଧୀନରେ ରିଜଲ୍ୟୁଶନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ କେତେକ ହାଇପ୍ରୋଫାଇଲ ମାମଲା ସୁପାରିସ କରିଥିଲା, ସେଥିରେ ସର୍ବାଧିକ ଦୁର୍ନୀତି ଧରାପଡିଛି। 

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ, ବେକାରିଙ୍କର ଅଭିଶାପ ସ୍ବାଧ୍ୱୀଙ୍କ ଅଭିଶାପଠାରୁ ଅଧିକ ଶକ୍ତିଶାଳୀ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଏଟିଏସ୍‌ର ପୂର୍ବତନ ପ୍ରମୁଖ ହେମନ୍ତ କରକରେଙ୍କ ମୃତ୍ୟୁକୁ ନେଇ ସ୍ବାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ପରେ ଶିବସେନା ପକ୍ଷରୁ ଉକ୍ତ ମନ୍ତବ୍ୟ ଦିଆଯାଇଛି।

ଆର୍‌ବିଆଇ ବଳକା ଅର୍ଥକୁ ନେଇ ଜଲାନ କମିଟି ରିପୋର୍ଟ ଶୀଘ୍ର

ନୂଆଦିଲ୍ଲୀ,୨୩-୪: ଆର୍‌ବିଆଇର ବଳକା ଅର୍ଥ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ ଲାଗି ଗଠନ ହୋଇଥିବା ଜଲାଲ କମିଟି ଏହାର ରିପୋର୍ଟ ଶୀଘ୍ର ପ୍ରଦାନ କରିବ ବୋଲି ଜଣାପଡିଛି। କମିଟିର ଅଧ୍ୟକ୍ଷ ପୂର୍ବତନ ଆରିବଆଇ ଗଭର୍ନର ବିମଳ ଜଲାନ କାର୍ଯ୍ୟ କରୁଛନ୍ତି।  କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପ୍ରାୟ ୧-୩ ଲକ୍ଷ କୋଟି ଟଙ୍କାର ବଳକା ଅର୍ଥ ସଂକ୍ରାନ୍ତରେ କମିଟି ରିପୋର୍ଟ ଦେଇପାରନ୍ତି ବୋଲି ବିଦେଶୀ ବ୍ରୋକରେଜ ଫାର୍ମ ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ କହିଛି। ଏହା ମୋଟ ଘରୋଇ ଉତ୍ପାଦର ୦.୫%ରୁ ୧.୫% ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆର୍‌ବିଆଇ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ଅର୍ଥକୁ ସରକାର ଯଦି ବ୍ୟାଙ୍କର ପୁଞ୍ଜୀକରଣ କ୍ଷେତ୍ରରେ ଖର୍ଚ୍ଚ କରନ୍ତି ତେବେ ଏହା ଲିକ୍ୟୁଡିଟି କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଏହା କହିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri