ଜାତୀୟ |

ପ୍ରଥମ ଥର ଗାଁରେ ଓହ୍ଲାଇଲା ହେଲିକପ୍ଟର: ବୋହୂହୋଇ ବିଦା ହେଲେ ଶ୍ରମିକଙ୍କ ଝିଅ

ପ୍ରଥମ ଥର ଗାଁରେ ଓହ୍ଲାଇଲା ହେଲିକପ୍ଟର: ବୋହୂହୋଇ ବିଦା ହେଲେ ଶ୍ରମିକଙ୍କ ଝିଅ

ସୋନିପତ,୧୧।୨: ହରିୟାଣା ସୋନିପତ ହସନଗଡ ଗାଁରେ ରବିବାର ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ। ଏଠାରେ ରତବୀର ସିଂ ଯାଦବ ଜଣେ ଶ୍ରମିକ ଓ ବିବିଏଲ୍‌ ତାଲିକା ଭୁକ୍ତ ପରିବାରର ସଦସ୍ୟ ହୋଇଥିବା ବେଳେ ତାଙ୍କ ଝିଅ ସନ୍ତୋଷଙ୍କ ବିବାହ ମଧ୍ୟ ଜଣେ ସାଧାରଣ ଘରର ପୁଅ ସହ କରିଛନ୍ତି। ହେଲେ ଏହାକୁ ସ୍ମରଣୀୟ କରି ରଖିବାକୁ ବର ସଞ୍ଜୟ ତାଙ୍କ ସ୍ତ୍ରୀ ସନ୍ତୋଷଙ୍କୁ ହେଲିକପ୍ଟରରେ ବସାଇ ନିଜ ଘରକୁ ନେଇ ଆସିଛନ୍ତି। ସନ୍ତୋଷଙ୍କ ପିତା କୁହନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନକୁ ସଫଳ କରିବା ପାଇଁ ସେ ଏପରି କରିଛନ୍ତି। ହେଲେକପ୍ଟରରେ ଯିବା କଥା କେବେ ଚିନ୍ତା କରି ନ ଥିବା ସନ୍ତୋଷ ଶାଶୁଘରେ ପହଞ୍ଚିବା ପରେ ନିଶ୍ଚିତ ଭାବେ ତାଙ୍କର ମନୋବଳ ଦୃଢ ହେବ ଓ ସେ ଆଗକୁ ବଢିବେ ବୋଲି ବର ପିତା କହିଛନ୍ତି। ପୁଅ ବାହାଘରକୁ ସ୍ମରଣୀୟ କରିବାକୁ ଚାହୁଁଥିବା ସଞ୍ଜୟଙ୍କ ପିତାଙ୍କୁ ତାଙ୍କ ଭାଗ୍ୟ ସହାୟକ ହୋଇଥିଲା। ବର ସଞ୍ଜୟ ଜଣେ ସାଧାରଣ ପରିବାର ହୋଇଥିବା ବେଳେ ଜମି ବିକ୍ରି କରି ଏହାକୁ ସ୍ମରଣୀୟ କରିବାକୁ ଚାହୁଁଥିଲେ ତାଙ୍କ ପିତା। ହେଲେ ହଠାତ୍‌ ତାଙ୍କର ରାସ୍ତା କଡରେ ଥିବା କିଛି ଜମିକୁ ସରକାର ନେବା ପରେ ସେ ବାବଦରେ ଯେଉଁ ଅର୍ଥ ମିଳିଥିଲା ସେଥିରେ ହିଁ ସଞ୍ଜୟ ହେଲିକପ୍ଟରରେ ଶ୍ୱଶୁର ଘରକୁ ଆସିଥିବା କହିଛନ୍ତି ତାଙ୍କ ପିତା। ଏହା ସମାଜ ପାଇଁ ଭଲ ବାର୍ତ୍ତା ଦେବ ବୋଲି ସେ ମତ ରଖିଛନ୍ତି।

All Right Reserved By

ଜାତୀୟ |

ପୂର୍ବା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ପୂର୍ବା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

କାନପୁର,୨୦।୪: ଉତ୍ତର ପ୍ରଦେଶର କାନପୁରଠାରେ ହାଓ୍ବଡା-ନୂଆଦିଲ୍ଲୀ ପୂର୍ବା ଏକ୍ସପ୍ରେସର ୧୨ଟି କୋଚ୍‌ ଶନିବାର ସକାଳେ ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। 

ରଜନୀକାନ୍ତଙ୍କ ଡାହାଣ ତର୍ଜନୀରେ କାଳିଚିହ୍ନ

ରଜନୀକାନ୍ତଙ୍କ ଡାହାଣ ତର୍ଜନୀରେ କାଳିଚିହ୍ନ

ଚେନ୍ନାଇ,୨୦ା୪ : ଅଭିନେତାରୁ ରାଜନେତା ସାଜିଥିବା ରଜନୀକାନ୍ତ ଗୁରୁବାର ଚେନ୍ନାଇର ଷ୍ଟେଲା ମାରିସ୍‌ କଲେଜକୁ ଭୋଟ ଦେବାକୁ ଯାଇଥିଲେ।

ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ...

ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ...

ଗାଜିଆବାଦ,୨୦ା୪ : ଭାଜପା କର୍ମୀଙ୍କୁ ଅଙ୍ଗୁଳି ଦେଖାଇଲେ ୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଧମକ ଦେଇଛନ୍ତି। 

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ଭାଜପାକୁ ଭୁଲରେ ଭୋଟ ଦେଇ ନିଜ ଅଙ୍ଗୁଳି କାଟିଲେ

ବୁଲନ୍ଦସହର,୨୦ା୪ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପବନ କୁମାର(୨୫) ନାମକ ଜଣେ ଦଳିତ ମତଦାତା ବିଏସ୍‌ପି ପ୍ରାର୍ଥୀ ଯୋଗେଶ ବର୍ମାଙ୍କୁ ଭୋଟ ଦେବାକୁ ଚାହୁଁଥିଲେ।

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

‘ଅଭିଶାପରୁ ହୋଇଥିଲା କର୍‌କରେଙ୍କ ମୃତ୍ୟୁ’:୨୬/୧୧ ଶହୀଦଙ୍କ ପ୍ରତି ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୯ା୪(ପି.ଟି.): ୨୬/୧୧ ଆକ୍ରମଣବେଳେ ଶହୀଦ ହୋଇଥିବା ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ମୁଖ୍ୟ ହେମନ୍ତ କର୍‌କରେଙ୍କ ପ୍ରତି ଭୋପାଳର ଭାଜପା ପ୍ରାର୍ଥୀ ତଥା ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ହାର୍ଦ୍ଦିକଙ୍କୁ ଚାପୁଡ଼ା

ହାର୍ଦ୍ଦିକଙ୍କୁ ଚାପୁଡ଼ା

ଅହମଦାବାଦ,୨୦ା୪(ପି.ଟି.): କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଶୁକ୍ରବାର ଜଣେ ବ୍ୟକ୍ତି ଚାପୁଡ଼ା ମାରିଛନ୍ତି। 

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ପରସ୍ପରକୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ: ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ମୁଲାୟମ, ମାୟାବତୀ

ମୈନ୍‌ପୁରୀ,୨୦ା୪(ପି.ଟି.): ଦୀର୍ଘ ୨୪ ବର୍ଷର ଶତ୍ରୁତାକୁ ଭୁଲି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ଉତ୍ତରପ୍ରଦେଶର ଦୁଇ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଓ ମୁଲାୟମ୍‌ ସିଂ ଯାଦବ।

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଅମେଠିରେ ‘ନ୍ୟାୟ’ ବ୍ୟାନର: ରାହୁଲଙ୍କୁ ଇସି ନୋଟିସ

ଭୋପାଳ,୨୦ା୪(ପି.ଟି.): ଅମେଠିରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ କମିଶନ (ଇସି) କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। 

ବାଲାକୋଟ ଆକ୍ରମଣରେ ପାକ୍‌ ସୈନ୍ୟ ମରି ନ ଥିଲେ: ସୁଷମା

ବାଲାକୋଟ ଆକ୍ରମଣରେ ପାକ୍‌ ସୈନ୍ୟ ମରି ନ ଥିଲେ: ସୁଷମା

ଅହମ୍ମଦାବାଦ,୨୦ା୪(ପି.ଟି.): ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ଶିବିର ଉପରେ ଫେବୃୟାରୀ ୨୬ରେ ଭାରତୀୟ ବାୟୁସେନାର ବୋମାମାଡ଼ରେ ଜଣେ ହେଲେ ପାକସ୍ତାନୀ ସୈନ୍ୟ

୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା

୫୭୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୦ା୪: ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ମୋଟ ୧୬୧୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମୁଲାୟାମ ସିଂ ମୋଦିଙ୍କ ଭଳି ‘ଫେକ୍‌ ଓବିସି’ ନୁହେଁ: ମାୟାବତୀ

ମେନପୁରି,୧୯।୪: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ଶୁଶ୍ରୀ ମାୟାବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ମାୟାବତୀ କହିଛନ୍ତି, ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟାମ ସିଂ ଯାଦବ ପ୍ରକୃତରେ ଜଣେ ପଛୁଆ ବର୍ଗର ନେତା।

ବାହାଘର ଫଟୋଶୁଟ୍‌ ସମୟରେ ନଦୀରେ ଖସି ପଡିଲେ ନବଦମ୍ପତି: ଭିଡିଓ ଭାଇରାଲ

ବାହାଘର ଫଟୋଶୁଟ୍‌ ସମୟରେ ନଦୀରେ ଖସି ପଡିଲେ ନବଦମ୍ପତି: ଭିଡିଓ ଭାଇରାଲ

ଥିରୁଭାନନ୍ତପୁରମ୍‌,୧୯।୪: ବିବାହ ବେଳର ପ୍ରତିଟି ମୁହୂର୍ତ୍ତକୁ ସାଇତି ରଖିବାକୁ ସମସ୍ତେ ଇଚ୍ଛା ପ୍ରକାଶ କରିଥାଆନ୍ତି। ବିଶେଷ କରି ଏହି ସମୟର କିଛି ଫଟୋ ଓ ଭିଡିଓ ପ୍ରାୟ ସବୁ ଦମ୍ପତି ସାଇତି ରଖିଥାଆନ୍ତି। 


Model This Week

କ୍ରିଷ୍ଣା
Why Dharitri