ରାଜ୍ୟ |

ନିର୍ବାଚନ ପୂର୍ବରୁ ସିନେମା ନୀତି:ଫିଲ୍ମ ସହ ଯୋଡ଼ିହେବ ପର୍ଯ୍ୟଟନ

ନିର୍ବାଚନ ପୂର୍ବରୁ ସିନେମା ନୀତି:ଫିଲ୍ମ ସହ ଯୋଡ଼ିହେବ ପର୍ଯ୍ୟଟନ

ଭୁବନେଶ୍ୱର,୧୧।୨(ବ୍ୟୁରୋ)-ସାଧାରଣ ନିର୍ବାଚନ ପୂର୍ବରୁ ଆସିପାରେ ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା ନୀତି। ଏହି ନୀତି ଓଡ଼ିଆ ସିନେମା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏଥିପାଇଁ ରୂପରେଖ ପ୍ରସ୍ତୁତି ସରିଥିବା ବେଳେ ରାଜ୍ୟ ସରକାର ଯଥାଶୀଘ୍ର ଏହି ପଲିସି ଆଣିବାକୁ ଯୋଜନା କରିଛନ୍ତି। ଅଧୋଗାମୀ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପୁଣିଥରେ ଊର୍ଦ୍ଧ୍ୱଗାମୀ କରିବାକୁ ଏହା ବିଶେଷ ସହାୟକ ହେବ। ସବୁଠାରୁ ବଡ଼କଥା ହେଲା, ଏହି ସ୍ବତନ୍ତ୍ର ନୀତିରେ ରାଜ୍ୟ ସରକାର ଚଳଚ୍ଚିତ୍ରକୁ ପର୍ଯ୍ୟଟନ ଶିଳ୍ପ ସହ ଯୋଡ଼ିବାର ବ୍ୟବସ୍ଥା କରିଥିବା କୁହାଯାଇଛି।

ସିନେମା ତଥା ମନୋରଞ୍ଜନ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ସହ ଏହି କ୍ଷେତ୍ରର ଉନ୍ନତୀକରଣ ପାଇଁ ସରକାର ଏହି ନୂଆ ନୀତି ଆଣୁଛନ୍ତି। ୧୯୭୪ରେ ସିନେମାକୁ ଶିଳ୍ପର ମାନ୍ୟତା ମିଳିଥିବା ବେଳେ ଏବେ ଏହାକୁ ଆଉପାଦେ ଆଗକୁ ନେବାକୁ ସ୍ଥିର ହୋଇଛି। ୮୨ ବର୍ଷର ଓଡ଼ିଆ ଫିଲ୍ମ ଇତିହାସରେ ଏହି ପଲିସି ପ୍ରଥମଥର ପାଇଁ ହେବ, ଯେଉଁଥିରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ସାଙ୍ଗକୁ ସବ୍‌ସିଡି ଦେବା ବ୍ୟବସ୍ଥା, ଫିଲ୍ମ ଶୁଟିଂ ନିୟମ ଆଦିରେ କୋହଳ ସହ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ପ୍ରଦାନ କରାଯିବ। ସେହିଭଳି ଏହାର ଭିତ୍ତିଭୂମି ବିକାଶ ଓ ମାର୍କେଟିଂକୁ ପଲିସିରେ ପ୍ରାଥମିକତା ଦିଆଯିବ। ଏହାବ୍ୟତୀତ ଫିଲ୍ମ ମାଧ୍ୟମରେ ଯେପରି ପର୍ଯ୍ୟଟନର ପ୍ରଚାର ପ୍ରସାର ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଯେଉଁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି, ତାହାକୁ ଫିଲ୍ମ ମାଧ୍ୟମରେ ପ୍ରଦର୍ଶନ କରାଯିବ। ଫଳରେ ସେହି ସ୍ଥାନ ବିଷୟରେ ଲୋକମାନେ ଜାଣିପାରିବା ସହ ପରବର୍ତ୍ତୀ ସମୟରେ ସେଠାକୁ ଯିବାକୁ ଆଗ୍ରହ ପ୍ରକାଶ କରିବେ। ଏହାଦ୍ୱାରା ପର୍ଯ୍ୟଟନସ୍ଥଳୀଗୁଡ଼ିକର ଏକପ୍ରକାର ବ୍ରାଣ୍ଡିଂ ହେବ। କେବଳ ସେତିକି ନୁହେଁ, ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଶୁଟିଂ କଲେ, ପ୍ରଯୋଜକ ତଥା ନିର୍ମାତାଙ୍କୁ ସ୍ବତନ୍ତ୍ର ସବ୍‌ସିଡି ଦିଆଯିବ। ସେହିଭଳି ବିଭିନ୍ନ ଐତିହାସିକସ୍ଥଳୀ କିମ୍ବା କୀର୍ତ୍ତିରାଜିରେ ଶୁଟିଂ କରିବାକୁ ଚାହିଁଲେ, ଅନୁମତି ପାଇଁ ଆଉ ଏଣେତେଣେ ଦୌଡ଼ିବାକୁ ପଡ଼ିବନାହିଁ। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି) ଏଥିଲାଗି ଅନୁମତି ପ୍ରଦାନ କରିବ।

ଏହି ନୂତନ ନୀତି ଆଣିବାରେ ଇଣ୍ଡଷ୍ଟ୍ରି ପାଟର୍ନର ଭାବେ ଫିକି କାର୍ଯ୍ୟ କରୁଥିବା ବେଳେ ଏଥିପାଇଁ ପ୍ରସ୍ତୁତ ଡ୍ରାଫ୍ଟ ନୀତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏ ନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଘନ ଘନ ବୈଠକ ବସି ସିନେମା ଶିଳ୍ପ ସହ ଜଡ଼ିତ ବିଭିନ୍ନ ବିଶେଷଜ୍ଞ ଓ ଅଂଶୀଦାରଙ୍କଠାରୁ ପରାମର୍ଶ ନିଆଯାଉଛି। ଫିଲ୍ମ ପଲିସି ଆସିବା ପରେ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏହା ଇତିହାସ ସୃଷ୍ଟି କରିବ। ସିନେମାର ଗୁଣବତ୍ତା, ରାଜ୍ୟ ଟେଲିଭିଜନ ଏବଂ ଫିଲ୍ମ ଶିଳ୍ପର ଉନ୍ନତୀକରଣରେ ଏହା ସହାୟକ ହେବ ବୋଲି ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି।

ମଲ୍ଟିପ୍ଲେକ୍ସ କଲ୍‌ଚରକୁ ମିଳିବ ପ୍ରୋତ୍ସାହନ

ମଲ୍ଟିପ୍ଲେକ୍ସ ଓ ମଲ୍‌ କଲ୍‌ଚରର ଚାହିଦା ଦିନକୁ ଦିନ ଓଡ଼ିଶାରେ ବଢ଼ୁଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିର ବିକାଶରେ ଏହା ବିଶେଷ ସହାୟକ ହେବ। ରାଜ୍ୟରେ ସିନେମା ହଲ୍‌ ସଂଖ୍ୟା ଆବଶ୍ୟକତାଠାରୁ ବହୁତ କମ୍‌ ଥିବାବେଳେ ମଲ୍ଟିପ୍ଲେକ୍ସ ପ୍ରତିଷ୍ଠା ଦ୍ୱାରା ଏହାକୁ କେତେକାଂଶରେ ଦୂର କରାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ନୂଆ ସିନେମା ନୀତିରେ ମଲ୍ଟିପ୍ଲେକ୍ସ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବେ। ମଲ୍ଟିପ୍ଲେକ୍ସ ଅପରେଟରଙ୍କୁ ସୁବିଧାରେ ଜମି ଯୋଗାଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୁରୀ, କଟକ, ବାଲେଶ୍ୱର, ଭଦ୍ରକ, ରାଉରକେଲା, ସମ୍ବଲପୁର ଆଦି ସହରରେ ମଲ୍ଟିପ୍ଲେକ୍ସ ପ୍ରତିଷ୍ଠା ହେଲେ ଏହା ଯୁବ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

All Right Reserved By

ରାଜ୍ୟ |

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ସଜନାଗଡ଼,୧୭।୨(ଡି.ଏନ୍‌.ଏ): ବାଲେଶ୍ୱର  ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋସିଳା ପଞ୍ଚାୟତ ଚଲଣାପାଳ ଗ୍ରାମର ଏକ ବୁଦା ନିକଟରୁ ରକ୍ତାକ୍ତ ଅବସ୍ଥାରେ ରବିବାର ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। 

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ।