ଖେଳ |

ଗୋଲ୍ଡ କପ୍‌ ମହିଳା ଫୁଟବଲ: ଭାରତକୁ ହରାଇ ବିପର୍ଯ୍ୟୟ ଘଟାଇଲା ନେପାଳ

ଗୋଲ୍ଡ କପ୍‌ ମହିଳା ଫୁଟବଲ: ଭାରତକୁ ହରାଇ ବିପର୍ଯ୍ୟୟ ଘଟାଇଲା ନେପାଳ

ଭୁବନେଶ୍ୱର, ୧୧।୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହିରୋ ଗୋଲ୍ଡ କପ୍‌ ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ବଡ଼ ବିପର୍ଯ୍ୟୟ ଘଟାଇଛି ନେପାଳ। ସମ୍ପ୍ରତି ୧୦୮ତମ ର଼୍ୟାଙ୍କିଙ୍ଗ୍‌ରେ ଥିବା ଏହି ଦଳ ୬୨ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଆୟୋଜକ ଭାରତକୁ ୨-୧ ଗୋଲରେ ପରାସ୍ତ କରିଛି। ନେପାଳ ପକ୍ଷରୁ ସାବିତ୍ରା ଭଣ୍ଡାରୀ ୨ଟି ଗୋଲ ଦେଇଥିବାବେଳେ ଭାରତ ପକ୍ଷରୁ ନୋଙ୍ଗମାଇଥେମ୍‌ ରତ୍ନବାଳା ଦେବୀ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଫଳରେ ଭାରତର ଫାଇନାଲ ପ୍ରବେଶ ଆଶା ଝୁଲି ରହିଥିବାବେଳେ ନେପାଳର ଆଶା ଉଜ୍ଜୀବିତ ହୋଇଛି। କାରଣ ଶନିବାର ପ୍ରଥମ ମ୍ୟାଚରେ ଭାରତ ୧-୦ ଗୋଲରେ ଇରାନକୁ ହରାଇଥିବାବେଳେ ନେପାଳ ୦-୩ ଗୋଲରେ ମ୍ୟାନମାରଠାରୁ ହାରି ଯାଇଥିଲା। ସୋମବାର ଅନ୍ୟ ଏକ ମ୍ୟାଚରେ ମ୍ୟାନମାର ୨-୦ ଗୋଲରେ ଇରାନକୁ ପରାସ୍ତ କରିଥିଲା। ଫଳରେ ୪ଟି ଯାକ ଦଳ ୨ଟି ଲେଖାଏ ମ୍ୟାଚ ଖେଳି ସାରିବାପରେ ମ୍ୟାନମାର ୬ ପଏଣ୍ଟ ସହିତ ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ଭାରତ ଓ ନେପାଳ ୩ ପଏଣ୍ଟ ଲେଖାଏ ପାଇ ସମାନ ସ୍ଥିତିରେ ରହିଛନ୍ତି। ବୁଧବାର ଶେଷ ଲିଗ୍‌ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗ(୪୦ତମ) ପ୍ରାପ୍ତ ମ୍ୟାନମାରକୁ ଭେଟିବ ଭାରତ। ସେହିଦିନ ଅନ୍ୟ ଏକ ମ୍ୟାଚରେ ନେପାଳ ଓ ଇରାନ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚର ଫଳାଫଳ ପରେ ଟୁର୍ନାମେଣ୍ଟର ଫାଇନାଲିଷ୍ଟ ନିର୍ଦ୍ଧାରିତ ହେବେ। ଶୁକ୍ରବାର ଫାଇନାଲ ଖେଳାଯିବ। ଭାରତ କ୍ରମାଗତ ୫ ବିଜୟ ପରେ ପ୍ରଥମ ପରାଜୟବରଣ କରିଛି। ଗୋଲ୍ଡ କପ୍‌ ପୂର୍ବରୁ ଦଳ ହଂକଂ ଓ ଇଣ୍ଡୋନେସିଆ ବିପକ୍ଷରେ ୪ଟି ମ୍ୟାଚରେ ବିଜୟ ହାସଲ କରିଥିଲା। ହକି ଅଲିମ୍ପିଆନ ପଦ୍ମଶ୍ରୀ ଦିଲୀପ ତିର୍କୀ ଖେଳାଳିଙ୍କ ସହ ପରିଚିତ ହେବାପରେ ଭାରତ-ନେପାଳ ମ୍ୟାଚ ଆରମ୍ଭ ହୋଇଥିଲା।
ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା। ୪ ମିନିଟ ମଧ୍ୟରେ ଦଳ ୨ ଥର ପ୍ରତିପକ୍ଷ ଗୋଲପୋଷ୍ଟକୁ ବଲ୍‌ ଶୁଟ୍‌ କରିଥିଲା। ମାତ୍ର ନେପାଳ ଗୋଲକିପର ଆଞ୍ଜିଲା ତୁମ୍ବାପୋ ସୁବ୍ବାଙ୍କ ଚମତ୍କାର ସେଭ୍‌ ଯୋଗୁ ଗୋଲ ହୋଇପାରି ନ ଥିଲା। ମାତ୍ର ଏହାପରେ ୨ ମିନିଟ ମଧ୍ୟରେ ନେପାଳ ୨ଟି ଗୋଲ ଦେଇ ମ୍ୟାଚରେ ବିପର୍ଯ୍ୟୟ ଭରି ଦେଇଥିଲା। ଭାରତର ଦୁର୍ବଳ ରକ୍ଷଣଭାଗର ସୁଯୋଗ ନେଇ ସାବିତ୍ରା ଭଣ୍ଡାରୀ ୫ମ ମିନିଟରେ ନେପାଳ ପକ୍ଷରୁ ପ୍ରଥମ ଗୋଲଟି ସ୍କୋର କରି ଦଳୀୟ ଶିବିରରେ ଉତ୍ସାହ ଭରି ଦେଇଥିଲେ। ଭାରତୀୟ ଖେଳାଳିମାନେ ଗୋଲ ପରିଶୋଧ କଥା ଚିନ୍ତା କରୁଥିବାବେଳେ ୭ମ ମିନିଟରେ ଭଣ୍ଡାରୀ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ନେପାଳ ଖେଳାଳିଙ୍କ ଦ୍ୱାରା ମରାଯାଇଥିବା ଶଟ୍‌ ଭାରତୀୟ ଗୋଲକିପର ଅଧିନାୟିକା ଅଦିତି ଚୌହାନଙ୍କ ହାତରେ ବାଜି ଫେରି ଆସୁଥିବାବେଳେ ଭଣ୍ଡାରୀ ଫାଙ୍କା ଗୋଲପୋଷ୍ଟର ସୁଯୋଗ ନେଇ ବଲ୍‌କୁ ପୋଷ୍ଟ ଭିତରକୁ ଠେଲି ଦେଇଥିଲେ। ଫଳରେ ସ୍ବାଭାବିକଭାବେ ଭାରତ ଚାପକୁ ଚାଲି ଆସିଥିଲା। ଏହାପରେ ନେପାଳ ଏହାର ରକ୍ଷଣଭାଗକୁ ଅଧିକ ଦୃଢ଼ କରି ଦେଇଥିଲା। ତେଣୁ ଭାରତୀୟ ଖେଳାଳିମାନେ ଅଧିକାଂଶ ସମୟ ନେପାଳ ହାଫ୍‌ରେ ବଲ୍‌ ରଖିଥିଲେ ହେଁ ଏହାର ରକ୍ଷଣଭାଗ ଭେଦ କରିପାରି ନ ଥିଲେ। ଅଗ୍ରଣୀ ନେଇଥିବାରୁ ନେପାଳ ଖେଳାଳିଙ୍କ ବଡି ଲାଙ୍ଗୁଏଜ୍‌ରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ସେମାନେ ଉତ୍ସାହୀ ପ୍ରଦର୍ଶନ କରି ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ୨୧ତମ ମିନିଟରେ ଭାରତର ଇନ୍ଦୁମତୀ ମାରିଥିବା ଶଟ୍‌ ଅଳ୍ପକେ ନେପାଳ ଗୋଲପୋଷ୍ଟ ଉପର ଦେଇ ଚାଲି ଯାଇଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଅର୍ଥାତ୍‌ ୪୯ତମ ମିନିଟରେ ଗୋଲପୋଷ୍ଟ ନିକଟରେ ନେପାଳ ଖେଳାଳିଙ୍କ ଫାଉଲ୍‌ ଯୋଗୁ ଭାରତକୁ ଫ୍ରି-କିକ୍‌ ମାରିଥିଲା। ମାତ୍ର୍ର ଇନ୍ଦୁମତିଙ୍କ ଦୁର୍ବଳ ଶଟ୍‌ ନେପାଳ ଖେଳାଳିଙ୍କ ପ୍ରାଚୀର ଭେଦ କରିପାରି ନ ଥିଲା। ୫୩ତମ ମିନିଟରେ ଗୋଲ ପରିଶୋଧ ପାଇଁ ଭାରତ ନିକଟରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ମାତ୍ର ନେପାଳ ରକ୍ଷଣଭାଗରେ ବଡ଼ ଗ୍ୟାପ୍‌ର ସୁଯୋଗ ନେଇ ଅନୁଜ ତମାଙ୍ଗ ବଲ୍‌ ନେଇ ନେପାଳ ଗୋଲଲାଇନ୍‌ ନିକଟରେ ପହଞ୍ଚତ୍ ଯାଇଥିଲେ। ଗୋଲକିପର ୱାଇଡ୍‌ରେ ଥିଲେ ହେଁ ଫାଙ୍କା ଗୋଲପୋଷ୍ଟ ଭିତରକୁ ବଲ୍‌ ପୁଶ୍‌ କରିପାରି ନ ଥିଲେ ତମାଙ୍ଗ। ୭୨ତମ ମିନିଟରେ ମଧ୍ୟ ଦଳପାଇଁ ଆଉ ଏକ ସୁଯୋଗ ଆସିଥିଲା। ନେପାଳ ଡି ଏରିଆ ଭିତରେ ବଲ୍‌ ପାଇଁ ସଂଘର୍ଷ ମଧ୍ୟରେ ସଞ୍ଜୁ ଓ ଆର.ସାନ୍ଧିୟା ରଙ୍ଗନାଥନ ଗୋଲ ଦେବାର ୨ ଥର ସୁଯୋଗ ପାଇଥିଲେ ହେଁ ତାହାର ସଦୁପଯୋଗ କରିପାରି ନ ଥିଲେ। ୭୪ତମ ମିନିଟରେ ସଞ୍ଜୁ ପ୍ରତିପକ୍ଷ ଗୋଲକିପରଙ୍କୁ ଚକ୍‌ମା ଦେବାରେ ସକ୍ଷମ ହୋଇଥିଲେ ହେଁ ରେଫରି ତାହାକୁ ଅଫ୍‌ସାଇଡ୍‌ ଦର୍ଶାଇଥିଲେ। ଫଳରେ ଭାରତୀୟ ଖେଳାଳି କିଛି ସମୟ ଖୁସି ମନାଇଥିଲେ ହେଁ ପରେ ବାସ୍ତବିକତାକୁ ହୃଦୟଙ୍ଗମ କରିଥିଲେ। ୮୨ତମ ମିନିଟରେ ଗୋଲପୋଷ୍ଟ ନିକଟରେ ନେପାଳ ଖେଳାଳିଙ୍କ ଫାଉଲ ଯୋଗୁ ଭାରତକୁ ଫ୍ରି-କିକ୍‌ ମିଳିଥିଲା। ନୋଙ୍ଗମାଇଥେମ୍‌ ରତ୍ନବାଳା ଦେବୀ ଚମତ୍କାର ଶଟ୍‌ ମାରି ରାଇଟ କର୍ନରରେ ବଲ୍‌କୁ ନେପାଳ ଗୋଲପୋଷ୍ଟ ଭିତରକୁ ପୂରାଇ ଦେଇଥିଲେ। ଫଳରେ ମ୍ୟାଚରେ ରୋମାଞ୍ଚ ଭରି ଯାଇଥିଲା। ଏହାପରେ ଭାରତ ପକ୍ଷରୁ ଘନ ଘନ ଆକ୍ରମଣ ହୋଇଥିଲେ ହେଁ ଗୋଲ ସ୍କୋର ହୋଇପାରି ନ ଥିଲା। ଶେଷ ହ୍ବିସିଲ ବାଜିବାକ୍ଷଣି ନେପାଳ ଖେଳାଳିମାନେ ଦୌଡ଼ି ଆସି ପ୍ରଥମେ କୋଚ୍‌ ହରି ଖାଡ୍‌କାଙ୍କୁ କୁଣ୍ଢାଇ ପକାଇଥିଲେ ଏବଂ ପରେ ନାଚିକୁଦି ଖୁସି ମନାଇଥିଲେ।

All Right Reserved By

ଖେଳ |

ନିଆଁ ଭୟରେ ଖାଲି ହେଲା ମାର୍ବେଲ ଷ୍ଟାଡିୟମ

ନିଆଁ ଭୟରେ ଖାଲି ହେଲା ମାର୍ବେଲ ଷ୍ଟାଡିୟମ

ମେଲବୋର୍ନ,୧୭।୨- ସ୍ଥାନୀୟ ଡକ୍‌ଲାଣ୍ଡସ ଷ୍ଟାଡିୟମ୍‌ରେ ରବିବାର ମେଲବୋର୍ନ ରିନେଗେଡ୍ସ ଓ ଷ୍ଟାର୍ସ ମଧ୍ୟରେ ଚଳିତ ବିବିଏଲର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। 

୧୯୮୩, ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ କାତାର ନିମନ୍ତ୍ରଣ

୧୯୮୩, ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ କାତାର ନିମନ୍ତ୍ରଣ

ମୁମ୍ବାଇ,୧୭।୨(ପିଟି)- କାତାରଠାରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଉପଭୋଗ କରିବା ଲାଗି ୧୯୮୩ ଓ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। 

ବୋଲ୍ଟ, ମହମ୍ମଦୁଲା ଦଣ୍ଡିତ

ବୋଲ୍ଟ, ମହମ୍ମଦୁଲା ଦଣ୍ଡିତ

ଖ୍ରିଷ୍ଟଚର୍ଚ୍ଚ,୧୭।୨(ଏଏଫ୍‌ପି)- ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟ ଓ ବାଂଲାଦେଶ ଅଲରାଉଣ୍ଡର ମହମ୍ମଦୁଲାଙ୍କୁ ଦଣ୍ଡିତ କରାଯାଇଛି। 

ପୁଲଓ୍ବାମା ଶହୀଦଙ୍କ ପରିବାରଙ୍କୁ ବିସିସିଆଇ ୫ କୋଟି ଦେଉ: ଖାନ୍ନା

ପୁଲଓ୍ବାମା ଶହୀଦଙ୍କ ପରିବାରଙ୍କୁ ବିସିସିଆଇ ୫ କୋଟି ଦେଉ: ଖାନ୍ନା

ନୂଆଦିଲ୍ଲୀ,୧୭।୨(ପିଟି)- ନିକଟରେ ଜମ୍ମୁ-କଶ୍ମୀର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୪୦ରୁ ଊର୍ଦ୍ଧ୍ୱ  ଯବାନଙ୍କ ପରିବାର ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୫ କୋଟି ଟଙ୍କାର ସହାୟତା

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ

ମେଲବୋର୍ନ,୧୭।୨- ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ (ବିବିଏଲ) ଇତିହାସରେ ମେଲବୋର୍ନ ରିନେଗେଡ୍ସ ଫ୍ରାଞ୍ଚାଇଜ ପ୍ରଥମ ଥର ପାଇଁ ଟାଇଟଲ ଜିତିଛି।

ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ନାଗପୁର,୧୭।୨- ଚଳିତ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ବିଦର୍ଭ ଦଳ ଅବଶିଷ୍ଟ ଭାରତୀୟ ଦଳକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ଲାଗି ଇରାନୀ କପ୍‌ ଜିତିଛି। କିନ୍ତୁ ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି।

ଆଝରୁଦ୍ଦିନଙ୍କ ବିଶ୍ୱକପ୍‌ ଦଳରେ କାର୍ତ୍ତିକଙ୍କୁ ସ୍ଥାନ ନାହିଁ

ଆଝରୁଦ୍ଦିନଙ୍କ ବିଶ୍ୱକପ୍‌ ଦଳରେ କାର୍ତ୍ତିକଙ୍କୁ ସ୍ଥାନ ନାହିଁ

ନୂଆଦିଲ୍ଲୀ,୧୭।୨-ଆଗାମୀ ବିଶ୍ୱକପ୍‌ ଆଉ ତିନିରୁ ୪ ମାସ ବାକି ଥିଲେ ମଧ୍ୟ ଏବେ ଠାରୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହି ଧାରାରେ ଯୋଡ଼ି ହୋଇ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ବିଶ୍ୱକପ୍‌ ଲାଗି ନଜର ଭାରତୀୟ ଦଳ ପ୍ରକାଶ କରିଛନ୍ତି। 

କଟକରେ ଜାତୀୟ ସବ୍‌ଜୁନିୟର କୁସ୍ତି

କଟକରେ ଜାତୀୟ ସବ୍‌ଜୁନିୟର କୁସ୍ତି

କଟକ ଅଫିସ,୧୭।୨- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେଉଛି ୩୮ତମ ବାଳକ ଫ୍ରି ଷ୍ଟାଇଲ, ଗ୍ରୀକୋ ରୋମାନ ଓ ୨୨ତମ ଫ୍ରି ଷ୍ଟାଇଲ ସବ୍‌ଜୁନିୟର ଜାତୀୟ କୁସ୍ତି ଚାମ୍ପିୟନଶିପ। 

ଅତିରିକ୍ତ ଆକାରରେ ୮୩ ରନ  : ଓଡ଼ିଶା ମହିଳା ଦଳର ବିଜୟ ଧାରା ଜାରି

ଅତିରିକ୍ତ ଆକାରରେ ୮୩ ରନ : ଓଡ଼ିଶା ମହିଳା ଦଳର ବିଜୟ ଧାରା ଜାରି

କଟକ ଅଫିସ,୧୭।୨- ଗୋଆର ସାନଗୁଏମ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ୧୯ବର୍ଷରୁ କମ୍‌ ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଓଡ଼ିଶା ୧୯୮ ରନରେ ଜମ୍ମୁ ଓ କଶ୍ମୀରକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ଓଡ଼ିଶାର ଏହା ଲଗାତାର ୪ର୍ଥ ବିଜୟ। ବିଜୟ ଧାରା ବଜାୟ ରଖିବା ସହ ଗ୍ରୁପ-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ୍‌ ୨୦ରେ ଗୁଜୁରାଟ ବିପକ୍ଷରେ ଖେଳିବ।

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ

ଡର୍ବାନ, ୧୭।୨- ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୩୦୪ ରନର ଟାର୍ଗେଟ୍‌କୁ ପିଛା 

ଟେଫେରାଙ୍କ ବିଶ୍ୱ ରେକର୍ଡ

ଟେଫେରାଙ୍କ ବିଶ୍ୱ ରେକର୍ଡ

ବର୍ମିଂହାମ୍‌, ୧୭ା୨ (ଏଏଫ୍‌ପି)- ଇଥିଓପିଆର ସାମୁଏଲ୍‌ ଟେଫେରା ଇନ୍‌ଡୋର ୧୫୦୦ ମିଟରରେ ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଶନିବାର ଏଠାରେ ସେ ୨୦ବର୍ଷରୁ ଅଧିକ ସମୟ ଧରି ରହିଥିବା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। 

ଶୁଟିଂ ବିଶ୍ୱକପ: ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ

ଶୁଟିଂ ବିଶ୍ୱକପ: ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ

ନୂଆଦିଲ୍ଲୀ, ୧୭ା୨ (ପି.ଟି.)-ଆସନ୍ତା ସିଜନ  ଓପନିଂ  ଶୁଟିଂ ବିଶ୍ୱକପ୍‌  ନୂଆଦିଲ୍ଲୀରେ ହେବ। ଏଥିରେ ୧୬ଟି ଅଲିମ୍ପିକ୍ସ କୋଟା ପୂରଣ ହେବାକୁ ଥିବା ବେଳେ ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ ବ୍ୟବସ୍ଥା  କରାଯାଇଛି।