ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର

ଛେଣ୍ଡିପଦା,୧୧।୨(ଡି.ଏନ୍‌.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଓଗୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବି ନେଇ ସୋମବାର ବିଦ୍ୟାଳୟ ପରିଚାଳନା କମିଟି ତଥା ଅଭିଭାବକ, ଛାତ୍ରୀଛାତ୍ର ତଥା ଗ୍ରାମବାସୀ ମିଳିତ ଭାବେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି। ଏଥିଯୋଗୁ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ସହ ଅଚଳାବସ୍ଥା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଗତ ଡିସେମ୍ବରଠାରୁ ଏହି ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣେ ଶିକ୍ଷୟିତ୍ରୀ ପ୍ରସୂତିକାଳୀନ ଛୁଟିରେ ଯାଇଥିବାବେଳେ ଅନ୍ୟଜଣେ କଳା ବିଏଡ୍‌ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ତ୍ରିପାଠୀଙ୍କୁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ତାଳଚେର ଉପଖଣ୍ଡ ବଲଣ୍ଡା ନୀଳକଣ୍ଠ ବିଦ୍ୟାପୀଠକୁ ଡେପୁଟେଶନରେ ବଦଳି କରାଯାଇଛି। ଫଳରେ ପରୀକ୍ଷା ସମୟରେ ଏପରି ହେବାରୁ ଛାତ୍ରୀଛାତ୍ରମାନଙ୍କ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବିଶେଷକରି ଦୁଇଜଣ ଶିକ୍ଷୟିତ୍ରୀ ଏକକାଳୀନ ଚାଲିଯାଇଥିବା ଯୋଗୁ କଳା ବିଭାଗରେ ପାଠପଢା ହୋଇପାରିନାହିଁ। ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ତାଙ୍କ ପ୍ରତିବଦଳରେ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ଅନୁଗୋଳ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଭାବେ ଦାବି କରାଯାଇଛି। ହେଲେ ଅଦ୍ୟାବଧି ଏ ସମ୍ପର୍କରେ କୌଣସି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଯୋଗୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫଳରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି। ସ୍କୁଲ ପରିଚାଳନା କମିଟି ସଭାପତି ଜେନାମଣି ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ପୂର୍ବତନ ସରପଞ୍ଚ ଦୁର୍ଗାଚରଣ ପ୍ରଧାନ, ପୂର୍ବତନ ପରିଚାଳନା କମିଟିର ସଭାପତି ପଞ୍ଚୁନାଥ ପ୍ରଧାନ, ସରପଞ୍ଚ ଗୌରୀ ମୁଣ୍ଡାଙ୍କ ସମେତ ସମସ୍ତ ଛାତ୍ରୀଛାତ୍ରୀ, ଅଭିଭାବକ ତଥା ଗ୍ରାମବାସୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ପ୍ରକାଶଥାଉକି, ଉକ୍ତ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଚଳିତ ଶିକ୍ଷାବର୍ଷରେ ୨୫୪ଜଣ ଏବଂ ହାଇସ୍କୁଲ ୯ମ ଓ ୧୦ମ ଶ୍ରେଣୀରେ ୧୧୬ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ତେବେ ହାଇସ୍କୁଲ ଶିକ୍ଷାଦାନ ବ୍ୟବସ୍ଥା ସୁଧାରିବା ପାଇଁ ତୁରନ୍ତ ଶିକ୍ଷକ ନିଯୁକ୍ତି କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ଏଥିପାଇଁ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ ଜିଲା ଶିକ୍ଷା ବିଭାଗ ଏବଂ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ଆନ୍ଦୋଳନକାରୀ କଡା ଚେତାବନୀ ଦେଇଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା କୌଣସି ଶିକ୍ଷା ବିଭାଗ ପଦାଧିକାରୀ ପହଞ୍ଚି ନ ଥିବା ଜଣାପଡିଛି।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri