ରାଜ୍ୟ |

ନବମ ଶ୍ରେଣୀ ଛାତ୍ର ଲଭ୍‌ ମାଷ୍ଟର :ଏକାଧିକ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲ୍‌ କରୁଥିଲେ

ନବମ ଶ୍ରେଣୀ ଛାତ୍ର ଲଭ୍‌ ମାଷ୍ଟର :ଏକାଧିକ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍‌ମେଲ୍‌ କରୁଥିଲେ

ଭୁବନେଶ୍ୱର,୧୧-୨ (ବ୍ୟୁରୋ)- ବୟସ ୧୬। ନବମ ଶ୍ରେଣୀରେ ପଢ଼ୁଛନ୍ତି। ହେଲେ ପ୍ରେମରେ ପୂରା ମାଷ୍ଟର। ଛାତ୍ରୀଙ୍କୁ ଅତି ସହଜରେ ଫସାଇ ମଉଜ କରନ୍ତି। ନାନା ବିଶ୍ୱାସ ଜନ୍ମାଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ବ୍ଲାକ୍‌ମେଲ କରନ୍ତି। ଶେଷରେ ପ୍ରତାରଣାର ଶିକାର ୩ଜଣ ଛାତ୍ରୀଙ୍କ ହାତରେ ଖଣ୍ଡିଗିରି ଗୁମ୍ଫାରେ ଧରାପଡି ହଟହଟା ହୋଇଛନ୍ତି ଏହି ଲଭ୍‌ ମାଷ୍ଟର। ଏପରିକି ଖଣ୍ଡଗିରି ଥାନା ଆଗରେ ପ୍ରତାରଣାର ଶିକାର ସମ୍ପୃକ୍ତ ଛାତ୍ରୀଙ୍କ ଗୋଡ଼ ଧରି ଭୁଲ୍‌ ମାଗିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ନାବାଳକ ପ୍ରେମିକର ଘର ଫୁଲବାଣୀ ଅଞ୍ଚଳରେ ହୋଇଥିବା ବେଳେ ସେ ଚନ୍ଦ୍ରଶେଖରପୁରର ଏକ ସ୍କୁଲରେ ପାଠ ପଢୁଛନ୍ତି। ସେ ବସ୍‌ରେ ଘରକୁ ଯିବାଆସିବା ସମୟରେ ସେଥିରେ ଯାଉଥିବା ଛାତ୍ରୀ ଓ ଯୁବତୀଙ୍କୁ ସହଯୋଗ ବାହାନାରେ ସମ୍ପର୍କ ଯୋଡି ଆଗକୁ ବଢ଼ାଇଥାନ୍ତି। ପୁଣି କେତେବେଳେ ନିଜ ସ୍କୁଲ୍‌ର ସହପାଠିନୀ, ସିନିୟର ଓ ଜୁନିୟର ଛାତ୍ରୀଙ୍କୁ ମଧ୍ୟ ପ୍ରେମ ଜାଲରେ ଫସାଇଥାନ୍ତି। ଘଟଣାକ୍ରମରେ ଉକ୍ତ ସ୍କୁଲ୍‌ରେ ପଢ଼ୁଥିବା ଫୁଲବାଣୀ ଅଞ୍ଚଳର ଜଣେ ଛାତ୍ରୀଙ୍କୁ  ପ୍ରେମ ଜାଲରେ ଫସାଇଥିଲେ ଏହି ଲଭ୍‌ ମାଷ୍ଟର। ଛାତ୍ରୀଙ୍କୁ ବିଭିନ୍ନ ସ୍ଥାନକୁ ବୁଲାଇ ନେବା ସହ ମୋବାଇଲ୍‌ ଫୋନ୍‌ରେ ଅଶ୍ଳୀଳ ଫଟୋ ଉଠାଇ ରଖିଥିଲେ।  ପରେ ସମ୍ପୃକ୍ତ ଛାତ୍ରୀଙ୍କ ବଡ଼ ଭଉଣୀଙ୍କୁ ମଧ୍ୟ ଫସାଇ ଅଶ୍ଳୀଳ ଫଟୋ ଉଠାଇଥିଲେ। ଏଭଳି ତାଙ୍କ ପ୍ରେମ ଜାଲରେ ଫସିଥିବା ୩ଜଣ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନକୁ ବୁଲାଇବାକୁ ନେଇଥିଲେ ମଧ୍ୟ ଏକଥା କେହି ଜାଣିପାରନ୍ତି ନାହିଁ। ରବିବାର ଛୁଟିଥିବାରୁ ୩ଜଣ ଛାତ୍ରୀଙ୍କୁ ଖଣ୍ଡଗିରି ବୁଲିଯିବାକୁ କହିଥିଲେ ଲଭ୍‌ ମାଷ୍ଟର। ଦୁଇ ଜଣ ଛାତ୍ରୀ ଅପରାହ୍ନ ୪ଟାରେ ଆସି ଖଣ୍ଡଗିରିରେ ଅଲଗା ସ୍ଥାନରେ ଅପେକ୍ଷା କରିଥିଲେ। କିନ୍ତୁ ଲଭ୍‌ ମାଷ୍ଟର ଅନ୍ୟ ଜଣେ ଛାତ୍ରୀଙ୍କ ସହ ରୋମାନ୍ସ କରୁଥିଲେ। ପରେ ଉକ୍ତ ଛାତ୍ରୀଙ୍କୁ ସେଠାରେ ଅପେକ୍ଷା କରିବାକୁ କହି ଦ୍ୱିତୀୟ ଓ ତୃତୀୟ ଛାତ୍ରୀଙ୍କ ସହ ଖଣ୍ଡଗିରି ପାହାଡ଼ ବୁଲି ଫଟୋ ଉଠାଇଥିଲେ। ହେଲେ ଜଣେ ଛାତ୍ରୀଙ୍କ ସନ୍ଦେହ ହୋଇଥିଲା। ଚାରିଆଡେ ଖୋଜିଖୋଜି ଶେଷରେ ଅନ୍ୟଜଣେ ଛାତ୍ରୀଙ୍କ ସହ ତାଙ୍କ ପ୍ରେମିକ ରୋମାନ୍ସ କରୁଥିବାଦେଖି ନିଜ ମୋବାଇଲ୍‌ ଫୋନ୍‌ରେ ସେମାନଙ୍କ ଫଟୋ ଉଠାଇଥିଲେ। ଏହାପରେ ନିଜ ସମ୍ପର୍କୀୟ ଭାଇଙ୍କୁ ଫୋନ୍‌ କରି ଏସବୁ କଥା ଜଣାଇଥିଲେ।  ଛାତ୍ରୀଙ୍କ ଭାଇ ସେଠାରେ ପହଞ୍ଚତ୍ ଲଭ୍‌ ମାଷ୍ଟରଙ୍କୁ କାବୁ କରିନେବା ପରେ ତାଙ୍କ ମୋବାଇଲ୍‌ ଫୋନ୍‌ ଯାଞ୍ଚ କରି ଏକାଧିକ ଛାତ୍ରୀଙ୍କ ସହ ଅଶ୍ଳୀଳ ଫଟୋ ଥିବା ଦେଖିବାକୁ ପାଇଥିଲେ। ହୋହଲ୍ଲା ଭିତରେ ୩ଜଣ ଛାତ୍ରୀ ଏକାଠି ହୋଇଯାଇଥିଲେ ଓ ଲଭ୍‌ ମାଷ୍ଟରଙ୍କ ଅସଲ କାର୍‌ନାମା ପଦାକୁ ଆସିଥିଲା।

All Right Reserved By

ରାଜ୍ୟ |

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ରକ୍ତାକ୍ତ ଅବସ୍ଥାରେ ଭାଲୁର ମୃତଦେହ ଉଦ୍ଧାର

ସଜନାଗଡ଼,୧୭।୨(ଡି.ଏନ୍‌.ଏ): ବାଲେଶ୍ୱର  ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଧୋସିଳା ପଞ୍ଚାୟତ ଚଲଣାପାଳ ଗ୍ରାମର ଏକ ବୁଦା ନିକଟରୁ ରକ୍ତାକ୍ତ ଅବସ୍ଥାରେ ରବିବାର ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। 

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ।