ମନୋରଞ୍ଜନ |

ଜନ୍ମରୁ ସେ ହତାଶ ପାର୍ଟି..

ଜନ୍ମରୁ ସେ ହତାଶ ପାର୍ଟି..

‘ଜନ୍ମରୁ ସେ ହତାଶ ପାର୍ଟି, ସେ ମାଲ ମହୁ ତା’ର ଜୀବନ ମାଟି।’ ସେ ହେଉଛନ୍ତି ମାଇକେଲ୍‌। ଭଲ ଭାବରେ କଥା କହିପାରେନା। ଯାହା କିଛି କରିବାକୁ ଚାହୁଁଛି ଭାଗ୍ୟ ତାହାର ସାଥ୍‌ ଦେଉନି। ତେଣୁ ସବୁବେଳେ ସେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଉଛି। ହେଲେ ତା’ ଭିତରେ ପ୍ରେମ କରିବସିଛି। ତେବେ ମାଇକେଲ ତା’ ଜୀବନରେ ପରିବର୍ତ୍ତନ ଆଣିପାରୁଛି ତ ? କଥା କ’ଣ କି ଏପରି ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ଓଲିଉଡ୍‌ର ପାଗଳପ୍ରେମୀ ଭାବରେ ପରିଚିତ ସବ୍ୟସାଚୀ। ଚଳଚ୍ଚିତ୍ରଟିର ଟାଇଟଲ ରହିଛି ‘ମାଲ ମହୁ ଜୀବନ ମାଟି, ଭାଗ୍ୟର ନୋ ଗ୍ୟାରେଣ୍ଟି’। ଏହି ଦ୍ୱିଭାଷୀ (ଓଡ଼ିଆ, ଛତିଶଗଡି) ଫିଲ୍ମର ଶୁଟିଂ ନିକଟରେ ଶେଷ ହୋଇଛି। ଏଥିରେ ସବ୍ୟସାଚୀଙ୍କ ଅପୋଜିଟ୍‌ରେ ଅଛନ୍ତି ଏଲିନା ସାମନ୍ତରାୟ। ଲେଡି ବାର୍ଡ ଏଣ୍ଟରଟେନ୍‌ମେଣ୍ଟ ସହାୟତା ତଥା ଆମ୍‌ରା ମ୍ୟୁଜିକ୍‌ ବ୍ୟାନରରେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ। ଗୀତଗୁଡିକୁ ସ୍ବରରେ ସଜାଇଛନ୍ତି ଅଭିଜିତ ମଜୁମଦାର। ସଲିଲ ମିତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ଲଭ୍‌ଲି, ପଦ୍ମଶ୍ରୀ ଅଞ୍ଜୁ ଶର୍ମା, ବିଜୁ ବଡ଼ଜେନା, ଅମର ପ୍ରମୁଖ କଳାକାର ଫିଲ୍ମର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।  


All Right Reserved By

ମନୋରଞ୍ଜନ |

ବଲିଉଡ୍‌ରେ ନାଁ କମାଇଥିବା ପାକିସ୍ତାନୀ

ବଲିଉଡ୍‌ରେ ନାଁ କମାଇଥିବା ପାକିସ୍ତାନୀ

ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଅଲ୍‌ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏଶନ ପକ୍ଷରୁ ପାକିସ୍ତାନ କଳାକାରଙ୍କୁ ଭାରତରେ ବ୍ୟାନ୍‌ କରାଯାଇଛି। କୌଣସି ସଂସ୍ଥା ପାକିସ୍ତାନ କଳାକାରଙ୍କ ସହିତ କାମ କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି। ତେବେ ବଲିଉଡ୍‌ରେ କାମ କରି ନଁା କମାଇଥିବା କେତେକ ପାକିସ୍ତାନୀଙ୍କ ସମ୍ପର୍କରେ...

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ମୁମ୍ବାଇ, ୨୧।୨: ବଲିଉଡର ବିଶିଷ୍ଟ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। 

ହାତକୁ ଦି’ ହାତ ହେବେ ସମ୍ବିତ

ହାତକୁ ଦି’ ହାତ ହେବେ ସମ୍ବିତ

ଏଥର ସେ ମିଛିମିଛିକା ନୁହେଁ ସତସତିକା ବର ସାଜିବେ। ବରଯାତ୍ରୀଙ୍କ ସହ ଧୁମଧାମରେ ରୋଶଣି କରି ପହଞ୍ଚତ୍ବେ ବିବାହ ସ୍ଥାନରେ। ଆଉ ଦୀର୍ଘଦିନର ପ୍ରେମିକାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ କରି ଫେରିବେ ନିଜ ଘରକୁ। 

ଭାଲେଣ୍ଟାଇନ୍‌ : ଦ ମେମୋରେବ୍‌ଲ ଡେ

ଭାଲେଣ୍ଟାଇନ୍‌ : ଦ ମେମୋରେବ୍‌ଲ ଡେ

ପିଲାଟିର ଜନ୍ମ ନୋଳିଆ ବସ୍ତିରେ। ସରଳ ହୃଦୟ। ମନରେ ଟିକେ ହେଲେ ଛନ୍ଦ, କପଟ ନାହିଁ। ପରିବାର କହିଲେ ସେ ଆଉ ତାଙ୍କ ରୋଗଣା ମା’। ପରିସ୍ଥିତି ତାକୁ ବାଧ୍ୟ କରେ ଗଁା ଛାଡି ସହରକୁ ଆସିବାକୁ। ସହର ଆସିବା ପରେ ସେ ଜଣେ ସୁନ୍ଦରୀ ପ୍ରେମରେ ପଡିଯାଏ। ଆଉ ତା’ପରେ ? 

ଅପେରା ହାଲଚାଲ:ଆଶାରେ ମାମା

ଅପେରା ହାଲଚାଲ:ଆଶାରେ ମାମା

ପ୍ରଥମେ ରେକର୍ଡ ଡ୍ୟାନ୍ସ ଆଉ ତା’ପରେ ଆକ୍ଟିଂର ଲମ୍ବା କ୍ୟାରିୟର। ମାତ୍ର ୧୨ ବର୍ଷ ବୟସରେ ସେ ଏଣ୍ଟ୍ରି କରିଥିଲେ ଜଲିଉଡ୍‌ରେ। ଯାତ୍ରା ସଚ୍ଚିଦାନନ୍ଦମରେ ତାଙ୍କୁ ମିିଳିଥିଲା ଏକ ଛୋଟ ଭୂମିକା। ବାସ୍‌, ତା’ପରେ ସେ ଅଭିନୟ ମାୟାରେ ପଡିଯାଇଥିଲେ। 

ସେଲ୍‌ଫି ପାଇଁ

ସେଲ୍‌ଫି ପାଇଁ

ତାଙ୍କର ମନ ସିନା ହଲିଉଡ୍‌ରେ ହେଲେ ସେ ବଲିଉଡ୍‌ ପ୍ରଶଂସକଙ୍କୁ ଭୁଲି ପାରୁନାହାନ୍ତି। 

କିସିଂ ସିନ୍‌ ନ ଦେବାକୁ ପ୍ରତିଜ୍ଞା କରିଥିଲେ ସଲମାନ୍‌

କିସିଂ ସିନ୍‌ ନ ଦେବାକୁ ପ୍ରତିଜ୍ଞା କରିଥିଲେ ସଲମାନ୍‌

ମୁମ୍ବାଇ,୨୧।୨: ଫିଲ୍ମରେ ରୋମାନ୍ସ ଓ କିସ୍‌ ସିନ୍‌ ନ ରହିଲେ ତାହା ହିଟ୍‌ ହୋଇ ନ ଥାଏ। ନିର୍ଦ୍ଦେଶକ ଫିଲ୍ମରେ କିସିଂ ସିନ୍‌କୁ ଦେଇଥାନ୍ତି ଗୁରୁତ୍ୱ। 

