ମନୋରଞ୍ଜନ |

ଅଭିନୟ ମାୟାରେ ପୂଜା

ଅଭିନୟ ମାୟାରେ ପୂଜା

ଅଭିନୟ ଯାହାକୁ ନିଜର କରିବ ସେ ଶତଚେଷ୍ଟା କରି ମଧ୍ୟ ଅଭିନୟଠୁ ନିଜକୁ ଦୂରେଇ ରଖିପାରିବନି। ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି ପୂଜା। ପୂରା ନାମ ପୂଜାରାଣୀ ବିଶ୍ୱାଳ। ପୂଜା ଅଭିନୟକୁ ସାଥିରେ ଧରି ଜନ୍ମ ହୋଇଥିଲେ। ସେଥିଲାଗି ତ ସେ କୌଣସି ତାଲିମ୍‌ ନ ନେଇ ବି ଭଲ ନାଚି ପାରୁଥିଲେ। ଭଲ ଅଭିନୟ କରି ପାରୁଥିଲେ। ତାଙ୍କର ନାଚିବାକୁ ତଥା ଅଭିନୟ କରିବାକୁ ବାପାମା’ ପସନ୍ଦ କରୁ ନ ଥିଲେ। ପ୍ରତିବାଦ କରୁଥିଲେ। ମାତ୍ର ପୂଜାଙ୍କଠାରୁ କେହି ଅଭିନୟକୁ ପୃଥକ କରିପାରି ନ ଥିଲେ। ଟିଭିରେ ଯାତ୍ରା ଦେଖି ବିଭୋର ହୋଇଯାଉଥିଲେ ପୂଜା। ଅଭିନୟ କରୁଥିବା ଅଭିନେତା ଅଭିନେତ୍ରୀମାନଙ୍କୁ ଦେଖି ଭାବୁଥିଲେ, ସେ ସେମାନଙ୍କ ପରି ଅଭିନୟ କରିପାରନ୍ତେ କି? ଜଗତ୍‌ସିଂହପୁର ଏରସମାର ରାଧାମାଧବ କଳାବିକାଶ କେନ୍ଦ୍ରରେ ପ୍ରଥମ କରି ମୁହଁରେ ରଙ୍ଗ ବୋଳିଲେ ପୂଜା। ସେ ଦିନଟି ଥିଲା ତାଙ୍କ ପାଇଁ ଅଭୁଲା ଦିନ। କଳାବିକାଶ କେନ୍ଦ୍ର ଦ୍ୱାରା ଅନୁଷ୍ଠିତ ‘ଅଶ୍ୱମେଧ ଯଜ୍ଞ’ ଗୀତିନାଟ୍ୟରେ ସେ ଅଭିନୟ କଲେ। ଏହା ଥିଲା ତାଙ୍କ ଜୀବନର ପ୍ରଥମ ଅଭିନୟ। ଏହାପରେ ପୂଜା ଧରିନେଲେ ଯେ ସେ ଅଭିନେତ୍ରୀ ହିଁ ହେବେ। ୨୦୦୨ ମସିହାରେ ସେ ଅଷ୍ଟଶମ୍ଭୁ ଗଣନାଟ୍ୟରେ ଯୋଗଦେଲେ ଜଣେ ନୃତ୍ୟାଙ୍ଗନା ଭାବରେ। ସେଠାରେ ମଧ୍ୟ ତାଙ୍କୁ ଶିଶୁ କଳାକାର ଭାବରେ ଛୋଟମୋଟ ଅଭିନୟ ମିଳିଯାଉଥିଲା। ଏହା ପରେ ସେ ଆସି ଯୋଗଦେଲେ ‘ପିନାକୀ ଗଣନାଟ୍ୟ’ରେ। ଏଠାରେ ତାଙ୍କୁ ପ୍ରଥମ ଥର କମେଡ଼ି ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଲା। କମେଡ଼ି ଭୂମିକା ପରେ ତାଙ୍କୁ ମିଳିଲା ମୁଖ୍ୟ ଚରିତ୍ର। ସେ ଉଭୟ ପଜିଟିଭ୍‌ ଏବଂ ନେଗେଟିଭ୍‌ ଭୂମିକାରେ ନିଖୁଣ ଅଭିନୟ କରିପାରନ୍ତି। ତେବେ ପଜିଟିଭ୍‌ ଅପେକ୍ଷା ନେଗେଟିଭ୍‌ ଭୂମିକା ତାଙ୍କର ପସନ୍ଦ। ନେଗେଟିଭ ବା ଡେଭିଲ୍‌ ଭୂମିକା କରୁଥିବା ବେଳେ ତାଙ୍କୁ ଦର୍ଶକଙ୍କଠୁ ଗାଳି ଖାଇବାକୁ ପଡ଼ିଛି। କେହିକେହି ଦର୍ଶକ ଟେକା ପଥର ବି ମାଡ଼ କରିଦେଇଛନ୍ତି। ହେଲେ ସେତେବେଳେ ତାଙ୍କୁ ଲାଗିଛି ଯେମିତି ତାଙ୍କୁ ତାଙ୍କ ଅଭିନୟ ପୁରସ୍କାର ମିଳିଯାଇଛି। ପୂଜା ଇତିମଧ୍ୟରେ ଅନେକ ନାଟକରେ ଅଭିନୟ କରି ସାରିଛନ୍ତି। ସେଥିମଧ୍ୟରେ ରହିଛି ‘ପ୍ରତାରଣା’, ‘ଡାକ ବଙ୍ଗଳାର ଡାର୍ଲିଂ’, ‘ରାଜଧାନୀ ଏକ୍ସପ୍ରେସ୍‌’, ‘ଝିଅ ଓଡ଼ିଆ ଭାରି ବଢ଼ିଆ’, ‘କଣ୍ଟ୍ରାକ୍ଟ ମ୍ୟାରେଜ୍‌’, ‘ଲଫଙ୍ଗା ଟୋକା’ ଏବଂ ଆହୁରି ଅନେକ। ସମ୍ପ୍ରତି ଧଉଳି ଗଣନାଟ୍ୟରେ ନିଜର ଅଭିନୟ ଜାରି ରଖିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି : ‘କଳାକାହ୍ନୁ ମୋର କାଳିଆ ସୁନା’, ‘କହ ଗୌରଦାସ କାହାର ଦୋଷ’, ‘କଳିଯୁଗ ରାମାୟଣ’ ଏବଂ ‘କେମିତି କହିବି ଏମିତି କଥା’। ସ୍ବାମୀ ଟିକିନା ବିଶ୍ୱାଳଙ୍କ ପ୍ରେରଣା ତାଙ୍କୁ ଆଗକୁ ଯିବାରେ ସହାୟକ ହେଉଛିି ବୋଲି କହନ୍ତି ପୂଜା।

All Right Reserved By

ମନୋରଞ୍ଜନ |

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବମ୍ବେ: ସ୍ବାମୀ ହେବ ତ ଏମିତି। ବଲିଉଡ୍‌ରେ ରଣବୀର ସିଂହଙ୍କୁ ନେଇ ଏପରି କିଛି ଚର୍ଚ୍ଚା ହେଉଛି।

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। 

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ମନୋଜ ବାଜପେୟୀ ୫୦ବର୍ଷରେ ପଦାର୍ପଣ କରିଛନ୍ତି।

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ପେସାରେ ଜଣେ ଡାକ୍ତର, ହେଲେ ସାହିତ୍ୟ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ରାତ୍ରିର ବିଳମ୍ବିତ ପ୍ରହରରେ ସେ ବସିପଡନ୍ତି ନିଜ ମନର ଭାବନାକୁ କବିତାର ରୂପ ଦେବାକୁ।

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri