
ଇନ୍ଦୋର, ୧୧ା୨ (ପି.ଟି.)-ଭାରତୀୟ କ୍ୟୁଇଷ୍ଟ ପଙ୍କଜ ଆଡ୍ଭାନୀ ରବିବାର ଏକ ଏକତରଫା ଫାଇନାଲରେ ଯୁବ ଖେଳାଳି ଲକ୍ଷ୍ମଣ ରାଓ୍ବତଙ୍କ ବିପକ୍ଷରେ ବିଜୟ ସହ ଆଉ ଏକ ଜାତୀୟ ସ୍ନୁକର ଟାଇଟଲ ହାସଲ କରିଛନ୍ତି। ଏହା ହେଉଛି ତାଙ୍କର ୯ମ ଜାତୀୟ ସ୍ନୁକର ଟାଇଟଲ। ଏଥିସହିତ ଜାତୀୟ ଚାମ୍ପିୟନଶିପ୍ରେ ତାଙ୍କ ସ୍ବର୍ଣ୍ଣ ସଂଖ୍ୟା ୩୨ରେ ପହଞ୍ଚତ୍ଛି। ଆଡଭାନୀ ଜୁନିୟର ଖେଳାଳି ହିସାବରେ ସେ ୧୧ ଭାରତୀୟ ଟାଇଟଲ ଏବଂ ସିନିୟର ଭାବେ ସେ ୯ ବିଲିୟାଡର୍ସ, ୩ ସିକ୍ସ-ରେଡ୍ ସ୍ନୁକର ଏବଂ ବର୍ତ୍ତମାନ ୯ମ ସ୍ନୁକର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପରିସଂଖ୍ୟାନ ଦୃଷ୍ଟିରୁ ଆଡଭାନୀ ବର୍ତ୍ତମାନ ଜଣେ ପୁରୁଷ ଖେଳାଳି ହିସାବରେ ଉଭୟ ସ୍ନୁକର ଓ ବିଲିୟାଡର୍ସରେ ୨୧ ବିଶ୍ୱ ଟାଇଟଲ ଏବଂ ୨୧ ଜାତୀୟ ଟାଇଟଲ ହାସଲ କରିସାରିଛନ୍ତି।