ମେଟ୍ରୋ |

ଧରିତ୍ରୀ ପ୍ରଭାବ: ପିତାମାତାଙ୍କୁ ହରାଇଲେ ୬ ପୁଅଝିଅ, ବେସରକାରୀ ସଂସ୍ଥା ତରଫରୁ ଆର୍ଥକ ସହାୟତା

ଧରିତ୍ରୀ ପ୍ରଭାବ:  ପିତାମାତାଙ୍କୁ ହରାଇଲେ ୬ ପୁଅଝିଅ,  ବେସରକାରୀ ସଂସ୍ଥା ତରଫରୁ ଆର୍ଥକ ସହାୟତା

କୃଷ୍ଣପ୍ରସାଦ,୧୧ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦରେ ପିତାମାତାଙ୍କୁ ହରାଇ ଅନାଇ ହୋଇପଡ଼ିଥିବା ପୁଅଝିଅଙ୍କୁ କିଛି ଆର୍ଥତ୍କ ସହାୟତାର ହାତ ବଢ଼ାଇଛି ଏକ ବେସରକାରୀ ଅନୁଷ୍ଠାନ। ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସାଧୁବାଦ କରାଯାଇଛି। ସୂଚନାଯୋଗ୍ୟ, ଏଠାରେ ଗ୍ୟାରେଜ୍‌ କରି ପରିବାର ପ୍ରତିପୋଷଣ କରୁଥିବା ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ମାତା କୁମୁଦିନୀ ପଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କର ୪ ଝିଅ ଏବଂ ୨ ପୁଅ ଅନାଥ ହୋଇପଡିଛନ୍ତି । ପିତାମାତାଙ୍କ ମୃତ୍ୟୁପରେ ଅର୍ଥାଭାବରୁ ଯଥାକ୍ରମେ ୮ମ ଓ ୪ର୍ଥ ଶ୍ରେଣୀରେ ପଢୁଥିବା ଦେବାଶିଷ ଓ ସୁୁବାଶିଷଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲା। ବାପାଙ୍କ ସେହି ଗ୍ୟାରେଜ୍‌ରେ କାମ ଆରମ୍ଭ କରି ବଞ୍ଚତ୍ବା ନିମନ୍ତେ ସଂଗ୍ରାମ କରୁଛନ୍ତି ପରିବାରର ପୁଅମାନେ ା ତେବେ ପିତାମାତାଙ୍କୁ ହରାଇବା ପରେ ଭଡାଘରେ ରହୁଥିବା ଏହି ଭୂମିହୀନ ପରିବାର ରାଶନକାର୍ଡ ମାଧ୍ୟମରେ ମାତ୍ର କେତେ କେଜି ଚାଉଳ ପାଇଛନ୍ତି, ଯାହା ମାତ୍ର ୧୫ ଦିନରେ ଶେଷ ହୋଇଯିବ ା ସରକାରୀ ଦୃଷ୍ଟି ଆଢୁଆଳରେ ରହି ଏହି ୬ଜଣ ଅନାଥ ପିଲା ଅସହାୟ ଭାବେ ଜୀବନ ବିତାଉଛନ୍ତି। ତେବେ ଦୈନିକ ଖବରକାଗଜ ଧରିତ୍ରୀରେ ଚଳିତ ମାସ ୧୦ ତାରିଖ(ରବିବାର)ରେ ଏହି ଘଟଣା ପ୍ରକାଶିତ ହେବା ପରେ ଏହି ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି  ବ୍ଲକର ଏକମାତ୍ର ଅଗ୍ରଣୀ ସଂଗଠନ ‘ନାରାୟଣ ସେବା ସଂସ୍ଥା’ ା ଏହି ସମାଜ କଲ୍ୟାଣ ଅନୁଷ୍ଠାନ ତରଫରୁ ସଭ୍ୟ ନିରଞ୍ଜନ ପ୍ରଧାନ, ମଧୁସୂଦନ ପଟ୍ଟନାୟକ ଏବଂ ପ୍ରକାଶ ଚନ୍ଦ୍ର ବେହେରା ଅନାଥଶିଶୁଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି, ଯାହା ପିଲାମାନଙ୍କୁ ବଞ୍ଚତ୍ବାର କିଛିଟା ରାହା ଯୋଗାଇ ପାରିଛି।  ଆଶା ରହିଛି ବିଭିନ୍ନ ମହଲରୁ ଏହି ପିଲାମାନଙ୍କ ପାଇଁ ସହଯୋଗର ହାତ ଆଗେଇ ଆସିବ।

All Right Reserved By

ମେଟ୍ରୋ |

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ  ପାଇଁ ସିଇଓଙ୍କୁ ଫେରାଦ

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ପ୍ରଚାର ବନ୍ଦ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ୧୦ ଦଫା ଅଭିଯୋଗ ଉପସ୍ଥାପନ କରିଛି।

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ରାଜ୍ୟର ୫ ଜିଲାରେ ପାରଦ ୪୦ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ କମ୍‌ ତାତି ରହିଛି।

କପିଳାସ ରୋଡ୍‌-ସାଲେଗାଓଁ ରେଳପଥ ଦୋହରୀକରଣ କାର୍ଯ୍ୟ: ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅଧୀନରେ ଥିବା କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେଶନ ମଧ୍ୟରେ ରେଳଲାଇନ୍‌ ମରାମତି ତଥା ଦୋହରୀକରଣ କାର୍ଯ୍ୟ ପାଇଁ ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏହି ରୁଟ୍‌ର ଅଧିକାଂଶ ଟ୍ରେନ୍‌କୁ ବାତିଲ କରାଯାଇଛି। 

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଆସନ୍ତା ଜୁଲାଇ ଏବଂ ଅଗଷ୍ଟରେ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଗୋ ଏୟାର ସ୍ବତନ୍ତ୍ର ଭଡ଼ା ଘୋଷଣା କରିଛି। ଏ ନେଇ ଗୋ ଏୟାର ନିଜର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଜଣାଇଛି। 

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭୋଟ୍‌ ଦେଲେ ଅର୍ଚ୍ଚିତା

ଭୋଟ୍‌ ଦେଲେ ଅର୍ଚ୍ଚିତା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ସ୍ଥାନୀୟ ୟୁନିଟ୍‌-୯ ଭୋଟଦାନ କେନ୍ଦ୍ର ବୁଥ୍‌ ନଂ-୧୧୧ରେ ମଙ୍ଗଳବାର ମତଦାନ କରିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ସେ ମା’ଙ୍କ ସହ ଭୋଟକେନ୍ଦ୍ରରେ ପହଞ୍ଚି ଧାଡ଼ିରେ ଛିଡ଼ା ହୋଇ ଭୋଟ୍‌ ଦେଇଥିଲେ।

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା

ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା କରାଯାଇଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri