ରାଜ୍ୟ |

ଶୃଙ୍ଖଳିତ ନିର୍ବାଚନ ବଡ଼ ଚ୍ୟାଲେଞ୍ଜ:ଚିନ୍ତା ବଢ଼ାଇଲା ଗୋଇନ୍ଦା ରିପୋର୍ଟ

ଶୃଙ୍ଖଳିତ ନିର୍ବାଚନ ବଡ଼ ଚ୍ୟାଲେଞ୍ଜ:ଚିନ୍ତା ବଢ଼ାଇଲା ଗୋଇନ୍ଦା ରିପୋର୍ଟ

ଭୁବନେଶ୍ୱର, ୧୧-୨(ଜ୍ୟୋତି ରଞ୍ଜନ ମହାପାତ୍ର)- ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାରତ ବହୁ ହିଂସା ଓ ସାମ୍ପ୍ରଦାୟିକ ଦଙ୍ଗାକୁ ସାମ୍ନା କରିବ। ନିର୍ବାଚନ ସମୟରେ ଜଟିଳ ପରିସ୍ଥିତି ଉପୁଜିବ। ଆମେରିକା ଗୋଇନ୍ଦା ସଂସ୍ଥାର ଏଭଳି ରିପୋର୍ଟ ଶୃଙ୍ଖଳିତ ତଥା ଅବାଧ ନିର୍ବାଚନ ନେଇ ଆଶଙ୍କା ସୃଷ୍ଟି କରିଛି। ଓଡ଼ିଶାରେ ଏକସଙ୍ଗେ ଲୋକ ସଭା ଓ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ଜାତୀୟ ସ୍ତରର ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ଓ ସଭାରେ ପ୍ରତିପକ୍ଷଙ୍କୁ ଆକ୍ରମଣାନ୍ତକ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଉଷ୍ମ କରିବାରେ ଲାଗିଛି। ପ୍ରତିପକ୍ଷ ଶକ୍ତିକୁ ଦୁର୍ବଳ କରିବା ପାଇଁ ରାଜନୈତିକ ଦଳଗୁଡିକ ସିବିଆଇ ଓ ପୋଲିସକୁ ମଧ୍ୟ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ଅତୀତରେ ରାଜନୈତିକ ଦଳ ଓ ନେତାମାନେ ନିଜ ଫାଇଦା ପାଇଁ ଗ୍ୟାଙ୍ଗ୍‌ଷ୍ଟର୍‌ମାନଙ୍କୁ ଆଶ୍ରା ଦେଇଛନ୍ତି। ସେହିପରି ମାଓବାଦୀମାନେ ବିଭିନ୍ନ ଜିଲାରେ ସକ୍ରିୟ ରହିଥିବାବେଳେ ବିଗତ ଦିନରେ ଆତଙ୍କବାଦୀ କାର୍ଯ୍ୟକଳାପର ଅନେକ ନଜିର ରହିଛି। ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ଗୋଇନ୍ଦା ରିପୋର୍ଟ ଉଦ୍‌ବେଗର ବିଷୟ ହୋଇଛି। ଏପରିସ୍ଥଳେ ଶୃଙ୍ଖଳିତ ନିର୍ବାଚନ ରାଜ୍ୟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

ନିକଟ ଅତୀତରେ ଅନେକ ରାଜନୈତିକ ହତ୍ୟା ଓ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ଗତ ମାସରେ କେନ୍ଦ୍ରାପଡ଼ାରେ ନେତାଜୀଙ୍କ ଜୟନ୍ତୀ ଉତ୍ସବକୁ ନେଇ ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିଲେ। ସାମ୍ପ୍ରଦାୟିକ ବିଶୃଙ୍ଖଳା ବଢ଼ୁଥିବାଦେଖି ପୋଲିସ ଓ ପ୍ରଶାସନ କର୍ଫୁ ଲାଗୁ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହା ପଛରେ ରାଜନୈତିକ ସମ୍ପୃକ୍ତି ରହିଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହାର ବହୁ ପୂର୍ବରୁ ଗ୍ୟାଙ୍ଗ୍‌ଷ୍ଟର୍‌ ଡି’ ବ୍ରଦର୍ସ ଓ ଟିଟୋଙ୍କ ସହ ରାଜନେତାଙ୍କ ଲିଙ୍କ୍‌ ପଦାକୁ ଆସିଛି। ଗାଁ ଗାଁରେ ଘଟୁଥିବା ଛୋଟ ବଡ଼ ଅପରାଧରେ ରାଜନୈତିକ ସମ୍ପୃକ୍ତି ରହୁଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ କଲେଜ ନିର୍ବାଚନ ସମୟରେ ରାଜ୍ୟର ବହୁ କ୍ୟାମ୍ପସ ଅଶାନ୍ତ ହୋଇଉଠିଥିଲା। ୨୦୧୭ ସେପ୍ଟେମ୍ବର ୧୬ରେ କଲେଜ ନିର୍ବାଚନକୁ ନେଇ ଗଞ୍ଜାମ ଜିଲାର ଛତ୍ରପୁର କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ବିଜେପୁର ଉପନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଗତବର୍ଷ ଫେବୃୟାରୀ ୨୩ରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବଡ଼ଭାଇ ସୁବ୍ରତ ସିଂ ଏବଂ ତାଙ୍କର ତିନି ସହଯୋଗୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଡ୍ରାଇଭର ଦିଲେଶ୍ୱର ସିଂଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ନିର୍ବାଚନ ପାଖେଇ ଆସୁଥିବାବେଳେ ଏସବୁ ଘଟଣାକୁ ନେଇ ପୁଣିଥରେ ଚର୍ଚ୍ଚା ସୃଷ୍ଟି ହୋଇଛି। କାରଣ ଲକ୍ଷ୍ମୀଦତ୍ତ ହତ୍ୟା ଘଟଣାରେ ପୋଲିସ ପକ୍ଷରୁ ଦୁଇ ଭାଜପା ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରାଯାଇଥିବାବେଳେ ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ବିଜେଡିର ଦୁଇ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ସମନ ଆଗକୁ ରାଜନୈତିକ ବିଶୃଙ୍ଖଳା ବଢ଼ାଇବ ବୋଲି ବିଶେଷଜ୍ଞମାନେ ମତଦେଲେଣି।

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାପତି ମହେଶ ପ୍ରସାଦ କହିଛନ୍ତି, ଗତ କଲେଜ ନିର୍ବାଚନ ସମୟର ସ୍ଥିତିକୁ ଦେଖିଲେ ଆଗାମୀ ସାଧାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ ହେବ ବୋଲି ଆଶା କରାଯାଇ ନ ପାରେ। ଆଇନଜୀବୀ ବିସ୍ମୟ ଷ୍ଟାଲିନ କହିଛନ୍ତି, ବଡ଼ ବଡ଼ ଅପରାଧୀମାନେ ସହରର ବସ୍ତି ଓ ଗ୍ରାମାଞ୍ଚଳରେ ଆଡ୍ଡା ଜମାଇ ରହୁଛନ୍ତି। ପୋଲିସ ନିଜ ଆଡୁ ଖୋଳତାଡ କରୁନି।  ଗତବର୍ଷ ମେ ୩୧ରେ ରାଜଧାନୀରେ ପଶ୍ଚିମବଙ୍ଗ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଥିବା ମାଓବାଦୀ ନେତା ଆଲିକ ଚକ୍ରବର୍ତ୍ତୀଙ୍କୁ ରାଜଧାନୀରୁ ଗିରଫ କରାଯାଇଥିଲା। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ ମଧ୍ୟ କମିଶନରେଟ ପୋଲିସ ବା ରାଜ୍ୟ ପୋଲିସ ନିକଟରେ ଖବର ନ ଥିଲା।  ଏଥିରୁ ରାଜ୍ୟ ପୋଲିସ ଓ ଗୋଇନ୍ଦା ବିଭାଗ ଶୋଇପଡିଥିବା ଜଣାପଡୁଛି। ଫଳରେ ଆଗାମୀ ନିର୍ବାଚନରେ ହିଂସା ଓ ଅପରାଧ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।

