ସମ୍ପାଦକୀୟ |

ମଧ୍ୟସ୍ଥର ନାହିଁ ପ୍ରୟୋଜନ

ମଧ୍ୟସ୍ଥର ନାହିଁ ପ୍ରୟୋଜନ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଦେଶର ପ୍ରମୁଖ କ୍ଷମତାକେନ୍ଦ୍ର ଭାବେ ଜଣାଶୁଣା। ରାଷ୍ଟ୍ର ହିତରେ ନ ଲାଗି ଏହା ଯେତେବେଳେ ଅହଂକାର ଓ ଆର୍ଥିକ କାରବାର ସହିତ ପ୍ରବଳ ମାତ୍ରାରେ ଜଡ଼ିତ ହୋଇଯାଏ, ସେତେବେଳେ ଦୁର୍ନୀତିର ଗନ୍ତାଘର ପାଲଟିବାର ଆଶଙ୍କା ଥାଏ। ନିକଟ ଅତୀତରେ ପିଏମ୍‌ଓର ଶୀର୍ଷ ଅଧିକାରୀଙ୍କ ଅଯଥା ହସ୍ତକ୍ଷେପ ଯୋଗୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରସାତଳକୁ ଯିବା ସହ ଏହାର ମର୍ଯ୍ୟାଦାହାନି ହୋଇଛି। କିଛି ମାସ ତଳେ ସିବିଆଇ ମୁଖ୍ୟ ଭାବେ ଆଲୋକ ବର୍ମା ଓ ଦ୍ୱିତୀୟ ଶୀର୍ଷ ଅଧିକାରୀ ରାକେଶ ଆସ୍ଥାନାଙ୍କ ମଧ୍ୟରେ କଳିକୁ ପିଏମ୍‌ଓ ବଢ଼ାଇଥିଲା। କେବଳ ସେତିକି ନୁହେଁ, ପିଏମ୍‌ଓରେ ଥିବା ସର୍ବୋଚ୍ଚ ଅଧିକାରୀଙ୍କ ମଧ୍ୟରେ ଅହଂକାର ଲଢ଼େଇର ଖେଳଣା ସାଜିଥିଲେ ଏହି ଦୁଇ ଅଧିକାରୀ। ସେହିପରି କୋଲକାତାରେ ଯେଉଁ ସିବିଆଇ ନାଟକ ମଞ୍ଚସ୍ଥ ହୋଇ ସୁପ୍ରିମକୋର୍ଟ ଯାଏ କଥା ଗଲା, ତା’ ପଛରେ ପିଏମ୍‌ଓ ଥିବା ଆଲୋଚନା ହେଉଛି। ଦେଶର ସ୍ବତନ୍ତ୍ର ତଥା ସ୍ବାଧୀନ ସଂସ୍ଥାଗୁଡ଼ିକରେ ପିଏମ୍‌ଓରୁ ସିଧାସଳଖ ନିର୍ଦ୍ଦେଶ ଦିଆଯାଉଥିବା ନେଇ ଅନେକ ସମୟରେ ଅଭିଯୋଗ ଆସୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ନ୍ୟାଶନାଲ ସାମ୍ପଲ ସର୍ଭେ ଅଫିସ (ଏନ୍‌ଏସ୍‌ଏସ୍‌ଓ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ୟବହାର କରାଯାଉଥିବାର ପ୍ରମାଣ ମିଳିସାରିଲାଣି। ପିଏମ୍‌ଓର ହସ୍ତକ୍ଷେପ ଯୋଗୁ ଜଣକ ପରେ ଜଣେ ଆର୍‌ବିଆଇ ଗଭର୍ନର ପଦ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏସବୁକୁ ଏବେ ଟପି ଯାଇଛି ରାଫାଲ ଯୁଦ୍ଧ ବିମାନ କିଣାରେ ପିଏମ୍‌ଓର ହସ୍ତକ୍ଷେପ। ଏହାକୁ ନେଇ ଦେଶ ରାଜନୀତି ସରଗରମ ହୋଇଛି।

ପୂର୍ବରୁ ଏହିଭଳି ଅସ୍ତ୍ରଶସ୍ତ୍ର କିଣାରେ ମଧ୍ୟସ୍ଥଙ୍କ ଦ୍ୱାରା ଦୁର୍ନୀତି ହେଉଥିଲା ବୋଲି ଦୋଷାରୋପ କରାଯାଉଥିଲା। ହେଲେ ଫ୍ରାନ୍ସର ଦାସଲ୍ଟ ଆଭିଏଶନ୍‌ କମ୍ପାନୀ ସହିତ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ରାଫାଲ ଲଢ଼ୁଆ ବିମାନ କିଣିବା ସମ୍ପର୍କରେ ଆଲୋଚନା କରୁଥିବା ବେଳେ ପିଏମ୍‌ଓ ମୂଲଚାଲ ଓ ‘ସମାନ୍ତରାଳ ଆଲୋଚନା’ କରୁଥିଲା ବୋଲି ଏବେ ଜଣାପଡ଼ିଛି । ଏହାର ଅର୍ଥ ହେଲା ଖୋଦ୍‌ ପିଏମ୍‌ଓ ହୋଇଯାଇଛି ମଧ୍ୟସ୍ଥ ବା ତୃତୀୟ ପକ୍ଷ। ଏହି କଥା ଜାଣିପାରି ୨୦୧୫ ନଭେମ୍ବର ୨୪ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ନୋଟ୍‌ରେ ଅସନ୍ତୋଷ ବ୍ୟକ୍ତ କରିଥିଲା। ଏଥିସହ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଦୃଷ୍ଟି ଆକର୍ଷଣ କରି ପିଏମ୍‌ଓର ସମ୍ପୃକ୍ତ ଅଧିକାରୀଙ୍କୁ ସମାନ୍ତରାଳ ଆଲୋଚନାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେବା ଲାଗି ମନ୍ତ୍ରଣାଳୟର ସଚିବଙ୍କ ପକ୍ଷରୁ ଉକ୍ତ ନୋଟ୍‌ରେ ଉଲ୍ଲେଖ କରାଯାଇଥିଲା। ପ୍ରତିରକ୍ଷା ସଚିବଙ୍କ ଦ୍ୱାରା ଫାଇଲ୍‌ରେ ଲେଖାଯାଇଥିବା ନୋଟ୍‌ ପଦାରେ ପଡ଼ିବା ପରେ ଏବେ ଏହାକୁ ଅନେକ ପ୍ରକାରରେ ଖଣ୍ଡନ କରାଯାଉଛି। କୁହାଯାଉଛି ଯେ, ସେହି ଫାଇଲରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସଚିବଙ୍କ କଥାକୁ ଖଣ୍ଡନ କରିଥିଲେ। ତେବେ ଏହି ଦୁଇଟି ମନ୍ତବ୍ୟର ତାରିଖ ଦେଖିଲେ ଏକ ମାସରୁ ଊର୍ଦ୍ଧ୍ୱ ସମୟର ବ୍ୟବଧାନ ବାରି ହୋଇପଡ଼ୁଛି। ସେଥିରୁ ସହଜରେ ବୁଝାପଡ଼ିବ ଯେ, ଏତେ ଦୀର୍ଘ ସମୟ ମଧ୍ୟରେ ସବୁ ପ୍ରମାଣକୁ ନଷ୍ଟ କରି ଦିଆଯାଇଥିଲା।   

ଦେଶର ସବୁଠାରୁ ସମ୍ବେଦନଶୀଳ କ୍ଷେତ୍ର ହେଉଛି ପ୍ରତିରକ୍ଷା। ହେଲେ ଦେଖାଯାଇଛି ସ୍ବାଧୀନତା ପରେ ଯେତେ ସରକାର ଆସିଛନ୍ତି, ପ୍ରତିରକ୍ଷା ଦୁର୍ନୀତିରେ ସମ୍ପୃକ୍ତ ଥିବା ବାରମ୍ବାର ଅଭିଯୋଗ ହୋଇଆସିଛି। ବୋଫର୍ସ ତୋପ କିଣାଠାରୁ ଆରମ୍ଭ କରି ଅଗୁସ୍ତା େଓଷ୍ଟଲାଣ୍ଡ ଓ ଏବର ରାଫାଲ ପର୍ଯ୍ୟନ୍ତ ଦୁର୍ନୀତିର ତାଲିକା ହିସାବ କଲେ ଏହା ଲମ୍ବିଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ଉପା ସରକାର ସମୟରେ ହୋଇଥିବା ଦୁର୍ନୀତିକୁ ଦୋହରାଇ ଚାଲିଥିଲେ। ଜନସାଧାରଣ ଉପାର କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ତାଙ୍କୁ କ୍ଷମତାସୀନ କରିଥିଲେ ମଧ୍ୟ ଏହି ସରକାର ସ୍ବଚ୍ଛ ଭାବମୂର୍ତ୍ତି ବଜାୟ ରଖିବାରେ ଅସମର୍ଥ ହୋଇଥିବା ଘଟଣା ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଫାଲ ସଂକ୍ରାନ୍ତରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲଙ୍କ ଅଭିଯୋଗକୁ ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରାମନ୍‌ ଖଣ୍ଡନ କରିଥିଲେ ମଧ୍ୟ ସରକାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରିବାକୁ ଅମଙ୍ଗ ହେଉଥିବାରୁ ମୋଦି ସରକାରଙ୍କ  ଶାସନ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଯଦି ସରକାର ସଚ୍ଚୋଟ, ତେବେ ଜେପିସି ବସାଇବାର କୌଣସି ବାଧା ରହିବା କଥା ନୁହେଁ। ଏତଦ୍‌ବ୍ୟତୀତ ସରକାରଙ୍କ ଦ୍ୱାରା ପରିଚାଳିତ ହିନ୍ଦୁସ୍ତାନ ଏରୋନଟିକ୍ସ  ଲିମିଟେଡ୍‌ (ହାଲ୍‌)ର କାର୍ଯ୍ୟଦକ୍ଷତା ବୃଦ୍ଧି କରାଇବାକୁ ଯାଇ ରାଫାଲ  ଚୁକ୍ତିରେ  ତାହାର ସମ୍ପୃକ୍ତିକୁ ସୁରକ୍ଷିତ ରଖାଯାଇପାରିଥାଆନ୍ତା। ସେହି କାର୍ଯ୍ୟ କରାଯାଇ ନାହିଁ। ଅନ୍ୟପଟେ ଅନିଲ ଅମ୍ବାନୀଙ୍କ ଦ୍ୱାରା ନୂତନ ଭାବେ ଗଢ଼ି ଉଠିଥିବା ରିଲାଏନ୍ସ ଡିଫେନ୍ସ ଲିମିଟେଡ୍‌ (ଆର୍‌ଡିଏଲ୍‌)କୁ ଦାସଲ୍ଟ ସହଯୋଗୀ କମ୍ପାନୀ ଭାବେ ଚୁକ୍ତିରେ ଅନ୍ତର୍ଭୁକ୍ତ କରାଗଲା। ଏହା ମଧ୍ୟ ଏବେ ଅବିଶ୍ୱାସର କାରଣ ପାଲଟିଛି। ସେଥିପାଇଁ କୁହାଯାଉଛି ଯେ, ମଧ୍ୟସ୍ଥଙ୍କୁ ଦୂରେଇ ଦେଇ ପିଏମ୍‌ଓ ନିଜେ ସେହି କାର୍ଯ୍ୟ କରୁଛି। 

ସମାଧାନ ଭାବରେ କୁହାଯାଇପାରନ୍ତା ଯେ, ଭବିଷ୍ୟତରେ ଯେତେବେଳେ ବି ଏହିଭଳି ଉଚ୍ଚମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ସଂକ୍ରାନ୍ତ ଚୁକ୍ତି କରାଯିବ, ସେଥିରେ ସ୍ବଚ୍ଛତା ସହିତ ଗୋପନୀୟତାର ଏକ ସନ୍ତୁଳନ ସୃଷ୍ଟି କରିବା ସର୍ବନିମ୍ନ ଆବଶ୍ୟକତା ହେବା କଥା।   

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..