ସମ୍ପାଦକୀୟ |

ଆମ ହାତରେ ଆମ ପରିବେଶ

ଆମ ହାତରେ ଆମ ପରିବେଶ

ପ୍ରଜ୍ଞାପାରମିତା ପତ୍ରି

କଥାରେ ଅଛି- ‘ଘର ପାଖେ ଥିଲେ ଗୋବର ଖାତ, ରୋଗ ହେଉଥିବ ଅନବରତ।’ ଗାଁ ଗହଳିର ଲୋକମାନେ ଏଥିପ୍ରତି ଖୁବ୍‌ ଚେତିଲେଣି ଓ ନିଜ ଗୋବର ଗାଡ଼ିଆକୁ ଘରଠାରୁ ଦୂରରେ ରଖିଲେଣି। ମାତ୍ର ସହରରେ ବସବାସ କରୁଥିବା ବଡ଼ବଡ଼ିଆ ବାବୁମାନେ ଚେଇଁ ଶୋଇଛନ୍ତି। ସିଲ୍‌ଭର ସିଟି ଓ ସ୍ମାର୍ଟ ସିଟିର ସ୍ମାର୍ଟ ବାବୁ ଓ ବାବୁଆଣୀମାନେ ସ୍ମାର୍ଟ ଗୋବର ଗାଡ଼ିଆ ତିଆରି କରିଚାଲିଛନ୍ତି। ଦୈନିକ ବାହାରୁଥିବା ଅଳିଆ ଆବର୍ଜନାକୁ ବିଏମ୍‌ସିରେ ନ ଦେଇ ଏଣେତେଣେ ନାଳନର୍ଦ୍ଦମାରେ ଫୋପାଡିବାରେ ଲାଗିଛନ୍ତି, ଯାହାଦ୍ୱାରା ବଢୁଛି ଡେଙ୍ଗୁ, ବ୍ୟାପୁଛି ମ୍ୟାଲେରିଆ। ଘର ଆଖପାଖରେ ସବୁବେଳେ ପାଣି ଜମି ରହିଲେ ନାନା ପ୍ରକାର ରୋଗ ଜୀବାଣୁ ବ୍ୟାପିଥାଆନ୍ତି। ସାରା ଦେଶରେ ପ୍ରତ୍ୟେକ ଦିନ ୧,୦୦,୦୦୦ ମେଟ୍ରିକ୍‌ ଟନ୍‌ ଆବର୍ଜନା ବାହାରୁଥିବାବେଳେ ବର୍ଷକରେ ୩୬,୫୦୦,୦୦୦ ମେଟ୍ରିକ୍‌ ଟନ୍‌ ଆବର୍ଜନା ବାହାରୁଛି। ଯଦି ଗୋଟିଏ ବର୍ଷରେ ଏତିକି, ତେବେ ୧୦ ବର୍ଷରେ ଏହାର ମାତ୍ରା କେତେ ଅଧିକ ହେବ, ତାହା ଆକଳନ କଲେ ମନରେ ଡର ବସା ବାନ୍ଧୁଛି। ସତରେ କ’ଣ ଦିନେ ଆମେ କେବଳ ଆବର୍ଜନାର ସହରରେ ରହିବା! ଆମ ଚାରିପାଖରେ ଖାଲି ଅଳିଆ ଓ ଆବର୍ଜନା ଶୋଭାବର୍ଦ୍ଧନ କରୁଥିବେ! ଏମିତି କେତେକ’ଣ ଚିନ୍ତା ବର୍ତ୍ତମାନର ଯୁବପିଢିଙ୍କଠାରୁ ଆରମ୍ଭ କରି ସଭ୍ୟ ସମାଜକୁ ଶଙ୍କାଗ୍ରସ୍ତ କରୁଛି। ସରକାର ସ୍ବଚ୍ଛ ଭାରତ ଅଭିଯାନରେ ଶହ ଶହ, କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହାର ଫଳାଫଳ ସେଭଳି କିଛି ଆଖିଦୃଶିଆ ହେଉନି। ଏବେ ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ? ସରକାର ନା ପୌରପାଳିକା ନା ଖୋଦ୍‌ ଜନସାଧାରଣ? ସମସ୍ତେ ସମସ୍ତଙ୍କ ଉପରେ କାଦୁଅ ଫୋପଡ଼ା ଫୋପଡ଼ିରେ ବ୍ୟସ୍ତ। ପରିବେଶକୁ ନିର୍ମଳ ରଖିବା ସରକାର ଓ ମ୍ୟୁନିସିପାଲିଟିର ଯେତିକି ଗୁରୁଦାୟିତ୍ୱ ଜନସାଧାରଣଙ୍କ ତାଠୁ ଅଧିକ ଦାୟିତ୍ୱ ରହିଛି। ଛୋଟବେଳୁ ପଢ଼ିଆସିଛୁ ଯେ, ସମସ୍ତେ ନିଜ ନିଜ ଘରକୁ ପରିଷ୍କାର ପରିଛନ୍ନ ରଖିଲେ ଗଁା ପରିଷ୍କାର ରହିବ, ଗଁା ପରିଷ୍କାର ରହିଲେ ସହର ଓ ତା’ପରେ ପୂରା ଦେଶ। ଯଦି ଏବେଠୁ ସଚେତନ ନ ହେବା ତେବେ ଆଗାମୀ କୋଡ଼ିଏ ବର୍ଷ ମଧ୍ୟରେ ସାରା ରାଷ୍ଟ୍ର ଆବର୍ଜନାର ରାଜଧାନୀ ପାଲଟିଥିବ।
ଆମ ରାଜ୍ୟର କଟକ ଓ ଭୁବନେଶ୍ୱର ପରି ବଡ଼ ବଡ଼ ସହରରେ ଡ୍ରନେଜ୍‌ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଅସରାଏ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି। ସହରରେ ରହିଥିବା ଆବର୍ଜନା ବର୍ଷାପାଣି ସହ ମିଶି ଚାରିଆଡ଼େ ପ୍ରବେଶ କରୁଛି ଓ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ଘଣ୍ଟା ଘଣ୍ଟା ରାସ୍ତା ଉପରେ ପାଣି ଜମି ରହୁଥିବାରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ଯାତାୟାତ ବାଧାପ୍ରାପ୍ତ ହେଉଛି। ଆଉ କିଛି ସ୍ଥାନରେ ବଡ଼ ବଡ଼ ଡ୍ରେନ୍‌ ଅବହେଳିତ ଅବସ୍ଥାରେ ଖୋଲା ପଡିଥିବାରୁ ଅନେକଙ୍କ ପାଇଁ ମୃତ୍ୟୁର ଯନ୍ତା ସାଜୁଛି। ଗତ ବର୍ଷାଋତୁରେ ବିଏମ୍‌ସିର ଅବହେଳା ଓ ମନମୁଖି କାର୍ଯ୍ୟ ଯୋଗୁ ଭୁବନେଶ୍ୱର ୟୁନିଟ୍‌-୬ରେ ଡ୍ରେନ୍‌ ପାଣିରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ବର୍ଷ ପୂର୍ବେ ନୟାପଲ୍ଲୀ ମମତାଜ ହାଇସ୍କୁଲ ନିକଟରେ ୯ ବର୍ଷର ଜଣେ ଛାତ୍ର ଟ୍ୟୁଶନରୁ ଫେରୁଥିବା ସମୟରେ ଡ୍ରେନ୍‌ ପାଣିରେ ଭାସିଯାଇ ମୃତ୍ୟୁର ଶିକାର ହୋଇଥିଲା। ଆଉ କେତେ ଜୀବନ ଗଲେ ସରକାରଙ୍କ ଚେତା ଫେରିବ ତାହା ସାଧାରଣରେ ଚର୍ଚ୍ଚା ହେଉଛି।
ସ୍ବାସ୍ଥ୍ୟକର ପରିବେଶ ଗଠନ ପାଇଁ ଆମେ ନିଜେ ସଚେତନ ହେଲେ ଏ ଜଟିଳ ସମସ୍ୟାର ସମାଧାନ ହୋଇପାରନ୍ତା। ‘ସଫା ପରିବେଶ ରହିବା ପାଇଁ, ଗୋବର ଖାତକୁ ଦେବା ଦୂରେଇ’ -ଏହି କଥାକୁ ମର୍ମେ ମର୍ମେ ଅନୁଭବ କରିବା ଉଚିତ। ସମାଜକୁ ଆବର୍ଜନାମୁକ୍ତ କରିବା ପାଇଁ ପ୍ରଥମେ ସରକାରୀ ଭାବେ ନିଷେଧ କରାଯାଇଥିବା ପ୍ଲାଷ୍ଟିକ୍‌ର ବ୍ୟବହାରକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା। ପ୍ରତିଦିନ ନଷ୍ଟ ହେଉଥିବା ଖାଦ୍ୟର ପରିମାଣକୁ କମାଇବା ସହ ଜିନିଷ କିଣାବିକା ସମୟରେ ପ୍ୟାକିଂର ମାତ୍ରା କମ୍‌ କରିବା ଆବଶ୍ୟକ। ବ୍ୟବହୃତ ଡ୍ରେସ୍‌ ନ ଫୋପାଡି ତାକୁ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଦେବା, ପୁନଃ ବ୍ୟବହାର ହୋଇପାରୁଥିବା ସାମଗ୍ରୀର ବ୍ୟବହାର ପାଇଁ ଅଭ୍ୟାସ ବୃଦ୍ଧି, ଘରର ଅଳିଆ ଆବର୍ଜନାକୁ ରାସ୍ତାକଡ଼ରେ ନ ଫିଙ୍ଗି ଗୋଟିଏ ଜାଗାରେ ଜମା ରଖି ବିଏମ୍‌ସି କର୍ମଚାରୀଙ୍କୁ ଦେବା ଏବଂ ସବୁଠାରୁ ବଡ଼ ଓ ଭଲ କାମ ଗଛ ଲଗାଇବା ଉପରେ ଯଦି ଆମେ ଗୁରୁତ୍ୱ ଦେବା, ତେବେ ଅନେକ କିଛି ଅସମ୍ଭବ କାର୍ଯ୍ୟକୁ ଅନାୟାସରେ ସମ୍ଭବ କରିପାରିବା। ଏ ସବୁ ହୋଇପାରିଲେ ସ୍ବଚ୍ଛ ଓ ସୁସ୍ଥ ସମାଜ ଗଠନର ଗୁରୁଦାୟିତ୍ୱ ଗୋଟିଏ ଅନୁଷ୍ଠାନ କିମ୍ବା ସଂସ୍ଥା ଉପରେ ନ ଛାଡ଼ି ଆମେ ନିଜେ ନେଇପାରିବା। ଆସନ୍ତୁ ସମସ୍ତେ ମିଶି ଏହି ସ୍ବଚ୍ଛତାର ସ୍ବପ୍ନକୁ ସାକାର କରିବା।
ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, କଟକ, 
ମୋ-୮୩୩୮୮୬୯୬୯୭, 
pragyanpatri777@gmail.com
All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..