ସମ୍ପାଦକୀୟ |

ସମ୍ପାଦକୀୟ/ ବିବେକକୁ ବ୍ୟବହାର

 ସମ୍ପାଦକୀୟ/ ବିବେକକୁ ବ୍ୟବହାର

ସରକାରୀ ଚାକିରିରେ ନିଯୁକ୍ତି ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ରାଜସ୍ଥାନରେ ଗୁଜ୍ଜର ସମ୍ପ୍ରଦାୟ ଅଡ଼ି ବସିଛନ୍ତି। ସେମାନଙ୍କ ଆନ୍ଦୋଳନ ଫେବୃୟାରୀ ୧୦ରେ ଉଗ୍ରରୂପ ଧାରଣ କରିଥିଲା। ବିକ୍ଷୋଭକାରୀମାନେ ସଡ଼କ, ରେଳରୋକୋ କରିବା ସହ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଥିଲେ। ଫେବୃୟାରୀ ୧୧ରେ ଆନ୍ଦୋଳନ ୪ର୍ଥ  ଦିନରେ ପହଞ୍ଚତ୍ଛି। ଫଳରେ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ରାଜସ୍ଥାନର ଗୁଜ୍ଜର ଚାଷୀ ଓ ବଣିକ ସମ୍ପ୍ରଦାୟ ଭାବେ ଜଣାଶୁଣା। ସରକାର ସେମାନଙ୍କୁ ଅନ୍ୟାନ୍ୟ ପଛୁଆବର୍ଗ (ଓବିସି)ରେ ନେଇଛନ୍ତି। ହେଲେ ସର୍ବାଧିକ ପଛୁଆବର୍ଗ (ଏମ୍‌ବିସି) ମାନ୍ୟତା ପାଇବା ଦାବିରେ ସେମାନେ ଦୀର୍ଘବର୍ଷ ହେବ ଆନ୍ଦୋଳନ କରିଆସୁଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମ୍ପ୍ରଦାୟ ଦାବି ପୂରଣ ପାଇଁ ପୁଣି ଜାଗି ଉଠିଥିବା କୁହାଯାଉଛି। ବିଶେଷଜ୍ଞଙ୍କ ମତରେ ଉଚ୍ଚବର୍ଗରେ ଥିବା ଗରିବଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି କେନ୍ଦ୍ର ସରକାର ନିକଟରେ ଘୋଷଣା କରିବା ପରେ ଗୁଜ୍ଜରମାନେ ସେଥିରୁ ଶକ୍ତି ପାଇଛନ୍ତି। 

ଏହା ଯେ କେହି ବିଶ୍ୱାସ କରିବେ, ନିର୍ବାଚନ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଅପର୍ଯ୍ୟାପ୍ତ ଯୋଜନା ଓ ମାଗଣା ସୁବିଧା ଘୋଷଣା କରି ଜନସାଧାରଣଙ୍କୁ ଖୁସି କରିବା ଲାଗି ଚେଷ୍ଟା କରୁଛନ୍ତି। ଗୁଜ୍ଜର ବିକ୍ଷୋଭକାରୀମାନେ ଏହି ସମୟର ଫାଇଦା ଉଠାଇବା ପାଇଁ ଉଦ୍ୟମ କରୁଥିବା ବୁଝାପଡ଼ିଯାଉଛି। ଭାରତୀୟ ସମ୍ବିଧାନକୁ ଦେଖିଲେ ଜାତିଗତ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଊର୍ଦ୍ଧ୍ୱକୁ ଯାଇପାରିବ ନାହିଁ। କେବଳ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏଥିରେ ପରିବର୍ତ୍ତନ ଅଣାଯାଇପାରିବ। ନିକଟରେ ତାହା ମୋଦି ସରକାର ପାର୍ଲାମେଣ୍ଟରେ କରିଦେଇଛନ୍ତି। ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ, ଯାହାର ଅର୍ଥ ହେଲା ଆଗୁଆ ଜାତିର ପଛୁଆ ଲୋକଙ୍କୁ ସନ୍ତୁଷ୍ଟ କରି ଭୋଟ ଆଣିବା ପାଇଁ ଏହି ସରକାରର ଉଦ୍ୟମ ପୂର୍ବରୁ ସମ୍ବିଧାନରେ ଥିବା ୫୦ ପ୍ରତିଶତ ସଂରକ୍ଷଣ ବନ୍ଧକୁ ଭାଙ୍ଗି ଦେଇଛି। ଏହା ସମସ୍ୟାକୁ କେବଳ ବୃଦ୍ଧି କରିଚାଲିବ। ଏଭଳିସ୍ଥଳେ ରାଜସ୍ଥାନର ଦୁଇ ମାସର ପୁରୁଣା ଅଶୋକ ଗେହଲଟ ସରକାର କିଛି ପଦକ୍ଷେପ ନେଇପାରୁ ନ ଥିବା ବେଳେ ଉଚ୍ଚବର୍ଗରେ ଆର୍ଥିକ ଦୁର୍ବଳଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରି ନରେନ୍ଦ୍ର ମୋଦି ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ତେଣୁ କେନ୍ଦ୍ର ସରକାର ଏ ଦିଗରେ ନୀରବ ରହିଥିବା ଦେଖିବାକୁ ମିଳୁଛି। ସେହିପରି ମୋଦି ସରକାର ନିଯୁକ୍ତି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବା ପାଇଁ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଯୁବପିଢ଼ିଙ୍କୁ ଯେଉଁ ଆଶା ଦେଖାଇଥିଲେ, ତାହା ଫୁସୁରି ଯାଇଛି। ସେ ସେତେବେଳେ କହିଥିଲେ ଯେ, କ୍ଷମତାକୁ ଆସିଲେ ବର୍ଷକୁ ୨ କୋଟି ଯୁବତୀଯୁବକଙ୍କୁ ଚାକିରି ଦେବେ। ପ୍ରତିଶ୍ରୁତି ପାଳନ ହେବା ତ ଦୂରର କଥା, ବିଗତ ବର୍ଷଗୁଡ଼ିକରେ  ଯେଉଁ ଧାରାରେ ଚାକିରି ସୁଯୋଗ ସୃଷ୍ଟି କରାଯାଉଥିଲା ସେଥିରେ ମଧ୍ୟ ଭଟ୍ଟା ପଡ଼ିଗଲା। ନିକଟରେ ଜାତୀୟ ନମୁନା ସର୍ବେକ୍ଷଣ ଅଫିସ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ଜାରି ସମୀକ୍ଷା ରିପୋର୍ଟରେ ପ୍ରଦର୍ଶିତ ତଥ୍ୟକୁ ଦେଖିଲେ ୪୫ ବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୧୭-୧୮ରେ ଏହା ଥିଲା ସବୁଠାରୁ ନୂ୍ୟନ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି। ଯେତେବେଳେ ଯୁବବର୍ଗଙ୍କ ପାଇଁ ଚାକିରି କରିବା ଲାଗି ଅନୁକୂଳ ବାତାବରଣ ଅଣାଯାଇପାରୁ ନାହିଁ, ସେତେବେଳେ ନିଯୁକ୍ତି ସକାଶେ ସ୍ଥାନ ସଂରକ୍ଷଣ ପ୍ରତିଶତ ବଢ଼ାଇ ଚାଲିବା ହାସ୍ୟାସ୍ପଦ ମନେହେଉଛି।

ଆଜି ଭାରତର ଜନସଂଖ୍ୟା ଦେଖିଲେ ୧୩୦ କୋଟି ଟପିଲାଣି। ସମୁଦାୟ ଜନସଂଖ୍ୟାର ଏକ ବୃହତ୍‌ ଭାଗ ହେଉଛନ୍ତି ଯୁବବର୍ଗ। ସମସ୍ତଙ୍କ ପାଇଁ ସରକାରୀ ଚାକିରି ଯୋଗାଇବା ସହଜ ନୁହେଁ। ସେଥିପାଇଁ ଔଦ୍ୟୋଗିକ ବିକାଶର ଆବଶ୍ୟକତା ରହିଛି। ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚାଇନା ଭଲ ଭାବେ ବୁଝିସାରିଛି ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାକିରି ଦେଇ ହେବ ନାହିଁ। ସେଥିପାଇଁ  ସେହି ଦେଶର ନାଗରିକଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ଶିକ୍ଷା ଦିଆଯାଇଥାଏ। ଫଳରେ ଅନେକ ବ୍ୟକ୍ତି କ୍ଷୁଦ୍ର ଉଦ୍ୟୋଗ କରି ସେମାନଙ୍କ ଉତ୍ପାଦ ଦେଶ ଓ ବିଦେଶକୁ ପଠାଇ ପାରୁଛନ୍ତି । ଏକଦା ଭାରତରେ କୁଟୀର ଶିଳ୍ପ ବିକଶିତ ହୋଇଥିଲା। ହେଲେ ଏହାର ନାଗରିକମାନେ ବ୍ୟବସାୟ ସହ ଜଞ୍ଜାଳ ଓ ବିପଦ ଲାଗି ରହିଥିବା ଆଶଙ୍କା କରି ଧୀରେ ଧୀରେ ସେଥିରୁ ନିବୃତ୍ତ ହେଲେ। କେତେକ କ୍ଷେତ୍ରରେ ନିଜ କୌଳିକ ବୃତ୍ତିକୁ ବ୍ୟାପକ କରି କିଭଳି ନୂଆ ସମ୍ଭାବନା ସୃଷ୍ଟି କରାଯାଇପାରିବ, ସେ ଦିଗରେ ଯୁବପିଢ଼ି ଚିନ୍ତା ବା ଚେଷ୍ଟା ନ କରି ଚାକିରି ପଛରେ ଧାଇଁବାରୁ ବେରୋଜଗାରଙ୍କ ସଂଖ୍ୟା ବଢ଼ିଚାଲିଛି ବୋଲି କୁହାଯାଇପାରେ। ଆଜିର ଏକବିଂଶ ଶତାବ୍ଦୀର ଯୁବତୀଯୁବକମାନେ ଧରାବନ୍ଧା ଶଗଡ଼ ଗୁଳାରେ ନ ଯାଇ କିଛି ନୂଆ କରିବା ଲାଗି ଚେଷ୍ଟା କଲେ ହୁଏତ ପରିବର୍ତ୍ତନ ଅଣାଯାଇପାରନ୍ତା।

ସମୟ ଆସିଲାଣି, ଆମ ଦେଶର ରାଜନେତାମାନଙ୍କ ବାଚଳାମିରେ ଭାସି ନ ଯାଇ ଜନସାଧାରଣ ବିଶେଷକରି ଯୁବବର୍ଗ ନିଜର ବିବେକ ବ୍ୟବହାର କରିବେ। କଂଗ୍ରେସ ହେଉ ବା ଭାଜପା କେହି ବି ବେକାର ଯୁବତୀଯୁବକଙ୍କ ହାତରେ ଚାକିରି ଦେଇପାରିବେ ନାହିଁ। ସେଥିପାଇଁ ଆସନ୍ତାକାଲିର ଭାରତୀୟମାନେ ନିଜକୁ ସ୍ବାବଲମ୍ବୀ ହେବା ସକାଶେ ପ୍ରସ୍ତୁତ ହେବା ଅତ୍ୟନ୍ତ ଆବଶ୍ୟକ। ସରକାରୀ ଚାକିରିର ସଂଖ୍ୟା ଅତି ନୂ୍ୟନ। ସେଗୁଡ଼ିକ ମଧ୍ୟରୁ ଖାଲି ପଡ଼ିଥିବା ପଦବୀ ମଧ୍ୟ ସମ୍ପୂର୍ଣ୍ଣ ପୂରଣ କରାଯାଇପାରୁ ନାହିଁ। ତେଣୁ ଚାକିରି ନୁହେଁ, ନିଜ ରୋଜଗାର ପନ୍ଥା ନିଜେ ଭାବିବାକୁ ଆମେ ବାଧ୍ୟ ହେବା କଥା।

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri