ରାଜ୍ୟ |

ପୁରୁଣା ଖାଦାନରୁ ଚାଲିଛି ଲୁଟ୍‌:ଡଙ୍କାରୀ, ରାହାଡ଼ପୁରରେ ୧୪୪ ଧାରା ଜାରି

ପୁରୁଣା ଖାଦାନରୁ ଚାଲିଛି ଲୁଟ୍‌:ଡଙ୍କାରୀ, ରାହାଡ଼ପୁରରେ ୧୪୪ ଧାରା ଜାରି

ଯାଜପୁର ଅଫିସ,୧୧-୨:ଯାଜପୁର ଜିଲା ଧର୍ମଶାଳା ତହସିଲ ରାହାଡ଼ପୁର ବେଆଇନ କଳାପଥର ଖାଦାନ ଉପରେ ଜିଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପ୍ରଭାବହୀନ ହୋଇଛି। ଏହି ଖାଦାନକୁ କ୍ଲୋଜର ନୋଟିସ ଦେଇ ଜିଲା ପ୍ରଶାସନ ସାଧାରଣରେ ପ୍ରଶଂସିତ ହୋଇଥିଲା। ହେଲେ ଏକ ସପ୍ତାହ ନ ପୂରୁଣୁ ପଥର ବ୍ୟବସାୟୀଙ୍କ ପ୍ରଭାବ ଆଗରେ ଜିଲା ପ୍ରଶାସନର ଦମ୍ଭ ଭାଙ୍ଗି ଯାଇଛି। ଡଙ୍କାରୀ ଓ ରାହାଡ଼ପୁରରେ ୧୪୪ ଧାରା ଜାରି ପରେ ନିକଟସ୍ଥ ରାଣୀବନ୍ଧି ଡ୍ୟାମକୁ ଲାଗିଥିବା ଏକ ପୁରୁଣା ଖାଦାନକୁ ବେଆଇନ ଭାବେ ଖୋଳି ସେଠାରୁ ବଡ଼ବଡ଼ ପଥର ଉତ୍ତୋଳନ କରାଯାଇ ଦୈନିକ ୫୦ରୁ ଊର୍ଦ୍ଧ୍ୱ ଟ୍ରିପ୍‌ ଚୋରାଚାଲାଣ କରାଯାଉଛି। ଏଥିଯୋଗୁ ପୁଣି ରାଣୀବନ୍ଧି ଉପରେ ବିପଦ ମାଡ଼ିଆସିଛି। ଏହାବାଦ ଯାଜପୁର-ଢେଙ୍କାନାଳ ସୀମାନ୍ତବର୍ତ୍ତୀ ବିଚ୍ଛିନ୍ନାଞ୍ଚଳ ନିଶ୍ଚନ୍ତା ପାହାଡ଼ରୁ ବେଆଇନ ପଥର ଉତ୍ତୋଳନ ହୋଇ ଏଆରଏସ୍‌ଏସ୍‌ କ୍ରଶରକୁ ବେଆଇନ ଭାବେ ଯୋଗାଣ ହେଉଥିବା ଅଭିଯୋଗ ହେଉଛି।

ସୂଚନାଯୋଗ୍ୟ ଯେ, ରାହାଡପୁର ପାହାଡ଼ର ୬ ଓ ୧୦ ନମ୍ବର ଖାଦାନ ଉପରେ ଗତ ୫ ତାରିଖରେ ତହସିଲ ପ୍ରଶାସନ ୧୪୪ ଧାରା ଜାରି କରି କ୍ଲୋଜର ନୋଟିସ ଦେଇଥିଲା। ଏହାସହ ପାହାଡକୁ ସଂଯୋଗ କରୁଥିବା ରାସ୍ତାରେ ଜେସିବି ମାଧ୍ୟମରେ ଗର୍ତ୍ତ କରାଯାଇ ଯାନବାହନ ଗମନାଗମନ ଉପରେ ରୋକ ଲଗାଯାଇଥିଲା। ଡଙ୍କାରୀ ଓ ରାହାଡ଼ପୁର ଖାଦାନ ବନ୍ଦ ହେବା ପରେ ଜଣେ ଜିଲା ପରିଷଦ ସଭ୍ୟଙ୍କ ପ୍ରୋସତ୍ାହନରେ ଏହି ପୁରୁଣା ଖାଦାନକୁ ଖୋଳା ଯାଇଥିବା ଚର୍ଚ୍ଚା ହେଉଛି ା ଏଠାରୁ ବଡ଼ବଡ଼ ପଥର ଉତ୍ତୋଳନ କରି ପାରାଦୀପ, ଧାମରା, ରାଜନଗର ପ୍ରଭୃତି ଅଞ୍ଚଳକୁ ଚୋରାଚାଲାଣ କରାଯାଉଛି। ଜଙ୍ଗଲ ଓ ପରିବେଶ ବିଭାଗ କିମ୍ବା ଜିଲା ପ୍ରଶାସନରୁ କୌଣସି ଅନୁମତି ମିଳି ନ ଥିବା ବେଳେ ଅବାଧରେ ପଥର ଚୋରା ଚାଲାଣ ହୋଇଚାଲିଛି। ସବୁ ଦେଖି ପ୍ରଶାସନ ଆଖି ବୁଜି ଦେଇଥିବା ଭଳି ପ୍ରତୀୟମାନ ହେଉଛି। ଏହାଦ୍ୱାରା ରାଣୀବନ୍ଧି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ଆହୁରି ବିପଦ ସୃଷ୍ଟି ହୋଇଛି। ୧୯୮୮ରୁ ଡଙ୍କାରୀ ଓ ରାହାଡପୁର ପାହାଡ ପାଦଦେଶରେ ରାଣୀବନ୍ଧି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି ପ୍ରକଳ୍ପ ପାଣିରେ ରମ୍ପେଇ, କାଦୁଅମାଗୁର ଆଦି ଗ୍ରାମର ପ୍ରାୟ ୪୮ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା କରାଯାଇଛି ା କିନ୍ତୁ ଡଙ୍କାରୀ ପାହାଡ଼ରେ କଳାପଥର ଖନନ ଆରମ୍ଭ ପରେ ଜଳସେଚନ ଠପ୍‌ ହୋଇଯାଇଛି। ପାହାଡ଼ର ବିଭିନ୍ନ ସ୍ଥାନରେ ଖନନ ଯୋଗୁ ବର୍ଷା ପାଣି ଠିକ୍‌ ଭାବେ ପାଦଦେଶକୁ ଆସି ପାରୁନାହିଁ। ପାହାଡ଼ରୁ ଝରୁଥିବା ଋତୁକାଳୀନ ଝରଣା ମଧ୍ୟ ଏଠାରେ ବନ୍ଦ ହୋଇଯାଇଛି। ଫଳରେ ରାଣୀବନ୍ଧି ଡ୍ୟାମରେ ଜଳ ସଂରକ୍ଷିତ ହୋଇ ନ ପାରି ଚାଷୀଙ୍କ ଆଶା ମଉଳି ଯାଇଛି। କଳାପଥର ଖାଦାନର ପଥର ଗୁଣ୍ଡ ଯୋଗୁ ଏହି ଡ୍ୟାମ ତା’ର ଅସ୍ତିତ୍ୱ ମଧ୍ୟ ହରାଇବାକୁ ବସିଛି ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପତ୍ରସଂଖ୍ୟା ୮୨/୩୧ା୧ା୨୦୧୮ରେ ସୂଚନା ମିଳିଛି। ଏବେ ରାଣୀବନ୍ଧିକୁ ଲାଗି ରହିଥିବା ପୁରୁଣା ଖାଦାନ କାର୍ଯ୍ୟକାରୀ ହେଲେ ଯେଉଁ ପାଣି ଟିକକ ସଂରକ୍ଷିତ ରହୁଥିଲା ତାହା ମଧ୍ୟ ବନ୍ଦ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ କ୍ରିଟିକାଲ ପାଣ୍ଠିରୁ ଯେଉଁ ୮ଲକ୍ଷ ଟଙ୍କା ଅନୁଦାନ ଆସିଥିଲା ତାହା ଖର୍ଚ୍ଚ ହୋଇଛି। ରାଣୀବନ୍ଧି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ୨୦୧୫-୧୬ ଆର୍ଥିକ ବର୍ଷରେ ନନ୍‌ପ୍ଲାନ ବଜେଟରୁ କେନାଲ କଂକ୍ରିଟକରଣ ପାଇଁ ୨ଟି ପର୍ଯ୍ୟାୟରେ ଅନୁଦାନ ମିଳିଥିଲା। ଗୋଟିଏରେ ୨ଲକ୍ଷ ୯୧ହଜାର ୧୭୯ ଟଙ୍କା ଏବଂ ଅନ୍ୟଟିରେ ୨ଲକ୍ଷ ୭ହଜାର ୮୩୩ ଟଙ୍କା ଅନୁଦାନ ମିଳିଥିବାବେଳେ ସେସବୁ ଖର୍ଚ୍ଚ ହୋଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ନନ୍‌ପ୍ଲାନ ବଜେଟରୁ ୯ଲକ୍ଷ ୨୯ ହଜାର ଟଙ୍କା ଅନୁଦାନ ମିଳିଛି; ଯାହାକି ଅଦ୍ୟାବଧି ଖର୍ଚ୍ଚ ହୋଇନାହିଁ। ଚାଷୀଙ୍କ ଉନ୍ନତି ପାଇଁ ସରକାର ଜଳସେଚନକୁ ପ୍ରାଧାନ୍ୟ ଦେଉଥିବା କୁହାଯାଉଥିବା ବେଳେ ଏଠାରେ ତାହାର ଓଲଟା ହୋଇଛି। କେତେଜଣ ପ୍ରଭାବଶାଳୀ ନେତାଙ୍କ ସ୍ବାର୍ଥ ପାଇଁ ରାଣୀବନ୍ଧି ତା’ର ଅସ୍ତିତ୍ୱ ହରାଇବାକୁ ବସିଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଧର୍ମଶାଳାର ଭାରପ୍ରାପ୍ତ ତହସିଲଦାର ସରୋଜ କୁମାର ପଣ୍ଡା କୁହନ୍ତି, ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ ବେଆଇନ ଖାଦାନ ଉପରେ ଅନୁଧ୍ୟାନ ଚାଲିଛି। ପର୍ଯ୍ୟାୟକ୍ରମେ ଚଢାଉ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

All Right Reserved By

ରାଜ୍ୟ |

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ପୁରୀ ଅଫିସ,୨୫ା୪: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗୁରୁବାର ସକାଳେ ପତ୍ନୀଙ୍କ ସହ ମିଥୁନ ସିଂହଦ୍ୱାରରେ ପହଞ୍ଚିଥିଲେ। 

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ ଅଫିସ,୨୫।୪- ବରଗଡ଼ ଜିଲାର ୩ ଭୋଟ ଗ୍ରହଣ କେନ୍ଦ୍ର(ବୁଥ୍‌)ରେ ଗୁରୁବାର ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି। ଜିଲାର ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ ସ୍କୁଲ(ବୁଥ୍‌ ନଂ-୧୬)ରେ ଏହା ୪ଟା ପର୍ଯ୍ୟନ୍ତ ଚାଲିବ । 

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର: ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାରରେ ବାହାରିଲେ

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର: ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାରରେ ବାହାରିଲେ

ବାରିପଦା ଅଫିସ,୨୫।୪- ମୟୂରଭଞ୍ଜ ଜିଲାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଟେକ୍‌ ପ୍ରଚାର। ବୁଧବାର ସନ୍ଧ୍ୟାରେ  ବାରିପଦା ସହରରେ ମୁଖ୍ୟମନ୍ତ୍ରୀ ବସ୍‌ ଯୋଗେ ପ୍ରଚାର କରିଥିବା ବେଳେ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରୀଯାପନ କରିଥିଲେ।

ଡବଲ୍‌ ଇଞ୍ଜିନ୍‌ ଥିଓରୀକୁ ରାମଦାସ ଅଠଓ୍ବାଲେଙ୍କ ସମର୍ଥନ: କହିଲେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ହେବା ଜରୁରୀ

ଡବଲ୍‌ ଇଞ୍ଜିନ୍‌ ଥିଓରୀକୁ ରାମଦାସ ଅଠଓ୍ବାଲେଙ୍କ ସମର୍ଥନ: କହିଲେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ହେବା ଜରୁରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ କିମ୍ବା ମେଣ୍ଟ ସରକାର ହେବା ଜରୁରୀ। ତେଣୁୁ ଓଡ଼ିଶାବାସୀ ଏହାକୁ ଚାହିଁ ଭୋଟଦାନ କରନ୍ତୁ। ଆରପିଆଇ(ଅ) ଡବଲ ଇଞ୍ଜିନକୁ ସମର୍ଥନ କରୁଥିବା ଏହାର ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେ କହିଛନ୍ତି। 

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ରାଜ୍ୟର ୯ଟି ବୁଥ୍‌ରେ ଗୁରୁବାର ସକାଳ ୭ଟାରୁ ଚାଲିଛି ସାନି ମତଦାନ।

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ। ରାଜ୍ୟରେ ଏକସଙ୍ଗରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେଉଛି। 

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ପୁରୀ ଅଫିସ,୨୫ା୪: ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନଂ. ବୁଥ୍‌ରେ ଭାଜପା ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନ ଥିବା ଅଭିଯୋଗ ଆଣିଛନ୍ତି ଭାଜପାର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ ।

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା ୩ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଯାଇଛି। 

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ଅଧୀନ ଲୋକ ସଭା ଓ ୭ ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। 

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

ବାସୁଦେବପୁର/ବନ୍ତ, ୨୫।୪ (ଡି.ଏନ.ଏ.): ଓଡ଼ିଶାରେ ବିଜେଡି ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପର ବିକାଶ ଦିଗରେ କୌଣସି କାମ କରୁନାହିଁ। ସେଥିପାଇଁ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ୨୦୧୯ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ଜିତିଛନ୍ତି ରାୟଗଡାର ଶୀତଲ ସାହୁ। ମଙ୍ଗଳବାର କୋଲକାତାରେ ଅନୁଷ୍ଠିତ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ୍‌ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ସେ ଏହି ଟାଇଟଲ୍‌ ଜିତିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri