ଖେଳ |

ଗୋଲ୍ଡ କପ୍‌ ମହିଳା ଫୁଟ୍‌ବଲ ମ୍ୟାନମାରର ଦ୍ୱିତୀୟ ବିଜୟ

ଗୋଲ୍ଡ କପ୍‌ ମହିଳା ଫୁଟ୍‌ବଲ ମ୍ୟାନମାରର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୧।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହିରୋ ଗୋଲ୍ଡ କପ୍‌ ଚତୁଃରାଷ୍ଟ୍ରୀୟ ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟରେ ମ୍ୟାନମାର କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ମ୍ୟାନମାର ୨-୦ ଗୋଲରେ ଇରାନକୁ ପରାସ୍ତ କରିଛି। ମ୍ୟାନମାର ପକ୍ଷରୁ ବଦଳ ଖେଳାଳି ୟି ୟି ଉ ୨ଟି ଯାକ ଗୋଲ ଦେଇଥିଲେ। ଏଥିସହ ମ୍ୟାନମାରର ଫାଇନାଲ ପ୍ରବେଶ ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଇରାନ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଥିବାରୁ ଦଳର ଫାଇନାଲ ଆଶା ଶେଷ ହୋଇ ଯାଇଛି। ପୂର୍ବତନ ଖେଳାଳି ଓ କୋଚ୍‌ ଗୀତାଞ୍ଜଳି ଖୁଣ୍ଟିଆ ଅତିଥିଭାବେ ଖେଳାଳିଙ୍କ ସହ ପରିଚିତ ହୋଇ ମ୍ୟାଚର ଶୁଭାରମ୍ଭ କରିଥିଲେ। ଶନିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ମ୍ୟାନମାର ୩-୦ ଗୋଲରେ ନେପାଳକୁ ହରାଇଥିବାବେଳେ ଭାରତ ୧-୦ ଗୋଲରେ ଇରାନକୁ ପରାସ୍ତ କରିଥିଲା।
ୟି’ଙ୍କ ଡବଲ ଗୋଲ-
ମ୍ୟାନମାର ଉଚ୍ଚ ର଼୍ୟାଙ୍କିଙ୍ଗ ପ୍ରାପ୍ତ ଦଳ ହୋଇଥିଲେ ହେଁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା ଇରାନ। ପ୍ରଥମାର୍ଦ୍ଧରେ ଉଭୟ ଦଳ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଫିନିଶିଂ ଭଲ ହୋଇ ନ ପାରିବାରୁ ଗୋଲ ହୋଇପାରି ନ ଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ମ୍ୟାନମାର ଆକ୍ରମଣକୁ ଜୋରଦାର କରିଥିଲା। ମାତ୍ର ଇରାନର ଦୃଢ଼ ରକ୍ଷଣଭାଗ ଏବଂ ଗୋଲକିପର ଜାହରା ଖାଜାଭିଙ୍କ ଭଲ ପ୍ରଦର୍ଶନ ଯୋଗୁ ଗୋଲ ହୋଇପାରି ନ ଥିଲା। ୫୫ତମ ମିନିଟରେ ଇରାନର ଗୋଲପୋଷ୍ଟରେ ଗ୍ୟାପ୍‌ ଦେଖି ଖିନ୍‌ ମୋଏ ୱାଇ ଏକ କ୍ରସ୍‌ ପାସ୍‌ ଦେଇଥିଲେ ହେଁ ତାହାକୁ ଅନ୍ୟପଟୁ ଟଚ୍‌ କରିବାକୁ କେହି ଖେଳାଳି ନ ଥିବାରୁ ମ୍ୟାନମାର ସୁବର୍ଣ୍ଣ ସୁଯୋଗ ହରାଇଥିଲା। ରଣନୀତି ବଦଳାଇ ଇରାନ ମଧ୍ୟ ଆକ୍ରମଣାତ୍ମକ ଖେଳିଥିଲେ ହେଁ ବଲ୍‌ ଅଧିକାଂଶ ସମୟ ମ୍ୟାନମାର ନିୟନ୍ତ୍ରଣରେ ରହିଥିଲା।
ଇଞ୍ଜୁରି ଟାଇମ୍‌ର ରୋମାଞ୍ଚ
୯୦ ମିନିଟ ପର୍ଯ୍ୟନ୍ତ ଖେଳ ୦-୦ରେ ରହିବାରୁ ମ୍ୟାଚ ଡ୍ର ହେବା ଆଶା କରାଯାଉଥିଲା। ମାତ୍ର ଇଞ୍ଜୁରି ଟାଇମ୍‌ରେ ଅସଲ ଖେଳ ଦେଖାଇଥିଲା ମ୍ୟାନମାର। ମ୍ୟାଚର ୯୦ ଯୁକ୍ତ ୧ ମିନିଟରେ ଏକ କ୍ରସ୍‌ ପାସ୍‌କୁ ୟି’ ଗୋଲରେ ପରିଣତ କରି ମ୍ୟାନମାରକୁ ଅଗ୍ରଣୀ କରାଇଥିଲେ। ଏହାପରେ ଖେଳାଳିମାନେ ପରସ୍ପର ମଧ୍ୟରେ ପାସ୍‌ ଦେଇ ଅବଶିଷ୍ଟ ସମୟ ଅତିବାହିତ କରିବାକୁ ଚେଷ୍ଟା କରିଥିଲେ। ଅନ୍ୟପକ୍ଷରେ ମ୍ୟାଚକୁ ଫେରିବା ପାଇଁ ସମୟ କମ୍‌ ଥିବାରୁ ଇରାନ ସ୍ବତଃ ଚାପକୁ ଚାଲି ଆସିଥିଲା। ଫଳରେ ଦଳର ପ୍ରଦର୍ଶନରେ ଅବନ୍ନତି ଦେଖା ଦେଇଥିଲା। ଏହାର ଫାଇଦା ଉଠାଇଥିଲା ମ୍ୟାନମାର। ୯୦ ଯୁକ୍ତ ୩ ମିନିଟରେ ୟି ଦ୍ୱିତୀୟ ଗୋଲଟି ଦେଇ ମ୍ୟାନମାରର ଅଗ୍ରଣୀକୁ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ଏହାର ଅଳ୍ପ ସମୟ ପରେ ରେଫରିଙ୍କ ଶେଷ ହ୍ବିସିଲ ବାଜିବା ସହିତ ମ୍ୟାନମାର ଦଳର ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।

All Right Reserved By

ଖେଳ |

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି ଭୟ ଲାଗୁଛି ବୋଲି ସେ କହିଛନ୍ତି। 

ମହିଳା ଟି୨୦ ଚ୍ୟାଲେଞ୍ଜ ଜୟପୁରରେ

ମହିଳା ଟି୨୦ ଚ୍ୟାଲେଞ୍ଜ ଜୟପୁରରେ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)- ଆସନ୍ତା ମାସରେ ପ୍ଲେ-ଅଫ୍‌ ସପ୍ତାହ ବେଳେ ଜୟପୁରରେ ୩ଟି ମହିଳା ଦଳକୁ ନେଇ ଟି୨୦ ଚ୍ୟାଲେଞ୍ଜ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। 

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ। 

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ଦୋହା, ୨୪।୪-ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ମହିଳା ୪ ଗୁଣା ୧୦୦ ମିଟର ରିଲେ ରେସ୍‌ରେ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଛି। ଭାରତୀୟ ଦଳର ସଦସ୍ୟା ଭାବେ ଦୂତୀ ମଧ୍ୟ ସମାନ ଫଳ ପାଇଛନ୍ତି। 

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା 

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା 

କଟକ ଅଫିସ,୨୪ା୪- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚାଲିଥିବା ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ମଙ୍ଗଳବାର ଓଡ଼ିଶା ବୃହତ୍‌ ଗୋଲ ବ୍ୟବଧାନରେ ପଣ୍ଡିଚେରୀକୁ ପରାସ୍ତ କରିଛି । 

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ଦୋହା, ୨୪।୪-ଦୋହାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ଭାରତର ସ୍ବପ୍ନା ବର୍ମନ ରୌପ୍ୟ ପଦକ ପାଇଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ୫ମ ସ୍ଥାନ ପାଇଛନ୍ତି। 

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ରେସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। 

ଶୀର୍ଷକୁ ଫେରିଲା ଚେନ୍ନାଇ

ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ,୨୪।୪(ପି.ଟି.)- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ୍‌ ବାକିରଖି ୬ ଉଇକେଟରେ ପରାସ୍ତ କରିଛି।

 ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ଅମରାବତୀ, ୨୩ା୪ (ପି.ଟି.)-ବନ୍ଦର ସହର ବିଶାଖାପାଟଣା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇଟି ପ୍ଲେ-ଅଫ୍‌ ମ୍ୟାଚ୍‌ର ଆୟୋଜନ କରିବ। ମ୍ୟାଚ ଦୁଇଟି ମେ ୮ ଓ ୧୦ରେ ଖେଳାଯିବ ବୋଲି ଆନ୍ଧ୍ର କ୍ରିକେଟ ଆସୋସିଏଶନ  (ଏସିଏ) ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହା ପ୍ରକାଶ କରାଯାଇଛି।  

  ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌:     ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ଜିଆନ୍‌ (ଚାଇନା), ୨୩ା୪ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ କୁସ୍ତିଯୋଦ୍ଧା  ଭାରତର ବଜରଙ୍ଗ ପୁନିଆ ଏସିଆନ ଚାମ୍ପିୟନଶିପ୍‌ରେ ଆଉଥରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ ଦଳରେ ନୂଆ ପେସର

ମୁମ୍ବାଇ,୨୩।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ବାମହାତୀ ପେସର ବେଉରାନ ହେଣ୍ଡ୍ରିକ୍ସଙ୍କ ସହ ଚୁକ୍ତି କରିଛି। 

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ଶିବଙ୍କୁ କ୍ରମାଗତ ୪ର୍ଥ ଏସିଆନ୍‌ ପଦକ

ବ୍ୟାଙ୍କକ୍‌,୨୩।୪(ପିଟି)- ଶିବ ଥପା (୬୦ କିଗ୍ରା) କ୍ରମାଗତ ୪ର୍ଥ ଥର ପାଇଁ ଏସିଆନ୍‌ ବକ୍ସିଂ ପଦକ ନିଶ୍ଚିତ କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri