ଜାତୀୟ |

ନିଜ ହାତରେ ଖାଦ୍ୟ ପରସିଲେ ମୋଦି

ନିଜ ହାତରେ ଖାଦ୍ୟ ପରସିଲେ ମୋଦି

ଲକ୍ଷ୍ନୌ,୧୧।୨: ଛାତ୍ରୀଛାତ୍ରଙ୍କୁ ନିଜ ହାତରେ ଖାଦ୍ୟ ପରସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛାତ୍ରୀଛାତ୍ରଙ୍କ ପ୍ରତି ମୋଦିଙ୍କ ଅହେତୁକ ସ୍ନେହଭାବ ପୂର୍ବରୁ ଦେଖିବାକୁ ମିଳୁଥିବା ବେଳେ ଏହାର ଆଉ ଏକ ଝଲକ ଉତ୍ତରପ୍ରଦେଶର ବୃନ୍ଦାବନରେ ଦେଖିବାକୁ ମିଳିଛି । ବୃନ୍ଦାବନାରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ଏଥିରେ ସେ ଗରିବ ଛାତ୍ରୀଛାତ୍ରଙ୍କୁ ଖାଦ୍ୟ ପରସିବା ସହ ନିଜ ହାତରେ କୁନିକୁନି ପଲାଙ୍କୁ ଏହା ଖୁଆଇଥିଲେ। ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ ସରକାରୀ ସ୍କୁଲରେ ସରକାରଙ୍କ ସହାୟତାରେ ମିଡ୍‌ଡେ ମିଲ ବଣ୍ଟନ କରିଥାଏ। ସୋମବାର ଫାଉଣ୍ଡେସନ ପକ୍ଷରୁ ଲୋକଙ୍କ ପାଖକୁ ୩କୋଟିରୁ ଅଧିକ ଥାଳି ପହଞ୍ଚାଇବା ଲକ୍ଷ୍ୟ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


ଏହି କାର୍ଯ୍ୟକ୍ରମରେ ମୋଦି କୁନିକୁନି ପିଲାଙ୍କୁ ଖାଦ୍ୟ ପରସିବା ପରେ ଜନସଭାକୁ ସମ୍ବୋଧିତ କରିଥିଲେ। ଛାତ୍ରୀଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସରକାର ସବୁବେଳେ ତତ୍ପରତା ଦେଖାଇବା ସହ ଗୁରୁତ୍ୱ ମଧ୍ୟ ଦେଇଥାନ୍ତି। ତେବେ ଶକ୍ତିଶାଳୀ ଭାରତ ଗଠନ ପାଇଁ ପୁଷ୍ଟିକର ଓ ସୁସ୍ଥ ପରିବେଶ ଜରୁରୀ ବୋଲି ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ରାଜ୍ୟପାଳ ରାମ ନାଇକ ଓ ଏମ୍‌ପି ହେମା ମାଳିନୀ ମଧ୍ୟ ସାମିଲ ହୋଇଥିଲେ।  

All Right Reserved By

ଜାତୀୟ |

ଯୌତୁକରେ ମିଳିଥିବା ୧୧ ଲକ୍ଷ ଫେରାଇ କନ୍ୟା ପିତାଙ୍କଠାରୁ ଟଙ୍କାଏ ନେଇ ବିବାହ କଲେ ଯୁବକ

ଯୌତୁକରେ ମିଳିଥିବା ୧୧ ଲକ୍ଷ ଫେରାଇ କନ୍ୟା ପିତାଙ୍କଠାରୁ ଟଙ୍କାଏ ନେଇ ବିବାହ କଲେ ଯୁବକ

ଜୟପୁର,୨୫।୪: ଦେଶରେ ଯୌତୁକ ବିରୋଧରେ ଜାରି ରହିଛି ସଚେତନତା। ଏହି ମର୍ମରେ ରାଜସ୍ଥାନ ସିକର ଜିଲାରେ ଜଣେ ଯୁବକ ସୃଷ୍ଟି କରିଛନ୍ତି ଏକ ନିଆରା ଉଦାହରଣ। 

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ଅଯୋଧ୍ୟାର ଗୁମନାମୀ ବାବା ହିଁ ଥିଲେ ସୁଭାଷ ବୋଷ: ଆମେରିକା ହସ୍ତାକ୍ଷର ଯାଞ୍ଚ୍‌କର୍ତ୍ତାଙ୍କ ରିପୋର୍ଟ ପୁସ୍ତକରେ ପାଇଲା ପ୍ରକାଶ

ନୂଆଦିଲ୍ଲୀ,୨୫।୪: ଅଯୋଧ୍ୟାରେ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଶେଷ ଜୀବନ ବିତାଇଥିବା ଗୁମନାମୀ ବାବା ହିଁ ନେତାଜୀ ସୁଭାଷ ବୋଷ ଥିଲେ। ଏନେଇ ଏକ ପୁସ୍ତକରେ ଦର୍ଶାଯାଇଛି। 

୨୧ ବର୍ଷର ରେକର୍ଡ: ଯେଉଁ ଦଳ ଦିଲ୍ଲୀ ଜିତିଛି ସେହି ଦଳ କେନ୍ଦ୍ରରେ ଗଢ଼ିଛି ସରକାର !

୨୧ ବର୍ଷର ରେକର୍ଡ: ଯେଉଁ ଦଳ ଦିଲ୍ଲୀ ଜିତିଛି ସେହି ଦଳ କେନ୍ଦ୍ରରେ ଗଢ଼ିଛି ସରକାର !

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ୭ ଲୋକ ସଭା ଆସନ ଅତି ଗୁରୁତ୍ୱପୂର୍ଣ୍ଣ। ଗତ ୨୧ ବର୍ଷ ଧରି ଏସବୁ ଆସନ ନେଇ ଏକ ରେକର୍ଡ ରହିଛି। 

ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଲେ ମୁସଲମାନ୍‌ ପରିବାର

ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଲେ ମୁସଲମାନ୍‌ ପରିବାର

ଲକ୍ଷ୍ନୌ,୨୫।୪: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଉତ୍ତରପ୍ରଦେଶର ଏକ ମୁସଲମାନ୍‌ ପରିବାର ସଦସ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। 

ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦ ହଜାର କିମି ସାଇକେଲ ଯାତ୍ରାରେ ଯୁବକ

ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦ ହଜାର କିମି ସାଇକେଲ ଯାତ୍ରାରେ ଯୁବକ

ସିଲିଗୁଡ଼ି,୨୫।୪: ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜଣେ ଯୁବକ ଅଣ୍ଟା ଭିଡ଼ିଛନ୍ତି।

ସେନାରେ ପୋଲିସରେ ପ୍ରଥମ ଥର ଲାଗି ଭର୍ତ୍ତି ହେବେ ମହିଳା

ସେନାରେ ପୋଲିସରେ ପ୍ରଥମ ଥର ଲାଗି ଭର୍ତ୍ତି ହେବେ ମହିଳା

ନୂଆଦିଲ୍ଲୀ,୨୫।୪: ଭାରତୀୟ ବାୟୁସେନାରେ ସାମିଲ ହେବାପାଇଁ ଯେଉଁ ମହିଳାମାନେ ସ୍ବପ୍ନ ଦେଖୁଥିଲେ ସେମାନଙ୍କ ପାଇଁ ଆସିଛି ଖୁସି ଖବର। ଏଥିପାଇଁ ମହିଳାମାନେ ଅନ୍‌ ଲାଇନ୍‌ ଆବେଦନ କରିପାରିବେ। ଗୁରୁବାରଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ମରାମତି ବେଳେ ହୁତୁହୁତୁ ହୋଇ ଜଳିଲା ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନ

ମରାମତି ବେଳେ ହୁତୁହୁତୁ ହୋଇ ଜଳିଲା ଏୟାର ଇଣ୍ଡିଆ ବୋଇଙ୍ଗ୍‌ ବିମାନ

ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। 

ମୋଦିଙ୍କ ସହିତ ପ୍ରିୟଙ୍କାଙ୍କ ଲଢ଼େଇ ନେଇ ଚର୍ଚ୍ଚା: ଏପ୍ରିଲ୍‌ ୨୯ରେ ବାରାଣସୀରେ ଦାଖଲ କରିପାରନ୍ତି ନାମାଙ୍କନ

ମୋଦିଙ୍କ ସହିତ ପ୍ରିୟଙ୍କାଙ୍କ ଲଢ଼େଇ ନେଇ ଚର୍ଚ୍ଚା: ଏପ୍ରିଲ୍‌ ୨୯ରେ ବାରାଣସୀରେ ଦାଖଲ କରିପାରନ୍ତି ନାମାଙ୍କନ

ନୂଆଦିଲ୍ଲୀ, ୨୫।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବାରାଣସୀ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଚର୍ଚ୍ଚା ହେଉଛି। 

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ସଲିମ ଖାଁଙ୍କୁ ମିଳିଲା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

ମୁମ୍ବାଇ,୨୫।୪: ଭେଟେରାନ୍‌ ସ୍କ୍ରିନ୍‌ରାଇଟର ସଲିମ ଖାଁଙ୍କୁ ୭୭ତମ ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡ ୨୦୧୯ ପ୍ରଦାନ କରାଯାଇଛି। 

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୨ ଆତଙ୍କବାଦୀ ନିହତ

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୫।୪: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାବଳଙ୍କ ସର୍ଚ୍ଚ ଅପରେଶନ୍‌ରେ ଗୁରୁବାର ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ବେଆଇନ ଗ୍ରାନାଇଟ୍‌ ଖନନ ମାମଲା: ୪୦ କୋଟିର ସମ୍ପତ୍ତି ବାଜ୍ୟାପ୍ତ

ବେଆଇନ ଗ୍ରାନାଇଟ୍‌ ଖନନ ମାମଲା: ୪୦ କୋଟିର ସମ୍ପତ୍ତି ବାଜ୍ୟାପ୍ତ

ନୂଆଦିଲ୍ଲୀ,୨୫ା୪(ପି.ଟି.): ବେଆଇନ ଗ୍ରାନାଇଟ୍‌ ଖନନ ମାମଲାରେ ନିଲମ୍ବିତ ଡିଏମ୍‌କେ ନେତା ଏମ୍‌.କେ. ଆଲାଗିରିଙ୍କ ପୁଅ ଆଲାଗିରି ଦୟାନିଧିଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। 

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ ସଙ୍ଗିନ ମାମଲା ରହିଥିବାବେଳେ ୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri