ସମ୍ପାଦକୀୟ |

ସାର୍ବଜନୀନ ନୂ୍ୟନତମ ଆୟ

 ସାର୍ବଜନୀନ ନୂ୍ୟନତମ ଆୟ

ସହଦେବ ସାହୁ

ଅର୍ଥନୀତି ବିଶାରଦମାନେ କହୁଛନ୍ତି ଆମ ଦେଶ ଏକ ୨.୬ ଟ୍ରିଲିଅନ ଡଲାର ଇକନମି, ପୃଥିବୀରେ ଷଷ୍ଠ ଧନୀ ଦେଶ। ଯଦି ଟଙ୍କାର କ୍ରୟମୂଲ୍ୟ ହାର ହିସାବରେ ଦେଖିବା ୯.୪୬ ଟ୍ରିଲିଅନ ଡଲାର ହେବ ଏବଂ ଭାରତ ହେବ ବିଶ୍ୱରେ ୩ୟ ଧନୀ ଦେଶ (୧ ଡଲାର = ୭୧ଟଙ୍କା, ୧ ଟ୍ରିଲିଅନ = ୧ ଲକ୍ଷ କୋଟି)। ଦେଶର ଏତେ ସମ୍ପଦ ପୁଣି ବର୍ଷକୁ ଶତକଡା ୭ ଭାଗ ବୃଦ୍ଧି ପାଉଛି! ଆମର ଏଭଳି ଜିଡିପି ବୃଦ୍ଧି ହାର ଅନୁପାତରେ କର୍ମ ଯୋଗାଣ ବଢୁନାହିଁ। ବରଂ ଚଳିତ ବର୍ଷ ବେକାରି ବୃଦ୍ଧି ହାର ଗତ ୨୦ ବର୍ଷ ଭିତରେ ସର୍ବାଧିକ, ୬.୨%, ଏବେ ଜିଡିପିରେ ୧୦ ଶତାଂଶ ବୃଦ୍ଧି ହେଲେ କର୍ମଯୋଗାଣ ବୃଦ୍ଧି ହାର ୧ ଶତାଂଶ ହେଉଛି, ବଡ ନିରୁତ୍ସାହଜନକ! ତେଣୁ ଆମ ଦେଶର ଅଭିବୃଦ୍ଧି ଏକ ନିକମା ଅଭିବୃଦ୍ଧି। କାରଣ କୁହାଯାଉଛି ଯେ ଉପତ୍ାଦନକାରୀ ଶିଳ୍ପ କାରଖାନା ବଢ଼ିଲେ ବି ସ୍ବୟଂଚାଳିତ କଳ ବ୍ୟବସ୍ଥା (ଅଟୋମେଶନ) ବଢ଼ୁଥିବାରୁ ଚାକିରି ଆଉ ସେତେ ମିଳିବ ନାହିଁ; ବେକାର ସଂଖ୍ୟା ବଢ଼ି ବଢ଼ି ଚାଲିଲେ ଦେଶରେ ବିଶୃଙ୍ଖଳା ବଢ଼ିବ, ଗଣତନ୍ତ୍ର ବିପନ୍ନ ହେବ।

ଏ ସମସ୍ୟାର ସମାଧାନ କରିବ ୟୁନିଭର୍ସାଲ୍‌ ବେସିକ୍‌ ଇନ୍‌କମ୍‌, ସାର୍ବଜନୀନ ସର୍ବନିମ୍ନ ଆୟ ବ୍ୟବସ୍ଥା ବୋଲି ଏବେ କଥା ଉଠିଛି। ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଭଳି ଜାତୀୟ ଦଳ ଏ କଥା ଉଠାଇଛି। ତେଲେଙ୍ଗାନା ପ୍ରଦେଶର ‘ରୟତୁବନ୍ଧୁ’ ଏବଂ ଓଡ଼ିଶାର ‘କାଳିଆ’ ଯୋଜନା ଏ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ। ଯେତେବେଳେ ଲୋକେ ସବୁଦିନିଆ ଦାରିଦ୍ର୍ୟରେ ଅଛନ୍ତି ଏବଂ ସରକାର ଗରିବଙ୍କୁ ଲାଞ୍ଚହୀନ ସବ୍‌ସିଡ଼ି ବା ରିହାତି ଦେଇପାରୁନାହାନ୍ତି, ସେତେବେଳେ ବେସିକ୍‌ ଇନ୍‌କମ୍‌ ଲୋକର ବ୍ୟାଙ୍କ ଖାତାରେ ଜମା ହୋଇଯାଉ। ଏହା ବେରୋଜଗାରୀ ଭତ୍ତା ନୁହେଁ, ଏହା ଦରମା ଭଳି ଏକ ରୋଜଗାର। ଏଥିରେ ବ୍ୟକ୍ତିର ଆୟ କି ସମ୍ପତ୍ତି ଭଳି ସର୍ତ୍ତ ରହେ ନାହିଁ। ସର୍ବନିମ୍ନ ଆୟ ରାଷ୍ଟ୍ର ତରଫରୁ ଦିଆଯାଉ। ରୟତୁବନ୍ଧୁ ବା କାଳିଆ ଭଳି ଯୋଜନା ରୋଜଗାର ସମର୍ଥନକାରୀ, ରୋଜଗାର ନୁହେଁ। ବେସିକ୍‌ ଇନ୍‌କମ୍‌ ଏକ ଆୟ, ରାଷ୍ଟ୍ର ଦିଏ। 

ଯଦି ବେସିକ୍‌ ଇନ୍‌କମ୍‌, ନିମ୍ନତମ ଆୟ, ଯୋଜନା ଚାଲୁ କରାଯାଏ ସାରା ଭାରତରେ ଆକାଶଛୁଆଁ ପୁଞ୍ଜି ଦରକାର। ବର୍ଷକୁ ୩.୧ ଟ୍ରିଲିୟନ ଟଙ୍କା (୪.୫ ଲକ୍ଷ କୋଟି) ଦରକାର। ଆମ ଦେଶରେ ଯେତେ ପ୍ରକାର ରିହାତି, ସବସିଡି, ଏମ୍‌ଏଲ୍‌ଏ ଲ୍ୟାଡ୍‌, ଏମ୍‌ପି ଲ୍ୟାଡ୍‌ ଆଦି ସହିତ ମାଗଣା ସ୍କୁଲ ଭୋଜନ, ମଧ୍ୟାହ୍ନ ଭୋଜନ, ବୃଦ୍ଧାବୃଦ୍ଧ ବିଧବା ଭତ୍ତା, ମଙ୍ଗଳସୂତ୍ର, ଲାପ୍‌ଟପ, ଛତା, ଜୋତା ଭଳି ଭୋଟରକୁ ଭୁଲାଇବା ଉପହାର ଆଦିକୁ ମିଶାଇଲେ ବର୍ଷକୁ ୩.୧ ଟ୍ରିଲିୟନ ଟଙ୍କା (୪.୫ ଲକ୍ଷ କୋଟି) ମିଳିଯିବ। ସବୁଠୁ ବଡ଼ କଥା ହେବ ଦେଶରେ ଲୋକଙ୍କ ଚରିତ୍ରରେ ସୁଧାର ଆସିଯିବ, ସିଧାସଳଖ ବ୍ୟାଙ୍କରେ ଜମା ହେଉଥିବାରୁ ଲାଞ୍ଚମିଛ ବା ଅନୈତିକ ଆଚରଣ ଲୋକସଂସ୍କୃତିରୁ ଉଠିଯିବ, ସାର୍ବଜନୀନ ଜୀବନରେ ସାଧୁତା ଆସିଯିବ। ସମସ୍ତେ ବେସିକ୍‌ ଇନ୍‌କମ୍‌ ପାଉଥିବାରୁ ଚୋରି ଡକାୟତି ବହୁତ କମିଯିବ, ସମାଜରେ ଶିଶୁ କି ମଣିଷ ଚାଲାଣ ଆଶଙ୍କା ରହିବ ନାହିଁ। ସମସ୍ତେ ବେସିକ୍‌ ଆୟ ପାଉଥିବାରୁ ଶିଶୁଶ୍ରମିକ ବା ଦାଦନ ସମସ୍ୟା ନ ଥିବ। ଶାସନ ବ୍ୟବସ୍ଥା ସୁସ୍ଥ ହୋଇଯିବ। ନେତାମାନଙ୍କ ବାହାପିଆ କଥା ଦରକାର ପଡ଼ିବ ନାହିଁ, ସେବା ମନୋବୃତ୍ତି ଥିବା ଲୋକ ଲୋକପ୍ରତିନିଧି ହୋଇପାରିବ, ଟଙ୍କା ବାଣ୍ଟିବା ଲୋକ ନୁହେଁ। ଋଣଛାଡ଼ ବା ବୀମା ଭଳି ଚାଷୀମୁହାଁ ଯୋଜନା ଲୋକଙ୍କୁ କୃଷିକ୍ଷେତ୍ରରେ ବନ୍ଧାହୋଇ ରହିବାକୁ ଉତ୍ସାହିତ କରେ, କୃଷିପ୍ରଧାନ ହେଲେ ଅର୍ଥନୀତିର ଅଭିବୃଦ୍ଧି ସେତେ ଭଲ ହୁଏ ନାହିଁ। କୃଷକକୈନ୍ଦ୍ରିକ ଯୋଜନା ତୁଳନାରେ ସାର୍ବଜନୀନ ନୂ୍ୟନତମ ଆୟ ବରଂ ବେଶି ଯୁକ୍ତିଯୁକ୍ତ ମନେହୁଏ। ଏଥିରେ କୌଣସି ବୃତ୍ତି ବା ପେସା ବା ଜମି ମାଲିକାନା ଉପରେ ଜୋର ଦିଆଯାଏ ନାହିଁ କି କୌଣସି କାମର ମାପ ଉପରେ ଏହା ନିର୍ଭର କରେ ନାହିଁ। ତେଣୁ ବିଭିନ୍ନ ବର୍ଗରେ ଲୋକଙ୍କୁ ଭାଗ କରି ଖାତା ରଖିବା ଦରକାର ନାହିଁ। ଆୟକର ବିଭାଗ ଭଳି କମ୍ପୁଟର ସବୁ ହିସାବ ରଖିବ। କେବଳ ସମସ୍ୟା ରହିବ ବଜେଟର। ୨୦୧୭-୧୮ ମୂଲ୍ୟରେ ଦେଖିଲେ ୨ ବୟସ୍କ ଓ ୩ ପିଲା ଥିବା ୫ କୁଟୁମ୍ବି ପରିବାର ପାଇଁ ବର୍ଷକୁ ପ୍ରାୟ ୧୮ହଜାର ଟଙ୍କା ଦରକାର। ଅର୍ଥନୀତିଜ୍ଞ ପ୍ରଣବ ବର୍ଦ୍ଧନଙ୍କ ମତରେ ୧୬ହଜାର ଟଙ୍କା। ଦେଶର ମୋଟ ଖର୍ଚ୍ଚ ହେବ ୪.୩ ଟ୍ରିଲିୟନ ଟଙ୍କା ବା ଜିଡିପିର ଶତକଡା ୩ ଭାଗରୁ କମ୍‌। 

କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବର୍ତ୍ତମାନର ସବ୍‌ସିଡ଼ି ଓ ୱେଲଫେୟାର ଯୋଜନା ଭିତରେ ବହୁତ ଗଳାବାଟ, ତୋସରପାତ ଓ ଗରହିସାବି ରହିଛି, ଆମ ଚରିତ୍ର ଯାହା ଏଭଳି ଦୁରାଚାରରୁ ଆମେ ରକ୍ଷା ପାଇପାରିବା ନାହିଁ। ଆୟକରଦାତାଙ୍କୁ ଛାଡି ସମସ୍ତଙ୍କୁ ଏକ ଗ୍ୟାରେଣ୍ଟିି ଥିବା ରୋଜଗାର ଦେବା ଉଚିତ ହେବ।

ବେସିକ୍‌ ଇନ୍‌କମ ପରିମାଣ ସବୁ କାଳରେ ଦେଶର ମିନିମମ୍‌ ୱେଜ୍‌ (ସରକାର ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରି)ଠାରୁ କମ୍‌ କରାଯାଇଥାଏ। ଆମ ରାଜ୍ୟରେ ଅଣକୁଶଳୀ ଶ୍ରମିକର ଦୈନିକ ମଜୁରି ଦିନକୁ ୨୮୦ ଟଙ୍କା, ମାସକୁ ୨୦ ଦିନ ଧରି ୫୬୦୦ର ୪୦%, ୨୨୪୦ଟଙ୍କା ହୋଇଥିବାରୁ ବେସିକ୍‌ ଇନ୍‌କମ୍‌ ୨୦୦୦ ଟଙ୍କା ହେବା କଥା- ପିଲାଛୁଆ ଓ ବଡ଼ ପ୍ରତ୍ୟେକଙ୍କୁ। ଏ ସବୁଥିରେ ଦରକାର ହେଉଛି ରାଜନୈତିକ ଇଚ୍ଛାଶକ୍ତି। ଡାଇରେକ୍ଟ କ୍ୟାଶ୍‌ ଟ୍ରାନ୍ସଫର, ସିଧାସଳଖ ଉପଭୋକ୍ତାର ହିସାବ ଖାତାରେ ଜମା ଦେବା କଥା ଚାଲୁ ହୋଇଗଲାଣି। ସବୁ ଢଙ୍ଗ ରଙ୍ଗର ହିସାବ ଉଠାଇ ଦେଇ କେବଳ ବେସିକ୍‌ ଇନ୍‌କମ୍‌ ହିସାବ ରହିବ।

ସମସ୍ତେ ଚାହୁଁଛନ୍ତି ବେସିକ୍‌ ଇନ୍‌କମ୍‌ ବ୍ୟବସ୍ଥା ଚାଲୁହେଉ, କିନ୍ତୁ ନଜିର ଚାହୁଁଛନ୍ତି। କେହି ତ ପ୍ରଥମେ ଆରମ୍ଭ କରିବା କଥା। ଆମେ କାହିଁକି ଆରମ୍ଭ ନ କରିବା? ତଥାପି ଆମ ଆଗରେ ଗୋଟିଏ ଉଦାହରଣ ଅଛି, ତାହା ହେଉଛି ଆମେରିକାର ଗୋଟିଏ ପ୍ରଦେଶ ଆଲାସ୍କାର। ୧୯୫୯ରେ ରାଜ୍ୟପାହ୍ୟା ପାଇଥିବା ଆମେରିକାର ଏହି ପ୍ରଦେଶ ୧୯୮୨ରୁ ଯେଉଁ ବ୍ୟବସ୍ଥା କରିଛି ଜାଣିବା କଥା। ଖଣିଜ ତେଲ ଓ ଅନ୍ୟ ଖଣିଜ ପଦାର୍ଥରୁ ରାଜ୍ୟ ସରକାର ପାଉଥିବା ରୟାଲଟି ବା ରାଜଭାଗକୁ ଏକ ସ୍ବତନ୍ତ୍ର ପାଣ୍ଠିରେ ରଖିଛନ୍ତି, ଆଲାସ୍କା ପରମାନେଣ୍ଟ ଫଣ୍ଡ। ଏହାକୁ ନିବେଶ କରି ସରକାର ଯେଉଁ ଲାଭାଂଶ ପାଆନ୍ତି ତାହାକୁ ବାଣ୍ଟି ପ୍ରତ୍ୟେକ ବାସିନ୍ଦାକୁ ତା’ ଆକାଉଣ୍ଟରେ ପ୍ରତିବର୍ଷ ୧୦୦୦ରୁ ୨୦୦୦ ଡଲାର ଭିତରେ ଦିଅନ୍ତି। ତେଲ ଦର କମ୍‌ ବେଶି ହେଲେ ଡିଭିଡେଣ୍ଡ କମ୍‌ ବେଶି ହୁଏ। ୨୦୧୭ରେ ସରକାର ବୟସ୍କ ଓ ପିଲାଙ୍କୁ ମିଶାଇ ମୁଣ୍ଡ ପିଛା ୧୧୦୦ ଡଲାର ଡିଭିଡେଣ୍ଡ ଦେଇଥିଲେ। ପାଞ୍ଚ କୁଟୁମ୍ବ ବାଲା ପରିବାରଚିଏ ୫୫୦୦ ଡଲାର ପାଇଥିଲା। ଏହି ଡିଭିଡେଣ୍ଡ ଲୋକଙ୍କୁ ବେକାର ବା ଅଳସୁଆ କରି ନ ଥିଲା। ବରଂ ଆଲାସ୍କାରେ ପାର୍ଟଟାଇମ୍‌ କାମ ଶତକଡା ୧.୮ଭାଗ ବଢ଼ିଥିଲା। ବେସିକ୍‌ ଇନ୍‌କମ୍‌ ପାଇଥିବା ପରିବାରରେ ଉଚ୍ଚଶିକ୍ଷାର ବିସ୍ତାର ଘଟିଛି। ଆଗରୁ ଅବହେଳିତ ଥିବା ପରିବାରର ପିଲାମାନେ ପାଠପଢ଼ା ଛାଡୁନାହାନ୍ତି, ବରଂ ବେଶି ବର୍ଷ ପଢ଼ାପଢ଼ି କରିବାକୁ ଉତ୍ସାହିତ ହୋଇଛନ୍ତି। ବେସିକ୍‌ ଇନ୍‌କମ ଦେବା ବିପକ୍ଷରେ ଗୋଟିଏ ବଡ଼ ଚିନ୍ତା ଥିଲା, ଯଦି ତୁମେ ଲୋକଙ୍କୁ ବିନା କାମରେ ଟଙ୍କା ଦେବ ତେବେ ସେମାନେ କାହିଁକି କାମ କରିବେ? କିନ୍ତୁ ଆଲାସ୍କା ତାହା ଭୁଲ ପ୍ରମାଣ କରିଛି। 

ଫିନ୍‌ଲାଣ୍ଡରେ ୨୦୧୭ରୁ ଆଂଶିକ ଭାବେ ଇନ୍‌କମ ପ୍ରୋଗାମ ଚାଲୁ ହୋଇଛି, ତାହା କେବଳ ବେକାରମାନଙ୍କୁ ଦିଆଯାଉଛି। ଏହା ପରୀକ୍ଷାମୂଳକ ଭାବେ ଚାଲିଛି। ଫିନ୍‌ଲାଣ୍ଡରେ ଅନେକ ଲୋକ ବେସିକ୍‌ ଇନ୍‌କମ ପାଇ ଅଳସୁଆ ହୋଇଗଲେ। କିନ୍ତୁ ଏହା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ପରିବାର ପରିବାର ଭିତରେ ଅସମାନତା ଉପରେ ଯେଉଁ ଚିନ୍ତା ଥିଲା ଏବଂ ଯେଉଁ କାର୍ଯ୍ୟକ୍ଷେତ୍ରରେ ଅଟୋମେଶନ ବଢ଼ୁଥିବାରୁ ବେକାରି ବଢ଼ିବାରେ ଯେଉଁ ଚିନ୍ତା ଥିଲା, ତାକୁ ବେସିକ୍‌ ଇନ୍‌କମ ସମାଧାନ କରୁଛି। ତେବେ ଫିନ୍‌ଲାଣ୍ଡ ସରକାର ବର୍ଷକ ପାଇଁ ବେସିକ୍‌ ଇନ୍‌କମ ପ୍ରୋଗ୍ରାମ ଚାଲୁ କରିଥିଲେ ଓ ବର୍ଷ ଶେଷରେ ତାହାକୁ ବନ୍ଦ କରିଥିଲେ। ଏ ବର୍ଷ ବି ଚାଲୁ ରଖିବେ କିନ୍ତୁ ଗୋଟିଏ ସର୍ତ୍ତରେ ଯେ ଯେଉଁ ବେକାର ବ୍ୟକ୍ତି ଚାକିରି ଖୋଜିବାକୁ ଚେଷ୍ଟା କରିବ ନାହିଁ କିମ୍ବା କାମ ପାଇଁ ତାଲିମନେବା ଲାଗି ମଙ୍ଗିବ ନାହିଁ ତାକୁ ବେସିକ୍‌ ଇନ୍‌କମ ମିଳିବ ନାହିଁ। ଆମ ଦେଶରେ ଯୁବା ବର୍ଗର ଲୋକେ ବେସିକ୍‌ ଇନ୍‌କମ ପାଇଗଲେ ଘରେ ବସି ତାସ୍‌ ଖେଳିବେ। ପେନ୍‌ ସ୍କୁଲ ଅଫ୍‌ ସୋସିଆଲ ପଲିସି ଆଣ୍ଡ ପ୍ରାକ୍ଟିସ୍‌ ସର୍ଭେ କରି ଆଶ୍ଚର୍ଯ୍ୟଜନକ ଫଳ ପାଇଛି ଯେ ଜଣେ ସାଧାରଣ ଆଲାସ୍କା ନାଗରିକ ଆମେରିକାର ଅନ୍ୟ ରାଜ୍ୟର ବାସିନ୍ଦାଙ୍କ ଭଳି କାମ କରୁଛନ୍ତି। ଯେତେବେଳେ ଲୋକେ ଅଧିକା ପଇସା ପାଉଛନ୍ତି ସେମାନେ ଖର୍ଚ୍ଚ ବଢ଼ାଇ ଦିଅନ୍ତି। ପଡ଼ିଶାରେ ଥିବା ଦୋକାନୀ ଯଥା ଚା ଜଳଖିଆ ବା ଦରଜୀ ଦୋକାନ ଆଦିରେ ବେଶି କିଣାବିକା ଚାଲେ। ତେଣୁ ସେ ଦୋକାନଗୁଡ଼ିକରେ ମାଲିକମାନେ ଅଧିକ ଲୋକ ରଖନ୍ତି। ଏ ଦୁଇଟି ଯାକ କଥା ମିଶାଇ ଦେଲେ ଦେଖାଯାଏ ଯେ ଆଲାସ୍କାର ୟୁନିଭର୍ସାଲ୍‌ ଇନ୍‌କମ ପ୍ରୋଗ୍ରାମ ସେଠାକାର କର୍ମସଂସ୍ଥାନ ଉପରେ ପ୍ରତିକୂଳ ପ୍ରଭାବ ପକାଉନାହିଁ।

ଫିନ୍‌ଲାଣ୍ଡରେ ଦଳେ ଲୋକଙ୍କୁ ସେମାନେ ବେକାର ଥିବାରୁ କିମ୍ବା ପାର୍ଟଟାଇମ କାମ କରୁଥିବାରୁ ଅର୍ଥାତ୍‌ ସରକାରୀଖାତାରେ ନିୟମିତ ରୋଜଗାରୀ ତାଲିକାରେ ନ ଥିବାରୁ ସେମାନଙ୍କୁ ବେସିକ୍‌ ଇନକମ୍‌ ଦିଆଯାଉଥିଲା। ଟିକସଦାତାମାନେ ଯେତେବେଳେ ଜାଣନ୍ତି ଯେ ତାଙ୍କ ଟିକସର କିଛି ଅଂଶ ଗରିବଙ୍କୁ ନଗଦ ଆକାରରେ ମିଳୁଛି ସେତେବେଳେ ସେମାନେ ଅଧିକା ଟିକସ ଦେବାକୁ ଅରାଜି ହେଉନାହାନ୍ତି। ତେଣୁ ଫିନ୍‌ଲାଣ୍ଡରେ ଅନ୍ୟ ଦେଶ ତୁଳନାରେ ଅଧିକ ଟିକସ ଦେଉଥିଲେ ବି ଲୋକେ ଖୁସି ରହୁଛନ୍ତି। ଆଲାସ୍କାରେ ଦେଖାଗଲା ବେଶିରୁ ବେଶି ମହିଳା କାମରେ ଲାଗିଗଲେ, କାରଣ ଯାହା ପଇସା ପାଇଲେ ସେଥିରେ କାର୍‌ କିଣିଲେ, ଦୂରକୁ ଯାଇ କାମ କରିପାରିଲେ। 

sahadevasahoo@gmail.com

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri