ଜୀବନଚର୍ଯ୍ୟା |

ପ୍ରେମ ସପ୍ତାହରେ ସାଥୀଙ୍କ ମନ ଜିଣିବା ପାଇଁ କିଛି ଟିପ୍ସ: ନିଜ ମନର ମଣିଷକୁ ଅନ୍ୟ ସହ କରନ୍ତୁ ନାହିଁ ତୁଳନା..

ପ୍ରେମ ସପ୍ତାହରେ ସାଥୀଙ୍କ ମନ ଜିଣିବା ପାଇଁ କିଛି ଟିପ୍ସ: ନିଜ ମନର ମଣିଷକୁ ଅନ୍ୟ ସହ କରନ୍ତୁ ନାହିଁ ତୁଳନା..

ଫେବୃୟାରୀ  ପ୍ରଥମ ସପ୍ତାହରୁ  ପ୍ରେମ ସପ୍ତାହ ଆରମ୍ଭ ହୋଇଯାଏ ବୋଲି କହିଲେ ଭୁଲ ହେବ ନାହିଁ। ଫେବୃୟାରୀ ୭ ରୋଜ ଡେରୁ ଆରମ୍ଭ କରି ୨୧ ତାରିଖ ବ୍ରେକ୍‌ଅପ୍‌ ଡେ ପର୍ଯ୍ୟନ୍ତ ପ୍ରତିଟି ଦିନକୁ ପାଳନ କରିବାକୁ ଆଜିର ଯୁବପିଢ଼ି ଆଗଭର। ଅନେକେ ଏହି ଦିନକୁ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ରୋଜ୍‌ ଡେ’ରେ ପ୍ରେମିକା ଅଥବା ପ୍ରେମିକ ନିଜର ସାଥୀଙ୍କୁ ଗୋଲାପ ଦେବା ପରେ ପ୍ରପୋଜ୍‌ ଡେ’ରେ ପ୍ରେମ ନିବେଦନ କରିଥାନ୍ତି। ଏହା ପରେ ପଛକୁ ପଛ ଥାଏ ଅନେକ ଉପହାର ଥିବା ଦିବସମାନ। ବର୍ତ୍ତମାନ ସମୟକୁ ଯଦି ଦେଖାଯାଏ ତେବେ ପ୍ରେମିକାପ୍ରେମିକଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପାଉଛି । କେବଳ ତାହା ନୁହେଁ ସମ୍ପର୍କରେ ଛୋଟ ଛୋଟ କଥାକୁ ନେଇ ତିକ୍ତତା ଆସିବା ଦ୍ୱାରା ଏହି ସମ୍ପର୍କ ଦିନ କେତେଟାରେ ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ସମସ୍ୟାରୁ ଦୂରେଇ ରହି ନିଜ ସମ୍ପର୍କକୁ ମଜଭୁତ କରିବା ନିମନ୍ତେ ଜାଣନ୍ତୁ କିଛି  ଟିପ୍ସ। 


 - ପ୍ରଥମତଃ ସାଥୀଙ୍କ ପସନ୍ଦ ନାପସନ୍ଦ ଜାଣି ରଖନ୍ତୁ। ଆପଣଙ୍କର ଯେଉଁ ସ୍ବଭାବ ସାଥୀଙ୍କୁ ବ୍ୟଥିତ କରିଥାଏ ସେଥିରୁ ନିବୃତ୍ତ ରୁହନ୍ତୁ। 

- ଅନ୍ୟ କାହା ଉପରେ ଥିବା ରାଗକୁ ସାଥୀଙ୍କ ଉପରେ ଜାହିର କରନ୍ତୁ ନାହିଁ। 

- କୌଣସି ଛୋଟ କଥାକୁ ନେଇ ଅଧିକ ଯୁକ୍ତି କରନ୍ତୁ ନାହିଁ। ସାଥୀ ବିରକ୍ତି ଅନୁଭବ କରୁଥିଲେ ଗୋଟିଏ କଥାକୁ ବାରମ୍ବାର ଦୋହରାନ୍ତୁ ନାହିଁ। 

- ସାଥୀଙ୍କ ସ୍ବାଧୀନତାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଯଦି ସାଥୀଙ୍କ କୌଣସି ଗୁଣ ଆପଣଙ୍କୁ ଖରାପ ଲାଗୁଥାଏ ତେବେ ନମ୍ରତାର ସହ ସେ ବିଷୟରେ ସାଥୀଙ୍କ ସହ ଆଲୋଚନା କରନ୍ତୁ। 

- କିଛିି ବି ସମସ୍ୟା ଆସିଲେ ମଧ୍ୟ ସାଥୀଙ୍କ ସହ କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ। ସାଥୀଙ୍କ ସହ କଥାବାର୍ତ୍ତା ହେଉଥିଲେ ଯେକୌଣସି ସମସ୍ୟା ସହଜରେ ସମାଧାନ ହୋଇପାରେ।

-ସାଥୀଙ୍କୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ। ଆପଣଙ୍କ ସାଥୀ ହିଁ ଶ୍ରେଷ୍ଠ ଏପରି ବିଚାର କରନ୍ତୁ ଏବଂ ଆପଣ ତାଙ୍କ ବିଷୟରେ ଠିକ୍‌ ଏପରି ଭାବନ୍ତି ବୋଲି ତାଙ୍କୁ ଅନୁଭବ କରାନ୍ତୁ।

-ସାମାନ୍ୟ କଥାରେ ସମ୍ପର୍କ ଭାଙ୍ଗନ୍ତୁ ନାହିଁ। ମନେ ରଖନ୍ତୁ ଏପରି ଛୋଟ ଛୋଟ କଳି ଝଗଡ଼ା ଆପଣଙ୍କ ସମ୍ପର୍କକୁ ଦୃଢ଼ କରିଥାଏ।

All Right Reserved By

ଜୀବନଚର୍ଯ୍ୟା |

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରେ ମନିପ୍ଲାଣ୍ଟ ଲଗାଉଥିଲେ ଜାଣିନିଅନ୍ତୁ ଏହି କଥା...

ଘରକୁ ସୁନ୍ଦର କରିବା ପାଇଁ ଲୋକେ ନିଜ ଘରେ ବିଭିନ୍ନ ପ୍ରକାରର ସୁନ୍ଦର ଗଛମାନ ଲଗାଇଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି ଏକ ଗଛ ଅଛି ଯେଉଁଥିରେ ଘରର ସୁନ୍ଦରତା ବଢ଼ିବା ସହ ଆର୍ଥିକସ୍ଥିତି ମଧ୍ୟ ସ୍ବଚ୍ଛଳ ହେବ।

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ଶୋଇବା ଶୈଳୀରୁ ଜାଣନ୍ତୁ ମହିଳାଙ୍କ ସ୍ବଭାବ

ପ୍ରତ୍ୟେକ ଲୋକଙ୍କ ଶୋଇବା ଶୈଳୀ ଭିନ୍ନ ପ୍ରକାରର। ନିଜ ନିଜ ହିସାବରେ ଶୋଇବାରେ ଆରାମ ମିଳିଥାଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି।

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଖରାଦିନରେ ତ୍ୱଚାରେ ନାନା ସମସ୍ୟା ଦେଖା ଦେଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଉପାୟ। 

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ହୃଦ୍‌ଘାତ ଭଳି ଅନେକ ରୋଗରୁ ରକ୍ଷା କରେ ଶଙ୍ଖ

ଯଦିଓ ଶଙ୍ଖକୁ ହିନ୍ଦୁ ଧର୍ମ ସହ ଯୋଡ଼ା ଯାଇଛି, କିନ୍ତୁ ଏହାର ବୈଜ୍ଞାନିକ ମହତ୍ତ୍ୱ ଢେର୍‌ ଅଧିକ। ଏହାର ପ୍ରୟୋଗ ଦ୍ୱାରା ଅନେକ ସ୍ବାସ୍ଥ୍ୟବର୍ଦ୍ଧକ ଲାଭ ମିଳିଥାଏ। ଫୁସ୍‌ଫୁସ୍‌ଠାରୁ ନେଇ ଚକ୍ଷୁ ପର୍ଯ୍ୟନ୍ତ ବିଭିନ୍ନ ଶାରୀରିକ ସମସ୍ୟାରୁ ଏହା ରକ୍ଷା କରିଥାଏ। 

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରେ ଏହି ପାଣି...

ସକାଳେ ଗୁଡ଼ପାଣି ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ।

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ବ୍ୟାୟାମ ସ୍ବାସ୍ଥ୍ୟ ପକ୍ଷେ ହିତକର। ଛୋଟ ପିଲା ପ୍ରତିଦିନ ବ୍ୟାୟାମ କଲେ ସେମାଦଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ବ୍ୟାୟାମ ସିଧାସଳଖ ପ୍ରଭାବ ମସ୍ତିଷ୍କର ହାଇପୋଥାଲାମସ୍‌ ଉପରେ ପଡ଼ିଥାଏ। 

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ...

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌   ରସ ପିଇଲେ ଅନେକ ଉପକାର ମିଳିଥାଏ।  ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। 

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ଖରାଦିନ ପାଇଁ ଉପକାରୀ ‘ପୁଦିନା’

ନିୟମିତ ରୂପେ ଆମେ ଖାଦ୍ୟରେ ପୁଦିନାର ବ୍ୟବହାର କରିଥାଉ। ଏହା ଖାଦ୍ୟର ସ୍ବାଦକୁ ଆହୁରି ବଢ଼ାଇ ଦେଇଥାଏ। ପୁଦିନାର ବହୁତ ଉପକାରୀ ଗୁଣ ବିଷୟରେ ସମେସ୍ତ ପ୍ରାୟ ଜାଣିଥିବେ। 

 ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ବ୍ରେକଅପ୍‌ ପରେ କରୁଛନ୍ତି କି ପ୍ୟାଚଅପ୍‌..! ଧ୍ୟାନ ଦିଅନ୍ତୁ ଏସବୁ ଉପରେ..

ପ୍ରେମ ମଣିଷକୁ ଯେତିକି ଖୁସି ଦେଇଥାଏ, ବିଚ୍ଛେଦ ସେତିକି ଯନ୍ତ୍ରଣା ମଧ୍ୟ ଦେଇଥାଏ। ଆପଣ ଦେଖିଥିବେ ଅନେକ ସମୟରେ ପାର୍ଟନରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଯାଏ। 

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଶରୀରରେ ଆଇରନ୍‌ ମାତ୍ରା ଠିକ୍‌ ରଖିବା ଜରୁରୀ, ଜାଣନ୍ତୁ ଖାଇବେ କ’ଣ..

ଆଜିକାଲି ଅଧିକାଂଶ ମହିଳା କର୍ମଜୀବୀ। ସେମାନେ ପରିବାର ସହ କର୍ମକ୍ଷେତ୍ରକୁ ମଧ୍ୟ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଏସବୁ ମଧ୍ୟରେ ଅନେକେ ନିଜର ଯତ୍ନ ନେବାକୁ ଭୁଲି ଯାଆନ୍ତି। ମାତ୍ର ମହିଳାମାନଙ୍କ ଶରୀରରେ ଆଇରନ୍‌ର ଠିକ୍‌ ମାତ୍ରା ରହିବା ଜରୁରୀ। 

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌...

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। 

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌...

ହାର୍ଟ ଷ୍ଟ୍ରୋକରୁ ଦୂରେଇ ରହିବାକୁ ଚାହୁଁଛନ୍ତି ; ସପ୍ତାହରେ ୨ ଥର ପିଅନ୍ତୁ ଏହି ଜୁସ୍‌...

ଖାଦ୍ୟପେୟରେ ଅନିୟମିତତାଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୨-୩ଥର ଡାଳିମ୍ବ ଜୁସ୍‌ ପିଇଲେ ଏହା ରକ୍ତ ସଞ୍ଚାଳନକୁ ସ୍ବାଭାବିକ କରିଥାଏ। 


Model This Week

କ୍ରିଷ୍ଣା
Why Dharitri