ରାଜ୍ୟ |

ଗୋଲ୍‌ଡେନ୍‌ ଟ୍ରାଏଙ୍ଗଲ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ:‘ଦ ଅନ୍‌ସଙ୍ଗ୍‌’ରେ ବାଂଲାଦେଶ ମୁକ୍ତିଯୁଦ୍ଧ

ଗୋଲ୍‌ଡେନ୍‌ ଟ୍ରାଏଙ୍ଗଲ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ:‘ଦ ଅନ୍‌ସଙ୍ଗ୍‌’ରେ ବାଂଲାଦେଶ ମୁକ୍ତିଯୁଦ୍ଧ

ଭୁବନେଶ୍ୱର,୧୧।୨(ବ୍ୟୁରୋ)-୧୯୭୧ ମସିହା। ବାଂଲାଦେଶରେ ଚାଲିଥାଏ ମୁକ୍ତିଯୁଦ୍ଧ ବା ଲିବରେଶନ ଓ୍ବାର୍‌। ବାଂଲାଦେଶକୁ ସେତେବେଳେ ପୂର୍ବ ପାକିସ୍ତାନ କୁହାଯାଉଥିବା ବେଳେ ପାକିସ୍ତାନ ଏହାକୁ ନିଜ କବ୍‌ଜାରେ ସବୁବେଳ ପାଇଁ ରଖିବା ଲାଗି ସେଠାରେ ଅପରେଶନ ସର୍ଚ୍ଚଲାଇଟ୍‌ ଆରମ୍ଭ କରିଥିଲା। ପଶ୍ଚିମ ପାକିସ୍ତାନ ବା ବର୍ତ୍ତମାନର ପାକିସ୍ତାନ ମିଲିଟାରୀ ଦଳ ୧୯୭୧ ମାର୍ଚ୍ଚରେ ବାଂଲାଦେଶ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଢାକା ଏବଂ ସମ୍ପୂର୍ଣ୍ଣ ବାଂଲାଦେଶରୁ ବଙ୍ଗାଳୀମାନଙ୍କୁ ତଡ଼ିବା ପାଇଁ ଏହା ଏକ ବିଧିବଦ୍ଧ ଯୋଜନା ଥିଲା। ପ୍ରାୟ ୧୦ ମିଲିୟନ୍‌ ବଙ୍ଗାଳୀ ଶରଣାର୍ଥୀ ଏହାମଧ୍ୟରେ ଭାରତକୁ ଅନୁପ୍ରବେଶ କରିଥିବା ବେଳେ ୩୦ ମିଲିୟନ୍‌ ଦେଶ ମଧ୍ୟରେ ସ୍ଥାନାନ୍ତର ହୋଇଥିଲେ। ଏଭଳି ଏକ ଅତର୍କିତ ଓ ଘୃଣ୍ୟ ଆକ୍ରମଣରୁ ବାଂଲାଦେଶକୁ ରକ୍ଷାକରିବା ପାଇଁ ମୁଣ୍ଡ ଟେକିଥିଲେ ବହୁ ବୀର ସଂଗ୍ରାମୀ। ଭାରତୀୟ ବାୟୁସେନା ସହାୟତାରେ ସେମାନେ ହାର୍ଡିଞ୍ଜ୍‌ ବ୍ରିଜ୍‌କୁ ବୋମା ମାଧ୍ୟମରେ ଉଡ଼ାଇ ଦେବା ପରେ ଏହା ପାକିସ୍ତାନ ଆର୍ମିକୁ ପୃଥକ୍‌ କରିଦେଇଥିଲା, ଯାହାକି ଶେଷରେ ବାଂଲାଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲା। ଏହାକୁ ବାଂଲାଦେଶର ସ୍ବାଧୀନତା ସଂଗ୍ରାମ ବୋଲି କୁହାଯାଏ। ୭୦ ଦଶକର ଏହି ଲୋମଟାଙ୍କୁରା ଘଟଣାକୁ ରବିବାର ଫିଲ୍ମ ମାଧ୍ୟମରେ ଦେଖିବାକୁ ମିଳିଥିଲା।

ସ୍ଥାନୀୟ ସୂଚନା ଭବନ ପଛପଟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ୪ର୍ଥ ଗୋଲ୍‌ଡେନ୍‌ ଟ୍ରାଏଙ୍ଗଲ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ରବିବାର ଥିଲା ଦ୍ୱିତୀୟ ଦିବସ। ଏଠାରେ ପ୍ରଦର୍ଶିତ ବାଂଲାଦେଶୀ ଫିଲ୍ମ ‘ଦ ଅନ୍‌ସଙ୍ଗ୍‌’ ମହୋତ୍ସବର ପ୍ରମୁଖ ଆକର୍ଷଣ ରହିଥିଲା। ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅସ୍ରଫ୍‌ ଶିଶିରଙ୍କ ନିର୍ଦ୍ଦେଶିତ ୩୦ ମିନିଟ୍‌ର ଏହି ଫିଲ୍ମ ଦର୍ଶକଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା। ଏହାବ୍ୟତୀତ ହିନ୍ଦୀ ଫିଲ୍ମ ‘ସିଦ୍ଧାନ୍ତ’, ‘ପାଓ’, ଫିଚର୍‌ ଫିଲ୍ମ ‘ତାସି’, ଆର୍ମେନିଆର ଫିଲ୍ମ ‘ସ୍ନୋ’, ରୁଷିଆର ‘ମୀକ୍‌’, ‘ଫେନ୍‌ସ’, ‘ଦ ହୋମିଂ ଇନ୍‌ଷ୍ଟିଂକ୍ଟ’, ‘ଇନ୍‌ ଏ ଫରେନ୍‌ ଲ୍ୟାଣ୍ଡ’, ଲୁବା’, ‘ଦ ଲାଷ୍ଟ୍‌ ଲିଫ୍‌’, ବାଂଲାଦେଶର ‘ଦ ଗର୍ଲସ ଆର୍‌ ବ୍ରାଇଡ୍‌’, ଉଜ୍‌ବେକିସ୍ତାନର ‘ଟି’, ଲିଥୁଆନିଆର ‘ଭିଜିଟିଙ୍ଗ୍‌ ଗଡ୍‌’, ଲାଟ୍‌ଭିଆର ‘ଏନ୍‌ ଗ୍ରେଡ୍‌’, ଏଷ୍ଟୋନିଆର ‘ମ୍ୟୁଜ୍‌’ ଦ୍ୱିତୀୟ ଦିବସରେ ପ୍ରଦର୍ଶିତ ହୋଇଥିଲା। ସେହିଭଳି ବଙ୍ଗଳା ଫିଲ୍ମ ‘ବାସ୍ତବରେ ଆରାଲେ’ ଏବଂ ଓଡ଼ିଆ ଫିଲ୍ମ ‘ଭକୁଆ’ ଏହି ଅବସରରେ ଦେଖିବାକୁ ମିଳିଥିଲା। ୪ ଦିନ ଧରି ଆୟୋଜିତ ଏହି ଚଳଚ୍ଚିତ୍ର ମହୋତ୍ସବରେ ପ୍ରାୟ ୫୬ଟି ଜାତୀୟ, ଅନ୍ତର୍ଜାତୀୟ ଓ ଆଞ୍ଚଳିକ ସିନେମା ପ୍ରଦର୍ଶନ ହେବ। ଏହି କାର୍ଯ୍ୟକ୍ରମର ମିଡିଆ ପାର୍ଟନର ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ରହିଛନ୍ତି।

All Right Reserved By

ରାଜ୍ୟ |

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ସଜନାଗଡ଼,୧୭।୨(ଡି.ଏନ୍‌.ଏ): ବାଲେଶ୍ୱର  ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋସିଳା ପଞ୍ଚାୟତ ଚଲଣାପାଳ ଗ୍ରାମର ଏକ ବୁଦା ନିକଟରୁ ରକ୍ତାକ୍ତ ଅବସ୍ଥାରେ ରବିବାର ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। 

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ।