
ଆଜିକାଲି ଅନେକ ହେୟାର ଡ୍ରେସର୍ ବିଭିନ୍ନ ଉପାୟରେ କେଶ କାଟି ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି। ସେମିତି ଜଣେ ହେୟାର୍ ଡ୍ରେସର୍ ହେଉଛନ୍ତି ୨୬ ବର୍ଷୀୟ ମହମ୍ମଦ ଅବୈସ୍। ଦୀର୍ଘ ୧୦ ବର୍ଷ ଧରି ସେ ହେୟାର୍ ଡ୍ରେସର୍ ଭାବେ କାମ କରୁଛନ୍ତି। ତେବେ ଏହି ବୃତ୍ତିକୁ ଆସିବା ପୂର୍ବରୁ ସେ ଏହାକୁ ନେଇ କଡ଼ା ତାଲିମ୍ ନେଇଥିଲେ। ପ୍ରଥମେ ସେ ଇରାନ ଓ ପରେ ଇଟାଲୀରେ ତାଲିମ ନେଇଥିଲେ। ପରେ ସେ ନିଜ ସେଲୁନ୍ରେ ଏକ ଅଭିନବ ଉପାୟରେ କେଶ କାଟିବା ଆରମ୍ଭ କଲେ। ମହମ୍ମଦ ୨୭ଟି କଇଁଚି ଏକାସାଙ୍ଗରେ ଦୁଇ ହାତର ଆଙ୍ଗୁଠିରେ ଧରି କେଶ କାଟିଲେ। ଏତେସଂଖ୍ୟକ କଇଞ୍ଚି ଧରି ବି ସେ ବେଶ୍ ଆରାମରେ ଓ ଖୁବ୍ଶୀଘ୍ର ସୁନ୍ଦର ହେୟାର୍ ଷ୍ଟାଇଲ୍ କରିପାରନ୍ତି। ତେଣୁ ସେ ଏବେ ବେଶ୍ ଚର୍ଚ୍ଚିତ। ସେ କୌଣସି କାମକୁ ଛୋଟ କି ବଡ଼ ଭାବନ୍ତି ନାହିଁ। ଖୁବ୍ କମ୍ ବୟସରୁ ସେ ଜଣେ ଭଲ ହେୟାର୍ ଡ୍ରେସର୍ ହେବାକୁ ଚାହୁଁଥିଲେ। ଶେଷରେ ସେ ନିଜ ଚେଷ୍ଟା ବଳରେ ସଫଳ ହୋଇପାରିଲେ ମଧ୍ୟ।