ସମ୍ପାଦକୀୟ |

ଦୁର୍ନୀତିର ସ୍ବରୂପ

ଦୁର୍ନୀତିର ସ୍ବରୂପ

ପ୍ରେମାନନ୍ଦ ନାୟକ

ତୃଣମୂଳ ସ୍ତରରେ ଲୋକମାନେ ଶାସନ ତଥା ବିକାଶରେ ପ୍ରତ୍ୟକ୍ଷ ଭାବେ ଭାଗୀଦାର ହୋଇପାରିଲେ ଦେଶର ପ୍ରକୃତ ଉନ୍ନତି ସାଧିତ ହେବ ବୋଲି ଚିନ୍ତାକରି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରବର୍ତ୍ତନ ହୋଇଛି। ଏହା ଜରିଆରେ ଗ୍ରାମାଞ୍ଚଳର ବିକାଶ, ଦାରିଦ୍ର୍ୟ ଦୂରୀକରଣ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଲାଗି ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଯୋଜନାର ରୂପାୟନ ବେଳେ ବିନିଯୋଗ ଅର୍ଥରୁ ବିପୁଳ ପରିମାଣ ବାଟମାରଣା ହେବା ସହିତ ସାଧାରଣ ଜନତାଙ୍କୁ ଶୋଷଣ କରି କେତେଜଣ ଲାଭବାନ ହେଉଛନ୍ତି। ଫଳରେ ସରକାରଙ୍କ ଜନହିତକର ଯୋଜନାର ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ। ନିମ୍ନରେ ଖବରକାଗଜରୁ ପଢ଼ିଥିବା କେତେକ ସତ୍ୟ ଘଟଣା ଉଲ୍ଲେଖ କରୁଛୁ।
ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ଅଙ୍କରିଆପଦର ଗ୍ରାମର ଉଲ୍ଲେଶ ଦୀପଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାରେ ଆଗରେ ଥିବାବେଳେ କାର୍ଯ୍ୟାଦେଶ ପତ୍ର ପାଇଁ ସରପଞ୍ଚ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଲେ। ଗରିବ ଉଲ୍ଲେଶ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ଉକ୍ତ ତାଲିକାରେ ‘ମୃତ’ ଦର୍ଶାଯାଇ ତାଲିକାରେ ବହୁ ତଳେ ଥିବା କିଛି ବଡ଼ବଡ଼ିଆ ହିତାଧିକାରୀଙ୍କୁ ଘର ଦିଆଗଲା। ଉଲ୍ଲେଶ ଜିଲାପାଳଙ୍କ ପାଖରେ ଅଭିଯୋଗ କଲାପରେ ଘଟଣାର ତଦନ୍ତ କରାଯାଇ ଅଙ୍କରିଆପଦର ପଞ୍ଚାୟତର ନିର୍ବାହୀ ଅଧିକାରୀ ଦେବରାଜ ମାଝିଙ୍କୁ ନିଲମ୍ବନ କରାଗଲା। ସେହିଭଳି ବେଗୁନିଆ ଅଞ୍ଚଳର ଜଗନ୍ନାଥ ମହାରଣା ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ଓ ପାଇଖାନା ନିର୍ମାଣ ବାବଦରେ ମଞ୍ଜୁର ହୋଇଥିବା ମୋଟ ୧ଲକ୍ଷ ୨୦ ହଜାର ଟଙ୍କା ମଧ୍ୟରୁ ୯୦ହଜାର ଟଙ୍କା ପାଇଥିଲେ। ଅବଶିଷ୍ଟ ୩୦ ହଜାର ଟଙ୍କା ପାଇଁ ବେଗୁନିଆ ବ୍ଲକ ଗ୍ରାମ ରୋଜଗାର ସେବକ ତାଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ। ଖୋର୍ଦ୍ଧା ଜିଲା ବାଲିଅନ୍ତା ବ୍ଲକ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ୪ ନମ୍ବର ଓ୍ବାର୍ଡ଼ର ରାଜୁ ଭୋଇ ‘ଇନ୍ଦିରା ଆବାସ’ ପାଇଁ କାର୍ଯ୍ୟାଦେଶ ପାଇବା ପରେ ପ୍ରଥମ କିସ୍ତି ବାବଦରେ ୨୦ ହଜାର ଟଙ୍କା ପାଇଥିଲେ। ଦ୍ୱିତୀୟ କିସ୍ତି ପ୍ରଦାନ ପାଇଁ କାର୍ଯ୍ୟନିର୍ବାହୀ ଜଣକ ରାଜୁଙ୍କଠାରୁ ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କଲେ। ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଉପରଦୁମୁକା ଗ୍ରାମର ହିତାଧିକାରୀ ମାଳତୀ ନାୟକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିବା ପରେ ମାଳତୀଙ୍କ ଦିଅରଙ୍କଠାରୁ ପଞ୍ଚାୟତ କାର୍ଯ୍ୟନିିର୍ବାହୀ ଅଧିକାରୀ ବିଲ୍‌ କରାଇଦେବା ପାଇଁ ୫ ହଜାର ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କଲା। 
ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ‘ଇନ୍ଦିରା ଆବାସ’, ‘ବିିଜୁ ପକ୍କାଘର’, ‘ମୋ କୁଡ଼ିଆ’, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ଗରିବ ଲୋକମାନେ ଘରଖଣ୍ଡେ ପାଇବା ପାଇଁ ପଞ୍ଚାୟତ ସ୍ତରରେ କିଭଳି ଶୋଷଣର ଶିକାର ହେଉଛନ୍ତି, ଉପରୋକ୍ତ ଘଟଣାଗୁଡ଼ିକ ତାହାର ଗୋଟିଏ ଗୋଟିଏ ନମୁନା ମାତ୍ର। ଏହିଭଳି ଘଟଣା ପ୍ରାୟ ସମସ୍ତ ପଞ୍ଚାୟତରେ ଘଟୁଛି। ସରକାରଙ୍କର ଅନ୍ୟ ଯୋଜନାଗୁଡ଼ିକ ମଧ୍ୟ ଦୁର୍ନୀତିମୁକ୍ତ ନୁହନ୍ତି। ବିଦ୍ୟାଳୟଗୁଡ଼ିକରେ ମିଥ୍ୟା ଉପସ୍ଥାନ ଦର୍ଶାଇ ମଧ୍ୟାହ୍ନଭୋଜନ ସାମଗ୍ରୀ ହେରଫେର କରାଯାଉଛି ତ ଯୋଗାଣ ଏବଂ ନିର୍ମାଣ କାର୍ଯ୍ୟରେ ପର୍ସେଣ୍ଟେଜ୍‌ ଦେଇ ବିପୁଳ ଅର୍ଥ ହଡ଼ପ ହେଉଛି।
ଏବେ ଅନ୍ୟାନ୍ୟ ରାଜ୍ୟ ଏବଂ କେନ୍ଦ୍ର ପ୍ରସଙ୍ଗକୁ ଆସିବା। ବିହାରର ଅରାରିଆ ଜିଲାର ୨୦୮୦ ପ୍ରାଥମିକ ବିଦ୍ୟାଳୟରେ ମୋଟ ସାଢେ ୫ଲକ୍ଷ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଥିବା ଦର୍ଶାଯାଉଥିଲେ ସୁଦ୍ଧା ବାସ୍ତବରେ ସେତିକି ସଂଖ୍ୟାରେ ପିଲା ନ ଥିବା ଅନୁଧ୍ୟାନରୁ ଜଣାପଡ଼ିଥିଲା। ୨୫୧ଜଣ ପ୍ରଧାନଶିକ୍ଷକଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କଠାରୁ ଜରିମାନା ଆକାରରେ ମୋଟ ୬୧ଲକ୍ଷ ୬୮ ହଜାର ଟଙ୍କା ଆଦାୟ କରିଛନ୍ତି। ବିଗତ ଦୁଇବର୍ଷରେ ଗଙ୍ଗାନଦୀ ସଫେଇ କାର୍ଯ୍ୟକ୍ରମରେ ସରକାର ପ୍ରାୟ ୭ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଥିଲେ ମଧ୍ୟ ଆଶାନୁରୂପ ଫଳ ମିଳିପାରିନାହିଁ। ସୂଚନାଯୋଗ୍ୟ, ବିଗତ ୨୮ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରାୟ ୨୦ ହଜାର କୋଟି ଟଙ୍କା ଗଙ୍ଗାନଦୀ ସଫେଇ କାର୍ଯ୍ୟରେ ବ୍ୟୟ କରିଛନ୍ତି। କିନ୍ତୁ ଫଳ ଯଥା ପୂର୍ବଂ ତଥା ପରମ୍‌। ତିନିକୋଟି ଟଙ୍କା ଲାଞ୍ଚ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ବମ୍ବେରେ କାର୍ଯ୍ୟରତ ଆୟକର ବିଭାଗ ଡେପୁଟି କମିଶନର ଜୟପାଲ ସ୍ବାମୀଙ୍କ ସମେତ ତିନିଜଣଙ୍କୁ ସିବିଆଇ ଅଧିକାରୀମାନେ ତା୨୨ା୯ା୨୦୧୭ରେ ଗିରଫ କଲେ। ୨୦୦୫ରେ ୧୧ଜଣ ସାଂସଦ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ସଂସଦରୁ ବହିଷ୍କୃତ ହୋଇଥିଲେ। ଏହି ଅଭିଯୁକ୍ତମାନଙ୍କ ଭିତରେ ଭାଜପା, କଂଗ୍ରେସ, ବିଏସ୍‌ପି ଏବଂ ଆର୍‌ଜେଡିର ସାଂସଦ ଅଛନ୍ତି। କଟକର ଏସ୍‌ସିବି ମେଡ଼ିକାଲ କଲେଜ ହାସ୍‌ପାତାଳରେ ହେପାଟୋଲୋଜି ବିଭାଗର ଦୁଇଜଣ ଡାକ୍ତର ଏକ ନିର୍ଦ୍ଦିଷ୍ଟ ଔଷଧ କମ୍ପାନୀ ସହିତ ସଲାସୁତୁରାରେ ସରକାରଙ୍କ ଓଡ଼ିଶା ରଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌)ରୁ ବିପୁଳ ଅର୍ଥ ରୋଜଗାର କରିବା କାରଣ ଯୋଗୁ ଗତ ଡିସେମ୍ବରରେ ଗିରଫ ହେଲେ। ଚଢାଉ ବେଳେ ଜଣେ ଡାକ୍ତର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ୪କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି, ଯାହାକି ତାଙ୍କ ଆୟର ୨୯୪ ପ୍ରତିଶତ। ସେହିପରି ବାଙ୍ଗାଲୋରରେ ଆୟକର ବିଭାଗ ଚଢାଉ ବେଳେ ଧରାପଡ଼ିଛି ଡାକ୍ତର ଓ ନିଦାନ କେନ୍ଦ୍ର ମଧ୍ୟରେ ଅନୈତିକ ସମ୍ପର୍କ। ରୋଗୀକୁ ଅନାବଶ୍ୟକ ପରୀକ୍ଷା ଲାଗି ପାଥୋଲାବ୍‌କୁ ପଠାଇ ସେଠାରୁ ବିପୁଳ ପରିମାଣର କମିଶନ ନେଉଛନ୍ତି। ଆୟକର ବିଭାଗ ଅଧିକାରୀମାନେ ୨ଟି ଆଇଭିଏଫ୍‌ ସେଣ୍ଟର ଓ ୫ଟି ଡାକ୍ତରୀ ପରୀକ୍ଷା କେନ୍ଦ୍ର ଉପରେ ଚଢାଉବେଳେ ୧୦୦ କୋଟି ଟଙ୍କା ମୂଲ୍ୟର ଗହଣା ଓ ନଗଦ ୧ କୋଟି ୪୦ଲକ୍ଷ ଟଙ୍କା ଜବତ କରିଛନ୍ତି।
ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଭାରତକୁ ଏସିଆରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ଭାବେ ବିବେଚନା କରାଯାଇଛି। ଏଥିରେ କୁହାଯାଇଛି ଯେ, ଭାରତର ଅର୍ଦ୍ଧାଧିକ ଭାରତୀୟ ସରକାରୀ ସେବା ଓ ସୁବିଧା ପାଇବା ଲାଗି ଲାଞ୍ଚ ପ୍ରଦାନ କରିଥାନ୍ତି। ତଥ୍ୟ ଅନୁଯାୟୀ ଭାରତରେ ଲାଞ୍ଚ ଗ୍ରହଣ କରିବାର ହାର ୬୯ ପ୍ରତିଶତ। ପୋଲିସ ବିଭାଗରେ ୮୫, ସରକାରୀ କର୍ମଚାରୀ ୮୪, ବ୍ୟବସାୟିକ ଅଧିକାରୀ ୭୯, ସ୍ଥାନୀୟ କାଉନସିଲର ୭୮ ଏବଂ ସାଂସଦ ୭୬ ପ୍ରତିଶତ ବୋଲି ଉଲ୍ଲେଖ କରାଯାଇଛି।
ଭାଜପା ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରୁଛି ବୋଲି କହୁଥିଲେ ମଧ୍ୟ ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଉଦାସୀନତା ଦୁର୍ନୀତିକୁ ପ୍ରୋତ୍ସାହନ ସଦୃଶ। ମଧ୍ୟପ୍ରଦେଶର ଭାଜପା ସରକାରଙ୍କ ଅମଳରେ ହୋଇଥିବା ୧୨୦୦ କୋଟି ଟଙ୍କାର ଭ୍ୟାପମ୍‌ ଦୁର୍ନୀତି ବିଷୟ ସର୍ବଜନବିଦିତ। ଏହି ମାମଲାରେ ୪୪ଜଣ ସାକ୍ଷୀଙ୍କୁ ହତ୍ୟା କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜକୁ ଏ ଦେଶର ଚୌକିଦାର କହି ନିଜେ ଖାଇବେ ନାହିଁ କି କାହାରିକୁ ଖାଇବାକୁ ଦେବେନାହିଁ ବୋଲି କହୁଛନ୍ତି। କିନ୍ତୁ ‘ବାପପୁଅ ରାତି ଅନିଦ୍ରା ମୁଗୁରା ପଛ ମେଲା’ ନ୍ୟାୟରେ ଦେଶରେ ଭ୍ରଷ୍ଟାଚାର ତା’ର କାୟା ବିସ୍ତାର କରିଚାଲିଛି। ଉପରୋକ୍ତ ଧରଣର ଘଟଣାଗୁଡ଼ିକ ଛଡ଼ା ସରକାରଙ୍କ ବିଭିନ୍ନ ଟିକସ, ଶୁଳ୍କ ଇତ୍ୟାଦି ରାଜସ୍ବ ଆଦାୟକାରୀ ସଂସ୍ଥାଗୁଡ଼ିକର ବିଭାଗୀୟ ଅଧିକାରୀମାନେ ଟିକସ/ଶୁଳ୍କ ଫାଙ୍କି ମାମଲାର ବିଚାରବେଳେ ମୋଟାଅଙ୍କର ଲାଞ୍ଚ ନେଇ ବୃହତ୍‌ ପରିମାଣର ଅର୍ଥ ଛାଡ଼ିଦେଉଛନ୍ତି। ସରକାର ସେ ବାବଦରେ କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ନୀତିଶ୍ଳୋକ କହେ, ‘ବୁଭୁକ୍ଷିତଃ କିଂ ନ କରୋତି ପାପମ୍‌’। କ୍ଷୁଧାତୁର ଲୋକ କି ପାପ କରି ନ ପାରେ? ତେବେ ପ୍ରଶ୍ନ ହେଉଛି, ଉପରୋକ୍ତ ଦୁର୍ନୀତି ଅଭିଯୁକ୍ତମାନେ କେତେ ପରିମାଣରେ କ୍ଷୁଧାର୍ତ୍ତ ବା ଅଭାବଗ୍ରସ୍ତ ଯେ ସେମାନେ ଅନୈତିକ ଉପାୟରେ ଅର୍ଥ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି?
କୌତୂହଳର ବିଷୟ, ଏବେ ଭିଜିଲାନ୍ସ ଚଢାଉରୁ ବର୍ତ୍ତିବା ପାଇଁ ଦୁର୍ନୀତିଖୋର କର୍ମଚାରୀମାନେ ନୂଆ ଉପାୟ ଅବଲମ୍ବନ କଲେଣି। ନିଜେ ଲୋକଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ ନ କରି ଦଲାଲଙ୍କ ମାଧ୍ୟମରେ ତାହା ନେଉଛନ୍ତି, ଯାହାଦ୍ୱାରା ଭିଜିଲାନ୍ସ ଦ୍ୱାରା ଧରାପଡ଼ିବାର ଭୟ ରହିବ ନାହିଁ ଏବଂ ନିଜର ସ୍ବଚ୍ଛତା ଅକ୍ଷୁଣ୍ଣ ରହିବ। ଫଳରେ ଦଲାଲମାନେ ଦୁଇପଟୁ ପାଉଣା ପାଇ ମାଲାମାଲ ହେଉଛନ୍ତି। କିନ୍ତୁ ଜନସାଧାରଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।
ଶହୀଦନଗର, ଭୁବନେଶ୍ୱର, ମୋ-୯୪୩୭୩୮୨୧୦୦
All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..