ଖେଳ | ବାଲେଶ୍ୱର

ଆନ୍ତଃ ଜିଲା ମହାବୀର କପ୍‌ ଟୁର୍ନାମେଣ୍ଟ: ଭୁବନେଶ୍ୱର ପାରାମାଉଣ୍ଟ ଚାମ୍ପିୟନ

ଆନ୍ତଃ ଜିଲା ମହାବୀର କପ୍‌ ଟୁର୍ନାମେଣ୍ଟ:  ଭୁବନେଶ୍ୱର ପାରାମାଉଣ୍ଟ ଚାମ୍ପିୟନ

ଭଣ୍ଡାରିପୋଖରୀ, ୧୧।୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ଯଶୋଟିକିରିଠାରେ ଚାଲିଥିବା ଆନ୍ତଃ ଜିଲା ମହାବୀର କପ୍‌ ଟୁର୍ନାମେଣ୍ଟର ରବିବାର ଥିଲା ଫାଇନାଲ ମ୍ୟାଚ୍‌। ଏଥିରେ ଭଦ୍ରକ ସାଳନ୍ଦୀ କ୍ଲବକୁ ହରାଇ ଭୁବନେଶ୍ୱର ପାରାମାଉଣ୍ଟ ଚାମ୍ପିୟନ ହୋଇଛି। ସାଳନ୍ଦୀ କ୍ଲବ ଟସ୍‌ ଜିତି ୨୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୧ ରନ୍‌ କରିଥିଲା। ଦଳର ସଞ୍ଜୟ ଜେନା ୪ଟି ଚଉକାରେ ୩୬ ରନ୍‌, ଅମିର ଖଁା ଗୋଟିଏ ଛକା ଓ ୪ଟି ଚଉକାରେ ୩୬ ରନ୍‌ କରିଥିଲେ। ପ୍ରତିପକ୍ଷର ମିଲନ ପରିଡା ୫ ଓଭର ବୋଲିଂ କରି ୧୩ ରନ୍‌ ଦେଇ ୬ ଉଇକେଟ ନେଇଥିଲେ। ୧୨୨ ରନ୍‌ ପିଛା କରି ପାରାମାଉଣ୍ଟ କ୍ଲବ ୧୭ ଓଭରରେ ୩ ଉଇକେଟ ହରାଇ ୧୨୪ ରନ୍‌ କରିଥିଲା। ଦଳର ଆୟୁଷ ରାଜ ଚୌଧୁରୀ ୩୪ ବଲ୍‌ରେ ୩ ଛକା, ୧୬ ଚଉକା ସହ ୧୦୦ ରନ୍‌ କରି ଅପରାଜିତ ରହିଥିଲେ। କାଳନ୍ଦୀ ପଣ୍ଡା, ଦୁର୍ଗା ପଟ୍ଟନାୟକ ଅମ୍ପାୟର ଦାୟିତ୍ୱ ତୁଲାଇଥିଲେ। ମାନସ ପଣ୍ଡା, ସିମନ୍ତ ରଥ ସ୍କୋରର, କୈଳାସ ଦ୍ୱିବେଦୀ ରେଫରୀ ଥିବାବେଳେ ପ୍ରତ୍ୟୁଷ ସାହୁ, ଦିଲୀପ ପୃଷ୍ଟି ଧାରା ବିବରଣୀ ପ୍ରଦାନ କରିଥିଲେ। ମ୍ୟାନ ଅଫ୍‌ ଦି ମ୍ୟାଚ୍‌, ମ୍ୟାନ ଅଫ୍‌ ଦି ସିରିଜ, ବେଷ୍ଟ ବ୍ୟାଟ୍‌ସମ୍ୟାନ ଭାବେ ଆୟୁଷରାଜ ଚୌଧୁରୀ, ବେଷ୍ଟ ବୋଲର ମିଲନ ପରିଡା, ଅମିର ଖଁାଙ୍କୁ ବେଷ୍ଟ ଫିଲ୍ଡର ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜଗନ୍ନାଥ ସ୍ବାଇଁ, ଗୋଲକ ଚନ୍ଦ୍ର ବେହେରା, ସ୍ଥାନୀୟ ସରପଞ୍ଚ ବଦ୍ରିନାରାୟଣ ରାଉତ, ତପସ୍ବିନୀ ଜେନା, ଜିଲା କ୍ରୀଡ଼ା ଅଧିକାରୀ ମନୋଜ ଦାସ ଯୋଗ ଦେଇଥିଲେ। ଅତିଥିମାନେ ଚାମ୍ପିୟନ ଏବଂ ରନର୍ସଅପ୍‌ ଟିମ୍‌କୁ ଟ୍ରଫି ଓ କପ୍‌ ପ୍ରଦାନ କରିବା ସହ ଅନ୍ୟମାନଙ୍କୁ ପୁରସ୍କୃତ କରିଥିଲେ।

All Right Reserved By

ଖେଳ | ବାଲେଶ୍ୱର

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ସଚିନ ତେନ୍ଦୁଲକର, ଏହି ନାଁ’ଟି କେବଳ ଦେଶରେ, ନୁହେଁ ସାରା ବିଶ୍ୱରେ ଜଣାଶୁଣା।

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ସଚିନ ତେନ୍ଦୁଲକରଙ୍କ ଏହିସବୁ ଖାସ୍‌ ରେକର୍ଡ ଭାଙ୍ଗିପାରିବେ କି କୋହଲି?

ନୂଆଦିଲ୍ଲୀ, ୨୪।୪: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକର ବୁଧବାର ୪୬ବର୍ଷରେ ପାଦ ଥାପିଛନ୍ତି।

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ସଚିନ ତେନ୍ଦୁଲକର ୪୬ ବର୍ଷରେ କଲେ ପଦାର୍ପଣ

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର କ୍ରିକେଟର ସଚିନ୍‌ ତେନ୍ଦୁଲକର ବୁଧବାର ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। 

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ବୋମା ବିସ୍ଫୋରଣ ଘଟଣାରେ ଶାନକା ଆତଙ୍କିତ

ନେଗୋମ୍ବୋ, ଶ୍ରୀଲଙ୍କା, ୨୪ା୪ (ଏଏଫ୍‌ପି)-ଇଷ୍ଟରସଣ୍ଡେ ଦିନର ବୋମା ବିସ୍ଫୋରଣ ଘଟଣା ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକା। ଘର ବାହାକୁ ଯିବା ଲାଗି ଭୟ ଲାଗୁଛି ବୋଲି ସେ କହିଛନ୍ତି। 

ମହିଳା ଟି୨୦ ଚ୍ୟାଲେଞ୍ଜ ଜୟପୁରରେ

ମହିଳା ଟି୨୦ ଚ୍ୟାଲେଞ୍ଜ ଜୟପୁରରେ

ନୂଆଦିଲ୍ଲୀ, ୨୪ା୪ (ପି.ଟି.)- ଆସନ୍ତା ମାସରେ ପ୍ଲେ-ଅଫ୍‌ ସପ୍ତାହ ବେଳେ ଜୟପୁରରେ ୩ଟି ମହିଳା ଦଳକୁ ନେଇ ଟି୨୦ ଚ୍ୟାଲେଞ୍ଜ ଅନୁଷ୍ଠିତ ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। 

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ। 

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ରିଲେରେ ଭାରତ ବ୍ରୋଞ୍ଜରୁ ବଞ୍ଚିତ

ଦୋହା, ୨୪।୪-ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ମହିଳା ୪ ଗୁଣା ୧୦୦ ମିଟର ରିଲେ ରେସ୍‌ରେ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚତ୍ତ ହୋଇଛି। ଭାରତୀୟ ଦଳର ସଦସ୍ୟା ଭାବେ ଦୂତୀ ମଧ୍ୟ ସମାନ ଫଳ ପାଇଛନ୍ତି। 

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା 

ପଣ୍ଡିଚେରୀକୁ ହରାଇ କ୍ବାର୍ଟରରେ ଓଡ଼ିଶା 

କଟକ ଅଫିସ,୨୪ା୪- ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚାଲିଥିବା ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ମଙ୍ଗଳବାର ଓଡ଼ିଶା ବୃହତ୍‌ ଗୋଲ ବ୍ୟବଧାନରେ ପଣ୍ଡିଚେରୀକୁ ପରାସ୍ତ କରିଛି । 

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ଦୋହା, ୨୪।୪-ଦୋହାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ଭାରତର ସ୍ବପ୍ନା ବର୍ମନ ରୌପ୍ୟ ପଦକ ପାଇଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମ ୫ମ ସ୍ଥାନ ପାଇଛନ୍ତି। 

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌:୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ୱର, ୨୪।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ରେସ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। 

ଶୀର୍ଷକୁ ଫେରିଲା ଚେନ୍ନାଇ

ଶୀର୍ଷକୁ ଫେରିଲା ଚେନ୍ନାଇ

ଚେନ୍ନାଇ,୨୪।୪(ପି.ଟି.)- ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ଗୋଟିଏ ବଲ୍‌ ବାକିରଖି ୬ ଉଇକେଟରେ ପରାସ୍ତ କରିଛି।

 ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ବିଶାଖାପାଟଣାରେ ଆଇପିଏଲ୍‌ର ୨ ପ୍ଲେ-ଅଫ୍‌ ମ୍ୟାଚ

ଅମରାବତୀ, ୨୩ା୪ (ପି.ଟି.)-ବନ୍ଦର ସହର ବିଶାଖାପାଟଣା ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇଟି ପ୍ଲେ-ଅଫ୍‌ ମ୍ୟାଚ୍‌ର ଆୟୋଜନ କରିବ। ମ୍ୟାଚ ଦୁଇଟି ମେ ୮ ଓ ୧୦ରେ ଖେଳାଯିବ ବୋଲି ଆନ୍ଧ୍ର କ୍ରିକେଟ ଆସୋସିଏଶନ  (ଏସିଏ) ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ ଏହା ପ୍ରକାଶ କରାଯାଇଛି।  


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri