ଖେଳ |

ଇରାନୀ କପ୍‌ :ଅବଶିଷ୍ଟ ଭାରତ- ବିଦର୍ଭ ମୁକାବିଲା

ଇରାନୀ କପ୍‌  :ଅବଶିଷ୍ଟ ଭାରତ- ବିଦର୍ଭ ମୁକାବିଲା

ନାଗପୁର,୧୨।୨(ପି.ଟି.)- ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ମଙ୍ଗଳବାରଠାରୁ ଇରାନୀ କପ୍‌ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ମ୍ୟାଚ୍‌ରେ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱାଧୀନ ଅବଶିଷ୍ଟ ଭାରତ ଓ ଏଥରର ରଣଜୀ ଚାମ୍ପିୟନ ବିଦର୍ଭ ପରସ୍ପରକୁ ଭେଟିବେ। ଆଗକୁ ଇଂଲଣ୍ଡରେ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଚୟନକର୍ତ୍ତାମାନେ ଏହି ମ୍ୟାଚ୍‌ ଉପରେ ନଜର ରଖିଛନ୍ତି। ବିଶ୍ୱକପ୍‌ ଦଳରେ ସ୍ଥାନ ହାସଲ କରିବାକୁ ଆଶା ରଖିଥିବା ରାହାନେ ଏହି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛନ୍ତି। ଗତଥର ବିଦର୍ଭ ଭଭୟ ରଣଜୀ ଟ୍ରଫି ଓ ଇରାନୀ କପ୍‌ ହାସଲ କରିଥିଲା। ଅବଶିଷ୍ଟ ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଦୃଢ। ରାହାନେଙ୍କ ସମେତ ମୟଙ୍କ ଅଗ୍ରଓ୍ବାଲ, ଶ୍ରେୟାସ ଆୟାର, ହନୁମା ବିହାରୀଙ୍କ ଭଳି ବ୍ୟାଟ୍ସମ୍ୟାନ ବିଦର୍ଭ ପାଇଁ ସମସ୍ୟା ସୃଷ୍ଟି କରିବେ। 

ବିଦର୍ଭ ଦଳରେ ବରିଷ୍ଠ ବୋଲର ଉମେଶ ଯାଦବ ଇଞ୍ଜୁରୀ କାରଣରୁ ଖେଳିବେ ନାହିଁ। ତାଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦିଆଯାଇଛି। ତାଙ୍କ ବଦଳରେ ୟଶ ଠାକୁର ଦଳରେ ସାମିଲ ହୋଇଛନ୍ତି। ତେବେ ଦଳରେ ୪୧ ବର୍ଷୀୟ ଅଭିଜ୍ଞ ବ୍ୟାଟ୍ସ୍ୟାନ ଓ୍ବାସିମ ଜାଫର, ବାମହାତୀ ସ୍ପିନର ଆଦିତ୍ୟ ସରଓ୍ବାତେ, ଉଇକେଟ କିପର ବ୍ୟାଟ୍ସମ୍ୟାନ ଅକ୍ଷୟ ଓ୍ବାଡେକର ଓ ଦ୍ରୁତ ବୋଲର ରଜନୀଶ ଗୁର୍ବାନୀ ରହିଛନ୍ତି। ଉଭୟ ଦଳରେ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନଙ୍କ ସମେତ ଦ୍ରୁତ ବୋଲର ଓ ସ୍ପିନର ରହିଛନ୍ତି। ଫଳରେ ଏହି ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ସହ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।  

ଅବଶିଷ୍ଟ ଭାରତୀୟ ଦଳ: ଅଜିଙ୍କ୍ୟ ରାହାନେ (ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଅନମୋଲପ୍ରୀତ ସିଂ, ହନୁମା ବିହାରୀ, ଶ୍ରେୟାସ ଆୟାର, ଇଶାନ କିଷନ, କ୍ରିଷ୍ଣାପ୍ପା ଗୋଥାମ, ଧର୍ମେନ୍ଦ୍ରସିନ ଜାଡେଜା, ରାହୁଲ ଚହର, ଅଙ୍କିତ ରାଜପୁତ, ଟିଏମ୍‌ ଉଲ ହକ, ରୋନିତ ମୋରେ, ସନ୍ଦୀପ ଓ୍ବାରିୟର, ରିଙ୍କୁ ସିଂ ଓ ସ୍ନେଲ ପଟେଲ। 

ବିଦର୍ଭ ଦଳ: ଫୈଜ ଫଜଲ (ଅଧିନାୟକ), ସଞ୍ଜୟ ରଘୁନାଥ, ଓ୍ବ୍‌ାସିମ ଜାଫର, ମୋହିତ କାଲେ, ଗଣେଶ ସତୀଶ, ଅକ୍ଷୟ ଓ୍ବାଡେକର, ଆଦିତ୍ୟ ସରଓ୍ବାତେ, ଅକ୍ଷୟ କର୍ନଓ୍ବୋର, ଅକ୍ଷୟ ଓ୍ବାଖରେ, ଉମେଶ ଯାଦବ, ରଜନୀଶ ଗୁର୍ବାନୀ, ଶ୍ରୀକାନ୍ତ ଓ୍ବାଘ୍‌, ଲଲିତ ଏମ୍‌ ଯାଦବ, ୟଶ ଠାକୁର, ଆଦିତ୍ୟ ଠାକରେ ଓ ଅର୍ଥବ ତାଇଡେ। 

All Right Reserved By

ଖେଳ |

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି ଭୟ ଲାଗୁଛି ବୋଲି ସେ କହିଛନ୍ତି। 

ମହିଳା ଟି୨୦ ଚ୍ୟାଲେଞ୍ଜ ଜୟପୁରରେ

ମହିଳା ଟି୨୦ ଚ୍ୟାଲେଞ୍ଜ ଜୟପୁରରେ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)- ଆସନ୍ତା ମାସରେ ପ୍ଲେ-ଅଫ୍‌ ସପ୍ତାହ ବେଳେ ଜୟପୁରରେ ୩ଟି ମହିଳା ଦଳକୁ ନେଇ ଟି୨୦ ଚ୍ୟାଲେଞ୍ଜ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। 

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ। 

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ଦୋହା, ୨୪।୪-ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ମହିଳା ୪ ଗୁଣା ୧୦୦ ମିଟର ରିଲେ ରେସ୍‌ରେ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଛି। ଭାରତୀୟ ଦଳର ସଦସ୍ୟା ଭାବେ ଦୂତୀ ମଧ୍ୟ ସମାନ ଫଳ ପାଇଛନ୍ତି। 

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା 

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା 

କଟକ ଅଫିସ,୨୪ା୪- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚାଲିଥିବା ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ମଙ୍ଗଳବାର ଓଡ଼ିଶା ବୃହତ୍‌ ଗୋଲ ବ୍ୟବଧାନରେ ପଣ୍ଡିଚେରୀକୁ ପରାସ୍ତ କରିଛି । 

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ଦୋହା, ୨୪।୪-ଦୋହାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ଭାରତର ସ୍ବପ୍ନା ବର୍ମନ ରୌପ୍ୟ ପଦକ ପାଇଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ୫ମ ସ୍ଥାନ ପାଇଛନ୍ତି। 

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ରେସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। 

ଶୀର୍ଷକୁ ଫେରିଲା ଚେନ୍ନାଇ

ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ,୨୪।୪(ପି.ଟି.)- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ୍‌ ବାକିରଖି ୬ ଉଇକେଟରେ ପରାସ୍ତ କରିଛି।

 ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ଅମରାବତୀ, ୨୩ା୪ (ପି.ଟି.)-ବନ୍ଦର ସହର ବିଶାଖାପାଟଣା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇଟି ପ୍ଲେ-ଅଫ୍‌ ମ୍ୟାଚ୍‌ର ଆୟୋଜନ କରିବ। ମ୍ୟାଚ ଦୁଇଟି ମେ ୮ ଓ ୧୦ରେ ଖେଳାଯିବ ବୋଲି ଆନ୍ଧ୍ର କ୍ରିକେଟ ଆସୋସିଏଶନ  (ଏସିଏ) ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହା ପ୍ରକାଶ କରାଯାଇଛି।  

  ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌:     ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଜିଆନ୍‌ (ଚାଇନା), ୨୩ା୪ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ କୁସ୍ତିଯୋଦ୍ଧା  ଭାରତର ବଜରଙ୍ଗ ପୁନିଆ ଏସିଆନ ଚାମ୍ପିୟନଶିପ୍‌ରେ ଆଉଥରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ,୨୩।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ବାମହାତୀ ପେସର ବେଉରାନ ହେଣ୍ଡ୍ରିକ୍ସଙ୍କ ସହ ଚୁକ୍ତି କରିଛି। 

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ବ୍ୟାଙ୍କକ୍‌,୨୩।୪(ପିଟି)- ଶିବ ଥପା (୬୦ କିଗ୍ରା) କ୍ରମାଗତ ୪ର୍ଥ ଥର ପାଇଁ ଏସିଆନ୍‌ ବକ୍ସିଂ ପଦକ ନିଶ୍ଚିତ କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri