ଜାତୀୟ |

ଓସ୍କାର ଲାଇବ୍ରେରିରେ ସ୍ଥାନ ପାଇବ ସୋନମଙ୍କ ଫିଲ୍ମ

ଓସ୍କାର ଲାଇବ୍ରେରିରେ ସ୍ଥାନ ପାଇବ ସୋନମଙ୍କ ଫିଲ୍ମ

ମୁମ୍ବାଇ/ନ୍ୟୁୟର୍କ ,୧୦।୨:ସୋନମ କପୁରଙ୍କ ଅଭିନୀତ ଫିଲ୍ମ ‘ଏକ ଲଡ୍‌କୀ କୋ ଦେଖା ତୋ ଐଶା ଲଗା’ ଓସ୍କାର ଲାଇବ୍ରେରିରେ ସ୍ଥାନ ପାଇବାକୁ ଯାଉଛି। ଏକାଡେମି ଅଫ୍‌ ମୋଶନ୍‌ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍‌ସେସ୍‌ (ଆମ୍ପାସ୍‌) ଦ୍ୱାରା ଏ ସମ୍ପର୍କରେ ବିଚାର ବିବେଚନା କରାଯାଉଛି। ଏହି ଖବର ଜାଣିବା ପରେ ସୋନମ୍‌ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି। ଉକ୍ତ ଫିଲ୍ମର କାହାଣୀ ଏକ ସମକାମୀ ସମ୍ପର୍କକୁ ନେଇ ଗଢ଼ି ଉଠିଥିବା ବେଳେ ପରିବାର ଓ ସମାଜରେ ଏହା କିପରି ଗ୍ରହଣୀୟ ହୋଇପାରିବ ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୁବ୍‌ ସଂଗ୍ରାମ କରିବାକୁ ପଡିଛି।  ରିପୋର୍ଟ ଅନୁଯାୟୀ, ଉକ୍ତ ଫିଲ୍ମର ସ୍କ୍ରିନ୍‌ପ୍ଲେର ଗୋଟିଏ କପି ପଠାଇବା ପାଇଁ ଆମ୍ପାସ୍‌  ପକ୍ଷରୁ ଫିଲ୍ମ ନିର୍ମାତାଙ୍କୁ ଅନୁରୋଧ କରାଯାଇଛି। 

ଏହି ଫିଲ୍ମ ତାଙ୍କ ପାଇଁ ସ୍ବତନ୍ତ୍ରତା ବହନ କରିଛି ବୋଲି ସୋନମ କହିଛନ୍ତି। ସୋନମଙ୍କର ଏହା ହେଉଛି ପ୍ରଥମ ଫିଲ୍ମ ଯେଉଁଥିରେ ସେ ତାଙ୍କ ପିତାଙ୍କ ସହ ଅଭିନୟ କରିଛନ୍ତି। ଉକ୍ତ ଫିଲ୍ମକୁ ଦେଖି ଦର୍ଶକମାନେ ଯେଭଳି ପ୍ରଶଂସା ଅଜାଡିଛନ୍ତି ସେଥିପାଇଁ ସୋନମ ଅଭିଭୂତ ହୋଇପଡିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିନୟ କରିଛନ୍ତି ଅନିଲ କପୁର, ଜୁହି ଚାଓ୍ବଲା, ରାଜକୁମାର ରାଓ। ଉକ୍ତ ଫିଲ୍ମ ବକ୍ସ ଅଫିସରେ ପାଖାପାଖି ୨୦କୋଟି ଟଙ୍କା ଆୟ କରିପାରିଛି। 

All Right Reserved By

ଜାତୀୟ |

ଶହୀଦଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ସଲମାନ

ଶହୀଦଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ସଲମାନ

ମୁମ୍ବାଇ,୧୭।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଏବେ ଏମାନଙ୍କ ପରିବାରକୁ ସହାୟତାର ହାତ ବଢାଇଛି ବଲିଉଡ୍‌। 

ପାକିସ୍ତାନ ଜାତୀୟ ପତାକାକୁ ‘ବେଷ୍ଟ ଟଏଲେଟ ପେପର ଇନ୍‌ ଦି ଓ୍ବାର୍ଲଡ’ ଦେଖାଉଛି ଗୁଗଲ

ପାକିସ୍ତାନ ଜାତୀୟ ପତାକାକୁ ‘ବେଷ୍ଟ ଟଏଲେଟ ପେପର ଇନ୍‌ ଦି ଓ୍ବାର୍ଲଡ’ ଦେଖାଉଛି ଗୁଗଲ

ନୂଆଦିଲ୍ଲୀ,୧୭।୨: ଗୁଗଲ ଇମେଜ୍‌ ସର୍ଚ୍ଚରେ ଏବେ best toilet paper in the world ଲେଖି ସର୍ଚ୍ଚ କରିବା ବେଳେ ଦେଖିବାକୁ ମିଳୁଛି ପାକିସ୍ତାନର ଜାତୀୟ ପତାକା।

ବୋହୂକୁ ବିବାହ କରିବାକୁ ଯାଇ ନିଜ ପୁଅକୁ ହତ୍ୟା କଲେ ବାପା

ବୋହୂକୁ ବିବାହ କରିବାକୁ ଯାଇ ନିଜ ପୁଅକୁ ହତ୍ୟା କଲେ ବାପା

ଚଣ୍ଡିଗଡ଼,୧୭।୨: ପଞ୍ଜାବର ଡାକରିଖାନା ଗାଁରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ଛୋଟା ସିଂ ନାମକ ଜଣେ ୬୨ ବର୍ଷୀୟ ବ୍ୟକ୍ତି ନିଜ ବୋହୂଙ୍କୁ ବିବାହ କରିବା ଲାଗି ପୁଅଙ୍କୁ ହତ୍ୟା କରିଛନ୍ତି।

ସୁଇସାଇଡ୍‌ ନୋଟ୍‌ ଲେଖି ଦକ୍ଷିଣ ଭାରତୀୟ ନାୟିକାଙ୍କ ଆତ୍ମହତ୍ୟା

ସୁଇସାଇଡ୍‌ ନୋଟ୍‌ ଲେଖି ଦକ୍ଷିଣ ଭାରତୀୟ ନାୟିକାଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୭।୨: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ନାୟିକା ମେରି ସିଲା ଜେବରାନି ଓରଫ ୟାଶିକା ଆତ୍ମହତ୍ୟା କରିଛନ୍ତି। ଚେନ୍ନାଇସ୍ଥିତ ତାଙ୍କ ନିଜ ଘରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଛାଡି ଯାଇଛନ୍ତି। 

ସିଦ୍ଧୁଙ୍କୁ ଇମ୍ରାନ୍‌ଙ୍କ ଗୀତରେ ନାଚିବା ପାଇଁ ପାଉଁଜି ଉପହାର ଦେବାକୁ କହିଲେ ଭାଜପା ନେତା

ସିଦ୍ଧୁଙ୍କୁ ଇମ୍ରାନ୍‌ଙ୍କ ଗୀତରେ ନାଚିବା ପାଇଁ ପାଉଁଜି ଉପହାର ଦେବାକୁ କହିଲେ ଭାଜପା ନେତା

ଅମୃତସର,୧୭।୨: କଂଗ୍ରେସ ନେତା ନଭଜୋତ୍‌ ସିଂ ସିଦ୍ଧୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଦେଇଥିବା ମନ୍ତବ୍ୟ ନେଇ ପଡ଼ିଛନ୍ତି ଅଡୁଆରେ। 

ମା’ଙ୍କ ଇଚ୍ଛାରେ ପିତାଙ୍କ ୟୁନିଫର୍ମ ପିନ୍ଧି ଶହୀଦଙ୍କୁ ଶେଷ ସଲାମ ଦେଲେ ୨ ବର୍ଷର ପୁଅ

ମା’ଙ୍କ ଇଚ୍ଛାରେ ପିତାଙ୍କ ୟୁନିଫର୍ମ ପିନ୍ଧି ଶହୀଦଙ୍କୁ ଶେଷ ସଲାମ ଦେଲେ ୨ ବର୍ଷର ପୁଅ

ଅରିୟାଲୁର,୧୭।୨: ବୀର ଯବାନଙ୍କୁ ହରାଇ କାନ୍ଦୁଛି ଗାଁ କାନ୍ଦୁଛି ମା’। ବୀର ସନ୍ତାନର ଜନନୀ ବୋଲି ଛାତି କୁଣ୍ଢେମୋଟ ହୋଇ ଯାଉଥିବା ବେଳେ ଏପଟେ କିନ୍ତୁ ଆଖିରୁ ଶୁଖୁନି ଲୁହ। ଏମିତି ତ ବିଦାୟ ଦେବାକୁ ପଡିବ ଭାରତ ମା’ର ସୁଯୋଗ୍ୟ ସନ୍ତାନକୁ। 

ବୁର୍ଖା ପିନ୍ଧି ମହିଳାଙ୍କ ଶୌଚାଳୟରେ ପ୍ରବେଶ କରି ଗିରଫ ହେଲେ ସନ୍ଦିଗ୍ଧ

ବୁର୍ଖା ପିନ୍ଧି ମହିଳାଙ୍କ ଶୌଚାଳୟରେ ପ୍ରବେଶ କରି ଗିରଫ ହେଲେ ସନ୍ଦିଗ୍ଧ

ପାନାଜୀ,୧୭।୨: ଗୋଆର ପାନାଜୀ ବସ୍‌ ଷ୍ଟାଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସନ୍ଦିଗ୍ଧ ବୁର୍ଖା ପିନ୍ଧି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ପ୍ରବେଶ କରି ଗିରଫ ହୋଇଛନ୍ତି।

ଶହୀଦ୍‌ ପରିବାରଙ୍କ ସହାୟତା ପାଇଁ କୁନିକୁନି ହାତ ବଢ଼ାଇଲେ ମୁସ୍କାନ୍‌: ପାଳିଲେନି ଜନ୍ମଦିନ

ଶହୀଦ୍‌ ପରିବାରଙ୍କ ସହାୟତା ପାଇଁ କୁନିକୁନି ହାତ ବଢ଼ାଇଲେ ମୁସ୍କାନ୍‌: ପାଳିଲେନି ଜନ୍ମଦିନ

ଭୋପାଳ,୧୭।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ୍‌ ହୋଇଥିବା ଯବାନଙ୍କ ପରିବାରଙ୍କ ସହାୟତା ପାଇଁ ଦେଶରେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସୁକତା।

ପୁଲଓ୍ବାମା ଆକ୍ରମଣର ଗୁମର ଖୋଲିବ ଲାଲ ରଙ୍ଗର ଇକୋ କାର୍‌

ପୁଲଓ୍ବାମା ଆକ୍ରମଣର ଗୁମର ଖୋଲିବ ଲାଲ ରଙ୍ଗର ଇକୋ କାର୍‌

ପୁଲଓ୍ବାମା,୧୭।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। 

ସରକାରଙ୍କ ଇଣ୍ଟରନାଲ୍‌ ଷ୍ଟ୍ରାଇକ୍‌: ୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ହଟିଲା

ସରକାରଙ୍କ ଇଣ୍ଟରନାଲ୍‌ ଷ୍ଟ୍ରାଇକ୍‌: ୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ହଟିଲା

ଶ୍ରୀନଗର,୧୭।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଇଣ୍ଟରନାଲ ଷ୍ଟ୍ରାଇକ୍‌। ଏହା ଅନ୍ତର୍ଗତ ସରକାର ଗ୍ରହଣ କରିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ବର୍ଷେ ବିଶ୍ରାମ କରିବେ ଇରଫାନ୍‌

ବର୍ଷେ ବିଶ୍ରାମ କରିବେ ଇରଫାନ୍‌

ମୁମ୍ବାଇ,୧୭।୨: ବଲିଉଡ୍‌ କଳାକାର ଇରଫାନ୍‌ ଖାଁ ଖୁବ୍‌ଶୀଘ୍ର ଅଭିନୟ ଦୁନିଆକୁ ଫେରିବେ ବୋଲି ଆଲୋଚନା ହେଉଥିଲା। କାରଣ ନିକଟରେ ସେ ଲଣ୍ଡନରୁ କ୍ୟାନସରର ଚିକିତ୍ସା କରାଇ ମୁମ୍ବାଇ ଫେରିଥିଲେ। 

ଶହୀଦ୍‌ଙ୍କ ମରଶରୀରକୁ ପଛ କରି ସେଲଫି ନେଇ ହରଡ଼ଘଣାରେ ଭାଜପା କେନ୍ଦ୍ରମନ୍ତ୍ରୀ ଅଲଫୋନ୍ସ

ଶହୀଦ୍‌ଙ୍କ ମରଶରୀରକୁ ପଛ କରି ସେଲଫି ନେଇ ହରଡ଼ଘଣାରେ ଭାଜପା କେନ୍ଦ୍ରମନ୍ତ୍ରୀ ଅଲଫୋନ୍ସ

ଥିରୁଭାନନ୍ତପୁରମ୍‌,୧୭।୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଦେଶରେ ଖେଳି ଯାଇଛି ଶୋକ ଲହରୀ। କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ପକ୍ଷରୁ ଶହୀଦ୍‌ଙ୍କ ପାଇଁ ନାନା ଅନୁକମ୍ପାମୂଳକ ମୂଳକ ସହାୟତା ଘୋଷଣା କରାଯାଇଛି।