ଜୀବନଚର୍ଯ୍ୟା |

ଅନ୍ତର୍ଜାତୀୟ ଅପସ୍ମାର ଦିବସ ସମ୍ପର୍କରେ ଉପସ୍ଥାପନା...

ଅନ୍ତର୍ଜାତୀୟ ଅପସ୍ମାର ଦିବସ  ସମ୍ପର୍କରେ ଉପସ୍ଥାପନା...

ଆଜି (ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର) ହେଉଛି ଅନ୍ତର୍ଜାତୀୟ ଅପସ୍ମାର ଦିବସ। ସେ ସମ୍ପର୍କରେ ଉପସ୍ଥାପନା...

ଅପସ୍ମାର ଏକ ମସ୍ତିଷ୍କ ରୋଗ, ଯାହାକୁ ଡାକ୍ତରୀ ଭାଷାରେ ‘ଏପିଲେପ୍‌ସି’ କୁହାଯାଏ। ‘ମୃଗୀ ରୋଗ’ ନାମରେ ଏହା ମଧ୍ୟ ପରିଚିତ। ଅପସ୍ମାର ସମ୍ବନ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ଫେବୃୟାରୀ ମାସ ଦ୍ୱିତୀୟ ସୋମବାର ପାଳିତ ହୋଇଥାଏ ଅନ୍ତର୍ଜାତୀୟ ଅପସ୍ମାର ଦିବସ ବା ‘ଇଣ୍ଟରନ୍ୟାଶନାଲ ଏପିଲେପ୍‌ସି ଡେ’।

ଯେକୌଣସି ବୟସରେ ଏହି ରୋଗ ଆରମ୍ଭ ହୋଇପାରେ ଓ କାହା କାହାଠାରେ ସାରା ଜୀବନ ରହିଯାଏ। କେତେକଙ୍କ କ୍ଷେତ୍ରରେ ରୋଗଟିର କୌଣସି କାରଣ ନିର୍ଣ୍ଣୟ କରିହୁଏନି। ମାତ୍ର ଅନ୍ୟ କେତେକ ରୋଗୀଙ୍କଠାରେ ମସ୍ତିଷ୍କରେ ଆଘାତ ଲାଗିବା, ଜନ୍ମ ସମୟରେ ଶିଶୁଠାରେ ଅମ୍ଳଜାନର ଅଭାବ ଘଟିବା, ମସ୍ତିଷ୍କରେ ସଂକ୍ରମଣ କିମ୍ବା ଅର୍ବୁଦ ହୋଇଥିବା ଭଳି ସୂଚନା ମିଳିପାରେ। ଅପସ୍ମାରରେ ମସ୍ତିଷ୍କର କୌଣସି ନା କୌଣସି ସ୍ଥାନର ସ୍ନାୟୁକୋଷମାନ ଅସ୍ବାଭାବିକ ଭାବରେ ସକ୍ରିୟ ତଥା ଉତ୍ତେଜିତ ହୋଇପଡ଼ନ୍ତି। ଏହାର ପ୍ରଭାବରେ କେତେକ ନିର୍ଦ୍ଦିଷ୍ଟ ମାଂସପେଶୀରେ ଅସ୍ବାଭାବିକ ପ୍ରକାଶନ ବା ପେଶୀ ସଞ୍ଚାଳନ ଜାତ ହୋଇଥାଏ। ତେବେ ମାଂସପେଶୀରେ ସଂଘଟିତ ହେଉଥିବା ଏହି ପେଶୀ ସଞ୍ଚାଳନ ସମ୍ପୂର୍ଣ୍ଣ ଅନୈଚ୍ଛିକ। ଏହା ମସ୍ତିଷ୍କର ନିୟନ୍ତ୍ରଣାଧୀନ ସିନା, କିନ୍ତୁ ରୋଗୀର ଏହା ଉପରେ ଆଦୌ ପ୍ରଭାବ ନ ଥାଏ। ରୋଗୀ ନିଜ ଇଚ୍ଛାରେ ନିଜଠାରେ ବାତମାରିବା ଲକ୍ଷଣ ପ୍ରକାଶ କରିପାରେ ନାହିଁ। ମସ୍ତିଷ୍କସ୍ଥିତ ଅଲଗା ଅଲଗା ଅଞ୍ଚଳରୁ ବୈଦ୍ୟୁତିକ ପ୍ରବାହ ଉତ୍ସରିତ ହୋଇପାରୁଥିବାରୁ ଉକ୍ତ ଅଞ୍ଚଳକୁ ଚାହିଁ ହାତ, ଗୋଡ଼, ପାଦ କିମ୍ବା ଗଣ୍ଡି ଇତ୍ୟାଦି ଶରୀରର ଅଲଗା ଅଲଗା ଅଂଶର ମାଂସପେଶୀରେ ପରିଲକ୍ଷିତ ହୁଏ ପ୍ରକମ୍ପନ। ମସ୍ତିଷ୍କର ଅଧିକାଂଶ ଭାଗ ସମ୍ପୃକ୍ତ ହୋଇପଡ଼ିଲେ ବାତମାରିବା ଲକ୍ଷଣ ସମଗ୍ର ଶରୀରରେ ପ୍ରକାଶ ପାଏ। ଅପସ୍ମାର ଦ୍ୱାରା ଆକ୍ରାନ୍ତ ହେଲେ କାହା କାହାଠାରେ ହଠାତ୍‌ ବୋକାଙ୍କ ଭଳି ଚାହିଁ ରହିବା, ହଠାତ୍‌ ଚୁପ୍‌ ଓ ନିଶ୍ଚଳ ହୋଇଯିବା ଏବଂ ଆଖି ଓ ମୁଖମଣ୍ଡଳରେ ପେଶୀ ବାରମ୍ବାର କମ୍ପିତ ହେବା ଭଳି ସାମାନ୍ୟ ଲକ୍ଷଣ ପ୍ରକାଶ ପାଏ। ଏପରି ଲକ୍ଷଣ ଅଳ୍ପ କେଇ ସେକେଣ୍ଡ ରହି ଚାଲିଯାଏ। ରୋଗୀ ଅଚେତ ହୋଇଯାଏ। ତା’ର ମାଂସପେଶୀଗୁଡ଼ିକ କଠିନ ହୋଇପଡ଼ନ୍ତି। କେହି କେହି ଲୁଗାପଟାରେ ଝାଡ଼ା ପରିସ୍ରା ମଧ୍ୟ କରିପକାନ୍ତି। ଶ୍ୱାସକ୍ରିୟା ବନ୍ଦ ହୋଇଯାଇ ରୋଗୀର ମୁଖମଣ୍ଡଳ ନୀଳ ପଡିଯାଇପାରେ। ଏପରି ଲକ୍ଷଣମାନ ୨ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ରହିବା ପରେ କଠିନ ମାଂସପେଶୀ ଶିଥିଳ ହୋଇ ତା’ର ସ୍ବାଭାବିକ ଅବସ୍ଥାକୁ ଫେରିଆସେ। ତେବେ ଚେତା ଫେରି ପାଇବା ପରେ ରୋଗୀଠାରେ ମୁଣ୍ଡ ବଥାଇବା, ଖୁବ୍‌ ନିଦ ମାଡ଼ିବା ଓ ବାଉଳାଚାଉଳା ହେବାଭଳି ଲକ୍ଷଣ ପରିଲକ୍ଷିତ ହୋଇପାରେ। ବାତ ମାରିବା ଆରମ୍ଭର କିଛି ସମୟ ପୂର୍ବରୁ କେହି କେହି ରୋଗୀ କୌଣସି ଗନ୍ଧ ନ ଥାଇ ଗନ୍ଧ, କୌଣସି ଶବ୍ଦ ନ ଥାଇ ମଧ୍ୟ ଅସାଧାରଣ ଶବ୍ଦ, ଜିଭରେ ଏକ ଅସ୍ବାଭାବିକ ସ୍ବାଦ କିମ୍ବା ଆଖିରେ ଆଲୋକର ଝଲକ ଅନୁଭବ କରିପାରନ୍ତି, ଯାହାକୁ ଡାକ୍ତରୀ ଭାଷାରେ ‘ଅରା’ ବୋଲି କୁହାଯାଏ। ଏହି ପ୍ରକାରର କିଛି ଅନୁଭବ କଲେ ରୋଗୀ ତୁରନ୍ତ ନିଜ ପାଇଁ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ଉଚିତ। କାହା କାହା କ୍ଷେତ୍ରରେ ଅପସ୍ମାର ଲକ୍ଷ୍ମଣ ଥରେ ମାତ୍ର ପ୍ରକାଶ ପାଇ ଜୀବନରେ ଆଉ ତା’ର ପୁନରାବୃତ୍ତି ଘଟେନାହିଁ। ଅନ୍ୟ କାହା କ୍ଷେତ୍ରରେ ରୋଗ କିମ୍ବା ରୋଗୀର ଅଚେତ୍‌ ଅବସ୍ଥାରେ ମଧ୍ୟ ବାରମ୍ବାର ବାତ ମାରିବା କିଛି ଅସମ୍ଭବ ନୁହେଁ। 

ଅପସ୍ମାର ରୋଗର ନିର୍ଣ୍ଣୟ ପାଇଁ ଇଲେକ୍‌ଟ୍ରୋଏନ୍‌ସେଫାଲୋଗ୍ରାମ୍‌ ବା ଇ.ଇ.ଜି., ସିଟି ସ୍କାନ୍‌ ଓ ଏମ୍‌ଆର୍‌ଆଇ ଇତ୍ୟାଦି ପରୀକ୍ଷା କରିବାକୁ ପଡେ ଏବଂ ସ୍ନାୟୁରୋଗ ବିଶେଷଜ୍ଞଙ୍କ ଚିକିତ୍ସାରେ ରହିବାକୁ ହୁଏ। ନିୟମିତ ଚିକିତ୍ସାରେ ରହିଲେ ଅଧିକାଂଶ ଅପସ୍ମାର ରୋଗୀ ଅପେକ୍ଷାକୃତ ସୁସ୍ଥ ତଥା ସ୍ବାଭାବିକ ଜୀବନଯାପନ କରିପାରନ୍ତି। ହେଲେ ଡାକ୍ତର ପରାମର୍ଶ ନ ଦେବା ପର୍ଯ୍ୟନ୍ତ ଗାଡ଼ି ଚଳାଇବା, ସନ୍ତରଣ କରିବା ଏବଂ ନିଅଁା କିମ୍ବା ମେଶିନ ଇତ୍ୟାଦି ନିକଟରେ କାମ କରିବା ଆଦୌ ନିରାପଦ ନୁହେଁ। ରୋଗୀକୁ ବାତ ମାରିବାର ଦେଖିଲେ ତା’ ନିକଟରୁ ଚଉକି, ଟେବୁଲ ଇତ୍ୟାଦି କଠିନବସ୍ତୁ ହଟେଇ ଦେବା ଉଚିତ। ତା’ ମୁଣ୍ଡତଳେ ଅତି ନରମ ପତଳା ତକିଆ ରଖାଯାଇପାରେ। ଏହି ସମୟରେ ରୋଗୀର ହାତଗୋଡ଼କୁ ଜୋର୍‌ରେ ଚାପିି ରଖନ୍ତୁ ନାହିଁ। ତାକୁ କଡ଼ମାଡ଼ି ଶୁଆଇ ସେ ପିନ୍ଧିଥିବା ଧୋତି ଓ ପୋଷାକପତ୍ରକୁ ତୁରନ୍ତ ହୁଗୁଳା କରିଦିଅନ୍ତୁ। ବାତମାରିବା ବନ୍ଦ ନ ହେବା ପର୍ଯ୍ୟନ୍ତ ତାକୁ ଏକୁଟିଆ ଛାଡ଼ି ଚାଲିଯିବା ଆଦୌ ନିରାପଦ ନୁହେଁ।

All Right Reserved By

ଜୀବନଚର୍ଯ୍ୟା |

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରକୁ ସୁନ୍ଦର କରିବା ପାଇଁ ଲୋକେ ନିଜ ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଗଛମାନ ଲଗାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ଅଛି ଯେଉଁଥିରେ ଘରର ସୁନ୍ଦରତା ବଢ଼ିବା ସହ ଆର୍ଥିକସ୍ଥିତି ମଧ୍ୟ ସ୍ବଚ୍ଛଳ ହେବ।

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ପ୍ରତ୍ୟେକ ଲୋକଙ୍କ ଶୋଇବା ଶୈଳୀ ଭିନ୍ନ ପ୍ରକାରର। ନିଜ ନିଜ ହିସାବରେ ଶୋଇବାରେ ଆରାମ ମିଳିଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି।

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। 

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ଯଦିଓ ଶଙ୍ଖକୁ ହିନ୍ଦୁ ଧର୍ମ ସହ ଯୋଡ଼ା ଯାଇଛି, କିନ୍ତୁ ଏହାର ବୈଜ୍ଞାନିକ ମହତ୍ତ୍ୱ ଢେର୍‌ ଅଧିକ। ଏହାର ପ୍ରୟୋଗ ଦ୍ୱାରା ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଲାଭ ମିଳିଥାଏ। ଫୁସ୍‌ଫୁସ୍‌ଠାରୁ ନେଇ ଚକ୍ଷୁ ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ସମସ୍ୟାରୁ ଏହା ରକ୍ଷା କରିଥାଏ। 

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ।

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ପଡ଼ିଥାଏ। 

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌   ରସ ପିଇଲେ ଅନେକ ଉପକାର ମିଳିଥାଏ।  ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। 

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ ପ୍ରାୟ ଜାଣିଥିବେ। 

 ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ପ୍ରେମ ମଣିଷକୁ ଯେତିକି ଖୁସି ଦେଇଥାଏ, ବିଚ୍ଛେଦ ସେତିକି ଯନ୍ତ୍ରଣା ମଧ୍ୟ ଦେଇଥାଏ। ଆପଣ ଦେଖିଥିବେ ଅନେକ ସମୟରେ ପାର୍ଟନରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଯାଏ। 

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଆଜିକାଲି ଅଧିକାଂଶ ମହିଳା କର୍ମଜୀବୀ। ସେମାନେ ପରିବାର ସହ କର୍ମକ୍ଷେତ୍ରକୁ ମଧ୍ୟ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଏସବୁ ମଧ୍ୟରେ ଅନେକେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି। ମାତ୍ର ମହିଳାମାନଙ୍କ ଶରୀରରେ ଆଇରନ୍‌ର ଠିକ୍‌ ମାତ୍ରା ରହିବା ଜରୁରୀ। 

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। 

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌...

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌...

ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍‌ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। 


Model This Week

କ୍ରିଷ୍ଣା
Why Dharitri