ଫୁରସତ |

କମ୍‌ ବୟସରେ ବିବାହ କରିବାକୁ ପସନ୍ଦ କରନ୍ତି ଯୁବତୀ...

କମ୍‌ ବୟସରେ ବିବାହ କରିବାକୁ ପସନ୍ଦ କରନ୍ତି ଯୁବତୀ...

କେତେକ ଯୁବତୀ କମ୍‌ ବୟସରେ ବିବାହ କରିବାକୁ ପସନ୍ଦ କରିଥାନ୍ତି। ଏହି ସମୟରେ ବିଭିନ୍ନ ସେକ୍ସ୍‌ ହରମୋନ୍‌ର କ୍ଷରଣ ଯୋଗୁ ଜୀବନସାଥୀଙ୍କ ମଧ୍ୟରେ ଅଧିକ ଆବେଗପୂର୍ଣ୍ଣ ଭାବାବେଗ ରହିଥାଏ। ଫଳରେ ଦାମ୍ପତ୍ୟ ଜୀବନରେ ଆସିଥାଏ ସୁଖଶାନ୍ତି। ଅଧିକ ବୟସରେ ବିବାହ କରୁଥିବା କେତେକ ଯୁବତୀଙ୍କ କ୍ଷେତ୍ରରେ ଛାଡ଼ପତ୍ର ହୋଇଥାଏ। କାରଣ ବୟସ ବଢ଼ିବା ସହିତ ଦାମ୍ପତ୍ୟ ଜୀବନରେ ଆଡଜଷ୍ଟ କରିବା ସେମାନଙ୍କ ପାଇଁ ଅସହଜ ହୋଇଥାଏ। ଅନ୍ୟପକ୍ଷରେ ସେକ୍ସ୍‌ ହରମୋନ୍‌ କ୍ଷରଣରେ ମଧ୍ୟ ଦେଖାଦେଇଥାଏ ଅନିୟମିତତା। ତେଣୁ ମନରେ ସୃଷ୍ଟି ହୋଇଥାଏ ବିଷାଦ ଭାବନା। ଏହାଯୋଗୁ ଉପୁଜି ଥାଏ ଦାମ୍ପତ୍ୟ ଜୀବନରେ ନାନା ସମସ୍ୟା। ଆମେରିକାର ଓହିଓ ଷ୍ଟେଟ୍‌ ୟୁନିଭରସିଟିରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଯୁବତୀମାନେ କେଉଁ ବୟସରେ ବିବାହ କରିବାକୁ ଚାହିଁଥାନ୍ତି ସେଥିନେଇ ଗବେଷକ ୨୦ଟି ରାଷ୍ଟ୍ରର ୧୦ ହଜାର ଯୁବତୀଙ୍କୁ ଏହି ଗବେଷଣାରେ ସାମିଲ୍‌ କରିଥିଲେ। ୭୪ ପ୍ରତିଶତ ଯୁବତୀ ୨୦ରୁ ୨୫ ବର୍ଷ ବୟସରେ ବିବାହ କରିବା ସପକ୍ଷରେ ମତ ଦେଇଥିଲେ। ସେମାନେ କହିଥିଲେ ଯେ, ଜଣେ ଯୁବତୀ କମ୍‌ ବୟସରେ ବିବାହ କଲେ ତାଙ୍କର ପିଲାମାନେ ମଧ୍ୟ କମ୍‌ ବୟସରେ ବିବାହ କରିଥାନ୍ତି। ସେହିପରି କମ୍‌ ବୟସରେ ବିବାହ କରୁଥିବା ଯୁବତୀମାନଙ୍କ ବୈବାହିକ ଜୀବନ ଭଲରେ କଟିଥାଏ ବୋଲି ଅନେକ ଯୁବତୀ ମତଦେଇଥିଲେ। ତେବେ କମ୍‌ ବୟସରେ ବିବାହ କଲେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଅନେକ କ୍ଷେତ୍ରରେ ଏକ ସମନ୍ବୟ ଭାବ ଦେଖାଦେଇଥାଏ। ଏହାର ପ୍ରଭାବ ସେମାନଙ୍କର ପିଲାମାନଙ୍କ ଉପରେ ପଡ଼ିଥାଏ ବୋଲି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି।

