ମନୋରଞ୍ଜନ |

ବିବାହର ଦୁଇ ମାସ ପରେ ଭାଇରାଲ ପ୍ରିୟଙ୍କାଙ୍କ ହଳଦୀ ଉତ୍ସବର ଫଟୋ: ଫାଟିଛି ନିକ୍‌ଙ୍କ କୁର୍ତ୍ତା, ଘଷି ଘଷି ଲଗାଇଥିଲେ ଲିଲି

ବିବାହର ଦୁଇ ମାସ ପରେ ଭାଇରାଲ ପ୍ରିୟଙ୍କାଙ୍କ ହଳଦୀ ଉତ୍ସବର ଫଟୋ: ଫାଟିଛି ନିକ୍‌ଙ୍କ କୁର୍ତ୍ତା, ଘଷି ଘଷି ଲଗାଇଥିଲେ ଲିଲି

ବମ୍ବେ: ୨୦୧୮ ମସିହାର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା ପ୍ରିୟଙ୍କା ଓ ନିକ୍‌ ଜୋନାସଙ୍କ ବିବାହ। ବଲିଉଡର ନବବିବାହିତ ଅନ୍ୟ କଳାକାରଙ୍କ ପରି ପ୍ରିୟଙ୍କା କରି ନ ଥିଲେ ବିବାହ। ସେ ଦେଶ ବାହାରକୁ ଯିବା ପରିବର୍ତ୍ତେ ଜୋଧପୁରରେ ବିବାହ କରିବାକୁ ପସନ୍ଦ କରିଥିଲେ। ଏହା ପଛର କାରଣ ଥିଲା ନିକ୍‌ଙ୍କ ଆଗ୍ରହ। ନିକ୍‌ ପ୍ରିୟଙ୍କାକୁ ତାଙ୍କ ଘରୁ ବିବାହ କରି ନେବାକୁ ଚାହୁଁଥିଲେ। ଏହାକୁ ପିସି ପସନ୍ଦ କରିବା ପରେ ଉଭୟ ହିନ୍ଦୁ ଓ ଖ୍ରିଷ୍ଟିୟାନ ପରମ୍ପରାନୁଯାୟୀ ଉଭୟଙ୍କର ବିବାହ ହୋଇଥିଲା। ଏହି ବିବାହକୁ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯାଇଥିବା ବେଳେ ପରେ ପିସି ଏହାର କିଛି ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଏହା ପରେ ଧିରେ ଧିରେ ବିବାହକୁ ନେଇ ଅନେକ ଫଟୋ ଭାଇରାଲ ହୋଇଥିଲା। ଇତି ମଧ୍ୟରେ ଏହାକୁ ବେଶ କିଛି ମାସ ବିତିଯାଇଥିଲେ ହେଁ ଏବେ ବି ବିବାହ ସମୟରେ ହୋଇଥିବା ବିଭିନ୍ନ ଉତ୍ସବର ଫଟୋ ଭାଇରାଲ ହେଉଛି। 

ନିକଟରେ ୟୁଟ୍ୟୁବ ସେଲିବ୍ରିଟି ଲିଲି ସିଂହ ନିଜର ଆକାଉଣ୍ଟରେ ଉଭୟଙ୍କ ହଳଦୀ ସମୟର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ଲିଲି ନିକ୍‌ଙ୍କୁ ଘଷି ଘଷି ହଳଦୀ ଲଗାଉଥିବା ଦେଖିବାକୁ ମିଳୁଛି। ଫଳରେ ନିକ୍‌ ପିନ୍ଧିଥିବା କୁର୍ତ୍ତା ମଧ୍ୟ ଫାଟିଯାଇଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ଲିଲି ଲେଖିଛନ୍ତି,‘ଯଦି ମୁଁ କୌଣସି କାମ କରେ ତେବେ ତାହାକୁ ସମ୍ପୂର୍ଣ୍ଣ ଠିକ୍‌ ଭାବେ କରିବାକୁ ଭଲ ପାଏ। ପ୍ରିୟଙ୍କା ମୋତେ ନିକ୍‌ଙ୍କୁ ଭଲଭାବେ ହଳଦୀ ଲଗାଇବାକୁ କହିଥିଲେ। ଯାହାକି ମୁଁ କରିଛି।’ ମାତ୍ର ୧୦ ଘଣ୍ଟାରେ ଏହି ଫଟୋକୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଶଂସକ ପସନ୍ଦ କରିବା ସହ ଅନେକ କମେଣ୍ଟ ମଧ୍ୟ ମିଳିଛି। କେହି କେହି ଏହାକୁ ହଳଦୀ ଲଗାଇବାର ପ୍ରକୃତ ଉପାୟ ବୋଲି କହୁଥିବା ଦେଖିବାକୁ ମିଳୁଛି। 

All Right Reserved By

ମନୋରଞ୍ଜନ |

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବମ୍ବେ: ସ୍ବାମୀ ହେବ ତ ଏମିତି। ବଲିଉଡ୍‌ରେ ରଣବୀର ସିଂହଙ୍କୁ ନେଇ ଏପରି କିଛି ଚର୍ଚ୍ଚା ହେଉଛି।

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। 

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ମନୋଜ ବାଜପେୟୀ ୫୦ବର୍ଷରେ ପଦାର୍ପଣ କରିଛନ୍ତି।

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ପେସାରେ ଜଣେ ଡାକ୍ତର, ହେଲେ ସାହିତ୍ୟ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ରାତ୍ରିର ବିଳମ୍ବିତ ପ୍ରହରରେ ସେ ବସିପଡନ୍ତି ନିଜ ମନର ଭାବନାକୁ କବିତାର ରୂପ ଦେବାକୁ।

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri