
ଇ-ଆଙ୍କ୍ଜାଇଟି ବା ଇଲେକ୍ଟ୍ରୋନିକ୍-ଉତ୍କଣ୍ଠା ଏକ ମାନସିକ ରୋଗ। ଯାହା ଅତ୍ୟଧିକ କମ୍ପ୍ୟୁଟର ବ୍ୟବହାର କରିବା ଫଳରେ ସୃଷ୍ଟି ହୋଇଥାଏ। ଠିକ୍ ସମୟରେ ଏହି ରୋଗର ଉପଚାର କରା ନ ଗଲେ ରୋଗ କ୍ରମଶଃ ମାନସିକ ଅବସାଦ ଆଡକୁ ଟାଣି ହୋଇଯାଇଥାଏ। ବିଭିନ୍ନ ଶାରୀରିକ ରୋଗ ମାଧ୍ୟମରେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ। ଇ-ମେଲ୍ ବିଷୟରେ ଭାବିବା ମାତ୍ରେ ହିଁ ରୋଗୀର ହାଟ୍ ବିଟ୍ ବଢିଯାଇଥାଏ। ବାରମ୍ବାର ପରିସ୍ରା ଲାଗିବା, ରକ୍ତଚାପ ବଢିବା, ଅଧିକାଂଶ ସମୟ ଅନ୍ୟମନସ୍କ ରହିବା, ମାଂସପେଶୀରେ ଯନ୍ତ୍ରଣା, ଯେତେ ଖାଇଲେ ବି ପେଟ ଖାଲି ଖାଲି ଲାଗିବା, ଗୋଟିଏ ଜାଗାରେ ଅଧିକ ସମୟ ଠିଆ ହୋଇ ନ ପାରିବା ଆଦି ଏହି ରୋଗର ପ୍ରାଥମିକ ଲକ୍ଷଣ। ପ୍ରଥମେ ୧୯୯୪ରେ ଡାକ୍ତର ଇବାନ୍ ଗୋଲ୍ଡବର୍ଗ ବିଭିନ୍ନ ଲକ୍ଷଣ ଆଧାରରେ ଏହି ରୋଗକୁ ଇଣ୍ଟରନେଟ୍ ଆଡିକ୍ସନ୍ ଡିଜ୍ଅର୍ଡର ଭାବେ ନାମିତ କରିଥିଲେ। ଏବେ ଏହାକୁ ଇ-ଷ୍ଟ୍ରେସ୍ ବା ଇ-ଆଙ୍କ୍ଜାଇଟି କୁହାଯାଉଛି। ଜଣେ ବ୍ୟକ୍ତି ଅତ୍ୟଧିକ ମାତ୍ରାରେ ଇ-ମେଲ୍ ରିସିଭ୍ କରିବା ଦ୍ୱାରା ନିଜକୁ ହତୋସତ୍ାହିତ ଅନୁଭବ କରିଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ରୋଗ ଯୋଗୁ ଯୁବବର୍ଗଙ୍କ ମାନସିକ ଓ ଶାରୀରିକ ବିକାଶରେ ବାଧା ଉପୁଜେ । ଏଥିଯୋଗୁ ଯୁବବର୍ଗ ଅଳସୁଆ ହୋଇପଡନ୍ତିି। ସମାଜରେ ପ୍ରଚଳିତ ବିଭିନ୍ନ ସମ୍ପର୍କକୁ ଭୁଲି କେବଳ ଅନ୍ଲାଇନ୍କୁ ହିଁ ପସନ୍ଦ କରନ୍ତି ଏମାନେ। ଇ-ଆଙ୍କ୍ଜାଇଟି ଦ୍ୱାରା ଯୁବବର୍ଗଙ୍କ ମଧ୍ୟରେ ଧୈର୍ଯ୍ୟ ଶକ୍ତି କମ୍ ହୋଇଯାଏ। ଏହା ସହିତ ଆକ୍ରମଣାମତ୍କ ମନୋଭାବ ବୃଦ୍ଧି ପାଇଥାଏ। ଶରୀରରେ ଥିବା କୋଷିକା ଏହି ରୋଗରେ ଆକ୍ରାନ୍ତ ହୋଇ ବ୍ୟକ୍ତିର କାର୍ଯ୍ୟକ୍ଷମତାକୁ ହ୍ରାସ କରେ। ଫଳରେ ସମ୍ପୃକ୍ତ ବ୍ୟକ୍ତି ଆମତ୍ବିଶ୍ୱାସ ହରାଇ ବସନ୍ତି। ଯୁବ ସମାଜ ଚାଟିଂ ଜରିଆରେ ବନ୍ଧୁତା ସ୍ଥାପନ କରି ମୋବାଇଲ୍ ନମ୍ବର ଦିଆନିଆ କରନ୍ତି । ଏହା କ୍ରମଶଃ ପ୍ରେମର ରୂପ ନେଇ ଶେଷରେ ପ୍ରତାରଣାରେ ଅନ୍ତ ହୋଇଥାଏ। ଏହି ପ୍ରତାରଣା ଯୁବବର୍ଗଙ୍କ ଆମତ୍ବିଶ୍ୱାସକୁ ଭାଙ୍ଗି ଦେଇଥାଏ। ପରିବାର ଓ ସମାଜର ସହଯୋଗରେ ଯୁବବର୍ଗ ଏହି ଇ-ଆଙ୍କ୍ଜାଇଟିର ଶିକାରରୁ ମୁକ୍ତି ମିଳି ପାରିବ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।