ଚ୍ୟାଲେଞ୍ଜ ପାଇଁ ପୂରା ପ୍ରସ୍ତୁତ: ଡିଜିପି

ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଗୋଇନ୍ଦା ରିପୋର୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।  କୌଣସି ହିଂସା ବା ଅପରାଧ ଘଟିବା ପୂର୍ବରୁ କିପରି ଖବର ପହଞ୍ଚତ୍ପାରିବ ଓ  ଅପରାଧକୁ ଦମନ କରାଯିବ ତାହାର ଆକ୍ସନ ପ୍ଲାନ ଆରମ୍ଭ କରିଛି ପୋଲିସ। ବିଭିନ୍ନ ଜିଲାରେ ଥିବା ହାର୍ଡକୋର ଅପରାଧୀଙ୍କୁ ଧରିବା ନେଇ  ବଛା ବଛା ପୋଲିସ ଅଫିସରଙ୍କୁ ନେଇ ଟିମ ଗଠନ କରାଯାଇଛି। ପ୍ରତିଟି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପୋଲିସ ପୂରା ପ୍ରସ୍ତୁତ ରହିଛି। ତେବେ କୌଣସି କ୍ଷେତ୍ରରେ ପୋଲିସ ପ୍ରଭାବିତ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଡିଜିପି ଆର୍‌.ପି. ଶର୍ମା କହିଛନ୍ତି।

ଭାଜପା ହିଂସା, ଦଙ୍ଗା ସୃଷ୍ଟି କରି ରାଜନୀତି କରେ: ବିଜେଡି

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କୁହନ୍ତି, ସାଢ଼େ ୪ବର୍ଷ ହେବ ରାଜ୍ୟରେ ଯେବେଠାରୁ ଭାଜପା ମୁଣ୍ଡ ଟେକିଲାଣି, ସେବେଠାରୁ ଏହାର ନେତାମାନେ ହିଂସାର ସାହାରା ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଅପଚେଷ୍ଟା କରୁଛନ୍ତି। ବିଜେପୁର ନିର୍ବାଚନ ସମୟରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ଉପରକୁ ଆକ୍ରମଣରେ ବିଜେଡି କର୍ମୀ ତଥା ଗାଡି ଡ୍ରାଇଭରଙ୍କ ମୃତ୍ୟୁ ଘଟିବା, ଛତ୍ରପୁର କାଉନ୍‌ସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡ ଘଟଣାରୁ ଭାଜପାର ରାଜନୈତିକ ହିଂସା ବାରି ହୋଇଯାଇଛି। କଟକରେ ଡି’ବ୍ରଦର୍ସଙ୍କୁ ବାଇମୁଣ୍ଡି ଆଖ୍ୟା ଦେଇ ସଭାସ୍ଥଳରେ ସମ୍ବୋଧନ କରିବାଠାରୁ ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଲାଇସେନ୍ସ ପ୍ରଦାନରେ ଭାଜପାର ଅପରାଧ ପ୍ରୀତି ସ୍ପଷ୍ଟ ହୋଇଛି। ମାତ୍ର ବିଜେଡି ଶାସନରେ ରାଜନୈତିକ ହିଂସାକୁ କୌଣସି ମତେ ପ୍ରଶ୍ରୟ ଦିଆଯାଇ ନାହିଁ କି ଆଗାମୀ ନିର୍ବାଚନରେ ଦିଆଯିବ ନାହିଁ।

ବିଜେଡି କ୍ଷମତାର ଦୁରୁପଯୋଗ କରିବ : ଭାଜପା   

ଭାଜପା ମୁଖପାତ୍ର ଗୋଲକ ମହାପାତ୍ର କୁହନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ଘଟିଥିବା ଅନେକ ହତ୍ୟାକାଣ୍ଡ ଓ ହିଂସାରେ ବିଜେଡିର ସମ୍ପୃକ୍ତି ପଦାକୁ ଆସିଥିଲା। ଏବେ ନିଜ ଚୌକିକୁ ନେଇ ଶାସକ ଦଳ ଭୟଭୀତ। ତେଣୁ କ୍ଷମତାର ଦୁରୁପଯୋଗ କରି ଆଗାମୀ ନିର୍ବାଚନରେ ହିଂସା ଘଟାଇ ଗାଦି ଦଖଲ ପାଇଁ ପ୍ରୟାସ କରିବ ବିଜେଡି। ଏଥିପାଇଁ ପୋଲିସ ଓ ପ୍ରଶାସନକୁ ବ୍ୟବହାର କରିବ। କିନ୍ତୁ ଭାଜପା ସବୁବେଳେ ହିଂସାଠାରୁ ଦୂରେଇ ରହି ଜନସାଧାରଣଙ୍କ ସ୍ବାଧୀନ ମତଦାନକୁ ଅଧିକ ଗୁରୁତ୍ୱ ଦେଉଛି ବୋଲି ମହାପାତ୍ର କହିଛନ୍ତି।

ବିଜେଡି ଶାସନରେ ମଦ, ଅପରାଧ ବଢ଼ିଛି: କଂଗ୍ରେସ

ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ପ୍ରମୁଖ ସତ୍ୟ ନାୟକ କୁହନ୍ତି,  ବିଗତ ଦିନକୁ ଦେଖିଲେ ନେତା ଓ ଅପରାଧୀଙ୍କ ମଧୁର ସମ୍ପର୍କ ବିଜେଡି ଶାସନରେ ବଢ଼ିଛି। ସରକାର ମଦର ପ୍ରଚାର ପ୍ରସାର କରୁଥିବାରୁ ରାଜ୍ୟରେ ଅପରାଧ ବଢ଼ି ଚାଲିଛି। ଅପରାଧୀଙ୍କୁ ସୁରକ୍ଷା ଓ ତଦନ୍ତକୁ ପ୍ରଭାବିତ କରାଯାଉଛି।  ବିରଞ୍ଚତ୍ ଦାସ ହତ୍ୟା ମାମଲାରେ ଶାସକ ଦଳର ଚାପରେ ତଦନ୍ତ କମିଶନ ଠିକ୍‌ ଭାବେ ତଦନ୍ତ କରିପାରି ନ ଥିଲେ। ଜାଣିଶୁଣି ସରକାର ଲୋକାୟୁକ୍ତ ନିଯୁକ୍ତି କରିବାରେ ପଛଘୁଞ୍ଚା ଦେଉଛନ୍ତି। କିଏ ସରକାରଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିପାରିବ? ଦ୍ୱୈତନଗରୀରେ ଅପରାଧ ବଢ଼ୁଥିବା ଖୋଦ୍‌ ପୋଲିସ କମିଶନର କହିଛନ୍ତି। ଅନେକ ହାର୍ଡକୋର ଅପରାଧୀ ନବୀନଙ୍କ ମଞ୍ଚରେ ବସୁଛନ୍ତି, ସଚିବାଳୟରେ ପଶୁଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ବିଜେଡି ହିଁ ହିଂସାକୁ ଆପଣାଇବା ଜଳଜଳ ଦିଶୁଛି। କିନ୍ତୁ କଂଗ୍ରେସ ହିଂସା ନୁହେଁ, ସାଧାରଣ ଜନତାଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ରହିବ।

All Right Reserved By

ରାଜ୍ୟ |

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri