ଖେଳ |

ଅଲ୍‌ ଓଡ଼ିଶା ର଼୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ୍‌: କ୍ରିଷ୍ଣିକାଙ୍କୁ ଦ୍ୱୈତ ସଫଳତା

ଅଲ୍‌ ଓଡ଼ିଶା ର଼୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ୍‌:   କ୍ରିଷ୍ଣିକାଙ୍କୁ ଦ୍ୱୈତ ସଫଳତା

ଭୁବନେଶ୍ୱର, ୧୧।୨(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଷ୍ଟେଟ୍‌ ସେକ୍ରେଟାରିଏଟ୍‌ ବ୍ୟାଡମିଣ୍ଟନ ଆସୋସିଏଶ୍‌ (ଓଏସ୍‌ଏସ୍‌ବିଏ) ଓ ଓଡ଼ିଶା ବ୍ୟାଡମିଣ୍ଟନ ଆସୋସିଏଶନ (ଓଏସ୍‌ବିଏ) ଆନୁକୂଲ୍ୟରେ  ସ୍ଥାନୀୟ ସହିଦ ନଗରସ୍ଥିତ ଓଡ଼ିଶା ସାଇ ରିଜିଓନାଲ ବ୍ୟାଡମିଣ୍ଟନ ଏକାଡେମୀରେ ଅଲ୍‌ ଓଡ଼ିଶା ର଼୍ୟାଙ୍କିଙ୍ଗ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ସୁନ୍ଦରଗଡ଼ର କ୍ରିଷ୍ଣିକା ବିରୋକ ଉଭୟ ମହିଳା ସିଙ୍ଗଲ୍ସ ଓ ମହିଳା ଡବଲ୍ସ ଟାଇଟଲ ଜିତି ଦ୍ୱୈତ ସଫଳତା ହାସଲ କରିଛନ୍ତି। ସିଙ୍ଗଲ୍ସ ଫାଇନାଲରେ କ୍ରିଷ୍ଣିକା ସମ୍ବଲପୁରର ପ୍ରଶଂସା ଦାସଙ୍କୁ ୨୧-୧୫,୨୧-୧୧ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି। ସେହିପରି ଡବଲ୍ସରେ କ୍ରିଷ୍ଣିକା ଓ ସୁନ୍ଦରଗଡ଼ର ଆକାଂକ୍ଷା କୁରେ ୨୧-୧୬, ୨୧-୧୧ରେ ନନ୍ଦିନୀ କୁମାରୀ ଓ ଭୁବନେଶ୍ୱରର ୟଶଶ୍ରୀ ସାମଲଙ୍କୁ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି। ସେହିପରି ୧୭ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସରେ ସମ୍ବଲପୁରର ନନ୍ଦୀଶ୍‌ ପୋଦ୍ଦାର ଅନୁଗୁଳ ଆୟୁଷ ଦାସଙ୍କୁ ୨୧-୧୬, ୧୨-୨୧, ୨୧-୧୨ରେ ହରାଇ ଟାଇଟଲ ଜିତିଛନ୍ତି। ସେହିପରି ୧୯ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସରେ ମୟୂରଭଞ୍ଜ୍‌ର ଆୟୁଷ ପଟ୍ଟନାୟକ ନନ୍ଦୀଶ ପୋଦ୍ଦାରଙ୍କୁ ୧୫-୨୧,୨୧-୧୩, ୨୧-୯ରେ ହରାଇ ଚାମ୍ପିୟନ ହୋଇଛନ୍ତି। ୧୭ ବର୍ଷରୁ କମ୍‌ ବାଳକ ଡବଲ୍ସରେ ସମ୍ବଲପୁରର ଚାୟାଁ ସହରିଆ ଓ ମହମ୍ମଦ ସାହିଲ ଭୁବନେଶ୍ୱରର ୟଶରାଜ ବିଶ୍ୱାଳ ଓ ପ୍ରିୟାଂଶୁ ମହାନ୍ତିଙ୍କୁ ୨୧-୧୯, ୧୪-୨୧ ୨୧-୧୪ରେ ହରାଇ ଟାଇଟଲ ଜିତିଛନ୍ତି। ପୁରୁଷ ଡବଲ୍ସରେ ଭୁବନେଶ୍ୱରର ଜ୍ଞାନଚାନ୍ଦ ଓ ମାନସ ରଞ୍ଜନ ରାଉତରାୟ ୨୧-୧୩, ୨୬- ୨୪ କଟକର ଅଜିତ୍‌ କୁମାର ମହାନ୍ତି ଓ ପ୍ରମୋଦ କୁମାର ରଣାଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। 

ସମ୍ବଲପୁରର ଅନିର୍ବାଣ ସାମନ୍ତ ଓ ହର୍ଷିତା ରାଉତଙ୍କୁ ଟୁର୍ନାମେଣ୍ଟର ଉଦୀୟମାନ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା। ମୋଟ ଉପରେ ୪୩ ହଜାର ଟଙ୍କା ପୁରସ୍କାର ଆକାରରେ ଖେଳାଳିମାନଙ୍କୁ ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ଏୟାର ମାର୍ଶାଲ ଜ୍ୟୋତି ନାରାୟଣ ବର୍ମା, ଆସୋସିଏଶନ କାର୍ଯ୍ୟକାରୀ ସଭାପତି ଉମା ଶଙ୍କର ମହାପାତ୍ର, ଓଏସଏସବିଏ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ରାଉତ, ଉପ-ସଭାପତି ବିଶ୍ୱଜିତ୍‌ ମହାନ୍ତି, ଆସୋସିଏଶନ ମୁଖ୍ୟ ଉପଦେଷ୍ଟା ତଥା ଆୟୋଜକ କମିଟି ଅଧ୍ୟକ୍ଷ ପ୍ରିୟଦର୍ଶୀ ମହାପାତ୍ର, ଯୁଗ୍ମ ସମ୍ପାଦକ ତପନ କୁମାର ପଟ୍ଟନାୟକ, ଗେମ୍‌ ଡାଇରେକ୍ଟର ଶଶାଙ୍କ ଶେଖର ମହାପାତ୍ର, କୋଷାଧ୍ୟକ୍ଷ ବରେଶ ନାଥ ପ୍ରଧାନ  ଓ ମୁଖ୍ୟ ରେଫରି ମନୋଜ କୁମାର ସାବତ୍‌ ଉପସ୍ଥିତ ଥିଲେ। 

All Right Reserved By

ଖେଳ |

ନିଆଁ ଭୟରେ ଖାଲି ହେଲା ମାର୍ବେଲ ଷ୍ଟାଡିୟମ

ନିଆଁ ଭୟରେ ଖାଲି ହେଲା ମାର୍ବେଲ ଷ୍ଟାଡିୟମ

ମେଲବୋର୍ନ,୧୭।୨- ସ୍ଥାନୀୟ ଡକ୍‌ଲାଣ୍ଡସ ଷ୍ଟାଡିୟମ୍‌ରେ ରବିବାର ମେଲବୋର୍ନ ରିନେଗେଡ୍ସ ଓ ଷ୍ଟାର୍ସ ମଧ୍ୟରେ ଚଳିତ ବିବିଏଲର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। 

୧୯୮୩, ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ କାତାର ନିମନ୍ତ୍ରଣ

୧୯୮୩, ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟଙ୍କୁ କାତାର ନିମନ୍ତ୍ରଣ

ମୁମ୍ବାଇ,୧୭।୨(ପିଟି)- କାତାରଠାରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଉପଭୋଗ କରିବା ଲାଗି ୧୯୮୩ ଓ ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି। 

ବୋଲ୍ଟ, ମହମ୍ମଦୁଲା ଦଣ୍ଡିତ

ବୋଲ୍ଟ, ମହମ୍ମଦୁଲା ଦଣ୍ଡିତ

ଖ୍ରିଷ୍ଟଚର୍ଚ୍ଚ,୧୭।୨(ଏଏଫ୍‌ପି)- ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟ ଓ ବାଂଲାଦେଶ ଅଲରାଉଣ୍ଡର ମହମ୍ମଦୁଲାଙ୍କୁ ଦଣ୍ଡିତ କରାଯାଇଛି। 

ପୁଲଓ୍ବାମା ଶହୀଦଙ୍କ ପରିବାରଙ୍କୁ ବିସିସିଆଇ ୫ କୋଟି ଦେଉ: ଖାନ୍ନା

ପୁଲଓ୍ବାମା ଶହୀଦଙ୍କ ପରିବାରଙ୍କୁ ବିସିସିଆଇ ୫ କୋଟି ଦେଉ: ଖାନ୍ନା

ନୂଆଦିଲ୍ଲୀ,୧୭।୨(ପିଟି)- ନିକଟରେ ଜମ୍ମୁ-କଶ୍ମୀର ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୪୦ରୁ ଊର୍ଦ୍ଧ୍ୱ  ଯବାନଙ୍କ ପରିବାର ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୫ କୋଟି ଟଙ୍କାର ସହାୟତା

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ

ମେଲବୋର୍ନ ରିନେଗେଡ୍ସକୁ ପ୍ରଥମ ବିବିଏଲ ଟାଇଟଲ

ମେଲବୋର୍ନ,୧୭।୨- ଅଷ୍ଟ୍ରେଲିଆର ବିଗ୍‌ ବାଶ ଲିଗ୍‌ (ବିବିଏଲ) ଇତିହାସରେ ମେଲବୋର୍ନ ରିନେଗେଡ୍ସ ଫ୍ରାଞ୍ଚାଇଜ ପ୍ରଥମ ଥର ପାଇଁ ଟାଇଟଲ ଜିତିଛି।

ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକାକୁ ନେଇ ପ୍ରଶ୍ନ

ନାଗପୁର,୧୭।୨- ଚଳିତ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ବିଦର୍ଭ ଦଳ ଅବଶିଷ୍ଟ ଭାରତୀୟ ଦଳକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ଲାଗି ଇରାନୀ କପ୍‌ ଜିତିଛି। କିନ୍ତୁ ଇରାନୀ କପ୍‌ ମ୍ୟାଚ୍‌ ଡ୍ର’ ହେବାରେ ଅମ୍ପାୟରଙ୍କ ଭୂମିକା ନେଇ ପ୍ରଶ୍ନ ଉଠିଛି।

ଆଝରୁଦ୍ଦିନଙ୍କ ବିଶ୍ୱକପ୍‌ ଦଳରେ କାର୍ତ୍ତିକଙ୍କୁ ସ୍ଥାନ ନାହିଁ

ଆଝରୁଦ୍ଦିନଙ୍କ ବିଶ୍ୱକପ୍‌ ଦଳରେ କାର୍ତ୍ତିକଙ୍କୁ ସ୍ଥାନ ନାହିଁ

ନୂଆଦିଲ୍ଲୀ,୧୭।୨-ଆଗାମୀ ବିଶ୍ୱକପ୍‌ ଆଉ ତିନିରୁ ୪ ମାସ ବାକି ଥିଲେ ମଧ୍ୟ ଏବେ ଠାରୁ ଆଲୋଚନା ଆରମ୍ଭ ହୋଇଯାଇଛି। ଏହି ଧାରାରେ ଯୋଡ଼ି ହୋଇ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ବିଶ୍ୱକପ୍‌ ଲାଗି ନଜର ଭାରତୀୟ ଦଳ ପ୍ରକାଶ କରିଛନ୍ତି। 

କଟକରେ ଜାତୀୟ ସବ୍‌ଜୁନିୟର କୁସ୍ତି

କଟକରେ ଜାତୀୟ ସବ୍‌ଜୁନିୟର କୁସ୍ତି

କଟକ ଅଫିସ,୧୭।୨- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେଉଛି ୩୮ତମ ବାଳକ ଫ୍ରି ଷ୍ଟାଇଲ, ଗ୍ରୀକୋ ରୋମାନ ଓ ୨୨ତମ ଫ୍ରି ଷ୍ଟାଇଲ ସବ୍‌ଜୁନିୟର ଜାତୀୟ କୁସ୍ତି ଚାମ୍ପିୟନଶିପ। 

ଅତିରିକ୍ତ ଆକାରରେ ୮୩ ରନ  : ଓଡ଼ିଶା ମହିଳା ଦଳର ବିଜୟ ଧାରା ଜାରି

ଅତିରିକ୍ତ ଆକାରରେ ୮୩ ରନ : ଓଡ଼ିଶା ମହିଳା ଦଳର ବିଜୟ ଧାରା ଜାରି

କଟକ ଅଫିସ,୧୭।୨- ଗୋଆର ସାନଗୁଏମ କ୍ରିକେଟ ଗ୍ରାଉଣ୍ଡରେ ଶନିବାର ଖେଳାଯାଇଥିବା ୧୯ବର୍ଷରୁ କମ୍‌ ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଓଡ଼ିଶା ୧୯୮ ରନରେ ଜମ୍ମୁ ଓ କଶ୍ମୀରକୁ ପରାସ୍ତ କରିଛି। ପ୍ରତିଯୋଗିତାରେ ଓଡ଼ିଶାର ଏହା ଲଗାତାର ୪ର୍ଥ ବିଜୟ। ବିଜୟ ଧାରା ବଜାୟ ରଖିବା ସହ ଗ୍ରୁପ-ସି’ରେ ସ୍ଥାନ ପାଇଥିବା ଓଡ଼ିଶା ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶା ଏହାର ପରବର୍ତ୍ତୀ ମ୍ୟାଚ୍‌ ୨୦ରେ ଗୁଜୁରାଟ ବିପକ୍ଷରେ ଖେଳିବ।

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କାକୁ ରୋମାଞ୍ଚକ ବିଜୟ ଦେଲେ କୁଶଳ

ଡର୍ବାନ, ୧୭।୨- ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଶ୍ରୀଲଙ୍କା ରୋମାଞ୍ଚକ ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଧାର୍ଯ୍ୟ ୩୦୪ ରନର ଟାର୍ଗେଟ୍‌କୁ ପିଛା 

ଟେଫେରାଙ୍କ ବିଶ୍ୱ ରେକର୍ଡ

ଟେଫେରାଙ୍କ ବିଶ୍ୱ ରେକର୍ଡ

ବର୍ମିଂହାମ୍‌, ୧୭ା୨ (ଏଏଫ୍‌ପି)- ଇଥିଓପିଆର ସାମୁଏଲ୍‌ ଟେଫେରା ଇନ୍‌ଡୋର ୧୫୦୦ ମିଟରରେ ନୂଆ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଶନିବାର ଏଠାରେ ସେ ୨୦ବର୍ଷରୁ ଅଧିକ ସମୟ ଧରି ରହିଥିବା ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। 

ଶୁଟିଂ ବିଶ୍ୱକପ: ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ

ଶୁଟିଂ ବିଶ୍ୱକପ: ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ

ନୂଆଦିଲ୍ଲୀ, ୧୭ା୨ (ପି.ଟି.)-ଆସନ୍ତା ସିଜନ  ଓପନିଂ  ଶୁଟିଂ ବିଶ୍ୱକପ୍‌  ନୂଆଦିଲ୍ଲୀରେ ହେବ। ଏଥିରେ ୧୬ଟି ଅଲିମ୍ପିକ୍ସ କୋଟା ପୂରଣ ହେବାକୁ ଥିବା ବେଳେ ୫୦ଟି ଆଫ୍ରିକୀୟ ରାଷ୍ଟ୍ରକୁ ସିଧାପ୍ରସାରଣ ବ୍ୟବସ୍ଥା  କରାଯାଇଛି।