ବାଲେଶ୍ୱର

ବ୍ଲାଷ୍ଟିଂ ବନ୍ଦ ଦାବିରେ ଆମରଣ ଅନଶନ

ବ୍ଲାଷ୍ଟିଂ ବନ୍ଦ ଦାବିରେ ଆମରଣ ଅନଶନ

ଖଇରା,୧୧।୨(ଡି.ଏନ.ଏ): ବାଲେଶ୍ବର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରେ ବ୍ଲାଷ୍ଟିଂ ବନ୍ଦ ,ଭାରିଯାନ ଚଳାଚଳ ବନ୍ଦ ରଖିବା,ହାଲି ଚଲାପଥ ଘୋଷଣାକୁ କାର୍ଯ୍ୟକାରୀ କରିବା, ସ୍ଥାନୀୟ ଶ୍ରମିକଙ୍କୁ ଖଣିରେ ନିଯୁକ୍ତି ଦାବିରେ ପାହାଡ ପାଦ ଦେଶରେ ଥିବା ଗୁଆପାଳ ଗଗୁଆ ଗ୍ରାମବାସୀ ଆମରଣ ଅନଶନ ଆରମ୍ଭ କରିଛନ୍ତି । ସୋମବାର ପୁର୍ବାହ୍ନରୁ ଏହି ଅନଶନ ଆରମ୍ଭ ହୋଇଛି। ଏଥିରେ ବିଜୟ ବାରିକ, ନିଳମଣି ପାତ୍ର, ନିରଞ୍ଜନ ପାତ୍ର, ମନ୍ମଥ ପାତ୍ର, ଜିତେନ୍ଦ୍ର ପାତ୍ର ପ୍ରମୁଖ ନେତୃତ୍ୱ ନେଇଛନ୍ତି।

All Right Reserved By

ବାଲେଶ୍ୱର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ସଜନାଗଡ଼,୧୭।୨(ଡି.ଏନ୍‌.ଏ): ବାଲେଶ୍ୱର  ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋସିଳା ପଞ୍ଚାୟତ ଚଲଣାପାଳ ଗ୍ରାମର ଏକ ବୁଦା ନିକଟରୁ ରକ୍ତାକ୍ତ ଅବସ୍ଥାରେ ରବିବାର ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। 

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଅନ୍ତର୍ଗତ ତଣ୍ଡ ବିଟ ବଣମହୁଲଡିହା ଗ୍ରାମର ଜଣେ ଯୁବକ ଭାଲୁ ଆକ୍ରମଣରେ ରବିବାର ଗୁରୁତର ହୋଇଛନ୍ତି। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

ନିଆଁ ଲାଗି ଜଳିଗଲା ୮ ବଖରା ଘର

ନିଆଁ ଲାଗି ଜଳିଗଲା ୮ ବଖରା ଘର

ତିହିଡି, ୧୭।୨(ଡି.ଏନ.ଏ): ଭଦ୍ରକ ଜିଲା ତିହିଡି ଥାନା ମହରମପୁର ପଞ୍ଚାୟତ ଅଧିନ ସାଠିବାଟି ଗ୍ରାମରେ ଶନିବାର ରାତିରେ ନିଆଁ ଲାଗି ୪ ପରିବାରର ୮ ବଖରା ଜଳିଯାଇଛି। 

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ସାହସିକତା ପାଇଁ ମିଳିଲା ପ୍ରୋତ୍ସାହନ

ସାହସିକତା ପାଇଁ ମିଳିଲା ପ୍ରୋତ୍ସାହନ

ବଡ଼ବିଲ, ୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଆଲ୍ଲାହାବାଦ ବ୍ୟାଙ୍କରେ ଶୁକ୍ରବାର ଡକାୟତି କରିବାକୁ ଆସିଥିବା ୫ ବନ୍ଧୁକଧାରୀ ଦୁର୍ବୃତ୍ତଙ୍କ ସହ ଜୀବନକୁ ବାଜି ଲଗାଇ ସାହସିକତା ଦେଖାଇ ଲଢ଼େଇ କରିଥିବା ସୁରକ୍ଷାକର୍ମୀଙ୍କୁ ପ୍ରୋତ୍ସାହନ ରାଶି ମିଳିଛି। 

ଚାଷ ଆଣି ଦେଇଛି ଖୁସି

ଚାଷ ଆଣି ଦେଇଛି ଖୁସି

କେନ୍ଦୁଝର, ୧୭ା୨(ସ୍ବ.ପ୍ର.): ଚାଷ ଅଛି ଯାହାର କି ଆନନ୍ଦ ତାହାର। ଚାଷ ନିଶ୍ଚିତ ଭାବରେ ଲାଭଜନକ ବେଉସା। ଚାକିରି ଅପେକ୍ଷା ସମାନ ପରିଶ୍ରମରେ ଚାଷ କରି ଅଧିକ ଆୟ କରିପାରିବ ବୋଲି ଜିଲାର ବୃହତ୍‌ ଚାଷୀ ସାଧୁଚରଣ ମହାନ୍ତ କହିଛନ୍ତି। 

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ଆଜି

ଭଦ୍ରକ ଅଫିସ/ବାସୁଦେବପୁର, ୧୭।୨ (ଡି.ଏନ.ଏ.) - ଭଦ୍ରକ ରାଣୀତାଲଠାରେ ରବିବାର ଭାଜପା ପକ୍ଷରୁ ଉତ୍ତରଓଡ଼ିଶା ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେବ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏହି ସମ୍ମିଳନୀରେ ଯୋଗଦେଇ ଦଳୀୟ ବୁଥ୍‌ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ। 

ନକଲି ଟ୍ରାନ୍‌ଜିଟ୍‌ ପାସ୍‌ରେ ବାଲିଚାଲାଣ

ନକଲି ଟ୍ରାନ୍‌ଜିଟ୍‌ ପାସ୍‌ରେ ବାଲିଚାଲାଣ

ଜଳେଶ୍ୱର, ୧୭ା୨(ଶ୍ରୀକୃଷ୍ଣ ଗୁପ୍ତା)-ନୂଆଦିଲ୍ଲୀସ୍ଥିତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ କୂଳବର୍ତ୍ତୀ ବିଳାଶପୁର, ରାଜନଗର, ମାକିଡ଼ିଆ, କୁଅଁରପୁର, ଦକ୍ଷିଣପ୍ରହରାଜପୁର, ବେହେରାସାହି ଓ ମକରମପୁର ଆଦି ବାଲିଉତ୍ସରୁ ବେଆଇନ ବାଲି ଉତ୍ତୋଳନ ବନ୍ଦ ରଖାଯାଇଛି। 

ଜିଲାପାଳଙ୍କ ସେକ୍‌ସରାଇ ବାଲିଖାଦାନ ପରିଦର୍ଶନ

ଜିଲାପାଳଙ୍କ ସେକ୍‌ସରାଇ ବାଲିଖାଦାନ ପରିଦର୍ଶନ

ଜଳେଶ୍ୱର, ୧୭ା୨(ଡି.ଏନ.ଏ.)-ନୂଆଦିଲ୍ଲୀ ସ୍ଥିତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ପ୍ରିନ୍ସିପାଲ ବେଞ୍ଚ ଅଧୀନ କୋର୍ଟ ନଂ. ୩ ର ବିଚାରପତି ଜଷ୍ଟିସ୍‌ ଏସ୍‌ପି ୱାଂଡ଼ି ଓ ଏକ୍ସପର୍ଟ ମେମ୍ବର ଡ. ନଗିନ ନନ୍ଦଙ୍କ ଦ୍ୱାରା ଗଠିତ କୋରମ୍‌ ଜଳେଶ୍ୱର ତହସିଲ ଅନ୍ତର୍ଗତ ସେକ୍‌ସରାଇ ଗ୍ରାମନିବାସୀ ହରିପଦ ମାନ୍ନାଙ୍କ ଦ୍ୱାରା ଆଗତ ଆବେଦନ (ଓଏ ନଂ. ୫୨/୨୦୧୮)ର ବିଚାର କରି ଜାନୁଆରୀ ୧୪ ତାରିଖରେ ସେକ୍‌ସରାଇ ମୌଜା ଅଧୀନ ସୁବର୍ଣ୍ଣରେଖା ବାଲିଉତ୍ସରୁ ବେଆଇନ୍‌ ବାଲି ଉତ୍ତୋଳନ ଓ ପରିବେଶ ଆଇନ ଉଲଂଘନକୁ ନେଇ ଏକ ଆଦେଶନାମା ଦେଇଥିଲେ।

୩୪୦ ସହରୀ ଭୂମିହୀନ ପାଇଲେ ପଟ୍ଟା

୩୪୦ ସହରୀ ଭୂମିହୀନ ପାଇଲେ ପଟ୍ଟା

ବାଲେଶ୍ୱର ଅଫିସ,୧୭।୨-ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନଠାରେ ଜାଗା ମିଶନ ଯୋଜନାରେ ପୌରପାଳିକା ତରଫରୁ ଶନିବାର ସ୍ବତନ୍ତ୍ର ଭାବେ ୧୮ଟି ବସ୍ତି ଅଞ୍ଚଳର ସହରୀ ଆର୍ଥିକ ଦୁର୍ବଳ ଶ୍ରେଣୀ ଭୂମିହୀନମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଛି।