ଖେଳ |

ଅଶୋକ ଡିଣ୍ଡା ଆହତ

ଅଶୋକ ଡିଣ୍ଡା ଆହତ

କୋଲକାତା,୧୧।୨- ଭାରତୀୟ ପେସର ଅଶୋକ ଡିଣ୍ଡା ସୋମବାର ଏକ ଅଭ୍ୟାସ ମ୍ୟାଚ୍‌ବେଳେ ଆହତ ହୋଇଛନ୍ତି। ସ୍ଥାନୀୟ ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ବିବେକ ସିଂ ଏକ ଷ୍ଟ୍ରେଟ ଡ୍ରାଇଭ ମାରିଥିଲେ, ଯାହାକି ବୋଲର ଡିଣ୍ଡାଙ୍କ କପାଳରେ ଖୁବ ଜୋରେ ବାଜିଛି। ବଲ ବାଜିବା ପରେ ସେ ତୁରନ୍ତ ଫିଲ୍ଡରେ ପଡ଼ି ଯାଇଥିଲେ। ତୁରନ୍ତ ଫିଲ୍ଡରେ ଉପସ୍ଥିତ ଥିବା ଖେଳାଳି ଓ ଫିଜିଓ ତାଙ୍କ ନିକଟକୁ ଦୌଡ଼ି ଆସିଥିଲେ। ତେବେ ଓଭର ଶେଷ କରିବା ପରେ ୩୪ ବର୍ଷୀୟ ବୋଲରଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ସିଟି ସ୍କାନ କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଡିଣ୍ଡା ଚଳିତ ସିଜନରେ ଭଲ ଫର୍ମରେ ଅଛନ୍ତି। ଗତ ରଣଜୀ ଟ୍ରଫିରେ ସେ ବେଙ୍ଗଲ ପାଇଁ ସର୍ବାଧିକ ଉଇକେଟ ନେଇଥିଲେ। ୨୦୧୮-୧୯ ରଣଜୀ ଟ୍ରଫି ଶେଷ ହେବା ପରେ ବେଙ୍ଗଲ ଖେଳାଳିମାନେ ଆଗାମୀ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଅଭ୍ୟାସ କରୁଛନ୍ତି। ଡିଣ୍ଡାଙ୍କ ବ୍ୟତୀତ ଅନ୍ୟ ବେଙ୍ଗଲ ଖେଳାଳିମାନେ ଏଥିରେ ସାମିଲ ରହିଛନ୍ତି। ଉଲ୍ଲେଖଥାଉ କି, ଡିଣ୍ଡା ଭାରତ ପାଇଁ ୧୩ ଦିନିକିଆ ଓ ୯ ଟି୨୦ ଖେଳିଛନ୍ତି। ସେ ଏପର୍ଯ୍ୟନ୍ତ୧୧୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୪୧୭ ଉଇକେଟ ନେଇ ସାରିଛନ୍ତି।  

All Right Reserved By

ଖେଳ |

୧୯୮୩, ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ କାତାର ନିମନ୍ତ୍ରଣ

୧୯୮୩, ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ କାତାର ନିମନ୍ତ୍ରଣ

ମୁମ୍ବାଇ,୧୭।୨(ପିଟି)- କାତାରଠାରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଉପଭୋଗ କରିବା ଲାଗି ୧୯୮୩ ଓ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। 

ବୋଲ୍ଟ, ମହମ୍ମଦୁଲା ଦଣ୍ଡିତ

ବୋଲ୍ଟ, ମହମ୍ମଦୁଲା ଦଣ୍ଡିତ

ଖ୍ରିଷ୍ଟଚର୍ଚ୍ଚ,୧୭।୨(ଏଏଫ୍‌ପି)- ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟ ଓ ବାଂଲାଦେଶ ଅଲରାଉଣ୍ଡର ମହମ୍ମଦୁଲାଙ୍କୁ ଦଣ୍ଡିତ କରାଯାଇଛି। 

ପୁଲଓ୍ବାମା ଶହୀଦଙ୍କ ପରିବାରଙ୍କୁ ବିସିସିଆଇ ୫ କୋଟି ଦେଉ: ଖାନ୍ନା

ପୁଲଓ୍ବାମା ଶହୀଦଙ୍କ ପରିବାରଙ୍କୁ ବିସିସିଆଇ ୫ କୋଟି ଦେଉ: ଖାନ୍ନା

ନୂଆଦିଲ୍ଲୀ,୧୭।୨(ପିଟି)- ନିକଟରେ ଜମ୍ମୁ-କଶ୍ମୀର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୪୦ରୁ ଊର୍ଦ୍ଧ୍ୱ  ଯବାନଙ୍କ ପରିବାର ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୫ କୋଟି ଟଙ୍କାର ସହାୟତା

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ

ମେଲବୋର୍ନ,୧୭।୨- ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ (ବିବିଏଲ) ଇତିହାସରେ ମେଲବୋର୍ନ ରିନେଗେଡ୍ସ ଫ୍ରାଞ୍ଚାଇଜ ପ୍ରଥମ ଥର ପାଇଁ ଟାଇଟଲ ଜିତିଛି।

ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ନାଗପୁର,୧୭।୨- ଚଳିତ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ବିଦର୍ଭ ଦଳ ଅବଶିଷ୍ଟ ଭାରତୀୟ ଦଳକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ଲାଗି ଇରାନୀ କପ୍‌ ଜିତିଛି। କିନ୍ତୁ ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି।

ଆଝରୁଦ୍ଦିନଙ୍କ ବିଶ୍ୱକପ୍‌ ଦଳରେ କାର୍ତ୍ତିକଙ୍କୁ ସ୍ଥାନ ନାହିଁ

ଆଝରୁଦ୍ଦିନଙ୍କ ବିଶ୍ୱକପ୍‌ ଦଳରେ କାର୍ତ୍ତିକଙ୍କୁ ସ୍ଥାନ ନାହିଁ

ନୂଆଦିଲ୍ଲୀ,୧୭।୨-ଆଗାମୀ ବିଶ୍ୱକପ୍‌ ଆଉ ତିନିରୁ ୪ ମାସ ବାକି ଥିଲେ ମଧ୍ୟ ଏବେ ଠାରୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହି ଧାରାରେ ଯୋଡ଼ି ହୋଇ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ବିଶ୍ୱକପ୍‌ ଲାଗି ନଜର ଭାରତୀୟ ଦଳ ପ୍ରକାଶ କରିଛନ୍ତି। 

କଟକରେ ଜାତୀୟ ସବ୍‌ଜୁନିୟର କୁସ୍ତି

କଟକରେ ଜାତୀୟ ସବ୍‌ଜୁନିୟର କୁସ୍ତି

କଟକ ଅଫିସ,୧୭।୨- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେଉଛି ୩୮ତମ ବାଳକ ଫ୍ରି ଷ୍ଟାଇଲ, ଗ୍ରୀକୋ ରୋମାନ ଓ ୨୨ତମ ଫ୍ରି ଷ୍ଟାଇଲ ସବ୍‌ଜୁନିୟର ଜାତୀୟ କୁସ୍ତି ଚାମ୍ପିୟନଶିପ। 

ଅତିରିକ୍ତ ଆକାରରେ ୮୩ ରନ  : ଓଡ଼ିଶା ମହିଳା ଦଳର ବିଜୟ ଧାରା ଜାରି

ଅତିରିକ୍ତ ଆକାରରେ ୮୩ ରନ : ଓଡ଼ିଶା ମହିଳା ଦଳର ବିଜୟ ଧାରା ଜାରି

କଟକ ଅଫିସ,୧୭।୨- ଗୋଆର ସାନଗୁଏମ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ୧୯ବର୍ଷରୁ କମ୍‌ ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଓଡ଼ିଶା ୧୯୮ ରନରେ ଜମ୍ମୁ ଓ କଶ୍ମୀରକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ଓଡ଼ିଶାର ଏହା ଲଗାତାର ୪ର୍ଥ ବିଜୟ। ବିଜୟ ଧାରା ବଜାୟ ରଖିବା ସହ ଗ୍ରୁପ-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ୍‌ ୨୦ରେ ଗୁଜୁରାଟ ବିପକ୍ଷରେ ଖେଳିବ।

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ

ଡର୍ବାନ, ୧୭।୨- ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୩୦୪ ରନର ଟାର୍ଗେଟ୍‌କୁ ପିଛା 

ଟେଫେରାଙ୍କ ବିଶ୍ୱ ରେକର୍ଡ

ଟେଫେରାଙ୍କ ବିଶ୍ୱ ରେକର୍ଡ

ବର୍ମିଂହାମ୍‌, ୧୭ା୨ (ଏଏଫ୍‌ପି)- ଇଥିଓପିଆର ସାମୁଏଲ୍‌ ଟେଫେରା ଇନ୍‌ଡୋର ୧୫୦୦ ମିଟରରେ ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଶନିବାର ଏଠାରେ ସେ ୨୦ବର୍ଷରୁ ଅଧିକ ସମୟ ଧରି ରହିଥିବା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। 

ଶୁଟିଂ ବିଶ୍ୱକପ: ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ

ଶୁଟିଂ ବିଶ୍ୱକପ: ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ

ନୂଆଦିଲ୍ଲୀ, ୧୭ା୨ (ପି.ଟି.)-ଆସନ୍ତା ସିଜନ  ଓପନିଂ  ଶୁଟିଂ ବିଶ୍ୱକପ୍‌  ନୂଆଦିଲ୍ଲୀରେ ହେବ। ଏଥିରେ ୧୬ଟି ଅଲିମ୍ପିକ୍ସ କୋଟା ପୂରଣ ହେବାକୁ ଥିବା ବେଳେ ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ ବ୍ୟବସ୍ଥା  କରାଯାଇଛି।  

କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆର ଅଭିନବ ପ୍ରତିବାଦ

ବମ୍ବେ, ୧୭ା୨ (ପି.ଟି.)-କଶ୍ମୀରର ପୁଲ୍‌ଓ୍ବାମାରେ ସିଆର୍‌ପିଏଫ୍‌ (କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ) ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାର  ନିନ୍ଦା କରିବା ସହ କ୍ରିକେଟ  କ୍ଲବ ଅଫ୍‌ ଇଣ୍ଡିଆ(ସିସିଆଇ) ତରଫରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ତୈଳଚିତ୍ରକୁ ଆବୃତ ରଖାଯାଇଛି।