ଫୁରସତ |

ଶୋଇଲା ବେଳେ କେହି ମାଡ଼ି ବସିବାର ଅନୁଭବ : ଭୂତ ପ୍ରେତ ନା ଆଉ କିଛି...

ଶୋଇଲା ବେଳେ କେହି ମାଡ଼ି ବସିବାର ଅନୁଭବ : ଭୂତ ପ୍ରେତ ନା ଆଉ କିଛି...

ଅନେକ ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ହଠାତ୍‌ ନିଦ ଭାଙ୍ଗିଥାଏ। ଉଠିବାକୁ ଚେଷ୍ଟା କଲେ ମଧ୍ୟ ଉଠି ହୁଏନି କି ଗୋଡ଼, ହାତ ହଲାଇବାକୁ ଚେଷ୍ଟାକଲେ ବି ହଲାଇ ହୁଏନି। ସେହି ସମୟରେ ପାଖରେ  ଘଟୁଥିବା ପ୍ରତ୍ୟେକ ଘଟଣାକୁ ଅନୁଭବ କଲେ ମଧ୍ୟ ପାଟି ଖୋଲି କିଛି କହି ହୁଏନି।  ମୁଣ୍ଡ ଭାରି ଭାରି ଲାଗିଥାଏ। ଏପରି ଲାଗିଥାଏ, ଯେପରି ଆପଣଙ୍କୁ କିଏ ମାଡ଼ି ବସୁଛି। 

ଏହାକୁ ଲୋକେ ଭୂତ ପ୍ରେତ, ସ୍ବପ୍ନ ଦୋଷ ମଧ୍ୟ କହିଥା’ନ୍ତି। ଅନେକ ସମୟରେ ଯାହା ପାଇଁ ଆମେ ଅନେକ ଚିନ୍ତାରେ ପଡ଼ିଯାଉ। ଜ୍ୟୋତିଷଙ୍କୁ କହି ତାଙ୍କ କଥାନୁସାରେ ଉପଚାର ମଧ୍ୟ କରିଥାଉ। ମାତ୍ର ଏହାର ବୈଜ୍ଞାନିକ କାରଣ ରହିଛି। ବୈଜ୍ଞାନିକଙ୍କ ମତାନୁସାରେ ଏହାକୁ ସ୍ଲିପ୍‌ ପାରାଲାଇଜ୍‌ କୁହାଯାଏ। ଏହା ସେହି ସମୟରେ ସଂଘଠିତ ହୋଇଥାଏ, ଯେଉଁ ସମୟରେ କି ମସ୍ତିଷ୍କର କିଛି ଅଂଶ ଜାଗ୍ରତ ହୋଇଯାଏ, କିନ୍ତୁ ଶରୀରକୁ ନିୟନ୍ତ୍ରଣ କରୁଥିବା ଅଂଶ ଶୋଇ ରହିଥାଏ।

ସ୍ଲିପ୍‌ ପାରାଲାଇଜ ହିଁ ଶୋଇବାକୁ  ଗଲାବେଳେ ବା ଉଠିବା ସମୟରେ ହୋଇଥାଏ। ଶୋଇବା ସମୟରେ ଏହା ହେଲେ, ଏହାକୁ ହିପ୍ପ୍‌ନୋଗୋଗିକ୍‌ କୁହାଯାଉଥିବା ବେଳେ ଉଠିଲାବେଳେ ହେଲେ ହାଇପ୍ନୋପୋପିକ୍‌ କୁହାଯାଏ। ଏହା ହେବା ପରେ ବ୍ୟକ୍ତି ଉଠି ପଡୁଥିବା ସହ କେତେକ ସମୟରେ ପୁଣି ଶୋଇ ଯାଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ନିଦ୍ରାଜନିତ ଅନେକ ସମସ୍ୟାରେ ପରିବର୍ତ୍ତନ ଆଣିବାକୁ ପଡ଼ିଥାଏ। ଯେପରିକି  ଦିନକୁ ୮ ଘଣ୍ଟା ଶୋଇବା,  ଚିନ୍ତାଠାରୁ ଦୂରେଇ ରହିବା। ମାନସିକ ସମସ୍ୟା କାରଣରୁ ନିଦରେ ହେଉଥିବା ସମସ୍ୟା ପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ  କରନ୍ତୁ। ଯଦି କେବେ ଆପଣଙ୍କୁ ସ୍ଲିପ ପାରାଲାଇଜ ହେଉଥାଏ, ଭୂତ ପ୍ରେତ କିମ୍ବା କୌଣସି ଭୌତିକ ଚିନ୍ତା ନ କରି ଶୁଅନ୍ତୁ କିମ୍ବା ଅଧିକ ସମୟ ଏହି ସମସ୍ୟା ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

All Right Reserved By

ଫୁରସତ |

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଟାର୍ଗେଟ ପୂରଣ କରି ନ ପାରିବାରୁ ରାସ୍ତାରେ ଆଣ୍ଠେଇଲେ କର୍ମଚାରୀ

ଅଫିସ ଟାର୍ଗେଟ ପୂରଣ କରି ନ ପାରିଲେ ବସ୍‌ଙ୍କଠାରୁ ଗାଳି ଶୁଣିବାକୁ ମିଳିଥାଏ। ହେଲେ କର୍ମଚାରୀଙ୍କୁ ରାସ୍ତା ଉପରେ ଆଣ୍ଠେଇବାକୁ ପଡ଼ିବା କେବେ କେହି ଶୁଣି ନ ଥିବେ। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ଘଟିଛି ଚାଇନାରେ।

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଯଜ୍ଞରେ କାହିଁକି କୁହାଯାଏ ସ୍ବାହା...

ଭାରତୀୟ ସଂସ୍କୃତିରେ ପ୍ରତିଟି ଶୁଭକାର୍ଯ୍ୟରେ ଯଜ୍ଞ ବା ହୋମ କରାଯାଇଥାଏ। ହୋମରେ ପ୍ରତିଟି ମନ୍ତ୍ରରେ ଅଗ୍ନିଙ୍କୁ ସାମଗ୍ରୀ ଅର୍ପଣ ଆହୁତି ଦ୍ୱାରା କରାଯିବା ସହିତ ସ୍ବାହା ଉଚ୍ଚାରଣ କରାଯାଇଥାଏ। 

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣକୁ ତେଲରେ ଛାଣିଲା ପରେ ଏହାର ହୁଏ କ’ଣ...

ବାଇଗଣ  ଏକ ଲୋକପ୍ରିୟ ପରିବା। ଭାରତର ତଥା ଦେଶ ବିଦେଶରେ ଏହାର ଚାହିଦା ରହିଛି। ବାଇଗଣରୁ ଅନେକ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ। କେହି କେହି ଏହାକୁ ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ତେଲରେ ଭାଜି ଅବା ଛାଣି ଖାଇଥାନ୍ତି।

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଯେଉଁଠି ଠାକୁରଙ୍କୁ ଅର୍ପଣ କରାଯାଏ ଝାଡୁ...

ମାନସିକ ପୂରଣ ହେଲେ ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଏପରି ଏକ ମନ୍ଦିର ରହିଛି ଯେଉଁଠି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଝାଡୁ ଅର୍ପଣ କରିଥାନ୍ତି। 

ଦର୍ପଣ ବି  ଆଣିଥାଏ  ଦାମ୍ପତ୍ୟ ଜୀବନରେ ଝଡ଼...

ଦର୍ପଣ ବି ଆଣିଥାଏ ଦାମ୍ପତ୍ୟ ଜୀବନରେ ଝଡ଼...

ମାନବ ସଭ୍ୟ ହେବା ସହିତ ଏହାର ବିଭିନ୍ନ ଚାହିଦାରେ କାଳକ୍ରମେ ହୋଇଛି ପରିବର୍ତ୍ତନ। ଏହି ମର୍ମରେ ଶୃଙ୍ଗାର ରସର ବିକାଶ ସହିତ ଏହା ସହିତ ସମ୍ପର୍କ ରଖୁଥିବା ସାମଗ୍ରୀର ମଧ୍ୟ ଲୋକପ୍ରିୟତା ବୃଦ୍ଧି ପାଇଛି। 

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ପୁଅ ପାଇଁ ପ୍ରେମିକା ଖୋଜିଲେ ମା’

ସାଧାରଣତଃ ପୁଅ ପାଇଁ ବୋହୂ ଖୋଜା ହୁଏ, ହେଲେ ପ୍ରେମିକା ଖୋଜିବା କଥା ଶୁଣିଲେ ଅଡୁଆ ଲାଗୁଥାଇପାରେ। ମାତ୍ର ଏଭଳି ଏକ ଘଟଣା ଘଟିଛି ଆମେରିକାର ମେରିଲ୍ୟାଣ୍ଡ ଟାଉନ୍‌ସନ୍‌ ବିଶ୍ୱବିଦ୍ୟାଳୟରେ। ଜଣେ ମା’ ତାଙ୍କ ପୁଅଙ୍କର ଏକୁଟିଆ ଅବସ୍ଥାକୁ ନେଇ ଚିନ୍ତାରେ ରହୁଥିଲେ। 

ଏମିତି ଗାଁ ଯେଉଁଠି ୪ ଶହ ବର୍ଷ ଧରି ହୋଇନି ଶିଶୁଙ୍କ ଜନ୍ମ...

ଏମିତି ଗାଁ ଯେଉଁଠି ୪ ଶହ ବର୍ଷ ଧରି ହୋଇନି ଶିଶୁଙ୍କ ଜନ୍ମ...

ଭାରତରେ ଏଭଳି ଅନେକ ରହସ୍ୟ ରହିଛି ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। 

ମଙ୍ଗଳବାର ଆକାଶରେ ଦେଖିବାକୁ ମିଳିଲା ସୁପର ସ୍ନୋ ମୁନ୍‌

ମଙ୍ଗଳବାର ଆକାଶରେ ଦେଖିବାକୁ ମିଳିଲା ସୁପର ସ୍ନୋ ମୁନ୍‌

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଆକାଶରେ ‘ସୁପର ସ୍ନୋ ମୁନ୍‌’ ଦେଖିବାକୁ ମିଳିଥିଲା। ସବୁ ପୂର୍ଣ୍ଣିମାର ଚନ୍ଦ୍ର ଅପେକ୍ଷା ଥିଲା ନିଆରା। ସ୍ବାଭାବିକ ଚନ୍ଦ୍ର ଅପେକ୍ଷା ଏହା ଅଧିକ ବଡ଼ ଓ ଉଜ୍ଜ୍ୱଳ ଦେଖାଯାଉଥିଲା। ଏଭଳି ବିରଳ ଜହ୍ନ ଦେଖିବାକୁ ଆଉ ୭ବର୍ଷ ଅପେକ୍ଷା କରିବାକୁ ପଡିବ। ୨୦୨୬ ଡିସେମ୍ବରରେ ଏଭଳି ଧବଳ ଜହ୍ନ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ସୂଚନା ଦେଇଛନ୍ତି।

ଭାରତରେ ମଦ୍ୟପାନ କରନ୍ତି ୧୬କୋଟି ଲୋକ

ଭାରତରେ ମଦ୍ୟପାନ କରନ୍ତି ୧୬କୋଟି ଲୋକ

ନୂଆଦିଲ୍ଲୀ: ଦେଶରେ ୧୦ବର୍ଷରୁ  ଆରମ୍ଭ କରି ୭୫ବର୍ଷ ବୟସ ମଧ୍ୟରେ ପାଖାପାଖି ୧୬କୋଟି ଲୋକ ମଦ୍ୟପାନ କରନ୍ତି ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି। ଛତିଶଗଡ, ତ୍ରିପୁରା, ପଞ୍ଜାବ, ଅରୁଣାଚଳ ପ୍ରଦେଶ ଏବଂ ଗୋଆରେ ମଦ୍ୟପାନକାରୀଙ୍କ ସଂଖ୍ୟା ସର୍ବାଧିକ। 

ଯେଉଁ ସ୍କୁଲରେ ଝିଅଙ୍କ ପାଠପଢା ସହ କରାଯାଏ ବିବାହ

ଯେଉଁ ସ୍କୁଲରେ ଝିଅଙ୍କ ପାଠପଢା ସହ କରାଯାଏ ବିବାହ

ସ୍କୁଲରେ କେବଳ ଶିକ୍ଷା ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ହେଲେ ଗୁଜରାଟର ଅହମ୍ମଦାବଦରେ ରହିଛି ଏମିତି ଏକ ସ୍କୁଲ ଯେଉଁଠି ପାଠପଢା ସହ ଝିଅମାନଙ୍କର ବିବାହ କରାଯାଏ। ବିଶ୍ୱର ଏହା ଏକମାତ୍ର ଏମିତି ସ୍କୁଲ ଯିଏ ପାଠପଢା ସହ ବିବାହ କରିବାର ଦାୟିତ୍ୱ ବହନ କରିଛି।

ମାଛ ଛାଣିଲା ପରେ ଏହାର ହୁଏ କ’ଣ...

ମାଛ ଛାଣିଲା ପରେ ଏହାର ହୁଏ କ’ଣ...

ଭାରତରେ ମାଛ ବେଶ୍‌ ଲୋକପ୍ରିୟ ଖାଦ୍ୟ। ମାଛଭାତ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟ ବାସିନ୍ଦାଙ୍କର  ଅତି ପସନ୍ଦର ଖାଦ୍ୟ।  ମାଛକୁ କେହି କେହି କଞ୍ଚା ତରକାରୀ କରି ଖାଉଥିବାବେଳେ କେତେକ ଏହାକୁ ଭାଜି ଅବା ଛାଣି ଖାଇଥାନ୍ତି। 

ବିବାହର ୪ ଦିନ ପରେ ଏରାତି ଆସେ  କାହିଁକି...

ବିବାହର ୪ ଦିନ ପରେ ଏରାତି ଆସେ କାହିଁକି...

ବିବାହ ଏକ ସାମାଜିକ ପରମ୍ପରା। ଏହା ଦୁଇଟି ଅଜଣା ଲୋକଙ୍କୁ ଏକାଠି ମିଶି ଜୀବନସାରା ରହିବାର ସୁଯୋଗ ଦେଇଥାଏ। ପରବର୍ତ୍ତୀ ସମୟରେ ନବବିବାହିତା ଯୋଡ଼ି ପରସ୍ପରର ଦୁଃଖ ସୁଖରେ ବିପଦ ଆପଦରେ ହୋଇଥାନ୍ତି ସାହାରା। ବିବାହର ୪ର୍ଥ ଦିନ ରାତିରେ ଚତୁର୍ଥୀ ରାତି ବା ବାସର ରାତି ପରମ୍ପରା ପାଳିତ ହୋଇଥାଏ।