
ହରାରେ,୧୧।୨: ଜିମ୍ବାଓ୍ବେରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଏଠାରେ ଜଣେ ୪୨ ବର୍ଷୀୟା ମହିଳା ଏବେ ମା’ ହେବାକୁ ଯାଉଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମହିଳା ଜଣକ ତାଙ୍କ ୨୩ ବର୍ଷର ପୁଅଙ୍କ ଔରଷରୁ ଏବେ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ଏହି ଘଟଣା ଜଣାପଡିବା ପରେ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ ହୋଇଥିଲା। ହେଲେ ମହିଳା ଜଣକ ପୋଲିସ ନିକଟରେ ଯାହା ବୟାନ ଦେଲେ ତାହା ଶୁଣିବା ପରେ ପୋଲିସ ତାଙ୍କୁ ନିର୍ଦ୍ଦୋଷରେ ଛାଡି ଦେଇଛି। ସୂଚନାଯୋଗ୍ୟ, ମହିଳା ଜଣକ ୧୨ ବର୍ଷ ତଳେ ତାଙ୍କ ସ୍ବାମୀଙ୍କୁ ହରାଇଥିଲେ। ଏହି ସମୟରେ ତାଙ୍କ ସ୍ବାମୀଙ୍କ ସାନ ଭାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଏକଥା ତାଙ୍କ ପୁଅଙ୍କୁ ପସନ୍ଦ ଆସି ନ ଥିଲା। ପରେ ସେ ନିଜ ଦାଦାଙ୍କଠାରୁ ମା’ଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସହମତି କ୍ରମେ ଶାରୀରିକ ସମ୍ପର୍କ ରଖିଥିଲେ। ଏବେ ମହିଳା ଜଣଙ୍କ ଗର୍ଭବତୀ ହୋଇଥିବା ଓ ତାଙ୍କ ପୁଅ ଔରଷର ସନ୍ତାନକୁ ଜନ୍ମ ଦେବାକୁ ଚାହୁଁଛନ୍ତି।