All Right Reserved By

ଫୁରସତ |

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ‘ଅକ୍ଷୟ ତୃତୀୟା’ ଭାବେ ପାଳନ କରାଯାଏ। ହିନ୍ଦୁଧର୍ମ ଅନୁସାରେ ଏହି ଦିନର ବଡ଼ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ଦାନ, ଧର୍ମ, ଜପ, ତପ ଆଦି କର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ତାମିଲନାଡୁର ମଦୁରାଇ ନିକଟରେ ରହିଛି କଲିମାୟନ ଗାଁ। ଏଠାକାର ପରମ୍ପରା ନିଆରା। ଗାଁରେ କୌଣସି ଲୋକ ଚପଲ ପିନ୍ଧନ୍ତି ନାହିଁ। 

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ।

ପିଲାଙ୍କୁ ଓ୍ବାଟର ପାର୍କ ନେଉଥିଲେ...

ପିଲାଙ୍କୁ ଓ୍ବାଟର ପାର୍କ ନେଉଥିଲେ...

ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ପିଲାମାନଙ୍କର ଖରାଛୁଟି ବି ହୋଇଗଲାଣି। ଆପଣ ଚାହିଁଲେ ପିଲାକୁ ଓ୍ବାଟର ପାର୍କ ନେଇ ସମୟ ବିତାଇପାରିବେ। ତେବେ ସେଠାକୁ ବୁଲିବାକୁ ଯାଉଥିଲେ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ ଏସବୁ ସାମଗ୍ରୀ...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ପୃଥିବୀରେ ରହିଛି ଅନେକ ଅଜଣା ରହସ୍ୟ। ଯାହା ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରି ପାରିନି। ଜାପାନର ଟୋକିଓରେ ରହିଛି ଏକ ୭ଶହ ବର୍ଷର ପୁରୁଣା କର୍ପୂର ଗଛ। ଏହି ଗଛକୁ ନେଇ ସ୍ଥାନୀୟ ଲୋକେ ଅନେକ କଥା କହିଥାନ୍ତି। 

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। 

କାହିଁକି ଏ ଶୁକ୍ରଦଶା

କାହିଁକି ଏ ଶୁକ୍ରଦଶା

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ନିରାପଦ ସୀମା ୩୫୦ପିପିଏମ୍‌ ଥିବା ବେଳେ ବର୍ତ୍ତମାନ ଏହା ୪୦୦ ପିପିଏମ୍‌କୁ ଛୁଇଁଲାଣି। ୨୦୦୧ ମସିହା ପରେ ଏହି ବାଷ୍ପର ମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି।

ଜନବସତିମୁହାଁ ତୁଷାର ଭାଲୁ

ଜନବସତିମୁହାଁ ତୁଷାର ଭାଲୁ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ମେରୁ ଅଞ୍ଚଳରେ ଥିବା ପ୍ରାଣୀ ତଥା ଉଦ୍ଭିଦ ଜଗତ ପ୍ରଭାବିତ ହେବାରେ ଲାଗିଛି। ଏଠାରେ ଲଗାତର ବରଫ ପାହାଡ଼ ତରଳିବାରେ ଲାଗିଛି। ଫଳରେ ଆବଶ୍ୟକ ତାପମାତ୍ରା ଅଭାବ ଏବଂ ଖାଦ୍ୟ ସଙ୍କଟ ଯୋଗୁ ଏଠାରେ ବାସ କରୁଥିବା ତୁଷାର ଭାଲୁ ସ୍ଥାନାନ୍ତର ହେବାରେ ଲାଗିଛନ୍ତି। 

ଆଉ ଅଧିକ  ବୋଝ ଦେବା ନାହିଁ

ଆଉ ଅଧିକ ବୋଝ ଦେବା ନାହିଁ

ସାଧାରଣ ଭାବରେ ବର୍ଷକୁ ୧-୫ ଭିତରେ ଜୀବଜାତି ଲୁପ୍ତ ହୋଇଥାଏ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଏହା ୧୦୦୦-୧୦,୦୦୦ ଗୁଣ ବୃଦ୍ଧି ପାଇଛି, ଯାହା ପରିବେଶବିତ୍‌ମାନଙ୍କର ଚିନ୍ତାର କାରଣ ହୋଇଛି। 

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ। ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri