
ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର କପୁର ବିବାହ ପରେ ଏବର୍ଷ ପ୍ରଥମ ଭାଲେଣ୍ଟାଇନ୍ ଡେ’ ପାଳନ କରିବାକୁ ଯାଉଛନ୍ତି। ଆଉ ଏଥିପାଇଁ ରଣବୀର ଦୀପିକାଙ୍କୁ ଉପହାର ଦେବାକୁ ପୂରାପୂରି ପ୍ରସ୍ତୁତ ହୋଇ ସାରିଲେଣି। ଏବେ ସେ ତାଙ୍କ ଅଗାମୀ ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ସୂଚନା ଅନୁଯାୟୀ, ବିବାହ ପରେ ରଣବୀରଙ୍କ ଅଭିନୀତ ଦ୍ୱିତୀୟ ଫିଲ୍ମ ହେଉଛି ‘ଗଲି ବୟ’। ଯାହା ଆସନ୍ତା ୧୪ରେ ରିଲିଜ୍ ହେବ। ଅର୍ଥାତ୍ ଭାଲେଣ୍ଟାଇନ୍ ଡେ’ରେ ଏହା ପରଦାକୁ ଆସିବ। ତେଣୁ ଏଥର ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ ଡେ’ରେ ରଣବୀର ଦୀପିକାଙ୍କୁ ତାଙ୍କ ଅଭିନୀତ ଫିଲ୍ମଟି ଉପହାର ଦେବେ ବୋଲି ଏକ ସାକ୍ଷାତ୍କାରରେ କହିଛନ୍ତି। କାରଣ ଉଭୟେ ଏହିଦିନ ଫିଲ୍ମର ସ୍କ୍ରିନିଂ ଲାଗି ବ୍ୟସ୍ତ ରହିବେ।