ପୁଣି ଏକାଠି ହେବେ କପିଲ-ସୁନୀଲ

ପୁଣି ଏକାଠି ହେବେ କପିଲ-ସୁନୀଲ

ମୁମ୍ବାଇ, ୨୦।୨: ହାସ୍ୟଅଭିନେତା କପିଲ ଶର୍ମା ଓ ସୁନୀଲ ଗ୍ରୋଭର ପୁଣି ଥରେ ଏକାଠି ହେବେ।  

 ପୁଲଓ୍ବାମା ଆକ୍ରମଣ: ଜାଣନ୍ତୁ ଶହୀଦଙ୍କ ପରିବାରକୁ କେଉଁ ସେଲିବ୍ରିଟି କେତେ ସହାୟତା ଦେଲେ

ପୁଲଓ୍ବାମା ଆକ୍ରମଣ: ଜାଣନ୍ତୁ ଶହୀଦଙ୍କ ପରିବାରକୁ କେଉଁ ସେଲିବ୍ରିଟି କେତେ ସହାୟତା ଦେଲେ

ନୂଆଦିଲ୍ଲୀ, ୨୦।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତ୍ମାଘାତୀ ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ପରିବାରକୁ କିଛି ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ସହାୟତା ଦିଆଯିବା ଘୋଷଣା କରାଯାଇଛି। ତେବେ ଏହି କ୍ଷେତ୍ରରେ କିଛି ଫିଲ୍ମ ଅଭିନେତ୍ରୀ-ଅଭିନେତା ମଧ୍ୟ ସହାୟତାର ହାତ ବଢାଇଛନ୍ତି।

ପାକିସ୍ତାନକୁ ଶାହରୁଖ୍‌  ୪୫ କୋଟି ସହାୟତା ଦେଇଥିବା ଖବର ମିଛ

ପାକିସ୍ତାନକୁ ଶାହରୁଖ୍‌ ୪୫ କୋଟି ସହାୟତା ଦେଇଥିବା ଖବର ମିଛ

ବମ୍ବେ: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆକ୍ରମଣ ଘଟଣା ପରେ ଶହୀଦଙ୍କ ପରିବାରକୁ ବଲିଉଡ୍‌ର ବହୁ କଳାକାର ସହାୟତାର ହାତ ବଢ଼ାଇଛନ୍ତି। ମାତ୍ର ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ଟଙ୍କାଟିଏ ବି ଦେଲେ ନାହିଁ। 

ରିଲ୍‌ ଲାଇଫ୍‌ରେ କିସିଂ ସିନ୍‌ ନ ଦେବାକୁ ପ୍ରତିଜ୍ଞା କରିଥିଲେ ସଲମାନ୍‌

ରିଲ୍‌ ଲାଇଫ୍‌ରେ କିସିଂ ସିନ୍‌ ନ ଦେବାକୁ ପ୍ରତିଜ୍ଞା କରିଥିଲେ ସଲମାନ୍‌

ମୁମ୍ବାଇ,୨୦।୨: ଫିଲ୍ମରେ ରୋମାନ୍ସ ଓ କିସ୍‌ ସିନ୍‌ ନ ରହିଲେ ତାହା ହିଟ୍‌ ହୋଇ ନ ଥାଏ। ନିର୍ଦ୍ଦେଶକ ଫିଲ୍ମରେ କିସିଂ ସିନ୍‌କୁ ଦେଇଥାନ୍ତି ଗୁରୁତ୍ୱ। ତେଣୁ ଅଧିକାଂଶ ଅଭିନେତା ସଫଳତା ପାଇବା ପାଇଁ ଫିଲ୍ମ କାହାଣୀର ଡିମାଣ୍ଡ ଅନୁଯାୟୀ କିସ୍‌ ସିନ୍‌ କରିଥାନ୍ତି। 

୧୬ ବର୍ଷରେ ୭୯୩ ଫିଲ୍ମକୁ ମିିଳିନି ରିଲିଜ୍‌ ସାର୍ଟିଫିକେଟ୍‌: ସିବିଏଫ୍‌ସି

୧୬ ବର୍ଷରେ ୭୯୩ ଫିଲ୍ମକୁ ମିିଳିନି ରିଲିଜ୍‌ ସାର୍ଟିଫିକେଟ୍‌: ସିବିଏଫ୍‌ସି

ନୂଆଦିଲ୍ଲୀ,୨୦।୨: ଗତ ୧୬ ବର୍ଷ ମଧ୍ୟରେ ୭୯୩ ଫିଲ୍ମକୁ ଭାରତୀୟ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ସିବିଏଫ୍‌ସି) ପକ୍ଷରୁ ରିଲିଜ୍‌ ପାଇଁ ଅନୁମତି ଦିଆଯାଇନାହିଁ।