
ଭୁବନେଶ୍ୱର,୧୧।୨ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସଚିବାଳୟରେ ୩୮ଟି ନୂତନ ଆହର କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ରାଜ୍ୟରେ ଏବେ ୧୫୭ଟି ଆହାର କେନ୍ଦ୍ର ଚାଲିଥିବା ବେଳେ ଦୈନିକ ୧ ଲକ୍ଷ ଲୋକ ଏହି ଯୋଜନାର ଲାଭ ପାଉଛନ୍ତି। ତେବେ ଗତ ଡିସେମ୍ବର ୩୧ ତାରିଖରୁ ରାଜ୍ୟ ସରକାର ୫୬ଟି ଆହର କେନ୍ଦ୍ରରେ ରାତିରେ ଆହାର ଦେଉଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆହାର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ। ଖୁସିର କଥା ‘ଆହାର କେନ୍ଦ୍ର’ ୧୫୭ରେ ପହଞ୍ଚିଲା। ଏହା ସହିତ ୫୬ଟି ଡାକ୍ତରଖାନା ପରିସରରେ ଏହି ସୁବିଧା ରାତିରେ ମଧ୍ୟ ଉପଲବ୍ଧ ହେଉଛି। ଏହାଦ୍ୱାରା ପ୍ରତିଦିନ ୧ ଲକ୍ଷ ଲୋକ ଏହି ଯୋଜନାରେ ସୁଲଭ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ। ତେବେ ସମସ୍ତଙ୍କ ସହଯୋଗରେ ଆଗକୁ ଏଭଳି ଭଲ ଭଲ ସେବା ଲୋକଙ୍କୁ ଯୋଗାଇ ଦିଆଯାଇପାରିବ ବୋଲିମୁଖ୍ୟମନ୍ତ୍ରୀ କହିଛନ୍ତି।