ଫୁରସତ |

ଏକ ସଫଳ ମହାକାଶ ଦୂରବୀକ୍ଷଣ ଯନ୍ତ୍ରର ପରିସମାପ୍ତି

ଏକ ସଫଳ  ମହାକାଶ ଦୂରବୀକ୍ଷଣ  ଯନ୍ତ୍ରର ପରିସମାପ୍ତି

କେପ୍‌ଲର ସୌରଜଗତ ବାହାରେ ଗ୍ରହକୁ ଠାବ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ଉଜ୍ଜ୍ୱଳତା, ଆକାର, ବସ୍ତୁତ୍ୱ, ସାନ୍ଧ୍ରତା ଓ କକ୍ଷ ମଧ୍ୟ ନିର୍ଦ୍ଧାରିତ କରିଛି । କେପ୍‌ଲର ତଥ୍ୟକୁ ବିଶ୍ଳେଷଣ କରି ଜ୍ୟୋତିର୍ବିଦ୍‌ମାନେ ପ୍ରକାଶ କରିଛନ୍ତି ଯେ, ଆକାଶଗଙ୍ଗା ଗାଲାକ୍‌ସିରେ ଯେତିକି ନକ୍ଷତ୍ର ଅଛି, ତା’ଠାରୁ ଅଧିକ ଗ୍ରହ ଅଛି...

ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ‘ନାସା’ ୨୦୦୯ ମାର୍ଚ୍ଚ ୭ ତାରିଖରେ ଗୋଟିଏ ଦୂରବୀକ୍ଷଣ ଯନ୍ତ୍ରକୁ ମହାକାଶରେ ଅବସ୍ଥାପିତ କରିଥିଲା। ଏହା ପୃଥିବୀ ପୃଷ୍ଠରୁ ୧୫୦ ନିୟୁତ କିମି ଉଚ୍ଚରେ ସୂର୍ଯ୍ୟକୁ ପ୍ରତି ୩୭୨.୫ ଦିନରେ ଥରେ ପରିକ୍ରମଣ କରୁଛି। ଯାନର ଲମ୍ବ ଓ ଓସାର ଯଥାକ୍ରମେ ହେଉଛି ୪.୭ ମିଟର ଓ ୨.୭ ମିଟର। ଏହି ଦୂରବୀକ୍ଷଣ ଯନ୍ତ୍ରର ମୁଖ୍ୟ ଦର୍ପଣର ବ୍ୟାସ ହେଉଛି ୧.୪ ମିଟର। ଏଥିରେ କେବଳ ଗୋଟିଏ ଯନ୍ତ୍ର ଖଞ୍ଜାଯାଇଛି। ଏହା ହେଉଛି ଗୋଟିଏ ଶକ୍ତିଶାଳୀ ଫଟୋମିଟର ବା କ୍ୟାମେରା। ଏହାର ନାମ ହେଉଛି ‘କେପ୍‌ଲର ମହାକାଶ ଦୂରବୀକ୍ଷଣ ଯନ୍ତ୍ର’। ବିଶିଷ୍ଟ ଜର୍ମାନୀ ଜ୍ୟୋତିର୍ବିଦ୍‌ ଜୋହାନ୍ସ କେପ୍‌ଲରଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଛି।

ସୌରଜଗତ ବାହାରେ ଥିବା ଗ୍ରହଗୁଡିକୁ ଚିହ୍ନଟ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା। ପୁନଶ୍ଚ ବିଶ୍ୱର ଅନ୍ୟ କେଉଁ ନକ୍ଷତ୍ର ଚାରିପଟେ ପୃଥିବୀ ପରି ଗ୍ରହ ଅଛି। ତାହାର ଅନୁସନ୍ଧାନ କରିବା ଏହାର ଲକ୍ଷ୍ୟ ଥିଲା। ଆରମ୍ଭରୁ ଏହା ସାଢ଼େ ତିନି ବର୍ଷ ପାଇଁ କାର୍ଯ୍ୟ କରିବାକୁ ସ୍ଥିର କରାଯାଇଥିଲା। ଆକାଶରେ ସିଗନସ୍‌ ନକ୍ଷତ୍ରମଣ୍ଡଳ ନିକଟରେ ଥିବା ୧୫୦୦୦୦ଟି ନକ୍ଷତ୍ରକୁ ଅନବରତ ପର୍ଯ୍ୟବେକ୍ଷଣ କରି ସେଗୁଡ଼ିକର ଗ୍ରହକୁ ଅଧ୍ୟୟନ କରିବା ଏହାର ଲକ୍ଷ୍ୟ ଥିଲା।

କେପ୍‌ଲର ମହାକାଶରେ ସଫଳତାର ସହ କାର୍ଯ୍ୟ କରି ଏହାର ଈପ୍‌ସିତ ଲକ୍ଷ୍ୟକୁ ଅତିକ୍ରମ କରିଯାଇଛି। ଏହାର କାର୍ଯ୍ୟକାଳ ସାଢ଼େ ତିନି ବର୍ଷ ଠିକ୍‌ କରାଯାଇଥିଲେ ସୁଦ୍ଧା ଏହା ସାଢ଼େ ନଅ ବର୍ଷ କାର୍ଯ୍ୟ କରି ଅନେକ ନକ୍ଷତ୍ର, ଗ୍ରହ ସୁପରନୋଭା ଆଦି ଆବିଷ୍କାର କରିଛି। ଶେଷରେ ଏହାର ଇନ୍ଧନ ଶେଷ ହୋଇଯିବାରୁ ନାସା ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଏହାର କାର୍ଯ୍ୟକାଳ ଶେଷ ହୋଇଛି ବୋଲି ଘୋଷଣା କଲା।

କେପ୍‌ଲର ତା’ର କାର୍ଯ୍ୟକାଳ ମଧ୍ୟରେ ୨୬୦୦ରୁ ଅଧିକ ସୌରେତର ଗ୍ରହ ଆବିଷ୍କାର କରିଛି। ଏଥିମଧ୍ୟରୁ କେତୋଟି ଗ୍ରହ ହେଉଛି ଆମ ପୃଥିବୀ ଆକାରର ଏବଂ ଏଗୁଡ଼ିକ ମଧ୍ୟ ପୃଥିବୀ ଭଳି ପଥୁରିଆ ଗ୍ରହ। ଏଥିମଧ୍ୟରୁ କେତେକ ଗ୍ରହ ସେମାନଙ୍କ ନକ୍ଷତ୍ରର ‘ବାସଯୋଗ୍ୟ ଅଞ୍ଚଳ’ରେ ଥିବାରୁ ସେଗୁଡ଼ିକରେ ଜୀବଜବତ ଥିବାର ସମ୍ଭାବନା ଅଛି। ଗୋଟିଏ ନକ୍ଷତ୍ରର କୌଣସି ଗ୍ରହରେ ଜୀବଜଗତର ଉଦ୍ଭବ ନକ୍ଷତ୍ରଠାରୁ ଏହାର ନିର୍ଦ୍ଦିଷ୍ଟ ଦୂରତା ଉପରେ ନିର୍ଭର କରେ। ଏହାକୁ ବାସଯୋଗ୍ୟ ଅଞ୍ଚଳ କୁହାଯାଏ। ଏହି ଅଞ୍ଚଳର ତାପମାତ୍ରା ଅଧିକ କିମ୍ବା କମ୍‌ ହୋଇ ନ ଥାଏ। ଏବଂ ଏହାର ଜୀବଜଗତ ପାଇଁ ଉପଯୁକ୍ତ ହୋଇଥାଏ। ପୁନଶ୍ଚ ଏହି ତାପମାତ୍ରାରେ ସେଠାରେ ଜଳ ତରଳ ଅବସ୍ଥାରେ ଥାଏ। ସୌରଜଗତରେ କେବଳ ପୃଥିବୀ ବାସଯୋଗ୍ୟ ଅଞ୍ଚଳରେ ଅଛି ଏବଂ ଫଳରେ ଏଠାରେ ଏକ ଉନ୍ନତ ଜୀବଜଗତ ଗଢ଼ି ଉଠିଛି। କେପ୍‌ଲର ପଠାଇଥିବା ତଥ୍ୟରୁ ଏହିପରି ବାସଯୋଗ୍ୟ ଅଞ୍ଚଳରେ ଥିବା କେତେକ ଗ୍ରହକୁ ଠାବ କରାଯାଇଛି। ସେସବୁରେ ଜୀବଜଗତ ଅଛି ନା ନାହିଁ, ତାହା ଏବେ ଅଧ୍ୟୟନ କରାଯାଇଛି।

କେପ୍‌ଲର ସୌରଜଗତ ବାହାରେ ଗ୍ରହକୁ ଠାବ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ଉଜ୍ଜ୍ୱଳତା, ଆକାର, ବସ୍ତୁତ୍ୱ, ସାନ୍ଧ୍ରତା ଓ କକ୍ଷ ମଧ୍ୟ ନିର୍ଦ୍ଧାରିତ କରିଛି। କେପ୍‌ଲର ତଥ୍ୟକୁ ବିଶ୍ଳେଷଣ କରି ଜ୍ୟୋତିର୍ବିଦ୍‌ମାନେ ପ୍ରକାଶ କରିଛନ୍ତି ଯେ, ଆକାଶଗଙ୍ଗା ଗାଲାକ୍‌ସିରେ ଯେତିକି ନକ୍ଷତ୍ର ଅଛି, ତା’ଠାରୁ ଅଧିକ ଗ୍ରହ ଅଛି।

କେପ୍‌ଲର ଆବିଷ୍କାର କରିଥିବା ଗ୍ରହଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ। ପ୍ରଥମଟି ହେଉଛି ଗ୍ୟାସୀୟ ଦାନବ ଗ୍ରହ, ଯାହା ଆମ ସୌରଗତର ବୃହସ୍ପୃତିରେ ଆକାର ସହ ସମାନ କିମ୍ବା ତା’ଠାରୁ ବଡ଼। ଦ୍ୱିତୀୟ ଶ୍ରେଣୀ ହେଉଛି କମ୍‌ ପରିକ୍ରମଣ ସମୟ ଥିବା ଉତ୍ତପ୍ତ ସୁପର ଆର୍ଥ, ଅର୍ଥାତ୍‌ ପୃଥିବୀଠାରୁ ବଡ଼ ଓ ନକ୍ଷତ୍ରର ନିକଟତର ଥିବା ଗ୍ରହ। ତୃତୀୟ ଶ୍ରେଣୀ ହେଉଛି ନକ୍ଷତ୍ରଠାରୁ ଦୂରରେ ଥିବା ବରଫୀୟ ଦାନବ ଗ୍ରହ। ଏହିପରି ଭାବେ କେପ୍‌ଲର ଆମକୁ ବିଭିନ୍ନ ପ୍ରକାର ଗ୍ରହର ସୂଚନା ଦେଇଛି। କିନ୍ତୁ ଆମର ଲକ୍ଷ୍ୟ ହେଉଛି ନକ୍ଷତ୍ରର ବାସଯୋଗ୍ୟ ଅଞ୍ଚଳରେ ଥିବା ପୃଥିବୀ ଆକାରର ଗ୍ରହ। କେପ୍‌ଲର ତଥ୍ୟକୁ ବିଶ୍ଳେଷଣ କରି ନାସା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ, ରାତିରେ ଆକାଶରେ ଦେଖାଯାଉଥିବା ନକ୍ଷତ୍ରଗୁଡ଼ିକର ୨୦ ରୁ ୫୦ ପ୍ରତିଶତ ନକ୍ଷତ୍ରରେ ଆମ ପୃଥିବୀ ପରି ଛୋଟ ଓ ପଥୁରିଆ ଗ୍ରହ ଥାଇପାରେ ଏବଂ ଏଗୁଡ଼ିକ ନକ୍ଷତ୍ରର ବାସଯୋଗ୍ୟ ଅଞ୍ଚଳରେ ରହିଥାଇପାରନ୍ତି। କେବଳ ପାଞ୍ଚ ଲକ୍ଷରୁ ଅଧିକ ନକ୍ଷତ୍ରକୁ ପର୍ଯ୍ୟବେକ୍ଷଣ କରି ସେଗୁଡ଼ିକ ସମ୍ବନ୍ଧରେ ବିଶଦ ତଥ୍ୟା ପଠାଇଛି।

ମହାକାଶ ଅଧ୍ୟୟନ ଓ ଅଭିଯାନରେ କେପ୍‌ଲର ମହାକାଶ ଦୂରବୀକ୍ଷଣ ଯନ୍ତ୍ର ହେଉଛି ଗୋଟିଏ ମାଇଲଖୁଣ୍ଟ। ଏହାର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ନାସା ଏହି ବର୍ଷ ଏପ୍ରିଲ ମାସରେ ଅନ୍ୟ ଏକ ଗ୍ରହଖୋଜାଳି ଦୂରବୀକ୍ଷଣ ଯନ୍ତ୍ରକୁ ମହାକାଶରେ ଅବସ୍ଥାପିତ କରିଛି। ଏହାର ନାମ ହେଉଛି ଟେସ୍‌।

ଇଂ. ମାୟାଧର ସ୍ବାଇଁ

୭୦, ଲକ୍ଷ୍ମୀବିହାର, ଫେଜ୍‌-୧,

ଭୁବନେଶ୍ୱର 

ମୋ: ୯୯୩୮୬୯୩୭୨୯


All Right Reserved By

ଫୁରସତ |

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ଅକ୍ଷୟ ତୃତୀୟାରେ କାହିଁକି କିଣିବେ ସୁନା..

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ‘ଅକ୍ଷୟ ତୃତୀୟା’ ଭାବେ ପାଳନ କରାଯାଏ। ହିନ୍ଦୁଧର୍ମ ଅନୁସାରେ ଏହି ଦିନର ବଡ଼ ମହତ୍ତ୍ୱ ରହିଛି। ଅକ୍ଷୟ ତୃତୀୟାରେ ଦାନ, ଧର୍ମ, ଜପ, ତପ ଆଦି କର୍ମ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ।

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ଏମିତି ଗାଁ ଯେଉଁଠି ଚପଲ ପିନ୍ଧିଲେ ମିଳେ କଠୋର ଦଣ୍ଡ...

ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ତାମିଲନାଡୁର ମଦୁରାଇ ନିକଟରେ ରହିଛି କଲିମାୟନ ଗାଁ। ଏଠାକାର ପରମ୍ପରା ନିଆରା। ଗାଁରେ କୌଣସି ଲୋକ ଚପଲ ପିନ୍ଧନ୍ତି ନାହିଁ। 

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

୨ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ

ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ। ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ।

ପିଲାଙ୍କୁ ଓ୍ବାଟର ପାର୍କ ନେଉଥିଲେ...

ପିଲାଙ୍କୁ ଓ୍ବାଟର ପାର୍କ ନେଉଥିଲେ...

ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ପିଲାମାନଙ୍କର ଖରାଛୁଟି ବି ହୋଇଗଲାଣି। ଆପଣ ଚାହିଁଲେ ପିଲାକୁ ଓ୍ବାଟର ପାର୍କ ନେଇ ସମୟ ବିତାଇପାରିବେ। ତେବେ ସେଠାକୁ ବୁଲିବାକୁ ଯାଉଥିଲେ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ ଏସବୁ ସାମଗ୍ରୀ...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ପୃଥିବୀରେ ରହିଛି ଅନେକ ଅଜଣା ରହସ୍ୟ। ଯାହା ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରି ପାରିନି। ଜାପାନର ଟୋକିଓରେ ରହିଛି ଏକ ୭ଶହ ବର୍ଷର ପୁରୁଣା କର୍ପୂର ଗଛ। ଏହି ଗଛକୁ ନେଇ ସ୍ଥାନୀୟ ଲୋକେ ଅନେକ କଥା କହିଥାନ୍ତି। 

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। 

କାହିଁକି ଏ ଶୁକ୍ରଦଶା

କାହିଁକି ଏ ଶୁକ୍ରଦଶା

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ନିରାପଦ ସୀମା ୩୫୦ପିପିଏମ୍‌ ଥିବା ବେଳେ ବର୍ତ୍ତମାନ ଏହା ୪୦୦ ପିପିଏମ୍‌କୁ ଛୁଇଁଲାଣି। ୨୦୦୧ ମସିହା ପରେ ଏହି ବାଷ୍ପର ମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି।

ଜନବସତିମୁହାଁ ତୁଷାର ଭାଲୁ

ଜନବସତିମୁହାଁ ତୁଷାର ଭାଲୁ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ମେରୁ ଅଞ୍ଚଳରେ ଥିବା ପ୍ରାଣୀ ତଥା ଉଦ୍ଭିଦ ଜଗତ ପ୍ରଭାବିତ ହେବାରେ ଲାଗିଛି। ଏଠାରେ ଲଗାତର ବରଫ ପାହାଡ଼ ତରଳିବାରେ ଲାଗିଛି। ଫଳରେ ଆବଶ୍ୟକ ତାପମାତ୍ରା ଅଭାବ ଏବଂ ଖାଦ୍ୟ ସଙ୍କଟ ଯୋଗୁ ଏଠାରେ ବାସ କରୁଥିବା ତୁଷାର ଭାଲୁ ସ୍ଥାନାନ୍ତର ହେବାରେ ଲାଗିଛନ୍ତି। 

ଆଉ ଅଧିକ  ବୋଝ ଦେବା ନାହିଁ

ଆଉ ଅଧିକ ବୋଝ ଦେବା ନାହିଁ

ସାଧାରଣ ଭାବରେ ବର୍ଷକୁ ୧-୫ ଭିତରେ ଜୀବଜାତି ଲୁପ୍ତ ହୋଇଥାଏ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଏହା ୧୦୦୦-୧୦,୦୦୦ ଗୁଣ ବୃଦ୍ଧି ପାଇଛି, ଯାହା ପରିବେଶବିତ୍‌ମାନଙ୍କର ଚିନ୍ତାର କାରଣ ହୋଇଛି। 

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ। ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri