ଜାତୀୟ |

ବନ୍ଦେ ଭାରତ ଟ୍ରେନ ଯାତ୍ରୀ ଖାଦ୍ୟ ପାଇଁ ଦେବେ ୩୯୯ ଟଙ୍କା

ବନ୍ଦେ ଭାରତ ଟ୍ରେନ ଯାତ୍ରୀ ଖାଦ୍ୟ  ପାଇଁ ଦେବେ ୩୯୯ ଟଙ୍କା

ନୂଆଦିଲ୍ଲୀ,୧୧-୨:  ଦେଶର ପ୍ରଥମ ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ଟ୍ରେନ୧୮ ଅଥବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଯାତ୍ରୀଙ୍କୁ ଆଇଆରସିଟିସି ଦ୍ୱାରା ପ୍ରସ୍ତୁତ କ୍ୟାଟରିଂ ଖାଦ୍ୟ ନେବା ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ସେମାନଙ୍କୁ ୩୯୯ ଟଙ୍କା ଦେବାକୁ ପଡ଼ିବ। ଦିଲ୍ଲୀରୁ ବାରାଣସୀ ଯାତ୍ରା କରୁଥିବା ଏହି ଟ୍ରେନର ଯାତ୍ରୀ ଶେଷ ପର୍ଯ୍ୟାୟ ଅର୍ଥାତ୍‌ ଆଲ୍ଲାହାବାଦରୁ ବାରାଣସୀକୁ ଯାତ୍ରା କରିବା ଲାଗି ଟିକେଟ ବୁକିଂ କରିବା ବେଳେ କ୍ୟାଟରିଂ ଖାଦ୍ୟ ନ ନେବାର ବିକଳ୍ପ ବାଛି ପାରିବେ। ସେମାନଙ୍କ ଟିକେଟରେ କ୍ୟାଟରିଂ ଚାର୍ଜ ଆଦାୟ କରାଯିବ ନାହିଁ ବୋଲି ଟ୍ରେନ୧୮ ସହ ଜଡ଼ିତ ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। 

ଟିକେଟ ବୁକିଂ ବେଳେ କ୍ୟାଟରିଂ ଖାଦ୍ୟ ନେବାକୁ ଚାହୁଁ ନ ଥିବା ଯାତ୍ରୀ ଯାତ୍ରା ବେଳେ ଏହା ଚାହୁଁଥିଲେ ତାଙ୍କୁ ଏଥିପାଇଁ ଖାଦ୍ୟ ମୂଲ୍ୟ ସହ ଅଧିକ ୫୦ ଟଙ୍କା ଦେବାକୁ ପଡ଼ିବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାଥାଉ କି, ଆଇଆରସିଟିସି ପକ୍ଷରୁ ୨୦୧୭ରୁ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଏକ୍ସପ୍ରେସରେ ପ୍ୟାଣ୍ଟ୍ରି ବ୍ୟବସ୍ଥାକୁ ଇଚ୍ଛାଧୀନ କରାଯାଇଛି। ଖାଦ୍ୟର ଅଧିକ ମୂଲ୍ୟ ଆଦାୟ କରିବା, କମ୍‌ ପରିମାଣ ତଥା ନିମ୍ନ ମାନର ଖାଦ୍ୟ ଦେବା ସମସ୍ୟାକୁ ନିୟନ୍ତ୍ରଣ କରିବା ଲାଗି ସେତେବେଳେ ଉକ୍ତ ପଦକ୍ଷେପ ନିଆଯାଇଥିଲା। ତେବେ ସେମାନଙ୍କୁ କ୍ୟାଟରିଂ ଖାଦ୍ୟ ନେବାର ଏକ ବିକଳ୍ପ ଦିଆଯାଉଥିଲା। କିନ୍ତୁ ବନ୍ଦେ ଭାରତ ଏକ୍ସପ୍ରେସ ଲାଗି ଟିକେଟ ସହ ଖାଦ୍ୟ ନେବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଟ୍ରେନ ୧୮ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ପ୍ରତ୍ୟେକ ଷ୍ଟେଶନ ମଧ୍ୟରେ ଖାଦ୍ୟ ମୂଲ୍ୟ ଧାର୍ଯ୍ୟ କରାଯାଇଛି ଏବଂ ଯାତ୍ରୀଙ୍କ ଟିକେଟ ମୂଲ୍ୟ ସହ ଏହାକୁ ଯୋଡାଯିବ। ଟ୍ରେନରେ ଏକ୍‌ଜିକ୍ୟୁଟିଭ କ୍ଲାସ ଓ ଚେୟାର କାର୍‌ ପାଇଁ ଖାଦ୍ୟ ଲାଗି ଚାର୍ଜ ଅଲଗା ହେବ। ନୂଆଦିଲ୍ଲୀରୁ ବାରାଣସୀ ମଧ୍ୟରେ ଏକ୍‌ଜିକ୍ୟୁଟିଭ କ୍ଲାସ୍‌ର ଯାତ୍ରୀଙ୍କୁ ସକାଳେ ଚା’,ଜଳଖିଆ ଓ ଦ୍ୱିପ୍ରହର ଖାଦ୍ୟ ପାଇଁ ୩୯୯ ଟଙ୍କା ବ୍ୟୟ କରିବାକୁ ହେବ। ସେହିଭଳି ଚେୟାର କାର୍‌ ଲାଗି ଏହା ୩୪୪ ଟଙ୍କା ହେବ। ନୂଆଦିଲ୍ଲୀରୁ କାନପୁର ଓ ପ୍ରୟାଗରାଜ ମଧ୍ୟରେ ଯାତ୍ରା କରୁଥିବା ଏକ୍‌ଜିକ୍ୟୁଟିଭ କ୍ଲାସ ଯାତ୍ରୀ ୧୫୫ ଓ ଚେୟାର କାର୍‌ ପାଇଁ ୧୨୨ ଟଙ୍କା ଦେବେ। ସେହିପରି ବାରାଣସୀରୁ ନୂଆଦିଲ୍ଲୀକୁ ଯାତ୍ରା ବେଳେ ଏକ୍‌ଜିକ୍ୟୁଟିଭ କ୍ଲାସ୍‌ରେ ୩୪୯ ଓ ଚେୟାର କାର୍‌ ପାଇଁ ୨୮୮ ଟଙ୍କା ବ୍ୟୟ କରିବାକୁ ହେବ। ସେମାନଙ୍କୁ ଯାତ୍ରା ବେଳେ ଚା’, ସ୍ନାକ୍ସ ଓ ରାତିଭୋଜନ ଦିଆଯିବ। ସୂଚନାଥାଉ କି, ୭୫୫ କିମି ରାସ୍ତାକୁ ବନ୍ଦେ ଭାରତ ଏକ୍ସପ୍ରେସ ୮ ଘଣ୍ଟାରେ ପୂରଣ କରିବ। ଯାତ୍ରା କାଳରେ ଏହା କେବଳ କାନପୁର ଓ ପ୍ରୟାଗରାଜରେ ରହିବ। ଆସନ୍ତା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ପତାକା ଦେଖାଇ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ। 

All Right Reserved By

ଜାତୀୟ |

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। 

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ମୁମ୍ବାଇ, ୨୧।୨: ବଲିଉଡର ବିଶିଷ୍ଟ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। 

ଘରୋଇ କଳିରୁ ନିୟନ୍ତ୍ରଣ ରେଖା ଟପିଲେ ମହିଳା: ବିଏସ୍‌ଏଫ୍‌ ଗୁଳିରେ ଆହତ

ଘରୋଇ କଳିରୁ ନିୟନ୍ତ୍ରଣ ରେଖା ଟପିଲେ ମହିଳା: ବିଏସ୍‌ଏଫ୍‌ ଗୁଳିରେ ଆହତ

ଅମୃତସର,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାପରେ ଏବେ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୁରୁବାର ପଞ୍ଜାବ ଗୁରୁଦାସପୁର ଜିଲା ବାଙ୍ଗରପୋଷ୍ଟଠାରେ ନିୟନ୍ତ୍ରଣ ରେଖା ଅତିକ୍ରମ କରୁଥିବା ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଗୁଳି କରିଛନ୍ତି।

କଂଗ୍ରେସ ଟାର୍ଗେଟ୍‌ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଉତ୍ତରାଖଣ୍ଡରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ ଟାର୍ଗେଟ୍‌ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଉତ୍ତରାଖଣ୍ଡରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୭ ଦିନ ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି।  ଫେବୃୟାରୀ ୧୪ରେ ଅପରାହ୍ନ ୩ଟା ୧୦ରେ ପୁଲଓ୍ବାମା ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୟରେ ଉତ୍ତରାଖଣ୍ଡ କର୍ବେଟ୍‌ ନ୍ୟାସନାଲ ପାର୍କରେ ଏକ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ।

ହଜିନି ମଣିଷ ପଣିଆ: କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଶିଖ୍‌ ଖାଲ୍‌ସା

ହଜିନି ମଣିଷ ପଣିଆ: କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଶିଖ୍‌ ଖାଲ୍‌ସା

ଚଣ୍ଡିଗଡ଼,୨୧।୨: ଭାରତ ସବୁବେଳେ ଦୟା, ପ୍ରେମ ଏବଂ ମଣିଷ ପଣିଆର ଉଦାହରଣ ସୃଷ୍ଟି କରିଥାଏ। ଏଠାକାର ମଣିଷ ପଣିଆ କେବେ ମଧ୍ୟ ହଜେନା। ମଇଁଷି ଶିଙ୍ଗ ଫଟା ଜୁଝିଲା ବେଳକୁ ଗୋଟା ଭଳି ଭାରତରେ ଭିନ୍ନତା ମଧ୍ୟରେ ଏକତା ହିଁ ସବୁବେଳେ ରହି ଆସିଛି।

୨-୩ ଦିନ ମଧ୍ୟରେ ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

୨-୩ ଦିନ ମଧ୍ୟରେ ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ଶ୍ରୀନଗର,୨୧।୨: ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଲୁହ ଏବେ ଶୁଖିନି ଶହୀଦ୍‌ ପରିବାରଙ୍କ ଆଖିରୁ। ମାତ୍ର ପୁଣି ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ଗୋଇନ୍ଦା ବିଭାଗ। 

ପୁଲଓ୍ବାମା ଶହୀଦ୍‌ ପରିବାରଙ୍କୁ ୬ ଲକ୍ଷ ସହାୟତା ଦେଲେ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା

ପୁଲଓ୍ବାମା ଶହୀଦ୍‌ ପରିବାରଙ୍କୁ ୬ ଲକ୍ଷ ସହାୟତା ଦେଲେ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା

ଆଜମେର,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଢ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। 

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ନୂଆଦିଲ୍ଲୀ/ରିୟାଦ୍‌, ୨୧।୨: ସୌଦିର ବିଭିନ୍ନ ଜେଲ୍‌ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ଶ୍ରୀନଗର/ଇସଲାମାବାଦ୍‌,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍‌-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍‌।

ଆତଙ୍କବାଦ ଦମନ ଯୋଜନା: ୨୨ ହୁରିୟାତ୍‌ ନେତାଙ୍କ ସମେତ ୧୫୫ଙ୍କର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହଟିଲା

ଆତଙ୍କବାଦ ଦମନ ଯୋଜନା: ୨୨ ହୁରିୟାତ୍‌ ନେତାଙ୍କ ସମେତ ୧୫୫ଙ୍କର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହଟିଲା

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଦମନ ପାଇଁ ଆରମ୍ଭ କରିଛନ୍ତି ନୂଆ ଯୋଜନା। 

ସୁପ୍ରିମକୋର୍ଟରେ ସାରଦା ଚିଟଫଣ୍ଡ୍‌ ମାମଲା:ଶୁଣାଣିରୁ ଓହରିଲେ ଜଷ୍ଟିସ ରାଓ

ସୁପ୍ରିମକୋର୍ଟରେ ସାରଦା ଚିଟଫଣ୍ଡ୍‌ ମାମଲା:ଶୁଣାଣିରୁ ଓହରିଲେ ଜଷ୍ଟିସ ରାଓ

ନୂଆଦିଲ୍ଲୀ,୨୧।୨(ପି.ଟି.): ବହୁ କୋଟି ଟଙ୍କା ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ପଶ୍ଚିମବଙ୍ଗ ସରକାର ପ୍ରତିବନ୍ଧକ ସାଜୁଥିବା ସିବିଆଇ ଅଭିଯୋଗର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏଲ୍‌. ନାଗେଶ୍ୱର ରାଓ ବୁଧବାର ଓହରିଯାଇଛନ୍ତି।

ଲେଖକ ନାମବର ସିଂଙ୍କ ବିୟୋଗ

ଲେଖକ ନାମବର ସିଂଙ୍କ ବିୟୋଗ

ନୂଆଦିଲ୍ଲୀ,୨୧।୨(ପି.ଟି.):ହିନ୍ଦୀ ସାହିତ୍ୟର ଖ୍ୟାତନାମା ଲେଖକ, କବି ତଥା ସମାଲୋଚକ ନାମବର ସିଂଙ୍କର ମଙ୍ଗଳବାର ରାତିରେ ଏମ୍ସରେ ପରଲୋକ ହୋଇଯାଇଛି।