ଅନ୍ତର୍ଜାତୀୟ |

ଶହେ ବର୍ଷରୁ କମ୍‌ ବୟସର ବ୍ୟକ୍ତି କିଣିପାରିବେ ନାହିଁ ସିଗାରେଟ୍‌

ଶହେ ବର୍ଷରୁ କମ୍‌ ବୟସର ବ୍ୟକ୍ତି କିଣିପାରିବେ ନାହିଁ ସିଗାରେଟ୍‌

ଓ୍ବାଶିଂଟନ,୧୧।୨: ଆସନ୍ତା ୫ ବର୍ଷରେ ଆମେରିକାର ହାଓ୍ବାଇରେ ସିଗାରେଟ ଉପରେ ସମ୍ପୂର୍ଣ୍ଣ ଭାବେ ନିଷେଧାଜ୍ଞା ଜାରି କରାଯାଇପାରେ। ଆମେରିକା ସଂସଦରେ ଏମିତି ଏକ ବିଲ୍‌ ଉପସ୍ଥାପନ କରାଯାଇଛି। ଏହି ବିଲ୍‌ ଆଧାରରେ ଆଗାମୀ ୫ ବର୍ଷରେ ସିଗାରେଟ୍‌ କ୍ରୟ କରିବା ଉପରେ ନ୍ୟୁନତମ ବୟସ ବୃଦ୍ଧି କରାଯିବ। ସୂଚନାଯୋଗ୍ୟ, ଏବେ ଆମେରିକାରେ ୨୧ ବର୍ଷ ତଳକୁ ଯେଉଁମାନଙ୍କର ବୟସ ସେମାନେ ସିଗାରେଟ୍‌ କ୍ରୟ କରି ପାରିବେ ନାହିଁ। ଯଦି ଏହି ବିଲ୍‌ ପାସ୍‌ କରାଯାଏ ତେବେ ୨୦୨୦ ବେଳକୁ ଏହି ବୟସ ୩୦ ବର୍ଷ କରି ଦିଆଯିବ। ସେହିପରି ୨୦୨୧ରେ ୪୦ବର୍ଷ, ୨୦୨୨ରେ ୫୦ , ୨୦୨୩ରେ ୬୦ ଓ ୨୦୨୪ରେ ଏହି ବୟସକୁ ବୃଦ୍ଧି କରି ୧୦୦ କରି ଦିଆଯିବ। ଅର୍ଥାତ୍‌ ୨୦୨୪ ବେଳକୁ ଯେଉଁମାନଙ୍କର ବୟସ ଶହେ ବର୍ଷରୁ କମ୍‌ ଥିବା ସେମାନେ ଆଉ ସିଗାରେଟ୍‌ କିଣି ପାରିବେ ନାହିଁ। ଅର୍ଥାତ୍‌ ଆମେରିକାର ହାଓ୍ବାଇରେ ସିଗାରେଟ୍‌ ସମ୍ପୂର୍ଣ୍ଣ ନିଷେଧ କରାଯିବ। 


All Right Reserved By

ଅନ୍ତର୍ଜାତୀୟ |

କୋମାରେ ୨୮ ବର୍ଷ ରହିଥିବା ମହିଳାଙ୍କ ଚେତା ଫେରିଲା

କୋମାରେ ୨୮ ବର୍ଷ ରହିଥିବା ମହିଳାଙ୍କ ଚେତା ଫେରିଲା

ଆବୁ ଧାବି,୨୫।୪: ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)ର ଜଣ ମହିଳା ମୁନିରା ଅବଦୁଲ୍ଲା ଦୁର୍ଘଟଣା ପରେ କୋମାକୁ ଚାଲି ଯାଇଥିଲେ। ହେଲେ ଏବେ ୨୮ ବର୍ଷ ପରେ ତାଙ୍କ ଚେତା ଫେରିଥିବା କୁହାଯାଉଛି।

ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲମ୍ବୋ,୨୫।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ସହରର ମାଜିଷ୍ଟ୍ରେଟ ଅଦାଲତଙ୍କ ପଛପଟେ ଥିବା ଖାଲି ସ୍ଥାନରେ ଗୁରୁବାର ଏକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି।

ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

କଲମ୍ବୋ୨୫ା୪(ପି.ଟି): ଶ୍ରୀଲଙ୍କାର ଇଷ୍ଟର ସଣ୍ଡେ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୯ ଆତ୍ମଘାତୀ ସାମିଲ ଥିଲେ ବୋଲି ଜଣାପଡ଼ିଛି।   

ବନ୍ୟା, ଭୂସ୍ଖଳନରେ ୬୦ ମୃତ

ବନ୍ୟା, ଭୂସ୍ଖଳନରେ ୬୦ ମୃତ

ଡର୍ବାନ ୨୫ା୪: ଦକ୍ଷିଣ ଆଫ୍ରିକାରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୬୦ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡିଛି।

ଶ୍ରୀଲଙ୍କା ନରସଂହାର ପରେ ଭୟଭୀତ ମୁସଲିମ୍‌

ଶ୍ରୀଲଙ୍କା ନରସଂହାର ପରେ ଭୟଭୀତ ମୁସଲିମ୍‌

କଲମ୍ବୋ, ୨୪ା୪ : ଶ୍ରୀଲଙ୍କାରେ ସିରିଜ୍‌ ବିସ୍ଫୋରଣ ହେବା ୩ ଦିନ ବିତି ଯାଇଥିଲେ ମଧ୍ୟ ଭୟରେ କଲମ୍ବୋ ବାସିନ୍ଦା ମହମ୍ମଦ ହାସନ୍‌ ଏହି ଆତ୍ମଘାତୀ ବିସ୍ଫୋରଣ ପରେ ସହର ଛାଡ଼ିଛନ୍ତି। 

ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ମ୍ୟାଲେରିଆରେ ଶହେ ୬ ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ: ଆଫ୍ରିକାରେ ଅଧିକ

ଜେନେଭା, ୨୪।୪: ମ୍ୟାଲେରିଆରେ ପୃଥିବୀର ଶହେ ୬ଟି ଦେଶର ୩ ଶହ ୩୦ କୋଟି ଲୋକ ପ୍ରଭାବିତ ହେଉଛନ୍ତି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। 

ଶ୍ରୀଲଙ୍କା ବିସ୍ଫୋରଣ ପରେ ବୁର୍ଖା ପିନ୍ଧିବା ଉପରେ ଲାଗିପାରେ ପ୍ରତିବନ୍ଧକ

ଶ୍ରୀଲଙ୍କା ବିସ୍ଫୋରଣ ପରେ ବୁର୍ଖା ପିନ୍ଧିବା ଉପରେ ଲାଗିପାରେ ପ୍ରତିବନ୍ଧକ

କଲମ୍ବୋ, ୨୪।୪: ଶ୍ରୀଲଙ୍କା ଆତଙ୍କବାଦୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ଏବେ ୩୨୧ରେ ପହଞ୍ଚିଛି।

ଯୋଗୀଙ୍କ କମାଲ: ନିର୍ବାଚନ ଜିତି ରଚିଲେ ଇତିହାସ

ଯୋଗୀଙ୍କ କମାଲ: ନିର୍ବାଚନ ଜିତି ରଚିଲେ ଇତିହାସ

ଟୋକିଓ, ୨୪।୪: ଭାରତୀୟ ମୂଳର ଜଣେ ଜାପାନୀ ବ୍ୟକ୍ତି ଟୋକିଓ ଓ୍ବାର୍ଡ ଆସେମ୍ବ୍ଲି ନିର୍ବାଚନ ଜିତି ଇତିହାସ ରଚିଛନ୍ତି।

ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ବିଶ୍ୱ ମ୍ୟାଲେରିଆ ଦିବସର ୨୪ ଘଣ୍ଟା ପୂର୍ବରୁ ପ୍ରଥମ ମ୍ୟାଲେରିଆ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଗଲା

ଜେନେଭା,୨୪।୪: ମ୍ୟାଲେରିଆ ରୋଗର ନିରାକରଣ ପାଇଁ ପ୍ରସ୍ତୁତ ହୋଇଥିବା ପ୍ରଥମ ପ୍ରତିଷେଧକ ଟୀକା ଆଫ୍ରିକାର ମାଲଓ୍ବିରେ ଦିଆଯାଇଛି। 

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୪: ଭାରତ ସହିତ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ଇଣ୍ଡୋନେସିଆ ରାମାୟଣ ଉପରେ ସ୍ବତନ୍ତ୍ର ଡାକ ଟିକଟ ଜାରି କରିଛି। 

୪ ବର୍ଷ ପରେ ପୁଣି ଥରିଲା ନେପାଳ

୪ ବର୍ଷ ପରେ ପୁଣି ଥରିଲା ନେପାଳ

କାଠମାଣ୍ଡୁ,୨୪।୪: ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ସକାଳ ୬ଟା ୨୯ରେ ଭୂକମ୍ପ ଅନୁଭୁତ ହୋଇଛି। 

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

କଲମ୍ବୋ,୨୪ା୪: ଗତ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଦୁଇ ମସ୍‌ଜିଦରେ ହୋଇଥିବା ଆଖିବୁଜା ଗୁଳିମାଡର ପ୍ରତିଶୋଧ ହେଉଛି ଭୟଙ୍କର ଇଷ୍ଟର ସଣ୍ଡେ ବିସ୍ଫୋରଣ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri